କଟକବାସୀଙ୍କ ଲାଗି ପାଇଲଟ ପ୍ରୋଜେକ୍ଟ, ପ୍ରତି ଘରକୁ ମିଳିବ ଗୋଟିଏ ବାଲ୍‌ଟି: ପ୍ରତାପ ଜେନା

କଟକ ଅଫିସ,୧୨।୬: କଟକବାସୀଙ୍କ ଲାଗି ସରକାରଙ୍କ ନୂଆ ଯୋଜନା। ଅଳିଆ ଆବର୍ଜନାକୁ ଏଣେ ତେଣେ କିମ୍ବା ନାଳ ନର୍ଦ୍ଦମାରେ ନ ଫିଙ୍ଗିବା ଲାଗି ନୂଆ ପନ୍ଥା ଅବଲମ୍ବନ କରିବାକୁ ଯାଉଛନ୍ତି ସରକାର। ଏଥିରେ ପ୍ରତି ଘରକୁ ମିଳିବ ଗୋଟିଏ ଗୋଟିଏ ବାଲ୍‌ଟି। ସେ ପୁଣି ପାଣି ରଖିବାକୁ ନୁହେଁ ଅଳିଆ ଉଠାଇବା ଲାଗି। କଟକ ସହରକୁ ସରସ ସୁନ୍ଦର କରିବା ପାଇଁ ଏକ ପାଇଲଟ ପ୍ରୋଜେକ୍ଟ କରାଯାଇଥିବା ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ବିଶେଷକରି ବର୍ଷାଦିନେ କଟକର ଜଳବନ୍ଦି ସମସ୍ୟାକୁ ନେଇ ମନ୍ତ୍ରୀ ଜେନା ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି।

କଟକ ସହର ଭିତରେ ଡ୍ରେନ୍‌ ପରିଷ୍କାର କରିବା ଉପରେ ଗୁରୁତ୍ୱ ଦିଆଯିବ। ଜାଇକା ଦ୍ୱାରା ଚାଲିଥିବା କାମ ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରାଯାଇ ପ୍ରତି ଘରକୁ ଅଳିଆ, ଆବର୍ଜନା ଉଠାଇବା ଲାଗି ଗୋଟିଏ ଗୋଟିଏ ବାଲ୍‌ଟି ଦିଆଯିବ। ସିଏମ୍‌ସି କର୍ମଚାରୀ ଘର ଘର ବୁଲି ଅଳିଆ ଆବର୍ଜନା ସଂଗ୍ରହ କରିବେ। ଏହା କଟକ ସହରରେ ସଫଳ ହେବା ପରେ ସାରା ଓଡ଼ିଶାରେ କାର୍ଯ୍ୟକାରୀ ହେବ ବୋଲି ଜେନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତେଲୁଗୁ ବଦଳରେ ଓଡ଼ିଆ ପଢିବେ ଛାତ୍ରୀଛାତ୍ର

ଚିତ୍ରକୋଣ୍ଡା,୨୮ା୨: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଧୂଳିପୁଟ ପଞ୍ଚାୟତର ଜୁମଡାଙ୍ଗ ଗ୍ରାମକୁ ପୂର୍ବରୁ ବିଇଓ ଗାୟତ୍ରୀ ଦେବୀ ଗସ୍ତକରି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ।...

ଘରକୁ ଫେରିପାରୁ ନ ଥିଲେ ୩ ସନ୍ତାନ ଜନ୍ମ ଦେଇଥିବା ପ୍ରସୂତୀ: ମହିଳାଙ୍କୁ ସହଯୋଗର ହାତ ବଢାଇଲେ ପ୍ରଭାତ

କଟକ ଅଫିସ,୧୨।୪: ଏସ୍‌ସିବି ମେଡିିକାଲରୁ ଡିସଚାର୍ଜ ହୋଇଥିଲେ ମଧ୍ୟ ଘରକୁ ଫେରି ପାରୁ ନ ଥିବା ଜଣେ ମହିଳାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ପୂର୍ବତନ ବିଧାୟକ...

ଆର୍‌କେଭିୱାଇ ଲକ୍ଷ୍ୟଭ୍ରଷ୍ଟ

ଯାଜପୁର ଅଫିସ,୩୦ା୫: କୃଷକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨୦୦୭ ମେ ୨୯ରେ ଜାତୀୟ ବିକାଶ ପରିଷଦ(ଏନ୍‌ଡିସି) ବୈଠକରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା(ଆର୍‌କେଭିୱାଇ) ପ୍ରଣିତ ହୋଇଥିଲା।...

ଆଜି ଆଉ ୯ ମୁଣ୍ଡ ନେଲା କରୋନା: ଏହି ଜିଲାରୁ ସର୍ବାଧିକ

ଭୁବନେଶ୍ୱର,୧୫।୮(ବ୍ୟୁରୋ): ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଇ ଚାଲିଛି କରୋନା। ରାଜ୍ୟରେ ଶନିବାର କରୋନା ସଂକ୍ରମଣରେ ୯ଜଣଙ୍କ ମୃତ୍ୟୁ ଘଟିଛି। ସେଥିରୁ ଜଣେ କଟକ ଜିଲାର(୬୭...

ଜଙ୍ଗଲରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ପାଟଣା,୧୯।୧: କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ଉଦୟପୁର ବିଟ୍‌ ବଲାଣି ପଶି ଗ୍ରାମ୍ୟ ଜଙ୍ଗଲରେ ମଙ୍ଗଳବାର କିଛି ଦୁର୍ବୁତ୍ତ ନିଆଁ ଲଗାଇ ଦେଇଥିବା ଜଣାପଡିଛି।...

ଯାଞ୍ଚବେଳେ ଧରାପଡ଼ିଲା ବାଇକ୍‌ ଚୋରି ର଼୍ୟାକେଟ: ୫ ଚୋରା ବାଇକ ଜବତ, ଦୁଇ ଗିରଫ

ଭୁବନେଶ୍ୱର, ୨୯ା୫(ବ୍ୟୁରୋ): ନୟାପଲ୍ଲୀ ଥାନା ପୋଲିସ ଗାଡ଼ି ଚେକିଂ କରୁଥିବାବେଳେ ବାଇକ ଚୋରି ରାକେଟକୁ ଧରିଛି। ଏହି ର଼୍ୟାକେଟରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗରଫ କରିବା...

ସାତକୋଶିଆରେ ପହଞ୍ଚିଲେ ଇଣ୍ଡିଆନ ସ୍କିମର

ଗଣିଆ,୧୦ା୧୧(ଡି.ଏନ.ଏ.): ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ସାତକୋଶିଆ ସ୍ୟାଣ୍ଡ ରିସୋର୍ଟର ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରୁଥିବା ବିଦେଶୀ ପକ୍ଷୀ ଇଣ୍ଡିଆନ ସ୍କିମର ପ୍ରତିବର୍ଷ ଭଳି ଚଳିତବର୍ଷ ମହାନଦୀର ବଡମୂଳଠାରେ ଶୁକ୍ରବାର...

‘ନବୀନ ସ୍ବଚ୍ଛତା ପ୍ରତିଶ୍ରୁତି ଦେଲେ ଘର ଦିଆଯିବ’

ଭୁବନେଶ୍ବର, ୧୨ା୮(ବ୍ୟୁରୋ):ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏଓ୍ବାଇ)ରେ ବ୍ୟାପକ ଅନିୟମିତତା ହୋଇଛି। ଘର ବଣ୍ଟନରେ ଆଦୌ ସ୍ବଚ୍ଛତା ନାହିଁ। ଉପଯୁକ୍ତ ହିତାଧିକାରୀ ଘର ପାଇନାହାନ୍ତି। ବାତ୍ୟା...

Advertisement
Archives

Model This Week