ଓଡ଼ିଶାରେ ପ୍ରଥମ ବ୍ୟବସ୍ଥା: କଏଦୀ ବ୍ୟବହାର କରିବେ ସ୍ମାର୍ଟ କାର୍ଡ

ଭୁବନେଶ୍ୱର, ୨୪।୯(ବ୍ୟୁରୋ): ରାଜ୍ୟର ବିଭିନ୍ନ ଜେଲରେ ପ୍ରାୟ ୧୮ ହଜାର କଏଦୀ ରହୁଛନ୍ତି। ସେମାନେ ଯେପରି ଜେଲ ଭିତରେ ସୁବିଧାରେ ରହିବେ ସେଥିଲାଗି ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନୂଆ ନୂଆ ପଦକ୍ଷେପ ନିଆଯାଉଛି। ଏଣିକି କଏଦୀମାନେ ଜେଲ୍‌ ଭିତରେ ସ୍ମାର୍ଟ କାର୍ଡ ବ୍ୟବହାର କରିପାରିବେ। ଏ ନେଇ ଗୃହ ବିଭାଗକୁ ଜେଲ କର୍ତ୍ତୃପକ୍ଷ ଅବଗତ କରାଇଛନ୍ତି। ଖୁବ୍‌ଶୀଘ୍ର ଏହି ସ୍ମାର୍ଟକାର୍ଡ ବ୍ୟବସ୍ଥା କରାଯିବ। କଏଦୀମାନେ ଜେଲ ଭିତରେ କାର୍ଡ ସାହାଯ୍ୟରେ ଟଙ୍କା ଦେଇ ନିଜର ଆବଶ୍ୟକ ସାମଗ୍ରୀ କିଣିପାରିବେ। ଏହାଦ୍ୱାରା ଜେଲ ବ୍ୟବସ୍ଥାରେ ସ୍ବଚ୍ଛତା ଆସିବ ବୋଲି ଜେଲ ଡିଜି ସତ୍ୟଜିତ୍‌ ମହାନ୍ତି କହିଛନ୍ତି।
ଜେଲ୍‌ରେ ଥିବା କଏଦୀଙ୍କୁ ପରିବାର ଲୋକେ ଦେଖା କରିବାକୁ ଆସିଲେ ସାଧାରଣତଃ ସେମାନେ ଟଙ୍କା ଦେଇଥାନ୍ତି। କିନ୍ତୁ ଏହି ଟଙ୍କାକୁ କଏଦୀଙ୍କୁ ଦିଆଯାଏ ନାହିଁ। ଏହାର ମୂଲ୍ୟ ଅନୁଯାୟୀ କଏଦୀକୁ ଏକ ଟୋକନ ଦିଆଯାଇଥାଏ। କଏଦୀମାନେ ତାହାକୁ ଜେଲ କ୍ୟାଣ୍ଟିନରେ ଦେଖାଇ ବିଭିନ୍ନ ସାମଗ୍ରୀ କିଣିଥାନ୍ତି। ସେମାନଙ୍କ ଟଙ୍କା ଜେଲ କର୍ମଚାରୀଙ୍କ ପାଖରେ ରହୁଥିବାରୁ ବାଟମାରଣା ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ନୂଆ ବ୍ୟବସ୍ଥା କରାଯାଉଥିବା ଜେଲ ଡିଜି ପ୍ରକାଶ କରିଛନ୍ତି। ତିହାର, ମାଡ୍ରାସ, ହାଇଦ୍ରାବାଦ ଭଳି ଅନେକ ବଡ ସହରରେ ଥିବା ଜେଲରେ ଏହି ବ୍ୟବସ୍ଥା କରାଯାଇଛି। ଓଡ଼ିଶାରେ ପ୍ରଥମ ଥର ଚୌଦ୍ୱାର ଏବଂ ଝାରପଡ଼ା ଜେଲ୍‌ରେ ଏଭଳି ବ୍ୟବସ୍ଥା କରାଯିବ। ଏହା ସଫଳ ହେଲେ ଅନ୍ୟ ଜିଲାରେ ଥିବା ଜେଲରେ ଲାଗୁ କରାଯିବ। ଏହି ସ୍ମାର୍ଟ କାର୍ଡ ବ୍ୟବସ୍ଥା ଲାଗୁ ହେଲେ କଏଦୀଙ୍କ ସମ୍ପର୍କୀୟମାନେ ଆଉ ଜେଲ ବିଭାଗର ଅଫିସରଙ୍କୁ ଟଙ୍କା ଦେବେ ନାହିଁ। କଏଦୀଙ୍କ ସ୍ମାର୍ଟକାର୍ଡ ଆକାଉଣ୍ଟରେ ଟଙ୍କା ଜମା କରିପାରିବେ। ଏହି କାର୍ଡ ଦ୍ୱାରା କଏଦୀମାନେ ଜେଲ ଭିତରେ ବିଭିନ୍ନ ସାମଗ୍ରୀ ସୁବିଧାରେ କିଣିପାରିବେ। ଏଥିପାଇଁ କ୍ୟାଣ୍ଟିନ ସହ ଜେଲ ପରିସରରେ ସ୍ବାଇପ୍‌ ମେଶିନ୍‌ ରଖାଯିବ। ଏ ନେଇ ଏକ ବ୍ୟାଙ୍କକୁ ପ୍ରସ୍ତାବ ଦିଆଯାଇଛି। ସେହିପରି କଏଦୀଙ୍କ ପାଇଁ ହେଡ୍‌ଫୋନ୍‌ ଓ ମାଇକ୍ରୋ ଫୋନ୍‌ର ବ୍ୟବସ୍ଥା କରାଯିବ। ବିଶେଷକରି କଏଦୀଙ୍କୁ ପରିବାର ଲୋକେ ଭେଟିବାକୁ ଆସିଲେ ସେମାନେ ଏକ ଝରକା ଭଳି ଗେଟ୍‌ରେ କଥା ହୋଇଥାନ୍ତି। ଏକାଧିକ କଏଦୀ ଏକସମୟରେ ପରିବାର ଲୋକଙ୍କୁ ଦେଖା କରୁଥିବାରୁ ହୋହଲ୍ଲା ସୃଷ୍ଟି ହୋଇଥାଏ। କେହି କାହା କଥା ଭଲ ଭାବେ ଶୁଣି ପାରି ନ ଥାନ୍ତି। ତେଣୁ ପରିଜନଙ୍କ ସହ କଥା ହେବା ସମୟରେ ସେମାନଙ୍କୁ ହେଡଫୋନ ଏବଂ ମାଇକ୍ରୋ ଫୋନ୍‌ ଦିଆଯିବ। ଏହି ସମୟରେ କଏଦୀଙ୍କ କଥା ରେକର୍ଡିଂ ହେବା ସହ ସିସିଟିଭିରେ ସେମାନଙ୍କ ଗତିବିଧି ଉପରେ ନଜର ରଖାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri