Posted inଖେଳ

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ରୁଷିଆକୁ ୫ମ ସ୍ଥାନ

ଭୁବନେଶ୍ୱର, ୧୫।୬(କ୍ରୀଡ଼ା ପ୍ରତିନିଧି)-
କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ରୁଷିଆ ୫ମ ସ୍ଥାନ ଅଧିକାର କରିଛି। ଶୁକ୍ରବାର ଅନୁଷ୍ଠିତ ପ୍ଲେସିଂ ମ୍ୟାଚରେ ଏହି ଦଳ ୩-୨ ଗୋଲରେ ପୋଲାଣ୍ଡକୁ ପରାସ୍ତ କରିଛି। ପୁଲ୍‌ ପର୍ଯ୍ୟାୟରେ ମଧ୍ୟ ରୁଷିଆ ସମାନ ବ୍ୟବଧାନରେ ପୋଲାଣ୍ଡକୁ ପରାସ୍ତ କରିଥିଲା।
ସକାଳ ୮ଟାରେ ଅନୁଷ୍ଠିତ ଏହିି ମ୍ୟାଚରେ ଭଲ ସଂଘର୍ଷ ହୋଇଥିଲା। ଉଭୟ ଦଳ ଆକ୍ରମଣାତ୍ମକ ଖେଳି ଅଗ୍ରଣୀ ନେବାକୁ ଉଦ୍ୟମ କରିଥିଲେ ହେଁ ଫିନିଶିଂ ଅଭାବରୁ ପ୍ରଥମ କ୍ବାର୍ଟର ଗୋଲଶୂନ୍ୟ ରହିଥିଲା। ଦ୍ୱିତୀୟ କ୍ବାର୍ଟର ଆରମ୍ଭରେ ଅର୍ଥାତ୍‌ ୧୬ତମ ମିନିଟରେ ପାଭେଲ ଗୋଲୁବେଭ୍‌ଙ୍କ ଫିଲ୍ଡ ଗୋଲ ମାଧ୍ୟମରେ ରୁଷିଆ ଅଗ୍ରଣୀ ନେଇଥିଲା। ୨୨ତମ ମିନିଟରେ ସର୍ଗି ଲେପେଶକିନଙ୍କ ଗୋଲ ବଳରେ ରୁଷିଆ ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇଥିବାବେଳେ ୩୦ତମ ମିନିଟରେ ପୋଲାଣ୍ଡକୁ ମିଳିଥିବା ପେନାଲ୍ଟି କର୍ନରକୁ ମିଚାଲ କାସ୍ପ୍ରାଜିକ୍‌ ଗୋଲରେ ପରିଣତ କରିଥିଲେ। ଫଳରେ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ରୁଷିଆ ୨-୧ ଗୋଲରେ ଅଗ୍ରଣୀ ନେଇଥିଲା।
ତୃତୀୟ କ୍ବାର୍ଟରରେ ରୁଷିଆ ପ୍ରଭାବୀ ପ୍ରଦର୍ଶନ କରିଥିଲା। ପୋଲାଣ୍ଡ ମ୍ୟାଚକୁ ବରାବର ସ୍ଥିତିକୁ ଆଣିବା ଚକ୍କରରେ ଥିବାବେଳେ ୩୬ତମ ମିନିଟରେ ମାରାଟ ଖଇରୁଲିନ ଏକ ଫିଲ୍ଡ ଗୋଲ ଦେଇ ରୁଷିଆ ଅଗ୍ରଣୀ ବ୍ୟବଧାନକୁ ୩-୧ରେ ପହଞ୍ଚାଇ ଦେଇଥିଲେ। ଶେଷ କ୍ବାର୍ଟରରେ କଡ଼ା ଟକ୍କର ହୋଇଥିଲା। ପୋଲାଣ୍ଡ ସହଜରେ ଛାଡ଼ିିବାକୁ ପ୍ରସ୍ତୁତ ନ ଥିଲା। ଦଳ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିଲେ ହେଁ ୫୫ତମ ମିନିଟରେ ମିକୋଲାଜ ଗୁମ୍‌ନିଙ୍କ ମାଧ୍ୟମରେ ଗୋଟିଏ ଗୋଲ ପରିଶୋଧ କରି ପାରିଥିଲା। ପ୍ରଥମ କ୍ବାର୍ଟରରେ ୨ଟି ଗୋଲ ସୁଯୋଗ ସୃଷ୍ଟି କରିଥିବା ଏବଂ ତୃତୀୟ କ୍ବାର୍ଟରରେ ଗୋଟିଏ ଗୋଲ ସ୍କୋର କରିଥିବା ଖଇରୁଲିନ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।
”ଟୁର୍ନାମେଣ୍ଟରୁ ଆମେ ବହୁ ଅଭିଜ୍ଞତା ହାସଲ କରିଛୁ। ମାତ୍ର ଆମେ ଯାହା ଆଶା କରୁଥିଲୁ ତାହା କରି ପାରିନାହୁଁ। ଅଧିକରୁ ଅଧିକ ଅଭ୍ୟାସ କରି ଆମେ ଆଗାମୀ ଦିନରେ ନିଶ୍ଚିତ ଉନ୍ନତ ଦଳଭାବେ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବୁ। ଟପ୍‌ ର଼୍ୟାଙ୍କ୍‌ ଟିିମ୍‌ ଗୁଡ଼ିକ ବିପକ୍ଷରେ ଅଧିକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିଲେ ଆମ ଯୁବ ଖେଳାଳିଙ୍କ ଆତ୍ମବିଶ୍ୱାସ ବଢ଼ିବ। ଭଲ ଫିନିଶିଂ କରିପାରି ନ ଥିବାରୁ ଆମେ ଟୁର୍ନାମେଣ୍ଟରେ ଆଗକୁ ଯାଇାରିଲୁ ନାହିଁ“ ବୋଲି ରୁଷିଆର ତାରକା ଖେଳାଳି ପାଭେଲ ଗୋଲୁବେଭ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ”ଆମେ ପ୍ରତିଯୋଗିତାରୁ ଅନେକ କିଛି ଶିଖିବାକୁ ପାଇଛୁ। ଆମକୁ ଆଗାମୀ ଦିନରେ କଠିନ ପରିଶ୍ରମ କରି ଟ୍ରେନିଂ ନେବାକୁପଡ଼ିବ। ଆମେ ପ୍ରଥମାର୍ଦ୍ଧରେ ଉତ୍ସାହୀ ପ୍ରଦର୍ଶନ କରିଥିଲେ ହେଁ ଦ୍ୱିତୀୟାର୍ଦ୍ଧରେ ତାହାକୁ ବଜାୟ ରଖି ପାରିଲୁ ନାହିଁ। ଫଳ ସ୍ବରୂପ ବିଜୟ ସମ୍ଭବ ହେଲା ନାହିଁ“ ବୋଲି ପୋଲାଣ୍ଡର ମାସିଏଜ୍‌ ଜାନିସଜେସ୍କି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ଶୁବମନ ଗିଲଙ୍କ ସହ ହୋଇଛି ଧୋକା! ଓ୍ବାର୍ଲଡକପ ଟିମ୍‌ରୁ ବାଦ ଦିଆଯିବା ପରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଥିଲେ, ସେତେବେଳେ ଶୁବମନ ଗିଲଙ୍କ ନାମ ତାଲିକାରେ...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri