ଏୟାର ଇଣ୍ଡିଆ ଘରୋଇକରଣ ଲାଗି ସଜବାଜ

ନୂଆଦିଲ୍ଳୀ,୨୮-୧: ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଘରୋଇକରଣ ଲାଗି ସରକାର ପ୍ରଥମଥର ପ୍ରଚେଷ୍ଠାରେ ବିଫଳ ହେବା ପରେ ପୁଣି ଥରେ ଏନେଇ ମନ ବଳାଇଛନ୍ତି। ଏଥିଲାଗି ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ରହିଛି। ଦୁଇ ବର୍ଷ ମଧ୍ୟରେ ସରକାର ଦ୍ୱିତୀୟ ଥର ଏହି ବିମାନ କମ୍ପାନୀକୁ ଘରୋଇକରଣ କରିବା ଲାଗି ପ୍ରୟାସ କରିଛନ୍ତି। ଏୟାର ଇଣ୍ଡିଆ, ଏୟାର ଇଣ୍ଡିଆ ଏକ୍ସପ୍ରେସରେ ସରକାର ୧୦୦% ଅଂଶଧନ ବିକ୍ରି କରିବେ। ସେହିଭଳି ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ଯୁଗ୍ମ କମ୍ପାନୀ ଏଆଇ-ସ୍ୟାଟ୍‌ସରେ ଥିବା ସରକାରଙ୍କ ୫୦% ଅଂଶଧନ ବିକ୍ରି କରାଯିବ। ଏଥି ଲାଗି ବିଡିଂ ପ୍ରକ୍ରିୟାରେ ସାମିଲ ହେବାକୁ ଇଚ୍ଛୁକ ଥିବା ପକ୍ଷ ୨୦୨୦ ମାର୍ଚ୍ଚ ସୁଦ୍ଧା ଏକ୍ସପ୍ରେସନ ଅଫ୍‌ ଇଣ୍ଟରେଷ୍ଟ(ଇଓଆଇ) ଜାରି କରିବେ। କେଉଁ ବିଡରମାନେ ସଫଳ ହେଲେ ତାର ଏକ ତାଲିକା ମାର୍ଚ୍ଚ ୩୧ ସୁଦ୍ଧା ଜାରି କରାଯିବ। ଏହି ତାରିଖରେ ପରିବର୍ତ୍ତନ କରାଯାଇପାରେ ବୋଲି ପ୍ରାରମ୍ଭିକ ସୂଚନା ପତ୍ରରେ ଉଲ୍ଲେଖ ରହିଛି।
ପୂର୍ବଥର ଏୟାର ଇଣ୍ଡିଆର ୭୬% ଅଂଶଧନ ବିକ୍ରି କରିବାକୁ ସରକାର ପ୍ରୟାସ କରିଥିଲେ। ହେଲେ ଏଥିରେ ସରକାରଙ୍କୁ ସଫଳତା ମିଳି ନ ଥିଲା। ଏୟାର ଇଣ୍ଡିଆର ଏୟାର ଇଣ୍ଡିଆ ଇଞ୍ଜିନିୟରିଂ ସର୍ଭିସେସ, ଏୟାର ଇଣ୍ଡିଆ ଏୟାର ଟ୍ରାନ୍ସପୋର୍ଟ ସର୍ଭିସେସ, ଏୟାର ଲାଇନ ଏଲାଏଡ ସର୍ଭିସେସ ଏବଂ ଭାରତ ହୋଟେଲରେ ଅଂଶଧନ ରହିଛି। ଏହି ସବୁ କମ୍ପାନୀଗୁଡିକରେ ଥିବା ସରକାରଙ୍କ ଅଂଶଧନକୁ ଅନ୍ୟ ଏକ କମ୍ପାନୀ ଏୟାର ଇଣ୍ଡିଆ ଆସେଟ ହୋଲ୍ଡିଂ ଲିମିଟେଡକୁ ହସ୍ତାନ୍ତର କରି ଦିଆଯିବ। ଏହାକୁ ବିନିବେଶ ପ୍ରସ୍ତାବଠାରୁ ଅଲଗା ରଖାଯାଇଛି। ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ଉପରେ ବର୍ତ୍ତମାନ ପ୍ରାୟ ୬୦,୦୭୪ କୋଟି ଟଙ୍କାର ଋଣ ଭାର ରହିଛି। ଏହା ମଧ୍ୟରୁ ଆଗ୍ରହୀ ବିଡରଙ୍କ ଭାଗରେ ୨୩,୨୮୬ କୋଟି ଟଙ୍କା ପଡିବ।
ନରିମାନ ପଏଣ୍ଟରେ ରହିଥିବା ଏୟାର ଇଣ୍ଡିଆ ମୁଖ୍ୟାଳୟ ଏବଂ ଦିଲ୍ଲୀର କର୍ପୋରେଟ ମୁଖ୍ୟାଳୟ ଏହି ଟ୍ରାଞ୍ଜାକଶନର ପରିସରଭୁକ୍ତ ହୋଇନାହିଁ। ଏହା ସରକାରଙ୍କ ନିକଟରେ ରହିବ। ଆଗାମୀ କିଛି ବର୍ଷ ଲାଗି ସଫଳ ବିଡର ଏହାକୁ ବ୍ୟବହାର କରିପାରିବେ। କର୍ମଚାରୀ ଶେୟାର ବିକଳ୍ପ ଯୋଜନାରେ କର୍ମଚାରୀଙ୍କ ଶେୟାର ମିଳିପାରେ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି। କର୍ମଚାରୀଙ୍କୁ ପ୍ରାୟ ୩% ଶେୟାର ଦେବାକୁ ପ୍ରସ୍ତାବ ରଖାଯିବ। ଏଥି ଲାଗି ୯୮ କୋଟି ଶେୟାର ରଖାଯାଇଛି। ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସରେ ବର୍ତ୍ତମାନ ସୁଦ୍ଧା ୧୬,୦୭୭ ହଜାର କର୍ମଚାରୀ ଅଛନ୍ତି। ଏହା ମଧ୍ୟରେ ସ୍ଥାୟୀ କର୍ମଚାରୀମାନେ ମଧ୍ୟ ସାମିଲ ଅଛନ୍ତି। ବିମାନ କମ୍ପାନୀରେ ଆବଶ୍ୟକତା ମୁତାବକ କର୍ମଚାରୀ ରହିଥିବା ଅଧ୍ୟକ୍ଷ ଅଶ୍ୱିନୀ ଲୋହାନି କହିଛନ୍ତି। ଏକ ମଜବୁତ ସିଦ୍ଧାନ୍ତ ଆଧାରରେ ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଥିବା ନିବେଶ ଏବଂ ରାଷ୍ଟ୍ରାୟତ୍ତ ସମ୍ପତ୍ତି ପରିଚାଳନା ବିଭାଗ (ଦୀପମ) ସଚିବ ତୁହୀନ କାନ୍ତ ପାଣ୍ଡେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ନୋଟ୍‌ ସପକ୍ଷରେ ଆର୍‌ବିଆଇ

ଭୁବନେଶ୍ୱର,୧୪ା୩: ଦେଶରେ ବ୍ୟାଙ୍କ ଠକେଇ ବଢୁଥିବା ଯୋଗୁ ଭାରତ ସରକାର ନିଜର ଡିଜିଟାଲ କରେନ୍ସି ଆଣିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି। ରିଜର୍ଭ ବ୍ୟାଙ୍କ ଅ୍‌ଫ ଇଣ୍ଡିଆ...

ବିନା ଟଚ୍‌ରେ ଏଟିଏମ୍‌ରୁ ବାହାରିବ ଟଙ୍କା

ନୂଆଦିଲ୍ଲୀ,୬।୬: ବର୍ତ୍ତମାନ କରୋନା ମହାମାରୀ ବ୍ୟାପି ଚାଲିଛି। ଲୋକମାନେ ବର୍ତ୍ତମାନ ସାମାଜିକ ଦୂରତ୍ୱ ପାଳନ କରୁଥିବା ବେଳେ ସର୍ବସାଧାରଣ ସ୍ଥାନଗୁଡିକରେ ଥିବା କୌଣସି ଜିନିଷକୁ ଛୁଇଁବା...

ଷ୍ଟକ୍‌ ବଜାରରେ ଉତ୍ସାହ; ୭୦୦ ପଏଣ୍ଟ ବଢ଼ିଲା ସେନ୍‌ସେକ୍ସ

ମୁମ୍ବାଇ: ଲଗାତର ୪ ସେସନ ଧରି ଭାରତୀୟ ଶେୟାର ବଜାରରେ ଉତ୍ସାହ ପରିଲକ୍ଷିତ ହୋଇଛି। ଗୁରୁବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ ୭୦୦ରୁ ଊର୍ଦ୍ଧ୍ୱ ପଏଣ୍ଟ...

କ୍ଷୀର ଦର ୨ଟଙ୍କା ବଢ଼ାଇଲା ମଦର ଡେରୀ

ଭୁବନେଶ୍ୱର,୧୧।୭:  ଦେଶର ଅଗ୍ରଣୀ ଦୁଗ୍ଧ ଜାତୀୟ ସାମଗ୍ରୀ ବିକ୍ରେତା ମଦର ଡେରୀ ପକ୍ଷରୁ କ୍ଷୀର ଲିଟର ଦିଲ୍ଲୀ ସମେତ ଅନ୍ୟ ସହରରେ ପିଛା ୨ ଟଙ୍କା ବୃଦ୍ଧି...

ଇନ୍‌ଫୋସିସ ନେଟ୍‌ ଲାଭ ୧୭% ବଢ଼ିଲା

ନୂଆଦିଲ୍ଲୀ,୧୪।୧:ଦେଶର ଦ୍ୱିତୀୟ ବୃହତ୍‌ ଆଇଟି ସେବା ଯୋଗାଣକାରୀ କମ୍ପାନୀ ଇନ୍‌ଫୋସିସର ନେଟ୍‌ ଲାଭ ୧୭% ବଢିଛି। ଡିସେମ୍ବର ୩୧ ସୁଦ୍ଧା ଏହି କମ୍ପାନୀର ନେଟ୍‌ ଲାଭ...

କର୍ମଚାରୀ ଛଟେଇ ନେଇ ଆମାଜନ ଇଣ୍ଡିଆକୁ ନୋଟିସ ଜାରି କଲା ଶ୍ରମ ମନ୍ତ୍ରଣାଳୟ…

ନୂଆଦିଲ୍ଲୀ,୨୩।୧୧ : କର୍ମଚାରୀଙ୍କୁ ବାଧ୍ୟତାମୂଳକ ଛଟେଇ କରୁଥିବାରୁ କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଆମାଜନ ଇଣ୍ଡିଆକୁ ନୋଟିସ ଜାରି କରାଯାଇଛି। ବୁଧବାର ବେଙ୍ଗାଲୁରୁରେ ଡେପୁଟି ଲେବର...

୧ମ ତ୍ରୈମାସରେ ୧୩.୫% ହାରରେ ଜିଡିପି ବୃଦ୍ଧି

ନୂଆଦିଲ୍ଲୀ,୧।୯: ଚଳିତ ଆର୍ଥିକ ବର୍ଷ (୨୦୨୨-୨୩)ର ୧ମ ତ୍ରୈମାସର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ବିସ୍ତୃତ ସୂଚନା କେନ୍ଦ୍ର ସରକାର ବୁଧବାର ଜାରି କରିଛନ୍ତି। ଉକ୍ତ...

ବହୁସ୍ଥାନୀୟ ଦାବି ସମାଧାନ ସୁବିଧା ଦେଲା ଇପିଏଫ୍‌ଓ

ନୂଆଦିଲ୍ଲୀ,୧୫।୬: ଦେଶରେ ସେବା ପ୍ରଦାନର ଏକ ବ୍ୟବସ୍ଥିତ ମାନକ ସୁନିଶ୍ଚିତ କରିବା ତଥା କୋଭିଡ୍‌-୧୯ ମହାମାରୀ ସମୟରେ କର୍ମଚାରୀଙ୍କ ସଂଖ୍ୟାର ଠିକ୍‌ ଉପଯୋଗ ଲକ୍ଷ୍ୟରେ କର୍ମଚାରୀ...

Advertisement
Archives

Model This Week