ଓଡ଼ିଶାରେ ନିବେଶ ପାଇଁ ଆଇଟି କମ୍ପାନୀଙ୍କୁ ଆମନ୍ତ୍ରଣ

ଭୁବନେଶ୍ୱର,୧୯।୧୨(ବ୍ୟୁରୋ):ଓଡ଼ିଶାକୁ ସୂଚନା ପ୍ରଯୁକ୍ତି ବିଦ୍ୟା(ଆଇଟି) ହବ୍‌ରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି। ବିଭିନ୍ନ ଦେଶୀ ଏବଂ ବିଦେଶୀ କମ୍ପାନୀଗୁଡ଼ିକୁ ଓଡ଼ିଶାରେ ନିବେଶ ପାଇଁ ଆମନ୍ତ୍ରଣ ଓ ଉତ୍ସାହିତ କରାଯାଉଛି। ଏହି କ୍ରମରେ ରାଜ୍ୟ ଇଲେକ୍‌ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ହାଇଦ୍ରାବାଦ ଗସ୍ତରେ ଯାଇଛନ୍ତି। ଗସ୍ତ ଅବସରରେ ସେ ବିଭିନ୍ନ ଆଇଟି କମ୍ପାନୀର ପଦାଧିକାରୀଙ୍କୁ ସାକ୍ଷାତ କରିବା ସହ ଓଡ଼ିଶାରେ ନିବେଶ ପାଇଁ ଆମନ୍ତ୍ରଣ କରିଛନ୍ତି। ଏଥି ସହ ବିଭିନ୍ନ ଅଗ୍ରଣୀ ଆଇଟି କମ୍ପାନୀଗୁଡ଼ିକର କାର୍ଯ୍ୟାଳୟକୁ ପରିଦର୍ଶନରେ ଯାଇଛନ୍ତି। ବିଶେଷକରି ବହୁ ରାଷ୍ଟ୍ରୀୟ କମ୍ପାନୀଗୁଡ଼ିକୁ ଫୋକସ୍‌ କରାଯାଇଛି। ନିକଟରେ ମୁମ୍ବାଇ ଏବଂ ବେଙ୍ଗାଲୁରୁ ଗସ୍ତରେ ମନ୍ତ୍ରୀ ଯାଇଥିଲେ। ଏବେ ହାଇଦ୍ରାବାଦ ଗସ୍ତରେ ଥିବା ଯୋଗୁ ରାଜ୍ୟରେ ଆଇଟି କ୍ଷେତ୍ରକୁ ଯଥେଷ୍ଟ ଆଗକୁ ନେବାରେ ସହାୟକ ହେବ ବୋଲି ଆଶା କରାଯାଉଛି।
ଆଇଟି କ୍ଷେତ୍ରରେ ରାଜ୍ୟରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ସହ ଷ୍ଟାର୍ଟଅପ୍‌ ଓଡ଼ିଶା କାର୍ଯ୍ୟକ୍ରମକୁ ଅଧିକ ସକ୍ରିୟ କରିବା ଏବଂ ଓଡ଼ିଶାକୁ ଏକ ସର୍ବବୃହତ୍‌ ଆଇଟି ହବ୍‌ରେ ପରିଣତ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଗସ୍ତର ପ୍ରଥମ ଦିନ ଅର୍ଥାତ୍‌ ସୋମବାର ମନ୍ତ୍ରୀ ବେହେରା ହାଇଟେକ୍‌ ସିଟି ଗସ୍ତ କରିଥିଲେ। ଏଥି ସହ ମାଇକ୍ରୋସଫ୍ଟ, ସିବିଆର୍‌ଇ ଏବଂ ବ୍ଲାକ୍‌ ନାଇଟ୍‌ ଆଦି ଆଇଟି କମ୍ପାନୀ ବୁଲି ଦେଖି ଥିଲେ। କମ୍ପାନୀଗୁଡ଼ିକର ବରିଷ୍ଠ ଅଧିକାରୀମାନଙ୍କୁ ସାକ୍ଷାତ କରିଥିଲେ। ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଉପଲବ୍ଧ ଭିତ୍ତିଭୂମି ଦେଖିବାକୁ ଏକ ସରକାରୀ ଆମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ। ପର୍ପଲ୍‌ ଟକ୍‌ କମ୍ପାନୀର ପ୍ରତିଷ୍ଠାତା ଶ୍ରୀଧର ମୁପ୍ପିଦିଙ୍କ ସହ ରାଜ୍ୟରେ ଆଇଟି କ୍ଷେତ୍ରର ବିକାଶ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବା ସମ୍ପର୍କରେ ଆଲୋଚନା କରିଥିଲେ। ଗସ୍ତ ଅବସରରେ ମନ୍ତ୍ରୀ ବେହେରା ତେଲଙ୍ଗାନାର ଶିଳ୍ପ ତଥା ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି। ଏତଦ୍‌ବ୍ୟତୀତ ଏସ୍‌ଟିପିଆଇ ଦ୍ୱାରା ଶିଳ୍ପ ଉଦ୍ୟୋଗୀମାନଙ୍କୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ବେହେରା ଯୋଗଦେବେ। ଏଥିରେ ସେ ଗୁଗୁଲ୍‌, ଡିକ୍ୟୁ ଏଣ୍ଟର୍‌ଟେନ୍‌ମେଣ୍ଟ, ଟି-ହବ୍‌ କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ସହ ରାଜ୍ୟରେ ଆଇଟିର ବିକାଶ, ଇକୋ-ସିଷ୍ଟମ୍‌ ଉନ୍ନତୀକରଣ ଏବଂ ପୁଞ୍ଜିନିବେଶ ବିଷୟରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ୨୦ତାରିଖରେ ଆମାଜନ୍‌ ଏବଂ ହାୟସି ଆଦି ଆଇଟି କମ୍ପାନୀ ଗସ୍ତ କରିବେ ମନ୍ତ୍ରୀ ବେହେରା। ମନ୍ତ୍ରୀଙ୍କ ଏହି ଗସ୍ତର ସକାରାମତ୍କ ପ୍ରଭାବ ପଡ଼ିବ ଏବଂ ବିଭିନ୍ନ ରାଜ୍ୟରେ ଆଇଟିର ବିକାଶ ପାଇଁ କ’ଣ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି ଓ ସେଗୁଡ଼ିକୁ ଓଡ଼ିଶାରେ କିଭଳି କାର୍ଯ୍ୟକାରୀ କରାଯାଇପାରିବ, ସେଦିଗରେ ମନ୍ତ୍ରୀଙ୍କ ଗସ୍ତ ଲାଭଦାୟକ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟରୁ ୯୭ କରୋନା ପଜିଟିଭ୍‌ ଚିହ୍ନଟ, ୩୩୫୪୬୬ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୫।୨(ବ୍ୟୁରୋ): ଶୁକ୍ରବାର ୧୦୦ ତଳେ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ଆଜି ୯୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌...

ପ୍ରସନ୍ନ ପ୍ରଧାନ ଭୁବନେଶ୍ୱର ବିମାନବନ୍ଦର ନୂଆ ନିର୍ଦ୍ଦେଶକ

ଭୁବନେଶ୍ୱର,୧।୭(ବ୍ୟୁରୋ):ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ନୂତନ ନିର୍ଦ୍ଦେଶକ ହେଲେ ପ୍ରସନ୍ନ ପ୍ରଧାନ। ସେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହାପୂର୍ବରୁ ସେ ଦିଲ୍ଲୀର କର୍ପୋରେଟ୍‌...

ନାଲ୍‌କୋର ୪୦ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର, ୯ା୧(ବ୍ୟୁରୋ): ନାଲ୍‌କୋର ୪୦ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱରସ୍ଥିତ ନାଲ୍‌କୋ ନଗରଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ନାଲ୍‌କୋ ଅଧ୍ୟକ୍ଷ ଶ୍ରୀଧର ପାତ୍ର ଉଦ୍‌ବୋଧନ ଦେଇ...

ପାହାଡଶ୍ରୀଗିଡ଼ାରେ ଚାଞ୍ଚଲ୍ୟ: ବାପାଙ୍କୁ କଚାଡ଼ି ହତ୍ୟା କଲା ସାନପୁଅ

ସରଣ୍ଡା,୧୪।୧୧(ଡି.ଏନ୍‌.ଏ.)- ବରଗଡ ଜିଲା ଅତାବିରା ଥାନା ଅନ୍ତର୍ଗତ ପାହାଡ଼ଶ୍ରୀଗୀଡା ଗ୍ରାମରେ ଶନିବାର ଏକ ହତ୍ୟାକାଣ୍ଡ ଘଟିଥିବା ନେଇ ଅଭିଯୋଗ ହୋଇଛି। ମୃତକ ହେଲେ ବରଗଡ଼ ଥାନା...

ବିପଦପୂର୍ଣ୍ଣ ସ୍ଥାନ ସମ୍ପର୍କରେ ଜଣାଇବେ କର୍ପୋରେଟର

ଭୁବନେଶ୍ୱର, ୧୮।୬ (ବ୍ୟୁରୋ): ଓଡ଼ିଶା ଛୁଇଁଛି ମୌସୁମୀ। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟରେ ବର୍ଷା ଆରମ୍ଭ ହୋଇଛି। ଆଗକୁ ପ୍ରବଳ ବର୍ଷିବ ବୋଲି ପାଣିପାଗ ବିଭାଗ...

ଚାକିରି ଦେବାକୁ କହି ଠକେଇ: ୫ ଗିରଫ

ଦାମନଯୋଡି,୪ା୪(ଡି.ଏନ.ଏ.): ନାଲକୋ ଠିକାଦାରଙ୍କ ଅଧୀନରେ ଚାକିରି ଦେବାକୁ କହି ଠକେଇ କରିବା ଅଭିଯୋଗରେ ୫ଜଣ ଗିରଫ ହୋଇଛନ୍ତି। ସେମାନେ ହେଲେ ଭୁବନେଶ୍ୱରର ଅରୋଶ୍ରୀ ସ୍କିଲ ଡେଭଲପମେଣ୍ଟ...

ମଦ ପିଇବାକୁ ଟଙ୍କା ନ ଦେବାରୁ ବୃଦ୍ଧଙ୍କୁ ହତ୍ୟା

ଜୁନାଗଡ଼,୮।୩: କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଧୀନ ମାଟିଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ମଦ ପିଇବାକୁ ଟଙ୍କା ନ ଦେବାରୁ ଉତ୍ତ୍ୟକ୍ତ ହୋଇ ଜଣେ...

ଓଡ଼ିଶାର ୧.୨୩ କୋଟି ଶ୍ରମିକ କେନ୍ଦ୍ର ଯୋଜନାର ଲାଭ ଉଠାଇଛନ୍ତି

ଭୁବନେଶ୍ୱର, ୮।୨(ବ୍ୟୁରୋ): ଓଡ଼ିଶାର ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୧ କୋଟି ୨୩ ଲକ୍ଷ ଶ୍ରମିକ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ...

Advertisement
Archives

Model This Week