ଓଡ଼ିଶା ସାଉଣ୍ଡ୍‌ ଡିଜାଇନର୍‌ଙ୍କୁ ଫିଲ୍ମଫେୟାର

ଭୁବନେଶ୍ୱର,୭।୨(ବ୍ୟୁରୋ): ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ସାଉଣ୍ଡ୍‌ ଡିଜାଇନର୍‌ ନୀହାର ରଞ୍ଜନ ସାମଲ। ୬୫ତମ ଫିଲ୍ମଫେୟାର ଆଓ୍ବାର୍ଡରେ ସାଉଣ୍ଡ୍‌ ଡିଜାଇନ୍‌ ବିଭାଗରେ ଶ୍ରେଷ୍ଠ ବିବେଚିତ ହୋଇ ଫିଲ୍ମଫେୟାର-୨୦୨୦ ଆଓ୍ବାର୍ଡ ପାଇବାକୁ ମନୋନୀତ ହୋଇଛନ୍ତି ନୀହାର। ୨୦୧୯ରେ ରିଲିଜ୍‌ ହୋଇଥିବା ବହୁଚର୍ଚ୍ଚିତ ଫିଲ୍ମ ‘ଉରି: ଦି ସର୍ଜିକାଲ ଷ୍ଟ୍ରାଇକ୍‌’ରେ ସର୍ବୋତ୍କୃଷ୍ଟ ସାଉଣ୍ଡ୍‌ ଡିଜାଇନ୍‌ ଲାଗି ସେ ଏହି ପୁରସ୍କାର ପାଇବେ। ଭିକି କୌଶଲଙ୍କ ଅଭିନୀତ ଏହି ମିଲିଟାରୀ ଆକ୍ସନ ଫିଲ୍ମ ପାଇଁ ନୀହାର ଏବଂ ତାଙ୍କ ସହ କାମ କରିଥିବା ବିଶ୍ୱଦୀପ ଦୀପକ ଚାଟ୍ଟାର୍ଜୀଙ୍କୁ ମିଳିତ ଭାବେ ଏହି ପୁରସ୍କାର ଦିଆଯିବ। ଫେବୃୟାରୀ ୧୫ରେ ଆସାମର ଗୁଆହାଟୀରେ ଆମାଜନ୍‌ ଫିଲ୍ମଫେୟାର ଆଓ୍ବାର୍ଡସ-୨୦୨୦ ଅନୁଷ୍ଠିତ ହେବ। ଏହାପୂର୍ବରୁ କ୍ଷୁଦ୍ର ଚଳଚ୍ଚିତ୍ର ଏବଂ ବୈଷୟିକ ବା ଟେକ୍ନିକାଲ ବିଭାଗରେ ପୁରସ୍କାର ଘୋଷଣା କରାଯାଇଛି।
ନୀହାର ପୂର୍ବରୁ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ‘ପଦ୍ମାବତ୍‌’ରେ ସାଉଣ୍ଡ୍‌ ଡିଜାଇନର୍‌ ଭାବେ କାମ କରି ଚର୍ଚ୍ଚାକୁ ଆସିଥିଲେ। ଏହାସହ ସେ ‘ବାଜିରାଓ ମସ୍ତାନୀ’, ‘ପିକେ’, ‘ପିଙ୍କ୍‌’, ‘ଥ୍ରୀ ଇଡିୟଟ୍‌ସ’ ଏବଂ ‘ତନୁ ଓ୍ବେଡ୍‌ସ ମନୁ ରିଟର୍ନସ’ ଭଳି ହିଟ୍‌ ଫିଲ୍ମଗୁଡ଼ିକରେ କାମ କରି ବଲିଉଡ୍‌ରେ ଜଣେ ଜଣାଶୁଣା ଚେହେରା ପାଲଟିଛନ୍ତି। କେବଳ ଏତିକି ନୁହେଁ, ୨୦୧୩ରେ ‘ମାଡ୍ରାସ କାଫେ’ ଫିଲ୍ମରେ ଅନ୍‌ ଲୋକେଶନ୍‌ ସାଉଣ୍ଡ୍‌ ରେକର୍ଡିଂ ପାଇଁ ସେ ଶ୍ରେଷ୍ଠ ଅଡିଓଗ୍ରାଫି କାଟାଗୋରିରେ ୬୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜିତିଥିଲେ। ଯାଜପୁର ଜିଲାରେ ଜନ୍ମିତ ନୀହାର ଉତ୍କଳ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର କରିବା ପରେ ଏଫ୍‌ଟିଆଇଆଇ ପୁଣେରୁ ସାଉଣ୍ଡ୍‌ ଡିଜାଇନ୍‌ରେ ଡିଗ୍ରୀ ହାସଲ କରିଛନ୍ତି। ୧୯୯୯ରେ ଓଡ଼ିଆ ଫିଲ୍ମ ‘କୃଷ୍ଣା କାବେରୀ’ରେ ସେ ସାଉଣ୍ଡ୍‌ ରେକର୍ଡର ଭାବେ କାମ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri