Posted inଖେଳ

ଏସିଆନ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ ଓଡ଼ିଆ ଝିଅ ଝିଲ୍ଲୀଙ୍କୁ ରୌପ୍ୟ, ମୀରାବାଇ ନିରାଶ

ନିଙ୍ଗ୍‌ବୋ (ଚାଇନା), ୨୨।୪(ପି.ଟି.)- ପ୍ରାକ୍ତନ ବିଶ୍ୱ ବିଜୟିନୀ ମୀରାବାଇ ଚାଣୁ ଏଠାରେ ଚାଲିଥିବା ଏସିଆନ୍‌ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ମଧ୍ୟ ୪ର୍ଥ ସ୍ଥାନରେ ରହି ଅଳ୍ପକେ ପଦକ ହାସଲରୁ ବଞ୍ଚତ୍ତ ହୋଇଛନ୍ତି। ତେବେ ଓଡ଼ିଆ ଝିଅ ଝିଲ୍ଲୀ ଦଳବେହେରା ପ୍ରତିଯୋଗିତାରେ ନିଜ ଚମକ୍‌ ଛାଡ଼ିବାରେ ସଫଳ ହୋଇଛନ୍ତି। ମହିଳା ୪୫ କିଗ୍ରା ବର୍ଗରେ ପ୍ରତିନିଧିତ୍ୱ କରୁଥିବା ଝିଲ୍ଲୀ ରୌପ୍ୟ ପଦକ ହାସଲ କରି ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଜୁନିୟର ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ପଦକ ବିଜୟିନୀ ଝିଲ୍ଲୀ ସ୍ନାଚରେ ୭୧ ଓ କ୍ଲିନ୍‌ ଆଣ୍ଡ୍‌ ଜର୍କରେ ୯୧ କିଗ୍ରା ସହ ମୋଟ୍‌ ଉପରେ ୧୬୨ କିଗ୍ରା ଭାର ଉଠାଇ ୨ୟ ସ୍ଥାନରେ ରହିବା ସହ ରବିବାର ଭାରତ ପାଇଁ ପଦକ ଖାତା ଖୋଲିଥିଲେ। ଭିଏତ୍‌ନାମର ଭୋଉଙ୍ଗ୍‌ ଥି ହ୍ୟୁନ୍‌ (୭୬+୯୨=୧୬୮) ଏହି ଓଜନ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ତେବେ ଏହି ଓଜନ ବର୍ଗ ଅଲିମ୍ପିକ୍ସରେ ସାମିଲ ନାହିଁ।

କିଗ୍ରା ଓଜନ ବର୍ଗରେ ଲଢ଼ୁଥିବା ୨୪ ବର୍ଷୀୟା ମୀରାବାଇ ସ୍ନାଚରେ ୮୬ କିଗ୍ରା ଏବଂ କ୍ଲିନ୍‌ ଆଣ୍ଡ୍‌ ଜର୍କରେ ୧୧୩ କିଗ୍ରା ସହ ମୋଟ୍‌ ଉପରେ ୧୯୯ କିଗ୍ରା ଭାର ଉଠାଇଥିଲେ। ମୀରାବାଇଙ୍କ ମୋଟ୍‌ ଉପରେ ଏହା ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ଏଥିପୂର୍ବରୁ ସେ ଚଳିତ ବର୍ଷ ଥାଇଲାଣ୍ଡରେ ଅନୁଷ୍ଠିତ ଏଗଟ୍‌ କପ୍‌ର ୪୯ କିଗ୍ରା ବର୍ଗରେ ୧୯୨ କିଗ୍ରା ଭାର ଉଠାଇଥିଲେ। ଚାଇନାର ଝାଙ୍ଗ୍‌ ରୋଙ୍ଗ ସମାନ ୧୯୯ (୮୮+୧୧୧) କିଗ୍ରା ଭାର ଉଠାଇଥିଲେ ମଧ୍ୟ ନୂତନ ନିୟମ ଅନୁଯାୟୀ ବ୍ରୋଞ୍ଜ ପଦକ ଜିତିଥିଲେ। ଏହି ନିୟମ ଅନୁଯାୟୀ ଯେଉଁ ପ୍ରତିଯୋଗୀଙ୍କର କ୍ଲିନ୍‌ ଆଣ୍ଡ୍‌ ଜର୍କରେ କମ୍‌ ରେଜଲ୍ଟ ଥିଲେ ମଧ୍ୟ ଯଦି ସେ ସ୍ନାଚରେ ଅଧିକ ଭାର ଉଠାଇଥାନ୍ତି ତେବେ ତାଙ୍କ ର଼୍ୟାଙ୍କ୍‌ ପ୍ରତିପକ୍ଷଙ୍କ ଉପରେ ରହିବ। ଚାଇନାର ହୋଉ ଝିହୁଇ ୨୦୮ (୯୨+୧୧୬) କିଗ୍ରା ସହ ସ୍ବର୍ଣ୍ଣ ଏବଂ ନର୍ଥ କୋରିଆର ରି ସଙ୍ଗ୍‌-ଗମ୍‌ ୨୦୦ (୮୬+୧୧୪) କିଗ୍ରା ସହ ରୌପ୍ୟ ପଦକ ହାସଲ କରିଛନ୍ତି। ମଣିପୁର ତାରକା ମୀରାବାଇ କିନ୍ତୁ କ୍ଲିନ୍‌ ଆଣ୍ଡ୍‌ ଜର୍କରେ ବ୍ରୋଞ୍ଜ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି। ବିଶ୍ୱ ଚାମ୍ପିୟନଶିପ୍‌ ଓ ମହାଦେଶୀୟ ପ୍ରତିଯୋଗିତା ଗୁଡ଼ିକରେ ସ୍ନାଚ ଓ କ୍ଲିନ୍‌ ଆଣ୍ଡ୍‌ ଜର୍କର ପ୍ରଦର୍ଶନକୁ ଦେଖି ବ୍ୟକ୍ତିଗତ ଭାବେ ପଦକ ପ୍ରଦାନ କରାଯାଇଥାଏ। ଅଲିମ୍ପିକ୍ସରେ କିନ୍ତୁ ପ୍ରତିଯୋଗୀ ଉଠାଇଥିବା ମୋଟ୍‌ ଓଜନକୁ ହିସାବକୁ ନେଇ ପଦକ ଦିଆଯାଇଥାଏ॥


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri