Posted inଫୁରସତ

ଏହି ମହିଳାଙ୍କୁ ଅଜବ ରୋଗ, ଶୁଣିପାରନ୍ତିନି ପୁରୁଷଙ୍କ କଥା

ବେଜିଂ: ଈଶ୍ୱର ଶୁଣିବା ପାଇଁ ଦୁଇଟି କାନ ଦେଇଛନ୍ତି। ଏହାଦ୍ୱାରା ସମସ୍ତଙ୍କ କଥା ଶୁଣି ହେବ। ମାତ୍ର ଜଣେ ମହିଳାଙ୍କ କାନରେ ଏପରି ରୋଗ ହୋଇଛି ଯାହାଙ୍କୁ ପୁରୁଷଙ୍କ କଥା ଶୁଭେ ନାହିଁ। ବିଶ୍ୱାସ ହେଉ ନ ଥିଲେ ବି ସତ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଚାଇନାରେ। ଏଠାକାର ଜଣେ ମହିଳାଙ୍କୁ ଏହି ଅଜବ ରୋଗ ହୋଇଛି। ତାଙ୍କ କାନକୁ ପୁରୁଷଙ୍କ କଥା ଶୁଭୁନାହିଁ।
ଏକ ରିପୋର୍ଟ ଅନୁସାରେ, ଚାଇନାର ଚେନ୍‌ ନାମକ ଜଣେ ମହିଳାଙ୍କ କାନକୁ କେବଳ ମହିଳାଙ୍କ କଥା ଶୁଭୁଛି। ପୁରୁଷଙ୍କ କଥା ଆଦୌ ଶୁଭୁନାହିଁ। ଦିନେ ତାଙ୍କ ବୟଫ୍ରେଣ୍ଡ ତାଙ୍କୁ କିଛି କହୁଥିବା ବେଳେ ତାଙ୍କୁ କିଛି ଶୁଭି ନ ଥିଲା। ଡାକ୍ତରଖାନା ଯାଇ ଦେଖାଇବାରୁ ଏପରି ରୋଗର ଅଜବ ଲକ୍ଷଣ ସବୁ ଜଣାପଡ଼ିଥିଲା।

ଏହି ରୋଗର ନାମ ‘ରିଭର୍ସ ସ୍ଲୋପ୍‌ ହିୟରିଂ ଲସ୍‌’। ଏହାର ଲକ୍ଷଣ ହେଲା କେବଳ ଉଚ୍ଚ ସ୍ବରରେ କହୁଥିବା ଶବ୍ଦ ଶୁଭିବ। ଡାକ୍ତର କୁହନ୍ତି, ପୁରୁଷଙ୍କ ତୁଳନାରେ ମହିଳାଙ୍କ ସ୍ବର ଉଚ୍ଚ ହୋଇଥିବାରୁ ଚେନ୍‌ଙ୍କୁ କେବଳ ମହିଳାଙ୍କ ଶବ୍ଦ ଶୁଭେ। ଆଉ ଏକ କଥା ମଧ୍ୟ ଜଣାପଡ଼ିଥିଲା ତାଙ୍କୁ ଚିକିତ୍ସା କରୁଥିବା ପୁରୁଷ ଡାକ୍ତରଙ୍କ କଥା ତାଙ୍କୁ କିଛି ଶୁଭୁ ନ ଥିଲା। କେବଳ ମହିଳା ଡାକ୍ତରଙ୍କ କଥା ସେ ଶୁଣିପାରୁଥିଲେ। ସବୁ ମହିଳାଙ୍କର ଯେ ଉଚ୍ଚ ସ୍ବର ସେ କଥା ମଧ୍ୟ ନୁହେଁ। ଯେଉଁ ମହିଳାଙ୍କ ସ୍ବର କ୍ଷୀଣ ସେମାନଙ୍କ କଥାକୁ ମଧ୍ୟ ଏହି ରୋଗ ହେଲେ କେହି ଶୁଣିପାରିବେ ନାହିଁ। ଡାକ୍ତରଙ୍କ ମତରେ ଏହାର ଉପଚାର ହେଲା ଶ୍ରବଣ ଯନ୍ତ୍ର କାନରେ ଲଗାଇବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ବଞ୍ଜାରୀ ଘାଟିରେ ପୁଣି ଓଲଟିଲା ଏଲ୍‌ପିଜି ଗ୍ୟାସ୍‌ ଟ୍ୟାଙ୍କର

ଲାଞ୍ଜିଗଡ଼, ୨୮ା୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡାକୁ ସଂଯୋଗ କରୁଥିବା ନର୍ଲା ଥାନା ଅନ୍ତର୍ଗତ ୬ ନମ୍ବର ରାଜ୍ୟ ରାଜପଥର କିଡିଙ୍ଗ-ଛତିକୁଡ଼ା ରାସ୍ତାର ବଞ୍ଜାରୀ…

ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକ ନିଖୋଜ

କୋକସରା,୨୮ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ) କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତ ଭାଲିଆଯୋର ଗ୍ରାମର ଜୟସିଂ ଧଙ୍ଗଡାମାଝୀ (୪୫) ପେଟପାଟଣା ପାଇଁ…

PoKରେ ବଡ଼ ନାଟକ: ନିର୍ବାଚନ ହାରିଥିବା ନେତା ହେଲେ ନୂଆ PM! ନୱାଜଙ୍କ ଏକଚାଟିଆ ନିଷ୍ପତ୍ତିକୁ ନେଇ ହଙ୍ଗାମା

ଇସଲାମାବାଦ,୨୮।୮: ପାକିସ୍ତାନ ଅଧିକୃତ କାଶ୍ମୀର (PoK) ସାଧାରଣ ନିର୍ବାଚନ ପରେ ଏବେ ପ୍ରଧାନମନ୍ତ୍ରୀ ପଦକୁ ନେଇ ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ (PML-N) ଭିତରେ ଗୃହଯୁଦ୍ଧ ଓ ନାଟକୀୟ…

ଅଙ୍ଗନୱାଡ଼ି କର୍ମୀଙ୍କ ଅନଶନ ପ୍ରତ୍ୟାହୃତ

ଗୁଣପୁର, ୨୮/୮ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ୍‌ର ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିସ୍ ୱାର୍କର୍ସ ଆସୋସିଏଶନ୍ ପକ୍ଷରୁ ଦୀର୍ଘଦିନର ବିଭିନ୍ନ ଦାବି ନେଇ ପ୍ରଶାସନକୁ…

ଭାଜପା ମହିଳା ମୋର୍ଚ୍ଚାର ରକ୍ଷାବନ୍ଧନ

ହାଟଡିହୀ, ୨୮/୮ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ଅନ୍ତର୍ଗତ ହାଟଡିହୀ ଭାଜପା କାର୍ଯ୍ୟାଳୟ ପରିସରରେ ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି: ଅମିତ ଶାହାଙ୍କ ବଡ଼ ବୈଠକ

ଅହମଦାବାଦ,୨୮ା୮: ଭାରତରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି ଏବଂ ଦେଶର ୨୦୩୬ ଅଲିମ୍ପିକ ବିଡ୍‌ ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା…

ଅଷ୍ଟ୍ରେଲିଆରେ ଅନାୟା ବାଙ୍ଗରଙ୍କୁ ମହିଳା କ୍ରିକେଟ୍ ଖେଳିବାକୁ ଅନୁମତି: ଅସନ୍ତୋଷ ପ୍ରକାଶ କଲେ…

ନୂଆଦିଲ୍ଲୀ,୨୮।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଲରାଉଣ୍ଡର ଓ କୋଚ୍ ସଞ୍ଜୟ ବାଙ୍ଗରଙ୍କ ଟ୍ରାନ୍ସଜେଣ୍ଡର ଝିଅ ଅନାୟା ବାଙ୍ଗରଙ୍କୁ ନେଇ କ୍ରିକେଟ୍ ଜଗତରେ ଏକ ନୂଆ ବିବାଦ…

ଅନଲାଇନରେ ଠକେଇ ହେବାମାତ୍ରେ ଶୀଘ୍ର କରନ୍ତୁ ଏପରି: ପାଟପୁର ପୋଲିସ ପକ୍ଷରୁ…

ଦିଗପହଣ୍ଡି,୨୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପକ୍ଷରୁ ଶୁକ୍ରବାର ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ମାଧ୍ୟମିକ ବିଦ୍ୟାଳୟ ପରିସରରେ ସାଇବର କ୍ରାଇମ୍ ରୁ କିଭଳି ସୁରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri