Posted inଫୁରସତ

ଏମିତି ଗାଁ ଯେଉଁଠି ପ୍ରତିବର୍ଷ ଦିଆଯାଏ ମାଗଣା ଆମ୍ବ ପାର୍ଟି, ମଜା ନେଇଥାନ୍ତି ହଜାର ହଜାର ଲୋକ

ଲୋକେ ନିଜ ବାଡ଼ିବଗିଚାରେ ଚାଷ କରି ବର୍ଷକ ଯାଏ ଚାହିଁ ରହିଥାନ୍ତି ଅମଳ ହେଲେ ବିକି୍ରି କରି ଦୁଇ ପଇସା ରୋଜଗାର କରିବେ। କିନ୍ତୁ ଏମିତି ଜଣେ କୃଷକ ଅଛନ୍ତି ଯିଏ ନିଜ ବଗିଚାରେ ଲଗାଇଥିବା ଆମ୍ବ ଗଛରୁ ଯାହା ଅମଳ ହୁଏ ସେସବୁ ନ ବିକି ଲୋକଙ୍କୁ ଡାକି ଘରେ ମାଗଣାରେ ଆମ୍ବ ପାର୍ଟି କରନ୍ତି। ଏମିତି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ବେତୁଲ ଜିଲା ଶାହପୁରର ଚୁଡ଼ିଆ ନାମକ ଏକ ଗାଁରେ। ଏହି ଗାଁର ଜଣେ କୃଷକ ନିଜ ବଗିଚାରେ ଲଗାଇଥିବା ଆମ୍ବଗଛରୁ ଯାହା ଫଳ ମିଳେ ସେ ଗାଁ ଲୋକଙ୍କୁ ଡାକି ଆମ୍ବ ପାର୍ଟି ଦିଅନ୍ତି। କୃଷକଙ୍କ ନାଁ ହେଲା ରାମକିଶନ ଯାଦବ। ସେ ତାଙ୍କର ତିନି ଏକର ଜମିରେ ୧୫୦ଟି ଆମ୍ବଗଛ ଲଗାଇଛନ୍ତି। ଏଥିରୁ ଯାହା ଅମଳ ହୁଏ ପ୍ରତିବର୍ଷ ଗ୍ରାମବାସୀଙ୍କୁ ଡାକି ଘରେ ଆମ୍ବ ପାର୍ଟି ଦିଅନ୍ତି। ବୁଧବାର ସେ ଲୋକଙ୍କୁ ଡାକି ଏକ ଆମ୍ବ ପାର୍ଟି ଦେଇଛନ୍ତି। ଯେଉଁଥିରେ ୨୦ ପ୍ରକାରର ଆମ୍ବର ସ୍ବାଦ ଚାଖିଛନ୍ତି ହଜାର ହଜାର ଲୋକ। ଏହି ପାର୍ଟିରେ ସାଧାରଣ ଲୋକ, ରାଜନେତା, ସମାଜସେବୀ ଏକାଠି ବସି ଆମ୍ବ ଖାଇଥାନ୍ତି। ଏହି ପାର୍ଟି ଆୟୋଜନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ପାରିବାରିକ ତଥା ସାମାଜିକ ସମ୍ପର୍କ ସୁଦୃଢ଼ କରିବା। ରାମକିଶନ ପ୍ରାୟ ୬ ବର୍ଷ ହେଲା ଏମିତି ପାର୍ଟିର ଆୟୋଜନ କରି ଆସୁଛନ୍ତି। ପ୍ରାୟ ୨୦ କିସମର ୮ କ୍ୱିଣ୍ଟାଲ ଆମ୍ବ ଏହି ପାର୍ଟିରେ ୧ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ଖାଇବାକୁ ଦିଆଯାଇଥାଏ। ଆୟୋଜିତ ଏହି ଆମ୍ବ ପାର୍ଟିରେ ପୂର୍ବତନ ବିଧାୟକ ବିନୋଦ ଡାଗା, ପୂର୍ବତନ ମନ୍ତ୍ରୀ ପ୍ରତାପ ସିଂହ, ରାଜେନ୍ଦ୍ର ଜୟଶଓ୍ବାଲ, ପ୍ରବୀଣ ଗୁଗ୍‌ନାନୀ, ଅନୀଲ ସିଂହଠାକୁର, ଅଜିତ୍‌ ପଟେଲଙ୍କ ସମେତ ବହୁ ରାଜନେତା ସାମିଲ ହୋଇ ଆମ୍ବର ସ୍ବାଦ ଚାଖିଥିଲେ। ରାମକିଶନ କୁହନ୍ତି, ବଗିଚାରେ ଫଳୁଥିବା ଆମ୍ବକୁ ସେ କେବେ ବିକନ୍ତି ନାହିଁ। ତାଙ୍କର ଜେଜେବାପା କୁହନ୍ତି, ଆମ୍ବ ଖାଇବା ପାଇଁ କାହାକୁ ମନା କରିବନି। ତେଣୁ ସେ ଜେଜେବାପାଙ୍କ କଥାକୁ ଆଜିପର୍ଯ୍ୟନ୍ତ ମାନି ଆସିଛନ୍ତି। ଆମ୍ବ ପାର୍ଟିର ଆୟୋଜନ କରାଯିବା ଦ୍ୱାରା ବନ୍ଧୁ ପରିଜନଙ୍କ ଏକାଠି ହେବାର ଏକ ସୁଯୋଗ ମିଳିଥାଏ। ପାରିବାରିକ ମାହୋଲ ଏକ ପ୍ରକାର ହସଖୁସିରେ ଭରିଯାଏ ବୋଲି ରାମକିଶନ କୁହନ୍ତି। ଆମ୍ବ ପାର୍ଟି ସହିତ ଖାଦ୍ୟପେୟର ମଧ୍ୟ ବ୍ୟବସ୍ଥା କରାଯାଇଥାଏ। ରାମକିଶନଙ୍କ ପୁଅ ଯୋଗେଶ କୁହନ୍ତି, ସେ ମଧ୍ୟ ଏହି ପରମ୍ପରା ଆଗକୁ ଜାରି ରଖିବେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬ରୁ ବାଦ୍‌ ପଡ଼ିଲେ ହର୍ଷିତ ରାଣା, ତଥାପି ମିଳିବ ୪ କୋଟି; କାରଣ ଜାଣିଲେ… 

ନୂଆଦିଲ୍ଲୀ,୧୩।୩: ଆଇପିଏଲ୍‌ ୨୦୨୬ ଆରମ୍ଭ ହେବା ପୂର୍ବରୁ କୋଲକାତା ନାଇଟ୍‌ ରାଇଡର୍ସ (KKR)କୁ ଶକ୍ତ ଧକ୍କା ଲାଗିଛି। ଦଳର ତାରକା ଦ୍ରୁତ ବୋଲର ହର୍ଷିତ ରାଣା ଆହତ…

ଚାଷୀଙ୍କ ପାଇଁ ବଡ଼ ଖୁସିଖବର, ପିଏମ୍‌ କିଷାନର ୨୨ତମ କିସ୍ତି ଜାରି, ଆପଣଙ୍କ ଆକାଉଣ୍ଟକୁ ଆସି ନ ଥିଲେ…

ନୂଆଦିଲ୍ଲୀ,୧୩।୩:  କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ (PM-KISAN) ଯୋଜନା ଅଧୀନରେ ଦେଶର କୋଟି କୋଟି ଚାଷୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଆରଆଇଙ୍କୁ ମାଡ ଘଟଣାରେ: ଜଣେ ଗିରଫ

ନନ୍ଦପୁର,୧୩।୨(ତୁଷାର କାନ୍ତ ମହାନ୍ତି): ଜାତିଗତ ପ୍ରମାଣପତ୍ର ପାଇଁ ନନ୍ଦପୁର ତହସିଲରେ କାର୍ଯ୍ୟରତ ରାଜସ୍ବ ନିରୀକ୍ଷକ ମଧୁସୁଦନ ଖେମୁଣ୍ଡୁଙ୍କୁ ଅଶାଳୀନ ବ୍ୟବହାର ଓ ମାଡ ମାରିବା ଘଟଣାରେ ଜଣେ…

ଲାଞ୍ଚନେଇ ବନ୍ଧାହେଲେ ବଡ଼ଗାଁ ଥାନା ଏଏସ୍‌ଆଇ

ସୁନ୍ଦରଗଡ,୧୩।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ବଡ଼ଗାଁ ଥାନା ପୋଲିସ, ଏଏସ୍‌ଆଇ ଅରୂପା ନନ୍ଦ ଦାସ ଗୁରୁବାର ସନ୍ଧ୍ୟାରେ ଜଣେ ଢାବା ମାଲିକଙ୍କଠାରୁ ୨୫,୦୦୦ଟଙ୍କା ଲାଞ୍ଚ ନେବା…

ଭୋଜିଖାଇ ଫେରିଲେ ସକାଳୁ ମିଳିଲାନି ବାଇକ୍‌ 

ଦିଗପହଣ୍ଡି,୧୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମର ରାଜେଶ କୁମାର ରାଉତଙ୍କ ଏକ ବାଇକ୍‌କୁ କେହି ଦୁର୍ବୃତ୍ତ ତାଙ୍କ ଘର ସମ୍ମୁଖରୁ ଚୋରି…

ଆମେରିକାର ବଡ଼ ଦାବି: ଇରାନର ନୂଆ ସର୍ବୋଚ୍ଚ ନେତା ମୋଜତାବା ଗୁରୁତର ଆହତ

ୱାଶିଂଟନ୍‌,୧୩।୩: ଆମେରିକାର ପ୍ରତିରକ୍ଷା ସଚିବ ପିଟ୍‌ ହେଗସେଠ୍‌ ଏକ ବଡ଼ ଦାବି କରିଛନ୍ତି। ଇରାନର ନୂଆ ସୁପ୍ରିମ ଲିଡର ମୋଜତାବା ଖାମନେଇ ଗୁରୁତର ଆହତ ହୋଇଥିବା ଏକ…

ୱାରେଣ୍ଟିଙ୍କୁ କୋର୍ଟଚାଲାଣ

ଦିଗପହଣ୍ଡି,୧୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର କୁକୁଡ଼ାଖଣ୍ଡି ବ୍ଲକ ବଣିଆମାରି ଗ୍ରାମର ବିପ୍ର ମଲ୍ଲିକଙ୍କୁ କୋର୍ଟ ୱାରେଣ୍ଟ ବଳରେ ଗିରଫ କରି ବ୍ରହ୍ମପୁର…

ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ବଲାଙ୍ଗୀର,କଣ୍ଟାବାଞ୍ଜି,୧୩।୩ ( ସୁନିଲ କୁମାର ମହାନ୍ତି, ଗୁରୁ ଦୟାଲ ହଂସ): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଜଣେ ଛାତ୍ରଙ୍କ ଶୁକ୍ରବାର ବଲାଙ୍ଗୀର ଭୀମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri