ଏମ୍‌ଏସ୍‌ଏମ୍‌ଇ ଅନ୍ତର୍ଜାତୀୟ ଟ୍ରେଡ ଫେୟାର ଆରମ୍ଭ;ଶିଳ୍ପ ପ୍ରତିଷ୍ଠା ଲାଗି ଯୁବ ଉଦ୍ୟୋଗୀଙ୍କୁ ଆହ୍ବାନ

ଭୁବନେଶ୍ୱର,୯-୧(ବ୍ୟୁରୋ): ବହୁ ପ୍ରାଚୀନ ସମୟରୁ ଓଡିଶା ଉଦ୍ୟୋଗ ବିକାଶକୁ ପ୍ରାଥମିକତା ଦେଇଆସିଛି। ପୂର୍ବ କାଳର ଏହି ଐତିହ୍ୟ ଏବେ କଳିଙ୍ଗ ଏବଂ ଉତ୍କଳ ବ୍ରାଣ୍ଡ ନାମରେ ପରିଚିତ। ଓଡିଆମାନେ ସେମାନଙ୍କ ଉଦ୍ୟମୀ ଗୁଣପାଇଁ ବୟନ, ଖାଦ୍ୟ ପ୍ରକ୍ରିୟାକରଣ, ସୂଚନା ପ୍ରଯୁକ୍ତି ଏବଂ ହସ୍ତଶିଳ୍ପ କ୍ଷେତ୍ରରେ ନିଜର ସ୍ବତନ୍ତ୍ରତା ବଜାୟ ରଖିଛନ୍ତି। ରାଜ୍ୟ ଏହାର ପ୍ରାକୃତିକ ସମ୍ବଳ ସହ ଗତ କିଛି ବର୍ଷ ଧରି ଶିଳ୍ପ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ହାସଲ କରି ପାରିଛି। ଏହାକୁ ଅଗ୍ରାଧିକାରୀ ଦେଇ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ଉପଯୁକ୍ତ ପରିବେଶ, ଭିତ୍ତିଭୂମି ଏବଂ ଶିଳ୍ପ ନୀତି ଭଳି ବିଭିନ୍ନ ସୁବିଧା ସୁଯୋଗ ସରକାର ଯୋଗାଇ ଦେଉଛନ୍ତି ବୋଲି ସ୍ଥାନୀୟ ପ୍ରଦର୍ଶନୀ ପଡିଆଠାରେ ବୁଧବାର ଆରମ୍ଭ ହୋଇଥିବା ଏମ୍‌ଏସ୍‌ଏମ୍‌ଇ ଅନ୍ତର୍ଜାତୀୟ ଟ୍ରେଡ ଫେୟାରକୁ ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।
ଏଥିରେ ଯୁବ ଉଦ୍ୟୋଗୀଙ୍କୁ ଆହ୍ବାନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୧୬ ଏବଂ ୨୦୧୮ର ମେକ୍‌ ଇନ୍‌ ଓଡିଶା କନକ୍ଲେଭରେ ରାଜ୍ୟ ସରକାର ୫ ଲକ୍ଷ କୋଟି ଟଙ୍କାର ନିବେଶ ଆକୃଷ୍ଟ କରିବାକୁ ସକ୍ଷମ ହୋଇଛନ୍ତି। ଶିଳ୍ପ ପ୍ରତିଷ୍ଠା ଦ୍ୱାରା ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ସରକାରଙ୍କ ବିଭିନ୍ନ ପଦକ୍ଷେପ ଦ୍ୱାରା ଅଣୁ,କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ) ଲାଗି ନୂଆ ସୁଯୋଗ ସୃଷ୍ଟି କରିବ। ନୂଆ ଉଦ୍ୟୋଗୀମାନେ ଏହାର ସୁଯୋଗ ନେବା ଉଚିତ। ଶିଳ୍ପ ପ୍ରତିଷ୍ଠା ଦିଗରେ ନୂଆ ଆହ୍ବାନକୁ ଯୁବକମାନେ ଗ୍ରହଣ କରିବା ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଛନ୍ତି। ନିଯୁକ୍ତି ସୃଷ୍ଟି ଏବଂ ରାଜ୍ୟର ଜିଡିପିକୁ ଏମ୍‌ଏସ୍‌ଏମ୍‌ଇର ଯୋଗଦାନ ଗୁରୁତ୍ୱ ବହନ କରୁଥିବାରୁ ଏହି ପ୍ରସଙ୍ଗକୁ ସରକାର ପ୍ରାଥମିକତା ଦେଇଛନ୍ତି। ଏହାକୁ ଧ୍ୟାନରେ ରଖି ସରକାର ଏମ୍‌ଏସ୍‌ଏମ୍‌ଇ ଇଣ୍ଟରନ୍ୟାଶନାଲ ଟ୍ରେଡ ଫେୟାର ୨୦୨୦ ଆୟୋଜନ କରିଛନ୍ତି।
ସେ ଆହୁରି କହିଛନ୍ତି, ଏହି କାର୍ଯ୍ୟକ୍ରମରେ ୩୫୦ ଏମ୍‌ଏସ୍‌ଏମ୍‌ଇ ଯୋଗ ଦେଇ ଥିବାରୁ ଏହାକୁ ନେଇ ଅତ୍ୟନ୍ତ ଖୁସି। ଏଥିରେ ଇରାନର ୨୦ ଉଦ୍ୟୋଗୀ ଏବଂ ବାଲାଂଦେଶର ୧୨ ଉଦ୍ୟୋଗୀଙ୍କୁ ମୁଖ୍ୟମନ୍ତ୍ରୀ ଟ୍ରେଡ ଫେୟାରକୁ ସ୍ବାଗତ କରିଛନ୍ତି। ଏଥିରେ କଳାହାଣ୍ଡି, ନୂଆପଡା, ମାଲକାନଗିରି, ଗଜପତି ଏବଂ କନ୍ଧମାଳର ମହିଳା ଉଦ୍ୟୋଗୀମାନେ ଯୋଗ ଦେଇଛନ୍ତି। ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ରାଜ୍ୟ ସରକାରଙ୍କ ସହଯୋଗ ଧାରା ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଇରାନ ଏବଂ ବାଂଲାଦେଶର ବାଣିଜ୍ୟ ପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି ଯେ, ଉଦ୍ୟୋଗ ବିକାଶକୁ ଗୁରୁତ୍ୱ ଦେଇ ସରକାର ରାଜ୍ୟର ପଛୁଆ ଅଞ୍ଚଳରେ ଏମ୍‌ଏସ୍‌ଏମ୍‌ଇ ସ୍ଥାପନ କରିବେ। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଏମ୍‌ଏସ୍‌ଏମ୍‌ଇ ପାର୍କ ସ୍ଥାପନ କରାଯିବ। କଳାହାଣ୍ଡି ଏବଂ ହିଞ୍ଜିଳୀରେ ଏଭଳି ପାର୍କ ସ୍ଥାପନ ଲାଗି ରାଜ୍ୟ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏନେଇ କାର୍ଯ୍ୟକ୍ରମ ଶୀଘ୍ର ଆରମ୍ଭ ହେବ ବୋଲି ମିଶ୍ର ମତ ରଖିଛନ୍ତି। ଏଥିରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଚିନ୍ମୟ କୁମାର ସାହୁ, ଏମ୍‌ଏସ୍‌ଏମ୍‌ଇ ବିଭାଗୀୟ ସଚିବ ହେମନ୍ତ କୁମାର ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।
ଟ୍ରେଡ ଫେୟାରରେ ୨୮୦ ଷ୍ଟଲ
ଚଳିତ ମାସ ୧୨ ତାରିଖ ଯାଏ ଚାଲିବାକୁ ଥିବା ଏହି ଏକ୍ସପୋରେ ୪ଟି ହ୍ୟାଙ୍କର ସ୍ଥାପନ କରାଯାଇଛି। ଏଥିରେ ୨୮୦ ଷ୍ଟଲ ରହିଛି। ଚଳିତ ବର୍ଷର ଫୋକସ ରହିଛି ଏମ୍‌ଏସ୍‌ଏମ୍‌ଇ @୨୦୨୦। ଏମ୍‌ଏସ୍‌ଏମ୍‌ଇ ପ୍ରୋତ୍ସାହନ ଦେବା ନିମନ୍ତେ ବିଭିନ୍ନ ଆଲୋଚନା ଚକ୍ର ଏହି ଅବସରରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ବିବାଦ ପରେ ହାଇକୋର୍ଟଙ୍କ ଜବାବ ତଲବ

କଟକ ଅଫିସ,୮।୪: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଧିରେଧିରେ ବିବାଦ ବଢ଼ିବାରେ ଲାଗିଛି। ଏହି ପ୍ରକଳ୍ପର ବୈଧତା ଉପରେ ପ୍ରଶ୍ନ ଉଠିବା ପରେ ଶୁକ୍ରବାର ଏହାକୁ...

CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୭୩ ଆକ୍ରାନ୍ତ, ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୧୦୫୦

ଭୁବନେଶ୍ୱର,୩୦ା୫(ବ୍ୟୁରୋ): ରାଜ୍ୟରେ ଶନିବାର ଆଉ ୭୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଅଦ୍ୟାବଧି ରାଜ୍ୟରେ ୧୦୫୦ ରୋଗୀ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ...

ଦେଶର ଅଗ୍ରଗତି ଯୁବଗୋଷ୍ଠୀ ଦ୍ୱାରା ସମ୍ଭବ

ଭୁବନେଶ୍ୱର,୧୬।୫ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିଳ୍ପ ପ୍ରତିଷ୍ଠାନ ତଥା ବେଦାନ୍ତ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଓ୍ବାର୍ଲଡ ୟୁଥ୍‌ ସ୍କିଲ୍‌...

ଏକଲପୁର ଫେରିଘାଟକୁ ନେଇ ବିବାଦ

ମହାକାଳପଡ଼ା,୨୩ା୫(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କଂସାର ଓ କଂସାର ବଡ଼ଦାଣ୍ଡୁଆ ପଞ୍ଚାୟତର ଗୋବରୀ ନଦୀ ଏକଲପୁର ଫେରିଘାଟରେ ଦୈନଦିନ ଯାତାୟାତ ପାଇଁ ବ୍ଲକ ପ୍ରଶାସନ...

ରୋମାଞ୍ଚ ଭରିବ ‘ରାହାଗିରି’

ଅନୁଗୋଳ ଅଫିସ, ୭ା୫ ଦୀର୍ଘ ୬ ବର୍ଷ ପରେ ଅନୁଗୋଳ ରାସ୍ତାକୁ ଫେରିଛି ରାହାଗିରି। ପୁଣି ନାଚଗୀତରେ ମସ୍‌ଗୁଲ ହେବେ ସହରବାସୀ। ଆସନ୍ତା ରବିବାର ସକାଳ...

ରେନୋର ଓ୍ବେଲ୍‌କମ୍‌ ବ୍ୟାକ୍‌ ସର୍ଭିସ କ୍ୟାମ୍ପ; ମିଳୁଛି ଆକର୍ଷଣୀୟ ରିହାତି

ନୂଆଦିଲ୍ଲୀ,୧୫।୭: ପ୍ରମୁଖ କାର୍‌ ନିର୍ମାଣକାରୀ କମ୍ପାନୀ ରେନୋ ଇଣ୍ଡିଆ ପକ୍ଷରୁ ସାରା ଦେଶରେ ଓ୍ବେଲ୍‌କମ୍‌ ବ୍ୟାକ୍‌ ସର୍ଭିସ କ୍ୟାମ୍ପ ଶୁଭାରମ୍ଭ ଘୋଷଣା କରାଯାଇଛି। କମ୍ପାନୀର ଏହି...

କୃଷିନୀତିରେ ପରିବର୍ତ୍ତନ ଯୋଜନା

ଅନୁଗୋଳ ଅଫିସ, ୬ା୫ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଚାଷ ଉପରେ ପଡ଼ୁଛି। ଏଥିଯୋଗୁ କିଛି ବର୍ଷ ହେଲା ଖରିଫ ଋତୁରେ କୃଷି କାର୍ଯ୍ୟ ବାଧାପ୍ରାପ୍ତ ହେଉଛି।...

ଐତିହ୍ୟ ମାନ୍ୟତା ଚାହୁଁଛି ‘ପାଥେରପୁରୀ’

ପୁରୀ ଅଫିସ,୧୦।୮: ପାଥେରପୁରୀ ଓ ରବୀନ୍ଦ୍ରନାଥ ଟାଗୋର, ଓଡ଼ିଆ ଏବଂ ବଙ୍ଗ ସାହିତ୍ୟର ଏକ ଅଦ୍ଭୁତ ମିଳନ। ପୁରୀରେ ଥିବା ଶତାବ୍ଦୀର ପୁରୁଣା କୋଠା ପାଥେରପୁରୀ...

Advertisement
Archives

Model This Week