ଓଏନ୍‌ଜିସି ସବୁଠୁ ଲାଭ ହାସଲକାରୀ ରାଷ୍ଟ୍ରାୟତ୍ତ କମ୍ପାନୀ

ନୂଆଦିଲ୍ଲୀ,୩-୬: ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ(ଆଇଓସିଏଲ୍‌)କୁ ପଛରେ ପକାଇ ଅଏଲ ଆଣ୍ଡ ନାଚୁରାଲ ଗ୍ୟାସ୍‌ କର୍ପୋରେଶନ(ଓଏନ୍‌ଜିସି) ଲାଭ ହାସଲ କରିବାରେ ସର୍ବବୃହତ ରାଷ୍ଟ୍ରାୟତ୍ତ କମ୍ପାନୀ ହୋଇଛି। ଷ୍ଟକ୍‌ ମାର୍କେଟରେ ତାଲିକାଭୁକ୍ତ କମ୍ପାନୀଙ୍କ ଫଳାଫଳ ଅନୁଯାୟୀ, ଆର୍ଥିକ ବର୍ଷ ୨୦୧୮-୧୯ରେ ଓଏନ୍‌ଜିସିର ନିଟ୍‌ ଲାଭ ୩୪% ବୃଦ୍ଧି ପାଇ ୨୬,୭୧୬ କୋଟି ଟଙ୍କାରେ ପହଞ୍ଚତ୍ଛି। ଏହି ଅବଧିରେ ଆଇଓସିଏଲ୍‌ର ନିଟ୍‌ ଲାଭ ୧୭,୨୭୪ କୋଟି ଟଙ୍କା ହୋଇଛି। ଏଥିପୂର୍ବରୁ କ୍ରମାଗତ ୨ ଆର୍ଥିକ ବର୍ଷରେ ଓଏନ୍‌ଜିସିଠାରୁ ଆଇଓସିଏଲ୍‌ ଅଧିକ ଲାଭ ହାସଲ କରୁଥିଲା। ତେଲ ଦର ହ୍ରାସ ପାଇବା କାରଣରୁ ଆଇଓସିଏଲ୍‌ର ଲାଭ ପରିମାଣ ହ୍ରାସ ପାଇଛି। ଏହି କାରଣରୁ ଏହା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ନିକଟରେ ସର୍ବବୃହତ କାରବାର କରୁଥିବା କମ୍ପାନୀ ମାନ୍ୟତା ହରାଇଛି। ଆର୍ଥିକ ବର୍ଷ ୨୦୧୭-୧୮ରେ ଇଣ୍ଡିଆନ ଅଏଲର ନିଟ୍‌ ଲାଭ ୨୧,୩୪୬ କୋଟି ଟଙ୍କା ଥିଲା। ଏହି ସମୟରେ ଓଏନ୍‌ଜିସିର ଲାଭ ୧୯,୯୪୫ କୋଟି ଟଙ୍କା ଥିଲା। ଅନ୍ୟପକ୍ଷରେ ଲାଭ ହାସଲ କରିବାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ କ୍ରମାଗତ ଚତୁର୍ଥ ବର୍ଷ ଶୀର୍ଷ କର୍ପୋରେଟ ହୋଇଛି। ୨୦୧୮-୧୯ ଆର୍ଥିକ ବର୍ଷରେ ଏହା ୩୯,୫୮୮ କୋଟି ଟଙ୍କାର ନିଟ୍‌ ଲାଭ ହାସଲ କରିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଫ୍‌ଡିଆଇ ଲାଗି ଉତ୍କୃଷ୍ଟ ସମୟ

ଓ୍ବାଶିଂଟନ,୨୪।୪: କୋଭିଡ୍‌-୧୯ ଲାଗି ବର୍ତ୍ତମାନ ଚ୍ୟାଲେଞ୍ଜିଂ ସ୍ଥିତି ସୃଷ୍ଟି ହୋଇଛି। ଭାରତ ସମେତ ସାରା ବିଶ୍ୱ ଏବେ ଲକ୍‌ଡାଉନ ଯୋଗୁ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି।...

ନିବେଶକଙ୍କ ୫୨ ଲକ୍ଷ କୋଟି କ୍ଷତି

ମୁମ୍ବାଇ,୨୫-୩: କରୋନା ଯୋଗୁ ଭାରତୀୟ ଅର୍ଥ ବ୍ୟବସ୍ଥାକୁ କେତେ ପରିମାଣର କ୍ଷତି ହୋଇଛି ତାହାର ସମ୍ପୂର୍ଣ୍ଣ ଆକଳନ କରିବା ବର୍ତ୍ତମାନ କଷ୍ଟକର ବ୍ୟାପାର। ମାତ୍ର ଭାରତୀୟ...

ଦିନକରେ ୧୭ ହଜାର ଏଲ୍‌ଆଇସି ପଲିସି ବିକ୍ରି ରେକର୍ଡ

ନୂଆଦିଲ୍ଲୀ,୧୫-୧: ବଲିଉଡର ପ୍ରତିଷ୍ଠିତ ଅଭିନେତା ରାଜ କପୁରଙ୍କ ଝିଅ ରିତୁ ନନ୍ଦାଙ୍କର ମଙ୍ଗଳବାର ପରଲୋକ ହୋଇଛି। ରିତୁ ଏକ ସମୟରେ ଏଲ୍‌ଆଇସିର ଜଣେ ଶୀର୍ଷ ଏଜେଣ୍ଟ...

ବକ୍ସ ଆକୃତିର ସାନିଟାଇଜ ଉପକରଣ ଆଣିଲା ଓରିଏଣ୍ଟ

ନୂଆଦିଲ୍ଲୀ,୧୭।୭: ସି.କେ. ବିର୍ଲା ଗ୍ରୁପ୍‌ର ଅଂଶ ବିଶେଷ ଓରିଏଣ୍ଟ ଇଲେକ୍‌ଟ୍ରିକ ଲିମିଟେଡ୍‌ ପକ୍ଷରୁ ୟୁଭି ସାନିଟେକ୍‌ର ବଜାର ପ୍ରବେଶ କରାଯାଇଛି। ଏହା ଏକ ବକ୍ସ ଆକୃତିର...

‘ପ୍ରତି ଜିଲାରେ ହେବ ଏମ୍‌ଏସ୍‌ଏମ୍‌ଇ ପାର୍କ’

ଭୁବନେଶ୍ୱର,୨୯।୮: ରାଜ୍ୟରେ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗୀ (ଏମ୍‌ଏସ୍‌ଏମ୍‌ଇ) ସ୍ଥାପନ ନିମନ୍ତେ ଥିବା ଭିତ୍ତିଭୂମିକୁ ଆଧାର କରି ଓଡ଼ିଶା ସରକାର ପ୍ରତି ଜିଲାରେ ଏମ୍‌ଏସ୍‌ଏମ୍‌ଇ...

ମାନ୍ଦାବସ୍ଥା ଦୂର ପାଇଁ ସୀତାରାମନ୍‌ଙ୍କ ଘୋଷଣା: ଋଣମେଳାରେ ସାମିଲ ହେବେ ଘରୋଇ ବ୍ୟାଙ୍କ

ନୂଆଦିଲ୍ଲୀ,୨୭।୯:ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଗୁରୁବାର ଘରୋଇ ବ୍ୟାଙ୍କ,ଏନ୍‌ବିଏଫ୍‌ସି ଓ ହାଉସିଂ ଫାଇନାନ୍ସ କମ୍ପାନୀ ମୁଖ୍ୟମାନଙ୍କ ସହ ବୈଠକରେ ବସି ଋଣ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି।...

ଉଦ୍ୟୋଗ ନୀତି ସରଳ ହେଉ

ମସଲା ଆମର ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଉପାଦାନ ପାଲଟିଛି। ପୂର୍ବରୁ ଗୃହିଣୀମାନେ ମସଲା ବାଟି ବ୍ୟଞ୍ଜନରେ ବ୍ୟବହାର କରୁଥିବାବେଳେ ଏବେ ସବୁଠି ପ୍ୟାକେଟ ସ୍ପାଇସ୍‌ର...

ବୈଷୟିକ ଶିକ୍ଷାରେ ପରିବର୍ତ୍ତନ ଲକ୍ଷ୍ୟ

ବୈଷୟିକ ଶିକ୍ଷା ରାଷ୍ଟ୍ର ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ରାଜ୍ୟର ବିକାଶ ଓ ଆର୍ଥିକ ଅଭିବୃଦ୍ଧି ପାଇଁ ବୈଷୟିକ ଜ୍ଞାନ ନିତାନ୍ତ ଆବଶ୍ୟକ। ଓଡ଼ିଶାରେ...

Advertisement
Archives

Model This Week