Posted inଭଦ୍ରକ

ଐତିହାସିକ ଗାନ୍ଧୀ କର୍ମମନ୍ଦିର ଶ୍ରୀହୀନ

ବନ୍ତ,୩୦।୧୨(ସ୍ବ.ପ୍ର.)- ଦେଶକୁ ସ୍ବାଧୀନ କରିବା ପାଇଁ ସେତେବେଳେ ବହୁ ସ୍ଥାନରେ ସଂଗ୍ରାମୀମାନେ ମେଳି ବାନ୍ଧି ବ୍ରିଟିଶ ଶାସନ ବିରୋଧରେ ରଣକୌଶଳ ପ୍ରସ୍ତୁତ କରୁଥିଲେ। ପରେ ସେହି ସ୍ଥାନଗୁଡ଼ିକ ସ୍ବାଧୀନତାର ମୂକ ସାକ୍ଷୀ ଭାବେ ପରିଚିତ। ସେଥିମଧ୍ୟରୁ ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡ଼ାସ୍ଥିତ ଐତିହାସିକ ଗାନ୍ଧୀ କର୍ମମନ୍ଦିର ଅନ୍ୟତମ। ଏକଦା ମହାତ୍ମା ଗାନ୍ଧୀ ଏଠାରେ ସ୍ବାଧୀନତା ସଂଗ୍ରାମୀମାନଙ୍କ ମେଳିରେ ଯୋଗଦେଇଥିବାରୁ ଏହି ସ୍ଥାନର ନାମ ଗାନ୍ଧୀ କର୍ମମନ୍ଦିର ରଖାଯାଇଥିବା କୁହାଯାଏ। ସ୍ବାଧୀନତା ସଂଗ୍ରାମର ଅନ୍ୟତମ ପେଣ୍ଠସ୍ଥଳୀ ଏହି କର୍ମମନ୍ଦିର ପ୍ରାଙ୍ଗଣରେ ଲୋକଙ୍କ ମଧ୍ୟରେ ଦେଶପ୍ରେମର ମନ୍ତ୍ର ଫୁଙ୍କୁଥିଲେ ଡ. ହରେକୃଷ୍ଣ ମହତାବ। ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ନେଇ କର୍ମଶାଳାମାନ ଆୟୋଜନ କରାଯାଉଥିଲା। ଏଥିରେ ଆକର୍ଷିତ ହୋଇ ମହତାବଙ୍କ ସାନଭାଇ ଗୋପୀନାଥ ଦାସ, ମୋହିନି ବିବି, ପ୍ରାଣବନ୍ଧୁ ପୁହାଣ, ଚନ୍ଦ୍ରମଣି ସାହୁ, ପଦ୍ମଚରଣ ଦାସ, ଅହଲ୍ୟା ଦେବୀ, ଦାମୋଦର କରଙ୍କ ସମେତ ବହୁ ଲୋକ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ। ଏବେ ଏହି ଐତିହାସିକ ସ୍ଥାନ ଶ୍ରୀହୀନ ହୋଇପଡ଼ିଥିବାବେଳେ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଛି।
ଉଲ୍ଲେଖନୀୟ ଯେ, ସ୍ବଦେଶୀ ଆନ୍ଦୋଳନ ପାଇଁ ଏହି କର୍ମମନ୍ଦିରଠାରେ ତାଲିମ ଦିଆଯାଉଥିଲା। ସେହିପରି ବିଦେଶୀ ବସ୍ତ୍ରକୁ ପରିତ୍ୟାଗ କରି ସ୍ବଦେଶୀ ବସ୍ତ୍ରକୁ ଗ୍ରହଣ କରିବାକୁ ଏଠାରେ ଲୋକଙ୍କୁ ସଚେତନ କରାଯାଉଥିଲା। ସତ୍ୟାଗ୍ରହ ଆନ୍ଦୋଳନ ସମୟରେ ମହତାବ ଅନୁପସ୍ଥିତ ରହୁଥିବାରୁ ତାଙ୍କ ଧର୍ମପତ୍ନୀ ମହିଳା ସ୍ବାଧୀନତା ସଂଗ୍ରାମୀ ରାଣୀ ସୁଭଦ୍ରା ମହତାବ କର୍ମମନ୍ଦିର ଦାୟିତ୍ୱ ନେଉଥିଲେ। ସେ ମହିଳାମାନଙ୍କୁ ଏକଜୁଟ କରି ଅରଟରେ ସ୍ବଦେଶୀ ବସ୍ତ୍ର ପ୍ରସ୍ତୁତ କରୁଥିଲେ। ସ୍ବାଧୀନତା ସଂଗ୍ରାମର ବହୁ ସ୍ବାକ୍ଷରତା ବହନ କରୁଥିବା ଏହି ଐତିହାସିକ ଗାନ୍ଧୀ କର୍ମମନ୍ଦିର ପରିସରରେ ପ୍ରତିଷ୍ଠାତା ଡ. ମହତାବ ଏବଂ ତାଙ୍କ ସହଧର୍ମିଣୀ ରାଣୀ ସୁଭଦ୍ରା ଦେବୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉଭୟଙ୍କ ସମାଧିପୀଠ ପ୍ରତିଷ୍ଠା କରାଯାଇଛି। ଆଗରପଡ଼ାକୁ ସ୍ବତନ୍ତ୍ର ପରିଚୟ ଦେଇଥିବା ଏହି କର୍ମମନ୍ଦିର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହୋଇପଡ଼ିଛି। ଏହାର ବିକାଶ ଦିଗରେ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ସ୍ଥାନୀୟ ଅଞ୍ଚଳରେ ବୁଦ୍ଧିଜୀବୀମାନଙ୍କ ପକ୍ଷରୁ ଅଭିଯୋଗ ହେଉଛି। କର୍ମମନ୍ଦିର ପରିସରର ପାରିପାର୍ଶ୍ୱିକ ଉନ୍ନତି ହୋଇପାରିଲେ ଏହା ମହତାବଙ୍କ ସ୍ମୃତିକୁ ଉଜ୍ଜୀବିତ କରିପାରନ୍ତା ବୋଲି ସେମାନେ ମତ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ୧୪ ନମ୍ବର ଜୋନ୍‌ ଜିଲାପରିଷଦ ସଭ୍ୟ ପ୍ରଶାନ୍ତ କୁମାର ଦାଶ ଉକ୍ତ ସ୍ଥାନ ବ୍ୟକ୍ତିଗତ ମାଲିକାନାରେ ଥିବାରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ଅନୁଦାନ ମିଳିପାରୁ ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାଧୀନତା ସଂଗ୍ରାମରେ ଭଦ୍ରକର ରହିଛି ଅତୁଳନୀୟ ଅବଦାନ: ଜିଲାପାଳ

ଭଦ୍ରକ ଅଫିସ,୨୬।୧: ଭଦ୍ରକଠାରେ ୭୧ ତମ ସାଧାରଣତନ୍ତ୍ର ଦିବସ ରବିବାର ପାଳନ କରାଯାଇଛି। ଭଦ୍ରକ ନେହେରୁ ଷ୍ଟାଡିୟମଠାରେ ଅନୁଷ୍ଠିତ ଏହି ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ମୁଖ୍ୟଅତିଥି...

ବେଆଇନ ବାଲି ଗାଡିକୁ ଅଟକାଇଲା ପୋଲିସ

ବନ୍ତ, ୨୧।୪(ଡି.ଏନ.ଏ.)-କରୋନା ଲକ୍‌ଡାଉନ୍‌ ସମୟରେ କେନ୍ଦୁଝର ଜିଲାରୁ ଭଦ୍ରକ ଅଭିମୁଖେ ଯାଉଥିବା ବେଆଇନ ବାଲି ଗାଡିକୁ ନନ୍ଦିପଦା ପୋଲିସ ଅଟକ ରଖିଛି। ମଙ୍ଗଳବାର ଭୋର ସମୟରେ...

ସରିଲା ରାଜ୍ୟସ୍ତରୀୟ ଯୁବ ମହୋତ୍ସବ

ଭଦ୍ରକ ଅଫିସ, ୨୨।୧୨- ଭଦ୍ରକ ନେହେରୁ ଷ୍ଟାଡିୟମରେ ଚାଲିଥିବା ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ଶନିବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସଭାରେ ୧୮ଟି ବିଭାଗରେ ୩ଟି ଲେଖାଏ...

ବର୍ଷା ପରେ ବଢ଼ିଲା ଦୁର୍ଦ୍ଦଶା

ବନ୍ତ,୭।୧(ସ୍ବ.ପ୍ର.)-ଚଳିତବର୍ଷ ପ୍ରଥମେ ଫନୀ, ପରେ ବୁଲବୁଲ ଆଉ ଏବେ ଦାଉ ସାଧିଲା ବର୍ଷା। ଗତ ନଭେମ୍ବରରେ ବୁଲବୁଲ୍‌ ବାତ୍ୟାରେ ଧାନ ଫସଲ ନଷ୍ଟ ହୋଇଥିଲା। ଏ...

ବ୍ୟବସାୟୀଙ୍କଠାରୁ ୪୫ ହଜାର ଲୁଟ୍‌

ତିହିଡ଼ି, ୨।୮ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ଫତେପୁର ପଞ୍ଚାୟତ ନିଶ୍ଚନ୍ତପୁର ଗ୍ରାମର ଭାଗ୍ୟଧର ନାୟକ ନାମକ ଜଣେ ବ୍ୟବସାୟୀଙ୍କଠାରୁ ଗୁରୁବାର...

୯୨ଗାଡିରୁ ୧.୨ ଲକ୍ଷ ଟଙ୍କା ଜରିମାନା ଆଦାୟ

ଭଦ୍ରକ ଅଫିସ,୧୮।୪: କରୋନା ମୁକାବିଲା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଥିସହ ଘରୁ ବାହାରିଲେ ମାସ୍କ ବ୍ୟବହାର କରିବା ପାଇଁ କଡ଼ା ନିର୍ଦ୍ଦେଶ...

‘ବୁଲ୍‌ବୁଲ୍‌’ ପ୍ରଭାବ: ଧାମରା ବନ୍ଦରରେ ଓଲଟିଲା ଡଙ୍ଗା, ଫସିଥିବା ୯ ଜଣଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ

ଚାନ୍ଦବାଲି,୯।୧୧(ଡି.ଏନ୍‌.ଏ.): ବାତ୍ୟା ‘ବୁଲ୍‌ବୁଲ୍‌’ର ଆଂଶିକ ପ୍ରଭାବ ପଡ଼ିବ ବୋଲି ପାଣିପାଗ ବିଭାଗ ଆକଳନ କରିଥିଲେ ସୁଦ୍ଧା ଭଦ୍ରକରେ ଏହାର ପ୍ରଭାବ ବାରି ହୋଇପଡ଼ୁଛି। ବର୍ଷା ସାଙ୍ଗକୁ...

ପ୍ରସ୍ତାବିତ କୋଭିଡ ହସ୍ପିଟାଲ ବୁଲି ଦେଖିଲେ ୫-ଟି ସଚିବ

ଭଦ୍ରକ ଅଫିସ, ୮ା୪: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକରେ କରୋନା ସନ୍ଦିଗ୍ଧ ଏବଂ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ସ୍ବତନ୍ତ୍ର ଭାବେ ମୋଟେଲ ଛକସ୍ଥିତ ସାଳନ୍ଦୀ...

Coronavirus Update

Archives

Model This Week

Why Dharitri