Posted inଖେଳ

ଓ୍ବେଷ୍ଟଇଣ୍ଡିଜ ଟୁର୍‌ ପାଇଁ ଦଳ ଚୟନ ୧୯ରେ

ନୂଆଦିଲ୍ଲୀ, ୧୬ା୭ (ପି.ଟି.)-ଆସନ୍ତାମାସରେ ଓ୍ବେଷ୍ଟଇଣ୍ଡିଜ ଟୁର୍‌ ପାଇଁ ଭାରତୀୟ କ୍ରିକେଟ ଦଳ ଚୟନ ଚଳିତ ମସ ୧୯ ତାରିଖରେ ହେବ। ଅଗଷ୍ଟ ୩ରୁ ଆୟୋଜକ ଦେଶ ବିପକ୍ଷ ସୀମିତ ଓଭର ସିରିଜରେ ମହେନ୍ଦ୍ର ସିଂ ଧୋନୀ ଖେଳିବେ କି ନା ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନ ନାହିଁ। ଜୁଲଇ ୯ରେ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱକପ୍‌ ସେମିଫାଇନାଲରେ ଭାରତର ପରାଜୟ ପରେ ଧୋନୀଙ୍କ ଭବିଷ୍ୟତ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ୩୮ ବର୍ଷୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ଆଗାମୀ କିଛି ଦିନ ମଧ୍ୟରେ ତାଙ୍କର ଅବସର ଘୋଷଣା କରିବେ ବୋଲି ଆଶା କରାଯାଉଛି। ଚୟନକର୍ତ୍ତାମାନଙ୍କ ବୈଠକ ଜୁଲାଇ ୧୯ରେ ମୁମ୍ବାଇରେ ବସିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ ଅଫିସିଆଲଙ୍କୁ ଏ ସମ୍ପର୍କରେ ପଚରାଯିବାରେ ସେ କହିଥିଲେ, ମୁଁ ଯଦି କହିବି ଧୋନୀ ବିଶ୍ୱକପ୍‌ରେ ଭଲ ଖେଳିଥିଲେ ବୋଲି ତେବେ କେତେକେ କହିବେ ସେ ମୋ ନିଜ ଲୋକ ବୋଲି। ତେଣୁ ଧୋନୀ ଏ ସମ୍ପର୍କରେ ନିଜେ ଯହା ନିଷ୍ପତ୍ତି ନେବେ। ଏଠାରେ ପ୍ରଶାସକ କମିଟି (ସିଓଏ) ବୈଠକ ପରେ ବିସିସିଆଇ ଅଫିସିଆଲ ଜଣଙ୍କ ଏକଥା କହିଛନ୍ତି। ତିନୋଟି ୨୦ ଏବଂ ସମାନ ସଂଖ୍ୟକ ଅନ୍ତର୍ଜାତୀୟ ଦିନିକିଆକୁ ନେଇ ଖେଳାଯିବାକୁଥିବା ସୀମିତ ଓଭର ସିରିଜ ପାଇଁ ଅଧିନାୟକ ବିରାଟ କୋହଲି ଏବଂ ପ୍ରମୁଖ ପେସ୍‌ ବୋଲର ଯଶପ୍ରୀତ ବୁମ୍‌ରାଙ୍କୁ ବିଶ୍ରାମ ଦିଆଯିବ ବୋଲି ଆଶା କରାଯାଉଛି। ତେବେ ପରେ ଖେଳାଯିବାକୁଥିବ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ବେଳକୁ ଉଭୟେ ଭାରତୀୟ ଦଳ ସହିତ ଯୋଗଦେବେ। ଆହୁରି ମଧ୍ୟ ଓପନର ଶିଖର ଧାଓ୍ବନ ଏହି ଟୁର୍‌ ପାଇଁ ଉପଲବ୍ଧ ହେବେ କି ନା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବିଶ୍ୱକପ୍‌ ବେଳେ ତାଙ୍କର ଏକ ବୃଦ୍ଧାଙ୍ଗୁଳିରେ ଆଘାଲ ଲାଗିବରୁ ଟୁର୍ନାମେଣ୍ଟ ମଝିରୁ ସେ ବାଦ୍‌ ପଡ଼ିଥିଲେ। ମାଞ୍ଚେଷ୍ଟର ସେମିଫାଇନାଲରେ ଭାରତର ପରାଜୟ ପରେ ଦଳର ପ୍ରଦର୍ଶନ ନେଇ ଆଲୋଚନା କରିବ ଲାଗି ବିନୋଦ ରୟଙ୍କ ନେତୃତ୍ୱାଧୀନ ପ୍ରଶାସକ କମିଟିର ଏହା ଥିଲା ପ୍ରଥମ ବୈଠକ। ସିଇଓ ରାହୁଲ ଜୋହରି ଲଣ୍ଡନରୁ ଭିଡିଓ କନଫରେନି୍ସଂ ଜରିଆରେ ଏହି ବୈଠକରେ ଭାଗ ନେଇଥିଲେ।
ସୁନୀଲ ଗାଭାସ୍କରଙ୍କ ଭଳି ପୂର୍ବତନ ମହାନ୍‌ ଖେଳାଳି ବିସିସିଆଇର କାର୍ଯ୍ୟଶୈଳିକୁ ନେଇ ପ୍ରଶ୍ନ ଉଠଇଛନ୍ତି। ବିଶ୍ୱକପ୍‌ ପୂର୍ବରୁ କେଉଁ କାରଣରୁ ଧୋନୀ ଓ ଶିଖର ଧାଓ୍ବନଙ୍କୁ ଘରୋଇ କ୍ରିକେଟରୁ ଓହରିଯିବା ଲାଗି ଅନୁମତି ଦେଇଥିଲା। ସେମାନେ ନିଜ ଇଚ୍ଛାରେ ଓହରିଯାଇଥିଲେ ନା ସେମାନଙ୍କୁ ବିସିସିଆଇ କହିଥିଲା। ପୁନଶ୍ଚ ସେମାନେ ଏ ବିଷୟରେ ଚୟନକର୍ତ୍ତାମାନଙ୍କୁ ଅବଗତ କରିଥିଲେ ନା ନାହିଁ। ଭାରତୀୟ ବିଶ୍ୱକପ୍‌ ଦଳରେ ସ୍ଥାନ ପାଇଥିବା ଅଧିକାଂଶ ଖେଳାଳି ଆଇପିଏଲର ସମସ୍ତ ଗେମ୍‌ ଖେଳିଥିଲେ। ଏମାନଙ୍କ ମଧ୍ୟରୁ ଜଣେ କେହି ହେଲେ ବିଶ୍ରାମ ନେବା କଥା ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲର୍ଡସ ଟେଷ୍ଟ ପରେ ଆଣ୍ଡରସନଙ୍କ ପୁରୁଣା ଭିଡିଓ ଭାଇରାଲ: ଖଣ୍ଡ ଖଣ୍ଡ କରୁଛନ୍ତି ଏହି ଭାରତୀୟ କ୍ରିକେଟରଙ୍କ ଫଟୋ

ଲଣ୍ଡନ,୨୦।୮: ଲୋକଙ୍କ ମୁହଁରେ କହିବାକୁ ନେଇ ବେଶ ଜଣାଶୁଣା ଜେମ୍ସ ଆଣ୍ଡରସନ। ସେ କ୍ରିକେଟ ପଡ଼ିଆରେ ବୋଲିଂ ସହ ବିରୋଧୀ ଟିମ୍‌ର ଖେଳାଳିମାନଙ୍କ ସହ ବଚସାକୁ...

ଡେଭିଡ ମିଲରଙ୍କ ସୁପର ଶୋ’

ଶାରଜା,୩୦।୧୦: ଟି-୨୦ ବିଶ୍ବକପ ଗ୍ରୁପ-୧ର ଶନିବାର ମ୍ୟାଚରେ ଦକ୍ଷିଣ ଆଫ୍ରିକା ୪ ଉଇକେଟରେ ଶ୍ରୀଲଙ୍କାକୁ ପରାସ୍ତ କରଛି। ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ବୋଲିଂ କରିଥିଲା।...

ମୁସ୍ତାକ ଅଲୀ ଟ୍ରଫି : ଦିଲ୍ଲୀ ଦଳରେ ଧାଓ୍ବନ, ଈଶାନ୍ତ

ନୂଆଦିଲ୍ଲୀ ୨୬ା୧୨- ମୁସ୍ତାକ ଅଲୀ ଟ୍ରଫି ଟି୨୦ ଟୁର୍ନାମେଣ୍ଟ ପାଇଁ ଘୋଷଣା କରାଯାଇଥିବା ଦିଲ୍ଲୀ ଦଳରେ ସ୍ଥାନ ପାଇଛନ୍ତି ଭାରତୀୟ ପେସର ଈଶାନ୍ତ ଶର୍ମା। କିନ୍ତୁ...

ଧୋନୀଙ୍କୁ ଲତା ମଙ୍ଗେସ୍କରଙ୍କ ସମର୍ଥନ

ମୁମ୍ବାଇ,୧୧।୭ (ପି.ଟି.)- ଅଭିଜ୍ଞ ମହେନ୍ଦ୍ର ସିଂ ଧୋନୀଙ୍କ ପାଇଁ ଏବେ କୋକିଳ କଣ୍ଠୀ ଲତା ମଙ୍ଗେସ୍କର ବାହାରିଛନ୍ତି। ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାଜୟ ପରେ ଏବେ ଟିମ୍‌...

‘ଦେଶ ଆଗ, ଫୋନ୍‌ରେ ପରସ୍ପର କଥା ହୋଇ ଝଗଡା ଶେଷ କର’

ନୂଆଦିଲ୍ଲୀ,୨୬।୧: କିଛି ଦିନ ହେବ ଭାରତୀୟ କ୍ରିକେଟରେ ସବୁ କିଛି ଠିକ ନାହିଁ। ବିରାଟ କୋହଲି ଟି-୨୦ ଏବଂ ଟେଷ୍ଟର ଅଧିନାୟକତ୍ୱରୁ ଓହରିଯିବା ଏବଂ ତାଙ୍କୁ...

ଇଂଲଣ୍ଡ ଟୁର୍‌ରେ ଅଷ୍ଟ୍ରେଲିଆ କ୍ରିକେଟ ଦଳ

ସିଡ୍‌ନୀ, ୨୪ା୮ (ଏପି)-ଅଷ୍ଟ୍ରେଲିଆ କ୍ରିକେଟ ଦଳ ରବିବାର ଇଂଲଣ୍ଡ ଅଭିମୁଖେ ଯାତ୍ରା କରିଛି। ଦଳ ଏହି ଦେଶରେ ତିନୋଟି ଦିନିକିଆ ଏବଂ ସମାନ ସଂଖ୍ୟକ ଅନ୍ତର୍ଜାତୀୟ...

ବିଶ୍ୱକପ୍‌ ପରେ ଭାରତର ହାତ ଛାଡିବେ ଆଉ ଜଣେ କୋଚ୍‌

ନୂଆଦିଲ୍ଲୀ,୭।୧୦: ୨୦୨୧ ଟି -୨୦ ବିଶ୍ୱକପ ପରେ ଭାରତୀୟ ଦଳ ଏକ ନୂତନ କୋଚ ପାଇବ ବୋଲି ଆଶା କରାଯାଉଛି। ବିଶ୍ୱକପ ପରେ କୋଚ ରବି...

ସମ୍ମାନ ବଞ୍ଚାଇଲେ ଭରତ

ଲିସେଷ୍ଟର,୨୩।୬: ସ୍ଥାନୀୟ ଗ୍ରେସ ରୋଡଠାରେ ଭାରତ ଓ ଲିସେଷ୍ଟର ମଧ୍ୟରେ ଗୁରୁବାରଠାରୁ ୪ ଦିନିଆ ଓ୍ବାର୍ମଅପ୍‌ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ...

Advertisement
Archives

Model This Week