ଏସ୍‌ସିବିରେ ରୋଗୀଙ୍କୁ ଦିଆଗଲାନି: ୪୨ ପ୍ରକାର ଔଷଧ ହେବ ଏକ୍ସପାଏରି

କଟକ ଅଫିସ, ୪ା୭: ଏସ୍‌ସିବି ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଏକ୍ସପାଏରି ଔଷଧ ଦିଆଯିବାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ଗତ ୩ ଦିନ ମଧ୍ୟରେ ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ୨ ଜଣ ରୋଗୀଙ୍କୁ ଏକ୍ସପାଏରି ମେଡିସିନ ଦିଆଯାଇଥିବା ଘଟଣା ନଜରକୁ ଆସିଥିଲା। ରାଜ୍ୟ ସ୍ବାସ୍ଥ୍ୟ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା ଘଟଣା ସମ୍ପର୍କରେ ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ନିର୍ଦ୍ଦେଶକଙ୍କଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି। ଭିଟାମିନ ଏ, ଡି ଓ ଭିଟାମିନ ବି କମ୍ପ୍ଲେକ୍ସ ସିରପ ଏବଂ ବଟିକାର ଅବଧି ଶେଷ ହୋଇଯାଇଥିବା ଯୋଗୁ ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଏଭଳି ପରିସ୍ଥିତି ଉପୁଜିଛି। ତେଣୁ ଏସ୍‌ସିବି ମେଡିକାଲରେ ଏହି ମେଡିସିନର ଷ୍ଟକ ସମ୍ପର୍କରେ ସ୍ବାସ୍ଥ୍ୟ ସଚିବ ଅଧୀକ୍ଷକଙ୍କଠାରୁ ସବିଶେଷ ତଥ୍ୟ ଲୋଡିଛନ୍ତି।
ଏସ୍‌ସିବି ମେଡିକାଲ ଅଧୀକ୍ଷକ ପ୍ରଫେସର ଡା. ସିବିକେ ମହାନ୍ତିଙ୍କ ସୂଚନା ଅନୁଯାୟୀ, ଏସ୍‌ସିବିରେ ମହଜୁଦ ଥିବା ଭିଟାମିନ ବି କମ୍ପ୍ଲେକ୍ସ ସିରପର ଅବଧି ଅଗଷ୍ଟ ମାସ ପର୍ଯ୍ୟନ୍ତ ରହିଛି। ତେଣୁ ଆହୁରି ହାତରେ ଗୋଟିଏ ମାସ ରହୁଥିବାରୁ ରୋଗୀଙ୍କୁ ଏହି ମେଡିସିନ ଦେବାରେ କୌଣସି ଅସୁବିଧା ନାହିଁ। ଅନ୍ୟପକ୍ଷରେ ଏକ୍ସପାଏରି ମେଡିସିନକୁ ନେଇ ଖୋଳତାଡ଼ ହେବା ପରେ ଆଉ ଏକ ବଡ଼ ଘଟଣା ନଜରକୁ ଆସିଛି। ଓଡ଼ିଶା ରାଜ୍ୟ ଔଷଧ ନିଗମ ଲିମିଟେଡ୍‌ ପକ୍ଷରୁ ଏସ୍‌ସିବି ମେଡିକାଲକୁ ଯୋଗାଇ ଦିଆଯାଇଥିବା ମେଡିସିନ ମଧ୍ୟରୁ ୪୨ ପ୍ରକାର ଔଷଧର ଅବଧି ଆସନ୍ତା ଫେବୃୟାରୀ ମଧ୍ୟରେ ଶେଷ ହେବାକୁ ଯାଉଛି। ସେଥିମଧ୍ୟରୁ କେତେକ ଔଷଧର ଅବଧି ଜୁଲାଇ ଓ ଅଗଷ୍ଟ ରହିଥିବା ଓ୍ବେର ହାଉସ ପକ୍ଷରୁ ବୁଧବାର ଏସ୍‌ସିବି ଅଧୀକ୍ଷକଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି। ଉଦାହରଣ ଭାବେ ପଲିପ୍ରୋପିଲେନ ମେଡିସିନର ଅବଧି ଜୁଲାଇ ୩୧ରେ ସରୁଥିବା ବେଳେ ୬୯୬ଟି ଏହି ଔଷଧ ମେଡିକାଲରେ ମହଜୁଦ ଥିବା ୱେର ହାଉସ ପକ୍ଷରୁ କୁହାଯାଇଛି। ସେହିପରି କୋଟ୍ରିମାଜୋଲ ମାଉଥ୍‌ ପେଣ୍ଟ, ବୁଡେ ସୋନାଇଡ ଇନହେଲର ଓ ଭିଟାମିନ-ଏ ୫୦ହଜାର କ୍ୟାପସୁଲ ଏସ୍‌ସିବି ମେଡିକାଲରେ କାର୍ଯ୍ୟରେ ନ ଲାଗିବାରୁ ତାହାକୁ ଗଞ୍ଜାମ ଜିଲାକୁ ପଠାଯାଇଥିବା ଓ୍ବେର ହାଉସ ଦାୟିତ୍ୱରେ ଥିବା ଜଣେ କର୍ମଚାରୀ କହିଛନ୍ତି। ଏହାବାଦ ଅବଧି ଶେଷ ହେବାକୁ ଯାଉଥିବା ମେଡିସିନଗୁଡ଼ିକ ଏସ୍‌ସିବି ମେଡିକାଲରେ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ଉଦାହରଣ ଭାବେ ସେପ୍ଟ୍ରିଆଜୋନ ଇଞ୍ଜେକ୍‌ଶନ ଆସନ୍ତା ସେପ୍ଟେମ୍ବରରେ ଏକ୍ସପାଏରି ହେବାକୁ ଥିବାବେଳେ ୪୧୬୦ଟି ଇଞ୍ଜେକ୍‌ଶନ ଓୟାର ହାଉସରେ ମହଜୁଦ ରହିଛି। ସେହିପରି ସେଫେପାଇମ ଇଞ୍ଜେକ୍‌ଶନର ଅବଧି ଆସନ୍ତା ନଭେମ୍ବରରେ ଶେଷହେବାକୁ ଥିବାବେଳେ ସେଥିରୁ ୩୧୮୦ଟି ମେଡିକାଲରେ ମହଜୁଦ ଅଛି। ଟେନୋଫୋବିର ଡିସୋପ୍ରୋକ୍ସିଲ ବଟିକାର ଅବଧି ନଭେମ୍ବରରେ ପୂରିବାକୁ ଥିବାବେଳେ ଏଥିରୁ ୩୬,୪୮୦ଟି ଓ୍ବେର ହାଉସରେ ମହଜୁଦ ଥିବା ସୂଚନା ମିଳିଛି। ମୁଖ୍ୟତଃ ଏହି ମେଡିସିନଗୁଡ଼ିକର ଚିଠା ଡାକ୍ତରଙ୍କ ପାଖରୁ ଆସୁନାହିଁ। ଫଳରେ ଏଗୁଡ଼ିକ ନିରାମୟ କେନ୍ଦ୍ରକୁ ନ ଯାଇ ଓ୍ବେର ହାଉସରେ ପଡ଼ି ରହୁଥିବା ଓ୍ବେର ହାଉସର ଜଣେ କର୍ମଚାରୀ ପରିଚୟ ଗୋପନ ରଖି କହିଛନ୍ତି। ତେବେ ଏହି ମେଡିସିନଗୁଡ଼ିକ ରୋଗୀଙ୍କୁ ନ ଦିଆଯାଇ ଏତେ ସଂଖ୍ୟକ ଗଦା ହୋଇ ରହିବା କାରଣ ସମ୍ପର୍କରେ ଅଧୀକ୍ଷକ ପ୍ରଫେସର ମହାନ୍ତି କୁହନ୍ତି, ରୋଗ ଅନୁଯାୟୀ ଔଷଧ ଦିଆଯିବ। ତେଣୁ ଯେଉଁ ଔଷଧଗୁଡ଼ିକର ଆବଶ୍ୟକତା ପଡୁନାହିଁ ସେଗୁଡ଼ିକ ଅନ୍ୟ ଜିଲାକୁ ସ୍ଥାନାନ୍ତର କରାଯାଉଛି। କିନ୍ତୁ ଏ କ୍ଷେତ୍ରରେ ସାମାଜିକ କର୍ମୀମାନଙ୍କ ମତ ଭିନ୍ନ ରହିଛି। ସାମାଜିକ କର୍ମୀ ମଳୟ ରଞ୍ଜନ ଷଡଙ୍ଗୀ କୁହନ୍ତି, ଡାକ୍ତରମାନେ ଘରୋଇ ମେଡିସିନ ଦୋକାନୀଙ୍କୁ ଲାଭ ପହଞ୍ଚାଇବା ପାଇଁ ଚିଠା ଲେଖୁଛନ୍ତି। ତେଣୁ ସରକାର ଯେଉଁ ଔଷଧ ସବୁ ମାଗଣାରେ ଯୋଗାଇଛନ୍ତି, ସେଗୁଡ଼ିକ ରୋଗୀଙ୍କ କ୍ଷେତ୍ରରେ ନ ଲାଗି ଏହିଭଳି ଭାବେ ଏକ୍ସପାଏରି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ରାଣୀ ପଣ୍ଡାଙ୍କ ୫୦ ହଜାର ଟଙ୍କା ଦାନ

ଭୁବନେଶ୍ୱର,୨୬ା୩(ବ୍ୟୁରୋ): କରୋନା ଭୂତାଣୁ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି। ଓଡ଼ିଶାରେ ତୃତୀୟ ପଜିଟିଭ ରୋଗୀ ଚିହ୍ନଟ ପରେ ରାଜ୍ୟବାସୀ ଭୟଭୀତ ହୋଇପଡ଼ିଛନ୍ତି। ଏଭଳି...

ରାଜ୍ୟରେ ଆର୍ଥିକ ଭିତ୍ତିରେ ୧୦% ସଂରକ୍ଷଣ ଦାବିରେ ଧାରଣା

ଭୁବନେଶ୍ୱର,୨୦ା୨(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୧୯ ଫେବୃୟାରୀ ପହିଲାରୁ ଗରିବ ସାଧାରଣବର୍ଗ ପିଲାଙ୍କ ପାଇଁ ଆର୍ଥିକ ଭିତ୍ତିରେ ଲାଗୁ କରାଯାଇଥିବା ୧୦% ସଂରକ୍ଷଣ ଏ ପର୍ଯ୍ୟନ୍ତ...

ରାଜ୍ୟ ସଂଗ୍ରହାଳୟରେ ପ୍ରଦର୍ଶିତ ହେଲା କଳ୍ପନାଙ୍କ ସ୍ମୃତି

ଭୁବନେଶ୍ୱର,୨୯ା୫(ବ୍ୟୁରୋ): ରାଜ୍ୟ ସଂଗ୍ରହାଳୟରେ ସ୍ଥାନ ପାଇଛି ପର୍ବତାରୋହୀ ତଥା ଏଭରେଷ୍ଟ ବିଜୟିନୀ ସ୍ବର୍ଗତା କଳ୍ପନା ଦାସଙ୍କ ସ୍ମୃତି। ୨୦୦୮ରେ କଳ୍ପନା ଏଭରେଷ୍ଟ ଚଢିଥିବାବେଳେ ଯେଉଁ ପୋଷାକ...

ପ୍ରେମିକଙ୍କ ବିବାହ ଅନ୍ୟତ୍ର ଠିକ ହେବାକୁ ନେଇ ପ୍ରେମିକାଙ୍କ ଷଡଯନ୍ତ୍ର: ଘର ନିକଟକୁ ଡାକି କଲେ ଏସିଡ୍‍ ମାଡ

କଟକ ଅଫିସ,୨୭।୧୧- ଜଗତପୁର ଥାନା ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ପ୍ରେମରେ ବିଫଳ ହେବା ପରେ ପ୍ରେମିକା ପ୍ରତିଶୋଧ...

ଶୁଖିନି ଫନୀର କ୍ଷତ: ଅସଜଡ଼ା ଶିକ୍ଷାନୁଷ୍ଠାନ, ସଂଘର୍ଷ କରୁଛି ହୋଟେଲ ଶିଳ୍ପ; ପୁରୁଣା ରୂପକୁ ଫେରୁଛି ବାଲୁଖଣ୍ଡ

ପୁରୀ ଅଫିସ,୩।୫: ବାତ୍ୟା ଫନୀକୁ ବିତିଗଲା ବର୍ଷେ। ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳ ସମେତ ୧୪ ଜିଲା ଫନୀଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ବେଳେ ପୁରୀ, ଖୋର୍ଦ୍ଧା ଓ...

୩୯ତମ ବିଶ୍ୱ କବି ସମ୍ମିଳନୀ ଉଦ୍‌ଯାପିତ: ଦୟା କବିତାର ମୂଳମନ୍ତ୍ର

ଭୁବନେଶ୍ୱର,  ୭।୧୦(ବ୍ୟୁରୋ): ଦୟା ହେଉଛି ଜୀବନର ସବୁଠାରୁ ବଡ଼ ବିଚାର। ଦୟା କବିତାର ମୂଳମନ୍ତ୍ର। ଯେବେ ଦୟା କବିତା ଦ୍ୱାରା ପ୍ରସାରିତ ହୋଇଥାଏ, ସେତେବେଳେ କବିତା...

୩ବର୍ଷ ହେଲା ଜୀବନ ସହ ସଂଘର୍ଷ କରୁଛନ୍ତି ଚୈତନ୍ୟ, ମିଳୁନାହିଁ ସହାୟତା

ଗୁଡ଼ଭେଲା,୩୦ା୧୨(ଡି.ଏନ.ଏ.) ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ ଘୁନା ପଞ୍ଚାୟତ ଅନ୍ତର୍ଗତ ଗୁଡଙ୍ଗାମାଳ ଗ୍ରାମ ପୁଟାପଡାର ଚୈତନ୍ୟ ପୁଟା (୨୪) ତିନିବର୍ଷ ତଳେ ଗଛରୁ ପଡିଯାଇଥିଲେ। ତାଙ୍କର...

ଆଜିଠୁ କାର୍ତ୍ତିକ ବ୍ରତ: ମହାପ୍ରସାଦ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ପୁରୀ ଅଫିସ,୧ା୧୧: ରବିବାରଠାରୁ କାର୍ତ୍ତିକ ମାସ ଆରମ୍ଭ ହେଉଛି। ପ୍ରତିବର୍ଷ କାର୍ତ୍ତିକ ମାସରେ ବହୁ ସଂଖ୍ୟାରେ ହବିଷିଆଳି ପୁରୀ ଆସି ମାସାଧିକ କାଳ ରହି କାର୍ତ୍ତିକ...

Play 250+ Trending Games
Archives

Model This Week

Why Dharitri