Posted inଜାତୀୟ

ଓଡ଼ିଶାରେ ବାଂଲାଦେଶୀ ଆତଙ୍କବାଦୀ

ନୂଆଦିଲ୍ଲୀ,୧୫ା୧୦(ପି.ଟି.): ଜମାତ୍‌-ଉଲ୍‌ ମୁଜାହିଦ୍ଦିନ ବାଂଲାଦେଶ (ଜେଏମ୍‌ବି) ଆତଙ୍କବାଦୀ ସଂଗଠନ ଏବେ ଦେଶ ପାଇଁ ବିପଦ ସୃଷ୍ଟି କରିଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ମହାନିର୍ଦ୍ଦେଶକ ଓ୍ବାଇ.ଏସ୍‌. ମୋଦି କହିଛନ୍ତି। ଓଡ଼ିଶା ସମେତ ଦେଶର ୭ ରାଜ୍ୟରେ ଏହି ବାଂଲାଦେଶୀ ଆତଙ୍କବାଦୀ ସଂଗଠନ କାୟା ବିସ୍ତାର କରୁଥିବା ଏନ୍‌ଆଇଏ ଡିଜି ସତର୍କ କରାଇଦେଇଛନ୍ତି। ଆତଙ୍କବାଦୀ ନିରୋଧୀ ସ୍କ୍ବାଡ (ଏଟିଏସ୍‌) ଏବଂ ସ୍ବତନ୍ତ୍ର ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ମୁଖ୍ୟମାନଙ୍କୁ ଉଦ୍‌ବୋଧନ ଦେଇ ସେ କହିଛନ୍ତି, ଜେଏମ୍‌ବି ଓଡ଼ିଶା, ଝାଡ଼ଖଣ୍ଡ, ବିହାର, ମହାରାଷ୍ଟ୍ର, କର୍ନାଟକ ଓ କେରଳ ଭଳି ରାଜ୍ୟରେ ଏହାର କାର୍ଯ୍ୟକଳାପ ବଢ଼ାଇଚାଲିଛି। ସେମାନେ ବାଂଲାଦେଶୀ ଦେଶାନ୍ତରୀ ଭାବେ ଛଦ୍ମବେଶରେ ରହୁଛନ୍ତି।
ଜେଏମ୍‌ବି ନେତୃତ୍ୱଙ୍କ ସହ ଘନିଷ୍ଠ ସମ୍ପର୍କ ରଖିଥିବା ୧୨୫ ଜଣ ସନ୍ଦିଗ୍ଧଙ୍କର ଏକ ତାଲିକା ଏନ୍‌ଆଇଏ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ଦେଇଛି। ଓଡ଼ିଶା, ଆସାମ ଓ ଝାଡ଼ଖଣ୍ଡରେ ଜେଏମ୍‌ବିର ଗତିବିଧି ବୃଦ୍ଧି ପାଇଥିବା ଏନ୍‌ଆଇଏର ପାନ୍‌-ଇଣ୍ଡିଆ ତଦନ୍ତରୁ ଜଣାପଡ଼ିଛି। ଏହାବ୍ୟତୀତ ବିହାର, କର୍ନାଟକ, କେରଳ ଓ ମହାରାଷ୍ଟ୍ରରେ ମଧ୍ୟ ସେମାନଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇଛି ବୋଲି ଡିଜି କହିଛନ୍ତି। ରାଜ୍ୟ ପୋଲିସର ତଦନ୍ତ ପରିସର ସୀମିତ ହୋଇଥିବା ମାମଲାର ଗୁରୁତ୍ୱ ଦୃଷ୍ଟିରୁ ଏ ସମ୍ପର୍କିତ ତଥ୍ୟ ଏନ୍‌ଆଇଏକୁ ଦେବା ଆବଶ୍ୟକ, ଯାହା ଫଳରେ ବଡ଼ ଧରଣର ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ହୋଇପାରିବ ବୋଲି ଏନ୍‌ଆଇଏ ଆଇଜି ଆଲୋକ ମିତ୍ତଲ କହିଛନ୍ତି। ୨୦୧୪ରୁ ୨୦୧୮ ମଧ୍ୟରେ ଜେଏମ୍‌ବି ବେଙ୍ଗାଲୁରୁରେ ୨୦ରୁ ୨୨ ଗୁପ୍ତ ଆଡ୍ଡା ସ୍ଥାପନ କରି ଦକ୍ଷିଣ ଭାରତରେ ସଂଗଠନର ପ୍ରସାର କରାଉଥିବା ସେ ସୂଚନା ଦେଇଛନ୍ତି। ଏପରିକି କର୍ନାଟକ ସୀମାନ୍ତ କ୍ରିଷ୍ଣଗିରି ପାର୍ବତ୍ୟାଞ୍ଚଳରେ ଜେଏମ୍‌ବି ରକେଟ ଲଞ୍ଚର୍‌ ପରୀକ୍ଷଣ କରିଛି। ମ୍ୟାନ୍‌ମାରରେ ରୋହିଙ୍ଗ୍ୟା ମୁସଲମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରର ପ୍ରତିଶୋଧ ନେବା ଲାଗି ଜେଏମ୍‌ବି ବୌଦ୍ଧ ମନ୍ଦିରଗୁଡ଼ିକୁ ଆକ୍ରମଣ କରିବା ଲାଗି ଲକ୍ଷ୍ୟ ରଖିଛି। ଏହି ସଂଗଠନ ପ୍ରଥମେ ୨୦୦୭ରେ ପଶ୍ଚିମବଙ୍ଗ ଓ ଆସାମରେ ସେମାନଙ୍କ କାର୍ଯ୍ୟକଳାପ ଆରମ୍ଭ କରିଥିଲେ ଓ ପରେ ସଂଗଠନକୁ ଅନ୍ୟ ରାଜ୍ୟକୁ ବିସ୍ତାର କରାଇଥିଲେ। ଜେଏମ୍‌ବି ନେତୃତ୍ୱଙ୍କ ସହ ୧୩୦ ଆତଙ୍କବାଦୀ ନିୟମିତ ସମ୍ପର୍କ ରଖିଥିବା ତଦନ୍ତରୁ ଜଣାପଡିଛି ବୋଲି ମିତ୍ତଲ କହିଛନ୍ତି।
ଅନ୍ୟ ଜିହାଦୀ କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ଦେଇ ମିତ୍ତଲ କହିଛନ୍ତି, ମଧ୍ୟପ୍ରାଚ୍ୟ ଆତଙ୍କବାଦୀ ସଂଗଠନ ଆଇଏସ୍‌ ସହ ସମ୍ପର୍କ ରଖିଥିବା ୧୨୭ ଜଣଙ୍କୁ ଦେଶର ବିଭିନ୍ନ ଅଞ୍ଚଳରୁ ଗିରଫ କରାଗଲାଣି। ମୁମ୍ବାଇ ଜନ୍ମିତ ଇସ୍‌ଲାମୀୟ ବିଦ୍ୱାନ ତଥା ଆତଙ୍କବାଦ ଅଭିଯୁକ୍ତ ଜାକିର ନାଏକ ଏବଂ ଶ୍ରୀଲଙ୍କାରେ ଇଷ୍ଟର ବେଳେ ହୋଇଥିବା ବୋମାମାଡ଼ର ମାଷ୍ଟରମାଇଣ୍ଡଙ୍କ ଭିଡିଓ ବକ୍ତୃତାରେ ଅନୁପ୍ରାଣିତ ହୋଇଥିବା ସେମାନଙ୍କ ମଧ୍ୟରୁ ଅଧିକାଂଶ ସ୍ବୀକାର କରିଛନ୍ତି।
ଆତଙ୍କବାଦ ନିରୋଧୀ ସଂସ୍ଥା ବର୍ତ୍ତମାନ ସୁଦ୍ଧା ଯେଉଁସବୁ ମାମଲା ତଦନ୍ତ କରୁଛି ସେଥିରେ ଦୋଷୀସାବ୍ୟସ୍ତ ହାର ୯୦ ପ୍ରତିଶତ ରହିଥିବା ଏନ୍‌ଆଇଏ ଡିଜି କହିଛନ୍ତି। ଆତଙ୍କବାଦ ସମ୍ପର୍କିତ ମାମଲାଗୁଡ଼ିକୁ ପରିଚାଳନା କରିବାରେ ରାଜ୍ୟ ପୋଲିସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ଉତ୍ତମ ଫଳାଫଳ ଲାଗି ଏହା ସମସ୍ତ ତଥ୍ୟ ଏନ୍‌ଆଇଏ ସହ ବିନିମୟ କରିବା ଆବଶ୍ୟକ ବୋଲି ଡିଜି ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ଯୁବକଙ୍କୁ ବିବାହ କରି କୋଟିଏ ୪୫ ଲକ୍ଷ ଠକିନେଲେ କନ୍ୟା: ଏବେ ତୃତୀୟ ବିବାହ କରି ବିଦେଶକୁ ଉଡ଼ନ ଛୁ…

ନୂଆଦିଲ୍ଲୀ, ୯।୮: ଜଣେ ନୁହେଁ ଦୁଇ ଦୁଇ ଜଣ ଯୁବକଙ୍କୁ ବିବାହ କରି ସେମାନଙ୍କଠାରୁ କୋଟିଏ ୪୫ ଲକ୍ଷ ଟଙ୍କା ଠକି ନେଇଛନ୍ତି ଜଣେ କନ୍ୟା।...

ଶିବସେନା ନେତାଙ୍କୁ ହତ୍ୟା

ମୁମ୍ବାଇ,୧୭।୩(ପି.ଟି.):ମହାରାଷ୍ଟ୍ରର ଅହମଦନଗର ଜିଲାରେ ଶିବସେନାର ଜଣେ କାର୍ଯ୍ୟକର୍ତ୍ତାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଏହି ଘଟଣାରେ ପୋଲିସ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ରବିବାର...

ଏକ୍‌ଜିଟ୍‌ ପୋଲ୍‌ ଓ ନିର୍ବାଚନ ଫଳାଫଳ ମଧ୍ୟରେ ରହିଛି ବହୁତ ପାର୍ଥକ୍ୟ: ଜାଭେଡକର

ନୂଆଦିଲ୍ଲୀ,୯।୨: ସରିଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ଏବେ ସମସ୍ତଙ୍କ ନଜର ଫଳାଫଳ ଉପରେ। ଇତିମଧ୍ୟରେ କିନ୍ତୁ ଏକ୍‌ଜିଟ୍‌ ପୋଲ୍‌ ଫଳଫଳକୁ ନେଇ ପୁଣି ଅଙ୍କକଷା ଆରମ୍ଭ...

ଏ କୁଳର ନା ସେ କୁଳର

ନୂଆଦିଲ୍ଲୀ,୩୧ା୩(ପି.ଟି.): ମୁଣ୍ଡ ପରେ ମୁଣ୍ଡ ନେଇଚାଲିଥିବା ଘାତକ ଭୂତାଣୁ କୋଭିଡ୍‌-୧୯ର ମୁକାବିଲା ପାଇଁ କେନ୍ଦ୍ର ସରକାର ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ସୋମବାର ଏହି ତାଲାବନ୍ଦ...

ଏହି ସଙ୍ଗୀତକାରଙ୍କ ଗୀତ ଶୁଣିବାକୁ ପାଗଳ ଥିଲେ ବାଜପେୟୀ

ମୁମ୍ବାଇ, ୧୬।୮:ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ କଳାରେ ଥିଲା ତାଙ୍କର ପ୍ରଗାଢ ରୁଚି। ଟିକେ ତାଙ୍କୁ ସମୟ ମିଳିଲେ କବିତା, ଗଳ୍ପ କିମ୍ବା...

କୁକୁର କିଣାକୁ ନେଇ ଦୁଇ ପକ୍ଷ ମୁହାଁମୁହିଁ, ପରିଣାମ ହେଲା ଏମିତି

ବିଜନୋର,୨୯।୭: ଉତ୍ତରପ୍ରଦେଶ ବିଜନୋରରେ କୁକୁର କିଣାକୁ ନେଇ ଦୁଇ ପକ୍ଷ ମୁହାଁମୁହିଁ ହୋଇଛନ୍ତି। ବିବାଦ ଏତେ ବଢି ଯାଇଥିଲା ଯେ ଉଭୟ ପକ୍ଷ ଗୁଳି ବିନିମୟରେ...

କରୋନାରେ ସଂକ୍ରମିତ ନ ଥିଲେ ବିକାଶ: ରିପୋର୍ଟ ଆସିବା ପରେ ହେଲା ବ୍ୟବଚ୍ଛେଦ

କାନପୁର,୧୦।୭: କୁଖାତ୍‌ ଅପରାଧୀ ବିକାଶ ଦୁବେଙ୍କ ଏନ୍‌କାଉଣ୍ଟରରେ ମୃତ୍ୟୁ ହେବା ଘଟଣା ଜଣାପଡିବା ପରେ ଏହା ଦ୍ରୁତ ଗତିରେ ସବୁଆଡେ ପ୍ରଚାର ପ୍ରସାର ହୋଇଯାଇଥିଲା। ଶୁକ୍ରବାର...

ପେଟରୁ ବାହାରିଲା ଚାମୁଚ, ସ୍କୃ-ଡ୍ରାଇଭର, ଟୁଥ୍‌ ବ୍ରସ୍‌ ଓ ଛୁରୀ

ଶିମଲା,୨୫।୫: ହିମାଚଳପ୍ରଦେଶ ହୈରତ୍‌ଗଞ୍ଜ ଅଞ୍ଚଳରେ ଜଣେ ଲୋକଙ୍କ ପେଟରୁ ୮ ଷ୍ଟିଲ୍‌ ଚାମୁଚ, ୨ ସ୍କୃ-ଡ୍ରାଇଭର, ୨ ଟୁଥ୍‌ ବ୍ରସ୍‌ ଏବଂ ଗୋଟିଏ ଛୁରୀ ଅପରେଶନ୍‌...

Coronavirus Update

Archives

Model This Week

Why Dharitri