ଏସ୍‌ଭିଏମ୍‌ ମହାବିଦ୍ୟାଳୟରେ ୨ ଅଧ୍ୟାପକ ଗଣ୍ଡଗୋଳ ଘଟଣା: ଜଣେ ଅଧ୍ୟାପକଙ୍କ ସହ ୭ ଗିରଫ

ଜଗତ୍‌ସିଂହପୁର ଅଫିସ୍‌,୨୮ା୧: ଜଗତ୍‌ସିଂହପୁରସ୍ଥିତ ସ୍ବାମୀ ବିବେକାନନ୍ଦ ସ୍ମାରକୀ(ଏସ୍‌ଭିଏମ୍‌) ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ଅଧ୍ୟାପକ(ରିଡର) ଧୀରେନ ମହାନ୍ତି ଓ ଅଧ୍ୟାପକ ଜଗନ୍ନାଥ ବେହେରାଙ୍କ ମଧ୍ୟରେ ଗତ ୨୫ରେ ଗଣ୍ଡଗୋଳ ହୋଇଥିଲା। ଏହି ଗଣ୍ଡଗୋଳ ସୋମବାର ଉଗ୍ର ରୂପ ନେଇଛି। ରିଡର ମହାନ୍ତି ୫ ବାହୁବଳୀଙ୍କୁ ଆଣି ମହାବିଦ୍ୟାଳୟରେ ଉତ୍ତେଜନା ସୃଷ୍ଟି କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଏଥିସହ ବାହୁବଳୀ ୫ ଓ ଭଡାରେ ଆସିଥିବା କାର ଚାଳକ ମଧ୍ୟ ଗିରଫ ହୋଇଛନ୍ତି। ସେମାନେ ହେଲେ କଟକ ବଜ୍ରକବାଟୀରେ ରହୁଥିବା କେଉଁଝର ଜିଲା ହରିଚନ୍ଦନପୁର ଠାକୁରପଡ଼ାର ସୁନୀଲ ମହନ୍ତ (୩୦), କଟକ ଶଙ୍କରପୁର ଉପର ସାହିର ସର୍ବେଶ୍ୱର ସ୍ବାଇଁ(୫୦), ରାଜାବଗିଚାର ସନ୍ତୋଷ ଗୋଛାୟତ(୨୩), ସୁରେଶ ନାୟକ (୨୫), ଶଙ୍କରପୁର ବାଲିସାହିର ପ୍ରକାଶ ଚନ୍ଦ୍ର ଧଳ (୨୫) ଓ କାର ଚାଳକ ନୟାଗଡ଼ ଜିଲା ଖଣ୍ଡପଡ଼ା କୁମ୍ଭାର ସାହିର ପ୍ରଶାନ୍ତ ଦାସ। ଜଗତ୍‌ସିଂହପୁର ଥାନା ଏସ୍‌ଆଇ ରବିନାରାୟଣ ବେହେରାଙ୍କ ଅଭିଯୋଗକ୍ରମେ ପୋଲିସ ମାମଲା ସଂଖ୍ୟା ୩୪/୨୦ ରୁଜୁ କରି ସମସ୍ତ ୭ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି। ଏଥିସହ ପୋଲିସ ଏକ ୦.୩୨ ଏମ୍‌ଏମ୍‌ ରିଭରଭ, ୬ ଜୀବନ୍ତ ଗୁଳି ଓ ଏକ କାର ଜବତ କରିଥିବା ଏସ୍‌ଡିପିସି ରବି ନାରାୟଣ ଶତପଥୀ ସୂଚନା ଦେଇଛନ୍ତି।
ଏସ୍‌ଡିପିଓ କହିଛନ୍ତି, ସୋମବାର ମହାବିଦ୍ୟାଳୟରେ ଛାତ୍ର ଆନ୍ଦୋଳନ ଯୋଗୁ ପରିସ୍ଥିତି ଅଣାୟତ୍ତ ହେଉଥିବା ଅଧ୍ୟକ୍ଷା ନୀତାରାଣୀ କର ସୂଚନା ଦେଇଥିଲେ। ଏହାପରେ ସେ ଏସ୍‌ଆଇ ବେହେରାଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀଙ୍କୁ ଧରି ପହଞ୍ଚତ୍ଥିଲେ। ଅଧ୍ୟକ୍ଷା ଓ ସେ ପିଲାଙ୍କୁ ଆନ୍ଦୋଳନରୁ ଓହରିଯିବାକୁ କହିଥିଲେ। ଫଳରେ କିଛି ସମୟ ପରିବେଶ ଶାନ୍ତ ହେଉଥିବାବେଳେ ପୁଣି ପିଲା ଆସି ହୋହଲ୍ଲା କରୁଥିଲେ। ଦାବି ଥିଲା ବାଣିଜ୍ୟ ବିଭାଗର ଅଧ୍ୟାପକ ବେହେରାଙ୍କ ଟ୍ୟୁସନ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ। ଛାତ୍ରୀଛାତ୍ରଙ୍କ ଏହି ଦାବି ଉପରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ବିଚାର କରିବେ ବୋଲି କୁହାଯିବାରୁ ସେମାନେ ଆନ୍ଦୋଳନରୁ ଓହରି ଯାଇଥିଲେ। ହେଲେ କିଛି ସମୟ ପରେ ବାଣିଜ୍ୟ ବିଭାଗ ଆଡୁ ଏହି ଛାତ୍ରୀଛାତ୍ର ପୁଣି ଆସି ଅନୁରୂପ ଦାବି କରିଥିଲେ। କିଛି ସମୟ ପରେ ଜଣାଯାଇଥିଲାଯେ, ବାଣିଜ୍ୟ ବିଭାଗ ରିଡର ମହାନ୍ତି କଟକରୁ ବାହୁବଳୀ ଆଣି ଅଧ୍ୟାପକ ବେହେରାଙ୍କୁ ଭୟଭୀତ କରୁଛନ୍ତି। ଏହାଶୁଣି ଏସ୍‌ଆଇ ବେହେରାଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ବାଣିଜ୍ୟ ବିଭାଗ ନିକଟକୁ ଗଲାପରେ କାର ଭିତରେ ୪ ଓ ବାହାରେ ୨ ଜଣ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା। ରିଡର ମହାନ୍ତି ବିଭାଗ ପରିସରରେ ଥିଲେ। ପୋଲିସ କାର ଭିତରେ ଓ ବାହାରେ ଥିବା ୬ ଜଣଙ୍କ ପରିଚୟ ମାଗିବାରୁ ସେମାନେ ରିଡର ମହାନ୍ତିଙ୍କ ସାଥିରେ ଆସିଥିବା କହିଥିଲେ। ପରେ ରିଡର ମହାନ୍ତିଙ୍କୁ ପୋଲିସ ଡାକିଥିଲା। ରିଡର ମହାନ୍ତି ପହଞ୍ଚତ୍ଲା ପରେ ନିଜ ସୁରକ୍ଷା ପାଇଁ ବାହୁବଳୀଙ୍କୁ ଆଣିଥିବା ସ୍ବୀକାର କରିଥିଲେ। ୨୫ ତାରିଖରେ ବାଣିଜ୍ୟ ବିଭାଗ ସେମିନାର ଥିଲା। ଏହିଦିନ ରିଡର ମହାନ୍ତି ଓ ଅଧ୍ୟାପକ ବେହେରାଙ୍କ ଭିତରେ ହାତାହାତି ହୋଇଥିଲା। ମହାନ୍ତି ଏ ସମ୍ପର୍କରେ ଅଧ୍ୟକ୍ଷାଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ରିଡର ମହାନ୍ତିଙ୍କ ଅଭିଯୋଗ ଉପରେ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି ଅଧ୍ୟକ୍ଷା କର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାଇଓ୍ବା ଲୁଟ୍‌ ଘଟଣା, ୨ ଟ୍ରକ୍‌ ଡ୍ରାଇଭର କୋର୍ଟ ଚାଲାଣ

ଧର୍ମଶାଳା/ଜେନାପୁର,୧୧।୧୨(ଡି.ଏନ୍‌.ଏ.)- ଜେନାପୁର ପୋଲିସ ମଙ୍ଗଳବାର ହାଇଓ୍ବା ଲୁଟ୍‌ ଅଭିଯୋଗରେ ୨ ଜଣ ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ପୋଲିସ ଚୋରି...

ଲୋକଙ୍କ ସମସ୍ୟା ବୁଝିବାକୁ ୯ କି.ମି. ଚାଲିଲେ ବିଡିଓ

ଦଶପଲ୍ଲା,୨୨ା୧୦(ଡି.ଏନ.ଏ.): ରାଜ୍ୟ ସରକାର ଚଳିତମାସ ୨ ତାରିଖରୁ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ୫-ଟି ଆଧାରରେ ରାଜନେତାଠାରୁ ଆରମ୍ଭ କରି ଉଚ୍ଚ ପଦାଧିକାରୀଙ୍କ ପର୍ଯ୍ୟନ୍ତ...

ପରଲୋକରେ ବିଜେଡି ନେତା ସୁବାସ ଚୌହାନ

ଭୁବନେଶ୍ୱର/ ବରଗଡ ଅଫିସ, ୧୦।୫:(ବ୍ୟୁରୋ)-  ପରଲୋକରେ ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦର ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ସୁବାସ ଚୌହାନ। ଶନିବାର ବିଳମ୍ବିତ ରାତି...

ଖଟରେ ପଡ଼ିଛନ୍ତି ଡମ୍ବରୁଧର, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

କୋକସରା, ୭।୬ (ଡି.ଏନ.ଏ.)  କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଅନ୍ତର୍ଗତ ଭିର୍କାପଡାର ଡମ୍ବରୁଧର ସେଠୀ (୬୩)। ଗତ ୨ମାସ ହେବ ସେ ଖଟରେ...

ଜମି ଦେବା ନାଁରେ ଠକେଇ : ଅଭିଯୁକ୍ତ କୋର୍ଟଚାଲାଣ

ବ୍ରହ୍ମପୁର ଅଫିସ,୧୬ା୫: ଜମି ଦେବାକୁ କହି ଠକେଇ କରିଥିବା ଅଭିଯୋଗରେ ସଦର ଥାନା ପୋଲିସ ବୁଧବାର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ଜଣଙ୍କ ଲୋଚପଡ଼ା...

୧୩ରୁ ଖୋଲିବ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ

କୋରାପୁଟ,୧୦ା୯(ସ୍ବ.ପ୍ର.): କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ୧୩ ତାରିଖରୁ ଖୋଲିବ। ଲୋକ ସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ଶୁକ୍ରବାର ଏହି ସୂଚନା ଦେଇଛନ୍ତି।...

ଘରେ ଶୋଇଥିଲେ ଦଳିଦେଲା ହାତୀ

ତାଳଚେର,୫।୪(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ବ୍ଲକ ଅଧୀନ ସନ୍ଥପଡ଼ା ଗ୍ରାମର ଶନ୍ତରାମୁଣ୍ଡା ସାହିରେ ଏକ ହାତୀ ପଶି ସ୍ବାମୀ ସ୍ତ୍ରୀଙ୍କୁ ଆକ୍ରମଣ କରିଛି । ଫଳରେ...

ଚିତୋର ସ୍ବତନ୍ତ୍ର ଟ୍ରେନ୍‌ରେ ଓଡ଼ିଶା ଫେରିଲେ ୧୨ ଶହ ପ୍ରବାସୀ

ଖୋର୍ଦ୍ଧା ଅଫିସ,୧୪ା୫: ଚିତୋରରୁ ଭଦ୍ରକ ଆସିଥିବା ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ ଖୋର୍ଦ୍ଧା ରୋଡ୍‌ ରେଳ ଷ୍ଟେଶନରେ ଗୁରୁବାର ପହଞ୍ଚିଛି। ୩୦ ଜିଲାରୁ ୧୨ଶହ ପ୍ରବାସୀ ଓଡ଼ିଶା...

Advertisement
Archives

Model This Week