ଓଟିଇଟି ଆନ୍‌ସର-କି ରେ ତ୍ରୁଟି ଅଭିଯୋଗ ପ୍ରସଙ୍ଗ : ଚ୍ୟାଲେଞ୍ଜ ଅବଧି ୧୩କୁ ବୃଦ୍ଧି

ଭୁୁବନେଶ୍ୱର,୧୧।୧୦(ବ୍ୟୁରୋ) : ରାଜ୍ୟର ଶିକ୍ଷା ବ୍ୟବସ୍ଥା ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ଗୋଟିଏ ପରେ ଗୋଟିଏ ସାଂଘାତିକ ତ୍ରୁଟି ଦୃଷ୍ଟିଗୋଚର ହେଉଛି। ଯାହାକୁ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ। ବର୍ଷ ଆରମ୍ଭରୁ ଓଡ଼ିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ(ଓଟିଇଟି)କୁ ନେଇ ଲାଗି ରହିଛି ବିବାଦ। ପ୍ରଥମେ ଅଫ୍‌ଲାଇନ୍‌ ପ୍ରଶ୍ନପତ୍ର ଲିକ୍‌କୁ ନେଇ ବିକ୍ଷୋଭ ସାଙ୍ଗକୁ କ୍ରାଇମ୍‌ବ୍ରାଞ୍ଚର ହସ୍ତକ୍ଷେପ, ପରେ ଅନ୍‌ଲାଇନ୍‌ ପରୀକ୍ଷାର ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏବେ ପୁଣି ଆନ୍‌ସର-କି ରେ ବ୍ୟାପକ ତ୍ରୁଟି ଥିବା ଅଭିଯୋଗ ବିବାଦର ରୂପ ନେଲାଣି।
ନିକଟରେ ସୋସିଆଲ ମିଡିଆରେ ଓଟିଇଟିକୁ ନେଇ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଥିଲା। ଓଟିଇଟି ଅନ୍‌ଲାଇନ୍‌ ଆନ୍‌ସର-କି ରେ ବ୍ୟାପକ ତ୍ରୁଟି ସାଙ୍ଗକୁ ଖାମ୍‌ଖିଆଲ ଭାବେ ମାର୍କିଂ କରାଯାଇଥିବା ଅଭିଯୋଗ ଆଣିଛନ୍ତି ଓଟିଇଟି ଛାତ୍ର ସଂଘର ଆବାହକ ଦୀନବନ୍ଧୁ ପତି। ଅଭିଯୋଗ ଅନୁସାରେ, ଗତ ଅଗଷ୍ଟ ୫ରୁ ୧୮ ଯାଏ ୪୫ଟି ସିଫ୍ଟରେ ଓଟିଇଟି ଅନ୍‌ଲାଇନ୍‌ ପରୀକ୍ଷା ଅନୁଷ୍ଠିତ ହୋଇଥିଲା, ଯାହାର ଆନ୍‌ସର-କି ଗତ ୫ ତାରିଖରେ ପ୍ରକାଶ ପାଇଛି। ପ୍ରତି ସିଫ୍ଟରେ ୧୦ରୁ ଅଧିକ ଉତ୍ତର ଭୁଲ୍‌ ଥିବା ସାମ୍ନାକୁ ଆସିଛି। ଉଦାହରଣ ସ୍ବରୂପ, ୨୬୫ ନମ୍ବର ପ୍ରଶ୍ନ ଥିଲା- ଓଡ଼ିଶାର ୨୬ତମ ରାଜ୍ୟପାଳ କିଏ? ଯେଉଁଥିରେ ୪ଟି ଅପ୍‌ଶନ ରହିଥିଲା, ଯଥା- ପ୍ରଫେସର ଗଣେଶୀ ଲାଲ୍‌, ସତ୍ୟପାଲ ମଲ୍ଲିକ, ନବୀନ ପଟ୍ଟନାୟକ ଓ ରାମ ନାଏକ। ତେବେ ଓଟିଇଟି ପକ୍ଷରୁ ଜାରି କରାଯାଇଥିବା ଉତ୍ତରରେ ଥିଲା ଓଡ଼ିଶାର ୨୬ତମ ରାଜ୍ୟପାଳ ହେଉଛନ୍ତି ନବୀନ ପଟ୍ଟନାୟକ। ତେବେ ସଠିକ୍‌ ଉତ୍ତର ହେଉଛି ପ୍ରଫେସର ଗଣେଶୀ ଲାଲ୍‌। ସେହିପରି ଆଉ ଏକ ପ୍ରଶ୍ନ ଥିଲା ଓଡ଼ିଶାର ଚାନ୍ଦିପୁର କେଉଁଠାରେ ଅବସ୍ଥିତ? ଏହାର ଉତ୍ତର ମଧ୍ୟ ଭଦ୍ରକ ବୋଲି ଓଟିଇଟି ଦର୍ଶାଇଥିଲା, ଯାହାର ଠିକ୍‌ ଉତ୍ତର ହେଉଛି ବାଲେଶ୍ୱର। ତେବେ ଏଭଳି ଅନେକ ଭୁଲ୍‌ ଉତ୍ତର ଆଧାରରେ ଖାମଖିଆଲ ମାର୍କିଂ କରାଯାଇଥିବା ଅଭିଯୋଗ ଆଣିଛି ଓଟିଇଟି ଛାତ୍ର ସଂଘ। ସଂଘ ପକ୍ଷରୁ ପରୀକ୍ଷାର୍ଥୀଙ୍କୁ ୧୦ରୁ ୧୫ ମାର୍କ ଗ୍ରେସ୍‌ ଦିଆଯିବା ଦାବି ଉଠିବା ପରେ ଏବେ ବିଭାଗ ପକ୍ଷରୁ ଉତ୍ତର ଚ୍ୟାଲେଞ୍ଜ ଅବଧିକୁ ବଢ଼ାଇ ଦିଆଯାଇଛି। ତେବେ ଦାବି ପୂରଣ ନ ହେଲେ ସଂଘ ଆସନ୍ତା ୧୪ରେ ବିକ୍ଷୋଭ କରିବ ବୋଲି ଚେତାବନୀ ଦେଇଛି। ପୂର୍ବରୁ ପ୍ରତି ପ୍ରଶ୍ନ ପିଛା ୫୦୦ଟଙ୍କା ଫି ହିସାବରେ ଚ୍ୟାଲେଞ୍ଜ କରିବାର ଅବଧି ଅକ୍ଟୋବର ୧୦ ଥିବାବେଳେ ଏବେ ଏହାକୁ ୧୩ତାରିଖ ମଧ୍ୟରାତ୍ର ଯାଏ ଘୁଞ୍ଚାଇ ଦିଆଯାଇଛି। ଅନ୍ୟପକ୍ଷରେ ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି, ଏଭଳି ବିଭ୍ରାଟ ସାମ୍ନାକୁ ଆସିବା ପରେ ମାଧ୍ୟମିକ ଶିକ୍ଷା ପରିଷଦକୁ ତର୍ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବୋର୍ଡ ପକ୍ଷରୁ ମତ ଆସିବା ପରେ ଅନୁଧ୍ୟାନ କରାଯିବ।
ପ୍ରକାଶଥାଉ କି, ଗତ ଜାନୁୟାରୀ ୧୬ରେ ଓଟିଇଟି ଅଫ୍‌ଲାଇନ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଯୋଗୁ ବାତିଲ୍‌ ହୋଇଥିଲା। ପରେ ଅଗଷ୍ଟରେ ଅନ୍‌ଲାଇନ୍‌ ପରୀକ୍ଷା ଅନୁଷ୍ଠିତ ହେଲା। ସେତେବେଳେ ମଧ୍ୟ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା, କିନ୍ତୁ ବୋର୍ଡ ଏହାକୁ ସ୍ବୀକାର କରି ନ ଥିଲା। ଆଉ ଏବେ ଆନ୍‌ସର କି ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ଦର୍ଶାଇ ମାର୍କିଂ କରିବା ବିଭାଗର ପରୀକ୍ଷା ନୀତିକୁ ପଦାରେ ପକାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୋହୂ ଋଣ ପାଇଁ ଶାଶୁଙ୍କୁ ତାଲା

ରାଜକନିକା,୨୭ା୫ (ଡି.ଏନ୍‌.ଏ.): ରାଜ୍ୟ ସରକାର ମିଶନ ଶକ୍ତି ଯୋଜନାରେ ମହିଳାଙ୍କୁ ସ୍ବାବଲମ୍ବୀ କରିବା ଲାଗି ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଜରିଆରେ କମ୍‌ ସୁଧ ହାରରେ...

ଅଣ୍ଟା ସଳଖୁଛି ହୋଟେଲ ଶିଳ୍ପ

ପୁରୀ ଅଫିସ, ୧ା୬: ଫନୀ ମାଡ଼ରେ ଦୋହଲିଯାଇଛି ପୁରୀ ହୋଟେଲ ଶିଳ୍ପର ଭିତ୍ତିଭୂମି। ଅଳ୍ପବହୁତେ ପ୍ରାୟ ସବୁ ହୋଟେଲ କ୍ଷତିଗ୍ରସ୍ତ ହୋଇଛି। ଇତିମଧ୍ୟରେ ବାତ୍ୟାକୁ ୨୯...

ବିଧାୟକ ବିଷ୍ଣୁବ୍ରତ ରାଉତରାୟ କରୋନା ସଂକ୍ରମିତ

ବାସୁଦେବପୁର/ପଦ୍ମପୁର,୭।୫(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ତୃତୀୟ ଥର ପାଇଁ କରୋନା ସଂକ୍ରମିତ ହୋଇଛନ୍ତି। ବିଧାୟକଙ୍କ ସମେତ ତାଙ୍କ ପରିବାରର ସମସ୍ତ ସଦସ୍ୟ କରୋନା...

ନିର୍ବାଚନ ମଇଦାନରେ ଧର୍ମଶାଳା ବିଧାୟକଙ୍କ ଭାଇ

ଧର୍ମଶାଳା,୩ା୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବହୁ ନେତାଙ୍କ ସମ୍ପର୍କୀୟ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି। ଏହିକ୍ରମରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ସାନଭାଇ ପ୍ରଭାତ କୁମାର...

ଆଦିତ୍ୟ ମୃତ୍ୟୁ ମାମଲା: ଜିଆର୍‌ପି ହାତରେ ବଡ଼ ସୁରାକ

ଭୁବନେଶ୍ୱର,୧୪।୭(ବ୍ୟୁରୋ): ଲିଙ୍ଗରାଜ ଷ୍ଟେଶନ ନିକଟ ରେଳଲାଇନ୍‌ରୁ ସାମାଜିକ କର୍ମୀ ଆଦିତ୍ୟ ଦାଶଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ଏବେବି ରହସ୍ୟ ଲାଗି ରହିଛି। ଆତ୍ମହତ୍ୟା ନା...

ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗ: ବଲାଙ୍ଗୀର ଉପଜିଲାପାଳ ନିଲମ୍ବିତ

ବଲାଙ୍ଗୀର ଅଫିସ, ୪ା୯-ବଲାଙ୍ଗୀର ଉପଜିଲାପାଳ ସଞ୍ଜୟ କୁମାର ମିଶ୍ରଙ୍କ ବିରୋଧରେ ତାଙ୍କ ଅଫିସ୍‌ର ଜଣେ ମହିଳା କର୍ମଚାରୀ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ଉପଜିଲାପାଳ ମିଶ୍ର ନିଜ...

ବଦନାମକୁ ଭୟ ନ କରି ସିଏଏ କରାଯାଇଛି, ଏହାଦ୍ୱାରା ସଂଖ୍ୟାଲଘୁଙ୍କ ନାଗରିକତା ଯିବନାହିଁ: ଶାହା

ଭୁବନେଶ୍ୱର,୨୮।୨(ବ୍ୟୁରୋ): ସ୍ଥାନୀୟ ଜନତା ମଇଦାନରେ ଆୟୋଜିତ ସାଧାରଣ ସଭାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଉଦ୍‌ବୋଧନ ଦେଇଛନ୍ତି। ଜଗନ୍ନାଥଙ୍କୁ ସ୍ମରଣ କରି ଶାହା ନିଜର ବକ୍ତବ୍ୟ...

ଶ୍ରୀମନ୍ଦିରରେ ସଅଳ ନୀତିକାନ୍ତି, ଶୃଙ୍ଖଳିତ ଦର୍ଶନ

ପୁରୀ ଅଫିସ,୧୨ା୧୧: ଶ୍ରୀମନ୍ଦିରରେ ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମା ନୀତି ଅନୁଷ୍ଠିତ ହୋଇଯାଇଛି। ସଅଳ ନୀତିକାନ୍ତି ଯୋଗୁ ଦର୍ଶନ ଶୃଙ୍ଖଳିତ ହୋଇଛି। ପ୍ରବଳ ଗହଳି ସତ୍ତ୍ବେ ଶ୍ରଦ୍ଧାଳୁମାନେ...

Advertisement
Archives

Model This Week