ଓଡ଼ିଶାରେ ପ୍ରଥମ ବ୍ୟବସ୍ଥା: କଏଦୀ ବ୍ୟବହାର କରିବେ ସ୍ମାର୍ଟ କାର୍ଡ

ଭୁବନେଶ୍ୱର, ୨୪।୯(ବ୍ୟୁରୋ): ରାଜ୍ୟର ବିଭିନ୍ନ ଜେଲରେ ପ୍ରାୟ ୧୮ ହଜାର କଏଦୀ ରହୁଛନ୍ତି। ସେମାନେ ଯେପରି ଜେଲ ଭିତରେ ସୁବିଧାରେ ରହିବେ ସେଥିଲାଗି ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନୂଆ ନୂଆ ପଦକ୍ଷେପ ନିଆଯାଉଛି। ଏଣିକି କଏଦୀମାନେ ଜେଲ୍‌ ଭିତରେ ସ୍ମାର୍ଟ କାର୍ଡ ବ୍ୟବହାର କରିପାରିବେ। ଏ ନେଇ ଗୃହ ବିଭାଗକୁ ଜେଲ କର୍ତ୍ତୃପକ୍ଷ ଅବଗତ କରାଇଛନ୍ତି। ଖୁବ୍‌ଶୀଘ୍ର ଏହି ସ୍ମାର୍ଟକାର୍ଡ ବ୍ୟବସ୍ଥା କରାଯିବ। କଏଦୀମାନେ ଜେଲ ଭିତରେ କାର୍ଡ ସାହାଯ୍ୟରେ ଟଙ୍କା ଦେଇ ନିଜର ଆବଶ୍ୟକ ସାମଗ୍ରୀ କିଣିପାରିବେ। ଏହାଦ୍ୱାରା ଜେଲ ବ୍ୟବସ୍ଥାରେ ସ୍ବଚ୍ଛତା ଆସିବ ବୋଲି ଜେଲ ଡିଜି ସତ୍ୟଜିତ୍‌ ମହାନ୍ତି କହିଛନ୍ତି।
ଜେଲ୍‌ରେ ଥିବା କଏଦୀଙ୍କୁ ପରିବାର ଲୋକେ ଦେଖା କରିବାକୁ ଆସିଲେ ସାଧାରଣତଃ ସେମାନେ ଟଙ୍କା ଦେଇଥାନ୍ତି। କିନ୍ତୁ ଏହି ଟଙ୍କାକୁ କଏଦୀଙ୍କୁ ଦିଆଯାଏ ନାହିଁ। ଏହାର ମୂଲ୍ୟ ଅନୁଯାୟୀ କଏଦୀକୁ ଏକ ଟୋକନ ଦିଆଯାଇଥାଏ। କଏଦୀମାନେ ତାହାକୁ ଜେଲ କ୍ୟାଣ୍ଟିନରେ ଦେଖାଇ ବିଭିନ୍ନ ସାମଗ୍ରୀ କିଣିଥାନ୍ତି। ସେମାନଙ୍କ ଟଙ୍କା ଜେଲ କର୍ମଚାରୀଙ୍କ ପାଖରେ ରହୁଥିବାରୁ ବାଟମାରଣା ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ନୂଆ ବ୍ୟବସ୍ଥା କରାଯାଉଥିବା ଜେଲ ଡିଜି ପ୍ରକାଶ କରିଛନ୍ତି। ତିହାର, ମାଡ୍ରାସ, ହାଇଦ୍ରାବାଦ ଭଳି ଅନେକ ବଡ ସହରରେ ଥିବା ଜେଲରେ ଏହି ବ୍ୟବସ୍ଥା କରାଯାଇଛି। ଓଡ଼ିଶାରେ ପ୍ରଥମ ଥର ଚୌଦ୍ୱାର ଏବଂ ଝାରପଡ଼ା ଜେଲ୍‌ରେ ଏଭଳି ବ୍ୟବସ୍ଥା କରାଯିବ। ଏହା ସଫଳ ହେଲେ ଅନ୍ୟ ଜିଲାରେ ଥିବା ଜେଲରେ ଲାଗୁ କରାଯିବ। ଏହି ସ୍ମାର୍ଟ କାର୍ଡ ବ୍ୟବସ୍ଥା ଲାଗୁ ହେଲେ କଏଦୀଙ୍କ ସମ୍ପର୍କୀୟମାନେ ଆଉ ଜେଲ ବିଭାଗର ଅଫିସରଙ୍କୁ ଟଙ୍କା ଦେବେ ନାହିଁ। କଏଦୀଙ୍କ ସ୍ମାର୍ଟକାର୍ଡ ଆକାଉଣ୍ଟରେ ଟଙ୍କା ଜମା କରିପାରିବେ। ଏହି କାର୍ଡ ଦ୍ୱାରା କଏଦୀମାନେ ଜେଲ ଭିତରେ ବିଭିନ୍ନ ସାମଗ୍ରୀ ସୁବିଧାରେ କିଣିପାରିବେ। ଏଥିପାଇଁ କ୍ୟାଣ୍ଟିନ ସହ ଜେଲ ପରିସରରେ ସ୍ବାଇପ୍‌ ମେଶିନ୍‌ ରଖାଯିବ। ଏ ନେଇ ଏକ ବ୍ୟାଙ୍କକୁ ପ୍ରସ୍ତାବ ଦିଆଯାଇଛି। ସେହିପରି କଏଦୀଙ୍କ ପାଇଁ ହେଡ୍‌ଫୋନ୍‌ ଓ ମାଇକ୍ରୋ ଫୋନ୍‌ର ବ୍ୟବସ୍ଥା କରାଯିବ। ବିଶେଷକରି କଏଦୀଙ୍କୁ ପରିବାର ଲୋକେ ଭେଟିବାକୁ ଆସିଲେ ସେମାନେ ଏକ ଝରକା ଭଳି ଗେଟ୍‌ରେ କଥା ହୋଇଥାନ୍ତି। ଏକାଧିକ କଏଦୀ ଏକସମୟରେ ପରିବାର ଲୋକଙ୍କୁ ଦେଖା କରୁଥିବାରୁ ହୋହଲ୍ଲା ସୃଷ୍ଟି ହୋଇଥାଏ। କେହି କାହା କଥା ଭଲ ଭାବେ ଶୁଣି ପାରି ନ ଥାନ୍ତି। ତେଣୁ ପରିଜନଙ୍କ ସହ କଥା ହେବା ସମୟରେ ସେମାନଙ୍କୁ ହେଡଫୋନ ଏବଂ ମାଇକ୍ରୋ ଫୋନ୍‌ ଦିଆଯିବ। ଏହି ସମୟରେ କଏଦୀଙ୍କ କଥା ରେକର୍ଡିଂ ହେବା ସହ ସିସିଟିଭିରେ ସେମାନଙ୍କ ଗତିବିଧି ଉପରେ ନଜର ରଖାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୧୮ ମାଓବାଦୀଙ୍କ ନଁାରେ ୮.୪ କୋଟି ପୁରସ୍କାର

ବୌଦ୍ଧ,୨୧ା୧୨(ଅଜିତ କୁମାର ବାରିକ): ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ମାଓବାଦୀ ମୂଳୋତ୍ପାଟନ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହି କ୍ରମରେ ବୌଦ୍ଧ...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

ଏବେ ବଢ଼ିବନି ରାତି ତାପମାତ୍ରା, ୩ ଜିଲାକୁ କୁହୁଡ଼ି ଓ୍ୱାର୍ନିଂ

ଭୁବନେଶ୍ୱର,୨୧ା୧୨(ବନ୍ଦନା ସେଠୀ): ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ବିଶେଷକରି...

ଆହୁଜା ନା ନୂଆ: କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ?

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ ତାକୁ ନେଇ କିଛିଦିନ ହେଲା ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ଓଡ଼ିଶା ମୁଖ୍ୟ...

ସେବାଶ୍ରମର ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ବାହୁନି ବାହୁନି କାନ୍ଦୁଛି…

ନୂଆପଡ଼ା/କୋମନା,୨୧ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ସୋସେଙ୍ଗ ସେବାଶ୍ରମରେ ଶନିବାର ଜଣେ ପ୍ରଥମଶ୍ରେଣୀ ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ସେ ହେଲେ ଅଡାର...

ଅଡୁଆରେ ବବି, ହେବ ବଡ଼ କାର୍ଯ୍ୟାନୁଷ୍ଠାନ!

କାଏମା,୨୧ା୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତସ୍ଥିତ ପନ୍ତୁରୀଠାରେ ସରକାରୀ ଜମି ଜବରଦଖଲ କରାଯାଇ ପୂର୍ୱତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ...

୧୦ ଟଙ୍କାରେ ଧାନ ବିକିଲେ ଚାଷୀ

ବିନିକା, ୨୧ା୧୨(ରାମ ଗୋପାଳ ବାଘ ): ସୁବର୍ଣ୍ଣପୁର ଜିଲାରେ ଗତ ୯ ତାରିଖରୁ ମଣ୍ଡି ଖୋଲିଛି। ହେଲେ ଟୋକନ ମିଳି ନ ଥିବାରୁ ଚାଷୀମାନେ ଧାନ...

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri