ଏଫ୍‌ଡିଆଇ ନୀତି କୋହଳ, ଆଖୁ ଚାଷୀଙ୍କୁ ସହାୟତା

ନୂଆଦିଲ୍ଲୀ,୨୯-୮: ଦେଶରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ(ଏଫ୍‌ଡିଆଇ) ବୃଦ୍ଧି ପାଇଁ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ବୁଧବାର ଏଫ୍‌ଡିଆଇ ନୀତିକୁ କୋହଳ କରିଛନ୍ତି। ସିଙ୍ଗଲ ବ୍ରାଣ୍ଡ ରିଟେଲ କ୍ଷେତ୍ରରେ ଏଫ୍‌ଡିଆଇ ନିୟମ କୋହଳ କରାଯାଇଛି। ସେହିପରି କୋଇଲା ଖଣି ଓ କଣ୍ଟ୍ରାକ୍ଟ ମାନୁଫାକ୍‌ଚରିଂ କ୍ଷେତ୍ରରେ ଅଟୋମେଟିକ ରୁଟ୍‌ରେ ୧୦୦ ପ୍ରତିଶତ ଏଫ୍‌ଡିଆଇକୁ ସରକାର ଅନୁମତି ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ଆଖୁ ଚାଷୀଙ୍କ ବକେୟା ସମସ୍ୟାର ସମାଧାନ କରିବାକୁ ଯାଇ ସରକାର କେତେକ ପଦକ୍ଷେପ ଘୋଷଣା କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏଠାରେ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଆର୍ଥିକ କ୍ଷେତ୍ରରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ବୈଠକ ଶେଷରେ ଶିଳ୍ପ ଓ ବାଣିଜ୍ୟମନ୍ତ୍ରୀ ପୀୟୂଷ ଗୋୟଲ ଏଠାରେ ଆୟୋଜିତ ଖବରଦାତା ବୈଠକରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସିଙ୍ଗଲ ବ୍ରାଣ୍ଡ ରିଟେଲ କ୍ଷେତ୍ରରେ ଅନିବାର୍ଯ୍ୟ ୩୦ ପ୍ରତିଶତ ଡୋମେଷ୍ଟିକ ସୋର୍ସିଂ ନିୟମକୁ ପ୍ରତ୍ୟାହାର କରାଯାଇଛି। ଏଣିକି ଅଫ୍‌ଲାଇନ ଷ୍ଟୋର୍‌ ନ ଖୋଲି ମଧ୍ୟ ସିଙ୍ଗଲ ବ୍ରାଣ୍ଡ ରିଟେଲର ସିଧାସଳଖ ଅନ୍‌ଲାଇନରେ ଷ୍ଟୋର୍‌ ଖୋଲିପାରିବେ। ପୂର୍ବରୁ ଅନ୍‌ଲାଇନ ଷ୍ଟୋର୍‌ ଖୋଲିବାକୁ ଚାହିଁଲେ ଅଫ୍‌ଲାଇନ ଷ୍ଟୋର୍‌ ଖୋଲିବା ବାଧ୍ୟତାମୂଳକ ଥିଲା। କ୍ୟାବିନେଟ କମିଟି ବୁଧବାର ଏହି ବ୍ୟବସ୍ଥାକୁ ପ୍ରତ୍ୟାହାର ନେଇଛନ୍ତି। ଗୋୟଲ କହିଛନ୍ତି ଯେ, ଏଫ୍‌ଡିଆଇ ନିୟମ କୋହଳ କରିବାକୁ ଯାଇ ଏନ୍‌ଡିଏ ସରକାର ପୂର୍ବରୁ ଅନେକ ପଦକ୍ଷେପ ନେଇଛନ୍ତି। ସେହି କାରଣରୁ ୨୦୧୪ରୁ ୨୦୧୯ ମଧ୍ୟରେ ଦେଶକୁ ୨୮୬ ବିଲିୟନ ଡଲାର ରେକର୍ଡ ଏଫ୍‌ଡିଆଇ ଆସିଛି। ପୂର୍ବବର୍ତ୍ତୀ ୫ ବର୍ଷରେ ଉପା ସରକାର ସମୟରେ ଏହା ୧୮୯ ବିଲିୟନ ଡଲାର ଥିଲା। ୨୦୧୮-୧୯ର ଅନ୍ତରୀଣ ତଥ୍ୟ ଅନୁଯାୟୀ, ଦେଶକୁ ୬୪ ବିଲିୟନ ଡଲାର ଏଫ୍‌ଡିଆଇ ଆସିଥିଲା। ଆଗାମୀ ଦିନରେ ଏଫ୍‌ଡିଆଇ ନିୟମକୁ ଆହୁରି କୋହଳ କରାଯିବ ବୋଲି ସେ କହିଛନ୍ତି। ଡୋମେଷ୍ଟିକ ମାନୁଫାକ୍‌ଚରିଂକୁ ପ୍ରୋତ୍ସାହିତ କରିବା ଲାଗି କଣ୍ଟ୍ରାକ୍ଟ ମାନୁଫାକ୍ଚରିଂରେ ଅଟୋମେଟିକ ରୁଟ୍‌ରେ ୧୦୦ ପ୍ରତିଶତ ଏଫ୍‌ଡିଆଇ ହୋଇପାରିବ। ସେହିପରି ଡିଜିଟାଲ ମିଡିଆରେ ୨୬% ଏଫ୍‌ଡିଆଇକୁ ଅନୁମୋଦନ କରାଯାଇଛି। ପୂର୍ବରୁ ପ୍ରିଣ୍ଟ ମିଡିଆରେ ଏଫ୍‌ଡିଆଇକୁ ଅନୁମୋଦନ କରାଯାଇଥିଲା ବୋଲି ଗୋୟଲ କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଆଖୁ ଚାଷୀଙ୍କ ଲାଗି ବଡ଼ ନିଷ୍ପତ୍ତି ନିଆଯାଇଛି। ସରକାର ୬୦ ଲକ୍ଷ ଟନ ଚିନି ରପ୍ତାନି କରିବା ଲାଗି ଅନୁମତି ଦେବା ସହ ସବ୍‌ସିଡି ବାବଦରେ ୬୨୬୮ କୋଟି ଟଙ୍କା ଦିଆଯିବ ବୋଲି ଘୋଷଣା କରିଛନ୍ତି। ସେହିପରି ଚାଷୀଙ୍କୁ ମିଳିବାକୁ ଥିବା ସବ୍‌ସିଡି ଅର୍ଥ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦିଆଯିବ ବୋଲି ଗୋୟଲ କହିଛନ୍ତି। ବୈଠକରେ ଉପସ୍ଥିତ ଥିବା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଦେକର କହିଛନ୍ତି ଯେ, କ୍ୟାବିନେଟ ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ଚିନି ମିଲ୍‌ଗୁଡ଼ିକୁ ପ୍ରତି ମେଟ୍ରିକ ଟନ ରପ୍ତାନି ଲାଗି ୧୦,୪୪୮ ଟଙ୍କା ସବ୍‌ସିଡି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଚିନି ରପ୍ତାନି ସବ୍‌ସିଡି ବାବଦରେ ୬୨୬୮କୋଟି ଟଙ୍କା ଖର୍ଚ୍ଚ ହେବ। କ୍ୟାବିନେଟର ଏହି ନିଷ୍ପତ୍ତି ଯୋଗୁ ବଜାରରେ ଚିନିର ଦାମ ସ୍ଥିର ରହିବ ଏବଂ ଚାଷୀଙ୍କୁ କ୍ଷତି ସହିବାକୁ ପଡିବ ନାହିଁ। ସୂଚନାଥାଉ କି, ଏଥିପୂର୍ବରୁ ଜୁଲାଇରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୪୦ ଲକ୍ଷ ଟନ ଚିନି ବଫର ଷ୍ଟକ୍‌ ରଖିବାକୁ ଅନୁମୋଦନ କରାଯାଇଥିଲା। ଏହାର ଅର୍ଥ ଚିନି ମିଲ୍‌ଗୁଡ଼ିକ ସରକାରଙ୍କ ପାଇଁ ଏହି ପରିମାଣ ଚିନି ମହଜୁଦ୍‌ ରଖିବେ। ଏଥିପାଇଁ ଦେୟ ବାବଦରେ ସରକାର ସେମାନଙ୍କୁ ୧୭୦୦ କୋଟି ଟଙ୍କା ସବ୍‌ସିଡି ଦେବେ। ତେବେ ଆସନ୍ତା ସିଜନ ଲାଗି ଆଖୁ ଦରକୁ ଅପରିବର୍ତ୍ତିତ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାଠଗଡ଼ାରେ ଋଣପ୍ରଦାନକାରୀ,ଆୟକର ବିଭାଗ; କ୍ୟାଫେ କଫି ଡେ ମାଲିକ ଭି.ଜି.ସିଦ୍ଧାର୍ଥ ନିଖୋଜ

ନୂଆଦିଲ୍ଲୀ,୩୧-୭: କଫି ଚେନ୍‌ କ୍ୟାଫେ କଫି ଡେ(ସିସିଡି)ର ପ୍ରତିଷ୍ଠାତା ତଥା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌.ଏମ୍‌.କ୍ରିଷ୍ଣାଙ୍କ ଜ୍ୱାଇଁ ଭି.ଜି.ସିଦ୍ଧାର୍ଥ ସୋମବାର ରାତିରୁ ନିଖୋଜ ହୋଇଯାଇଛନ୍ତି। ତାଙ୍କୁ...

ଫ୍ରିଡମ୍‌ ହେଲ୍‌ଦି କୁକିଂ ଅଏଲକୁ ବ୍ରାଣ୍ଡ୍‌ ଆଓ୍ବାର୍ଡ

ନୂଆଦିଲ୍ଲୀ,୨୨।୯: ଦେଶର ପ୍ରମୁଖ ଖାଇବାତେଲ କମ୍ପାନୀ ତଥା ଜେମିନି ଏଡିବଲସ ଆଣ୍ଡ ଫ୍ୟାଟ୍‌ ଇଣ୍ଡିଆ ଲିମିଟେଡ୍‌ (ଜିଏଫ୍‌ ଇଣ୍ଡିଆ) ର ଫ୍ଲାଗଶିପ୍‌ ବ୍ରାଣ୍ଡ ଫ୍ରିଡମ୍‌ ହେଲ୍‌ଦି...

ଅଟୋ ଯନ୍ତ୍ରାଂଶ କ୍ଷେତ୍ରରେ ନିଯୁକ୍ତି ହରାଇଲେ ୧ ଲକ୍ଷ

ନୂଆଦିଲ୍ଲୀ,୭-୧୨: ଅଟୋ ଯନ୍ତ୍ରାଂଶ କ୍ଷେତ୍ରରେ ଗତ ବର୍ଷେ ମଧ୍ୟରେ ୧ ଲକ୍ଷ ଅସ୍ଥାୟୀ କର୍ମଚାରୀ ନିଯୁକ୍ତି ହରାଇଛନ୍ତି। ଅକ୍ଟୋବର ୨୦୧୮ ଠାରୁ ଚଳିତ ବର୍ଷ ଜୁଲାଇ...

ନଜରରେ ଓରିଏଣ୍ଟାଲ ଇନସ୍ୟୁରାନ୍ସ, ୟୁନାଇଟେଡ ଇଣ୍ଡିଆ

ନୂଆଦିଲ୍ଲୀ,୨୨।୨: ଓରିଏଣ୍ଟାଲ ଇନ୍‌ସ୍ୟୁରାନ୍ସ କିମ୍ବା ୟୁନାଇଟେଡ୍‌ ଇଣ୍ଡିଆ ଇନ୍‌ସ୍ୟୁରାନ୍ସ କମ୍ପାନୀର ଘରୋଇକରଣକୁ ସରକାର ବିଚାର କରିପାରନ୍ତି। ଏହି କମ୍ପାନୀଗୁଡ଼ିକୁ ପୁଞ୍ଜି ଯୋଗାଣ କରାଯାଇଛି। ବର୍ତ୍ତମାନ ଏହି କମ୍ପାନୀଗୁଡ଼ିକର...

୨୦ ଜଣଙ୍କ ନାମରେ ଲୁକ୍‌ଆଉଟ ନୋଟିସ ଜାରି କଲା ଏମ୍‌ସିଏ

ନୂଆଦିଲ୍ଲୀ,୨୯-୫: କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ(ଏମ୍‌ସିଏ) ୨୦ ଜଣ ପ୍ରମୋଟର ଓ ଡାଇରେକ୍ଟରଙ୍କ ବିରୋଧରେ ଲୁକ୍‌ଆଉଟ ନୋଟିସ୍‌ ଜାରି କରିଛି। ସେମାନଙ୍କ ମଧ୍ୟରେ ଜେଟ୍‌ ଏୟାରଓ୍ବେଜ୍‌ ପ୍ରମୋଟର...

କ୍ରିପ୍ଟୋ କରେନ୍ସି କାରବାର ଉପରେ ଚାଇନାର କଟକଣା

ନୂଆଦିଲ୍ଲୀ,୨୭।୯: ଚାଇନାର କେନ୍ଦ୍ରୀୟ ବ୍ୟାଙ୍କ ଶୁକ୍ରବାର କ୍ରିପ୍ଟୋ କରେନ୍ସି କାରବାର ଉପରେ କଟକଣା ଲାଗୁ କରିଛି। ଫଳରେ ଡିଜିଟାଲ କରେନ୍ସି ମୂଲ୍ୟରେ ହ୍ରାସ ଦେଖାଯାଇଛି। କ୍ରିପ୍ଟୋକରେନ୍ସି...

ପାର୍ବଣରେ ଉନ୍ନତ ରହିବ ଟୁହ୍ବିଲର୍ସ ବଜାର:ହୋଣ୍ଡା

ମୁମ୍ବାଇ: କରୋନା ଜନିତ ଲକ୍‌ଡାଉନ ଲାଗି ଦେଶର ଅଟୋମୋବାଇଲ ବଜାର କ୍ଷତିଗ୍ରସ୍ତ ହୋଇ ରହିଛି। ହେଲେ ନିକଟରେ ଆସିଥିବା ଗାଡ଼ି ବିକ୍ରି ଡାଟା ମୁତାବକ ପୂର୍ବ...

ପିଏମ୍‌ସି ବ୍ୟାଙ୍କ ଉପରେ ଲାଗିଲା କଟକଣା;ଗ୍ରାହକ ଏକାଥରକେ ଉଠାଇପାରିବେ ୧୦୦୦ ଟଙ୍କା

ମୁମ୍ବାଇ,୨୫-୯: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆର୍ଥିକ ଅନୀୟମିତତା ଅଭିଯୋଗରେ ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋଅପରେଟିଭ ବ୍ୟାଙ୍କ ଲିମିଟେଡ(ପିଏମ୍‌ସି ବ୍ୟାଙ୍କ), ମୁମ୍ବାଇର ଦୈନନ୍ଦିନ କାର୍ଯ୍ୟ ଉପରେ ୬...

Advertisement
Archives

Model This Week