ଏସ୍‌ସିବି ମେଡିକାଲ ଆଉଟଡୋର କୋଠା ମରାମତି: ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି

କଟକ ଅଫିସ, ୨୬ା୧୨: ଏସ୍‌ସିବି ମେଡିକାଲରେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଥିବାବେଳେ ଏହାର ତଦନ୍ତ ଦାବିରେ ୧ହଜାର ଲୋକଙ୍କ ଦସ୍ତଖତ ସମ୍ବଳିତ ପତ୍ର ଭିଜିଲାନ୍ସ ବିଭାଗକୁ ଦିଆଯାଇଥିଲା। ଇତିମଧ୍ୟରେ ୩ବର୍ଷ ବିତିଗଲାଣି। ମାତ୍ର କାର୍ଯ୍ୟାନୁଷ୍ଠାନ ତ ଦୂରର କଥା, ଏପର୍ଯ୍ୟନ୍ତ ତଦନ୍ତ ବି ଆରମ୍ଭ ହୋଇନାହିଁ। ତେଣୁ ମୋ’ ସରକାର ଓ ୫-ଟିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାମାଜିକ କର୍ମୀ ଉମେଶ ବିଶ୍ୱାଳ, ଅଚ୍ୟୁତ ସାହୁ ଓ ଦୀପକ ଆଚାର୍ଯ୍ୟ। କେବଳ ସ୍ବଚ୍ଛ ଶାସନ ଓ ଉତ୍ତରଦାୟୀ ସରକାରର ମିଛ ପ୍ରଚାର ଉଦ୍ଦେଶ୍ୟରେ ସରକାର ଏଭଳି କାର୍ଯ୍ୟକ୍ରମ କରିଥିବା ଉପରୋକ୍ତ ସାମାଜିକ କର୍ମୀମାନେ ମତ ଦେଇଛନ୍ତି। ରାଜ୍ୟର ସର୍ବବୃହତ୍‌ ଚିକିତ୍ସାନୁଷ୍ଠାନ ଏସ୍‌ସିବି ମେଡିକାଲରେ ପୁରୁଣା କୋଠା ମରାମତି ନେଇ ହୋଇଥିବା ଏକ ଦୁର୍ନୀତି ପ୍ରସଙ୍ଗରେ ସେମାନେ ଏଭଳି ମତ ରଖିବା ସହ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିବେ ବୋଲି କହିଛନ୍ତି।
ସୂଚନା ଅନୁଯାୟୀ, ଏସ୍‌ସିବି ମେଡିକାଲର ଆଉଟଡୋର କୋଠା ମରାମତିକୁ ନେଇ ଏହି ଦୁର୍ନୀତି ହୋଇଥିଲା। ୨୦୧୬ ଆରମ୍ଭରୁ ମେଡିକାଲ ଆଉଟଡୋର କୋଠା ମରାମତି ଆବଶ୍ୟକ କରୁଥିବା ସଂକ୍ରାନ୍ତ ଏକ ପ୍ରସ୍ତାବ ପାରିତ ହୋଇଥିଲା। କୋଠା ମରାମତି ପାଇଁ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏହା ସତ୍ତ୍ୱେ ୨୦୧୬ ନଭେମ୍ବର ୮ରେ ଏହି କୋଠାକୁ ବିପଦସଙ୍କୁଳ ଘୋଷଣା କରାଯାଇଥିଲା। ଏପରି କି, ଉକ୍ତ କୋଠାରେ କୌଣସି କାର୍ଯ୍ୟ ନ କରିବା ପାଇଁ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଏହା ପରେ ମେଡିକାଲ ପ୍ରଶାସନ ତୁରନ୍ତ ଉକ୍ତ କୋଠାରୁ ଆଉଟଡୋରକୁ ସ୍ଥାନାନ୍ତର କରିଥିଲା। ମାତ୍ର ଜାନୁୟାରୀ ମାସରେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଇ ମରାମତି କରାଯିବା ସତ୍ତ୍ୱେ ନଭେମ୍ବର ମାସରେ କିପରି କୋଠା ବିପଦସଙ୍କୁଳ ହେଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଏହି କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଣି ଉପରୋକ୍ତ ସାମାଜିକ କର୍ମୀମାନେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ସାଧାରଣ ଲୋକ, ରୋଗୀ ଓ ରୋଗୀ ସମ୍ପର୍କୀୟଙ୍କଠାରୁ ୧ହଜାର ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର କଟକ ଭିଜିଲାନ୍ସ ଡିଭିଜନ ନିକଟରେ ଦାଖଲ କରିଥିଲେ। ଏହାପରେ ଏହି ଅଭିଯୋଗର ତଦନ୍ତ ଦାୟିତ୍ୱ ଭିଜିଲାନ୍ସର ଜଣେ ଇନ୍ସପେକ୍ଟରଙ୍କୁ ଦିଆଯାଇଥିଲା। ମାତ୍ର ସେ ତଦନ୍ତ ଆରମ୍ଭ କରିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ଅନ୍ୟ ଜଣେ ଇନ୍ସପେକ୍ଟରଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିଲା। ସେ ମଧ୍ୟ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇ ଅନ୍ୟତ୍ର ବଦଳି ହୋଇ ଯାଇଥିଲେ। ଫଳରେ ଏହି ଦୁର୍ନୀତିର ପେଡ଼ି ସେମିତି ଭିଜିଲାନ୍ସ ପାଖରେ ପଡ଼ିରହିଛି। ଏ ସମ୍ପର୍କରେ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଏମ୍‌.ଆର୍‌. ଖାନ୍‌ କହିଛନ୍ତି, ମୁଁ ଯୋଗଦେବା ପୂର୍ବରୁ ଉକ୍ତ କାର୍ଯ୍ୟ ହୋଇଥିଲା। ତେଣୁ ସେଥିରେ କ’ଣ ହୋଇଛି ନ ହୋଇଛି ତାହା ମୋ’ ପକ୍ଷେ କହିବା କଷ୍ଟକର। ତେବେ ଏସ୍‌ସିବି ମେଡିକାଲର ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା କହିଛନ୍ତି, ଯିଏ ଦୁର୍ନୀତି କରିଥିବ ସିଏ ଦଣ୍ଡ ପାଇବ। ସେହିପରି କଟକ ଭିଜିଲାନ୍ସ ଡିଭିଜନ ଏସ୍‌ପି ଶଶିଭୂଷଣ ମିଶ୍ର କହିଛନ୍ତି, ଏସ୍‌ସିବି ମେଡିକାଲର ଅନେକ ଅଭିଯୋଗ ଉପରେ ଭିଜିଲାନ୍ସ ତଦନ୍ତ କରୁଛି। ଏହି ଅଭିଯୋଗ ସମ୍ପର୍କରେ ସବିଶେଷ ଜାଣିବା ପରେ ମତାମତ ଦେବି।
ଅନ୍ୟପକ୍ଷରେ ଜନସାଧାରଣ ସ୍ବାସ୍ଥ୍ୟ ବିଭାଗର ଏଭଳି କାର୍ଯ୍ୟକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି। ଏସ୍‌ସିବି ପୁରୁଣା ଆଉଟଡୋର କହିଲେ ଏହି ବହୁ ପୁରାତନ କୋଠାକୁ ବୁଝାଏ। ଊନବିଂଶ ଶତାବ୍ଦୀରେ ଏସ୍‌ସିବି ଏକ ଫାଷ୍ଟଏଡ୍‌ ସେଣ୍ଟର ଭାବେ ପରିଚିତ ଥିଲା। ୧୮୭୫ରେ ଏହା ମେଡିକାଲ ସ୍କୁଲ ଏବଂ ୧୯୪୪ରେ ମେଡିକାଲ କଲେଜର ମାନ୍ୟତା ପାଇଥିଲା। ଏହାପରେ ଉକ୍ତ କୋଠା ନିର୍ମାଣ ହୋଇଥିବା ଏହାର କଡିବରଗା ଛାତକୁ ଦେଖି ପୂର୍ତ୍ତ ବିଭାଗ ଯନ୍ତ୍ରୀମାନେ ଅନୁମାନ କରୁଛନ୍ତି। ତେବେ ଏହି ପୁରାତନ କୋଠା ମରାମତି ନଁାରେ ହୋଇଥିବା ଦୁର୍ନୀତିର ପର୍ଦ୍ଦାଫାଶକୁ ଜନସାଧାରଣ ଅପେକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାରପିଟ୍ ସହିନପାରି ଘର ଛାଡ଼ିଥିଲେ ସ୍ତ୍ରୀ, ରାଗରେ ପେଟ୍ରୋଲ ଢାଳି ଶାଶୁ-ଶ୍ୱଶୁରଙ୍କୁ ଜାଳିଦେବାକୁ ଜ୍ୱାଇଁଙ୍କ ଉଦ୍ୟମ

ବାରିପଦା/ମୋରଡା,୧୦/୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଜ୍ୱାଇଁ ନିଜ ଶାଶୁ ଓ ଶ୍ୱଶୁରଙ୍କୁ…

ଜଙ୍ଗଲରେ ବଣଭୋଜି ବେଳେ କାଳବୈଶାଖୀର କୋପ: ଗଛ ଡାଳ ପଡ଼ି ଆଖି ବୁଜିଲେ ମହିଳା, ସ୍ତବ୍ଧ ପରିବାର

କୋରାପୁଟ,୧୦।୬ (ଅମିତାଭ ବେହେରା): କୋରାପୁଟରେ ବଣଭୋଜି ବେଳେ ଏକ ଦୁଃଖଦ ଅଘଟଣ ଘଟିଛି। କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ବହିବା ସମୟରେ ଗଛର ଏକ ବଡ଼ ଡାଳ…

ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା: ୩ ଘର ଭାଙ୍ଗିଲା, ୭ ସ୍ଥାନରେ ଗଛ ଉପୁଡ଼ି ଯାତାୟାତ ଠପ୍

ନନ୍ଦପୁର, ୧୦।୬(ତୁଷାର କାନ୍ତ ମହାନ୍ତି): ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ବୁଧବାର ଅପରାହ୍ନରେ ପ୍ରାୟ ଘଣ୍ଟାଏ ଧରି ଚାଲିଥିବା ପ୍ରବଳ ବର୍ଷା ଓ ପବନ ଯୋଗୁ…

ତଦନ୍ତ କମିଶନ ଫାଇଲ ଗାଏବ, କ୍ୟାପିଟାଲ ଥାନାରେ FIR ଦେଲେ…

ଭୁବନେଶ୍ବର,୧୦।୬:  ତଦନ୍ତ କମିଶନ ଫାଇଲ ଗାଏବକୁ ନେଇ ବର୍ତ୍ତମାନ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଏନେଇ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି । ଗୃହ ବିଭାଗ…

ଦିଗପହଣ୍ଡି ସହରର ବିକାଶ-ଡ୍ରେନେଜ୍‌ ବ୍ୟବସ୍ଥା: ୫୦ ବର୍ଷର ମାଷ୍ଟର ପ୍ଲାନ୍‌ ପାଇଁ ବ୍ରହ୍ମପୁର MPଙ୍କ ନିର୍ଦ୍ଦେଶ, ଗଠନ ହେଲା…

ଦିଗପହଣ୍ଡି, ୧୦।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଆଗାମୀ ୫୦ ବର୍ଷର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ସୁଚିନ୍ତିତ ମାଷ୍ଟର ପ୍ଲାନ୍ ଓ ସୁଦୃଢ଼…

ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର: ବଢ଼ିଲା ସ୍ନାତକ ନାମଲେଖା ଅବଧି, ୨୨ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା

ଭୁବନେଶ୍ବର,୧୦।୬: ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି ପାଇଛି । ଜୁନ୍‌ ୧୬ ତାରିଖ ଯାଏଁ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରୀଛାତ୍ର ।…

ଜୁନ୍ ୩୦ରୁ ବନ୍ଦ ହେବକି କାଗଜ ନୋଟ୍? ଆସିଲା କେନ୍ଦ୍ର ସରକାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୬: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ RBI ସମ୍ପର୍କରେ ବିଭିନ୍ନ ରିପୋର୍ଟ ଭାଇରାଲ ହେଉଛି । ଏପରି ଏକ ରିପୋର୍ଟରେ ଦାବି କରାଯାଇଛି ଯେ RBI…

ଦିଗପହଣ୍ଡିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ପ୍ରସ୍ତୁତି ବୈଠକ: ବାର୍ଷିକ ସମ୍ମିଳନୀ ପାଇଁ ଗଠନ ହେଲା ୧୫ ଜଣିଆ କମିଟି

ଦିଗପହଣ୍ଡି,୧୦।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ ପାଇଁ ପ୍ରସ୍ତୁତି ସଭା ବୁଧବାର ଅନୁଷ୍ଠିତ ହୋଇଥିଲା। ସଂଘର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri