Posted inଫୁରସତ

ଏହି କାରଣ ପାଇଁ ଶିଶୁ ବିଳମ୍ବରେ ହୁଅନ୍ତି କଥା…

କେତେକ ଶିଶୁ ବିଳମ୍ବରେ କଥା ହୋଇଥାନ୍ତି।  ଏହାର କାରଣ ନେଇ ଭିନ୍ନ ଭିନ୍ନ ମତପୋଷଣ କରାଯାଇଥାଏ। ତେବେ ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ ହୋଇଛି ଯେ, ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁ ବିଳମ୍ବରେ କଥା କୁହନ୍ତି। ମାତୃଗର୍ଭରେ ସେମାନଙ୍କର ଶରୀରର ବିକାଶ ଠିକ୍‌ ଭାବେ ହୋଇ ନ ଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଥାଏ। ଏନେଇ ଇଲୁନଏଜ୍‌ ବିଶ୍ୱବିଦ୍ୟାଳୟର ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଏଭଳି ଶିଶୁଙ୍କଠାରେ ଶୁଣିବା ଏବଂ ବୁଝିବା ଶକ୍ତି ପ୍ରାୟତଃ କମ୍‌ ରହିଥାଏ। ଶୁଣିବା ଏବଂ ବୁଝିବା ପ୍ରକିୟା ମସ୍ତିଷ୍କର ଅଡ଼ିଓଟାରୀ କୋଟେକ୍ସ୍‌ ମାଧ୍ୟମରେ ନିୟନ୍ତ୍ରିତ ହୋଇଥାଏ। ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁଙ୍କଠାରେ ଏହି କୋଟେକ୍ସ୍‌ ସମ୍ପୂର୍ଣ୍ଣ ଭାବେ ବିକଶିତ ହୋଇ ପାରି ନ ଥାଏ। ଜନ୍ମର ଶେଷ ୩ରୁ ୪ମାସ ମଧ୍ୟରେ ଏହାର ବିକାଶ ହୋଇଥାଏ। ତେଣୁ ୭,୮ କିମ୍ବା ୯ ମାସରେ ଜନ୍ମଗ୍ରହଣ କରିଥିବା ଶିଶୁଙ୍କଠାରେ ଅଧିକାଂଶକ୍ଷେତ୍ରରେ ଶୁଣିବା କ୍ଷମତା କମ୍‌ ରହିଥାଏ। ଶୁଣିବା କ୍ଷମତା କମ୍‌ ରହିଲେ ବୁଝିବା ଓ କଥା କହିବା ପ୍ରକ୍ରିୟା ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ। ମାତୃଗର୍ଭରେ ଅଧିକ ସମୟ ରହିଥିବା ଶିଶୁ ମାନସିକସ୍ତରରେ ସବଳ ରହିଥାନ୍ତି। ସେମାନେ ପ୍ରତିଟି କାର୍ଯ୍ୟକୁ ଧର୍ଯ୍ୟର ସହିତ ଅନୁଧ୍ୟାନ କରି ବୁଝି ବିଚାରି କାର୍ଯ୍ୟ କରିଥାନ୍ତି। ତେବେ ବିଳମ୍ବରେ କଥା ହେଉଥିବା ଶିଶୁଙ୍କ ସହିତ ମାତାପିତା ଅଧିକ ସମୟ ବିତାଇବା ଆବଶ୍ୟକ। ଏହାଦ୍ୱାରା ଶିଶୁ ଧୀରେଧୀରେ କଥା କହିବା ଆରମ୍ଭ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ନିଜକୁ ନିଜେ କ୍ଲୋନିଂ କରୁଥିବା ପ୍ରାଣୀ

ଏହି ଜଳଜ ପ୍ରାଣୀଟି ଦେଖିବାକୁ ଗୋଟିଏ ପ୍ରକାର ଚିଙ୍ଗୁଡ଼ି ଭଳି। ତେବେ ପ୍ରାଣୀବିଜ୍ଞାନୀମାନେ ଏହାକୁ ଠିକ୍‌ଭାବରେ ଚିଙ୍ଗୁଡ଼ି ବୋଲି ଗ୍ରହଣ କରନ୍ତି ନାହିଁ। ଏହାର ପ୍ରାଣୀ...

ପାଣି ଛୁଇଁଦେଲେ ପଥର

ଡୋଡୋମା: ପୃଥିବୀର ଆଶ୍ଚର୍ଯ୍ୟଜନକ ହ୍ରଦ ସୂଚୀରେ ସର୍ବାଗ୍ରେ ରହିଛି ତାଞ୍ଜାନିଆର ‘ନାଟ୍ରୋନ୍‌’। ଏହି ଜଳାଶୟର ପାଣିକୁ ଛୁଇଁଲେ ପଥର ହୋଇଯିବ ବୋଲି ବିଶ୍ୱାସ ରହିଛି। ପାରିପାର୍ଶ୍ୱିକ...

୧୯୯୫ କିଲୋ ଖେଚୁଡି ରାନ୍ଧିି ଗିନିଜ୍‌ ରେକର୍ଡ

ଶିମ୍‌ଲା: ହିମାଚଳ ପ୍ରଦେଶ ମଣ୍ଡି ଜିଲାର ତତ୍ତାପାଣିରେ ମକର ସଂକ୍ରାନ୍ତି ଉତ୍ସବ ବହୁ ଆଡମ୍ବରରେ ପାଳିତ ହୋଇଛି। ଏହି ଅବସରରେ ଏଠାରେ ଏକ ସମୟରେ ଗୋଟିଏ...

ଖାଦ୍ୟକୁ ନେଇ ୩ ହାତୀଙ୍କ ମଧ୍ୟରେ ଝଗଡା, ଏମିତି ହେଲା ସମାଧାନ

ସୋସିଆଲ ମିଡିଆରେ ଏକ ହାତୀ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ୩ଟି ହାତୀ ଖାଦ୍ୟ ପାଇଁ ଝଗଡା କରୁଛନ୍ତି ଶେଷରେ କାହାର ବିଜୟ ହେଉଛି ଜାଣିଲେ...

ଯେଉଁଠି ୨ଶହ ଟଙ୍କାରେ ନିଜ ସନ୍ତାନଙ୍କୁ ବିକ୍ରି କରି ଦିଅନ୍ତି ଅଭିଭାବକ

ବନଜୁଲ,୧୯।୧: ଆଫ୍ରିକାର ଗାମ୍ବିଆରେ ଦେଖିବାକୁ ମିଳିଛି ଏକ ଅଜବ ଦୃଶ୍ୟ। ଏଠାରେ ଅଭିଭାବକମାନେ ନିଜ ସନ୍ତାନଙ୍କୁ ମାତ୍ର ୨ଶହ ଟଙ୍କାରେ ବିକ୍ରି କରୁଥିବା କୁହାଯାଏ। ବ୍ରିଟିଶ...

କେଶହୀନ କନିଆ

ବିବାହ ବେଳେ କନିଆର ଶୃଙ୍ଗାର ସମସ୍ତଙ୍କୁ ଆକୃଷ୍ଟ କରେ। ଶୃଙ୍ଗାର ଭିତରେ କେଶ ବିନ୍ୟାସର ଥାଏ ବିଶେଷ ଗୁରୁତ୍ୱ। କନିଆର କେଶ ଯେତେ ସୁନ୍ଦର କେଶ...

ପ୍ରଜାପତି: କିଛି ଜାଣିବା କଥା

ପୃଥିବୀ ପୃଷ୍ଠରେ ପ୍ରାୟ ୨୮,୦୦୦ ପ୍ରକାରର ପ୍ରଜାପତି ଦେଖାଯାଇଥାନ୍ତି। ପ୍ରତି ପ୍ରଜାପତିଙ୍କର ଆକାର ଭିନ୍ନ ଭିନ୍ନ ହୋଇଥାଏ। ପୁରୁଷ ପ୍ରଜାପତିଙ୍କ ତୁଳନାରେ ସ୍ତ୍ରୀ ପ୍ରଜାପତିମାନେ ଦେଖିବାକୁ...

ଏକା ସମୟରେ ଦୁଇ ହାତରେ ଅଲଗା ଅଲଗା ଭାଷାରେ ଲେଖିପାରୁଛନ୍ତି ଏହି ଯୁବତୀ: ବିଶ୍ୱ ରେକର୍ଡ କରିବା ଲକ୍ଷ୍ୟ

ଏକା ସମୟରେ ନିଜର ଦୁଇ ହାତରେ ଅଲଗା ଅଲଗା ଲେଖିପାରୁଛନ୍ତି ଜଣେ ଯୁବତୀ। କର୍ନାଟକର ମାଙ୍ଗାଲୋରର ଜଣେ ୧୬ ବର୍ଷୀୟ ଯୁବତୀଙ୍କ ନିକଟରେ ଏଭଳି ପ୍ରତିଭା...

Advertisement
Archives

Model This Week