Posted inଖେଳ

ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌: ବିଜୟ ସହ ବର୍ଷ ଆରମ୍ଭ ଭାରତର ଲକ୍ଷ୍ୟ

ଭୁବନେଶ୍ୱର, ୧୦।୧(କ୍ରୀଡ଼ା ପ୍ରତିନିଧି)-ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ଭାରତର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ନେଦରଲାଣ୍ଡ୍ସ। ଚଳିତ ମାସ ୧୮ ଓ ୧୯ ତାରିଖରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଭାରତ ଓ ନେଦରଲାଣ୍ଡ୍ସ ମଧ୍ୟରେ ମ୍ୟାଚ ଖେଳାଯିବ। ଗତ ବର୍ଷ ପ୍ରଭାବୀ ପ୍ରଦର୍ଶନ କରିଥିବା ଭାରତ ପ୍ରୋ ଲିଗ୍‌ରେ ବିଜୟ ସହ ବର୍ଷ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। ଏଥିପାଇଁ ଡିସେମ୍ବର ୨୯ରୁ ମୁଖ୍ୟ କୋଚ୍‌ ଗ୍ରାହାମ ରିଡ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭାରତୀୟ ଦଳର କୋଚିଂ କ୍ୟାମ୍ପ କଳିଙ୍ଗ ଷ୍ଟାଡିୟମରେ ଚାଲିଛି। ପୂର୍ବ କ୍ୟାମ୍ପରେ ଖେଳାଳିଙ୍କ ଶକ୍ତି ବୃଦ୍ଧି ପାଇଁ ଜିମ୍‌ ଏବଂ ହେଭି ଓ୍ବାର୍କଲୋଡ୍‌ ଉପରେ ଗୁରୁତ୍ୱ ଦିଆଯାଇଥିଲା। ମାତ୍ର ଏହି କ୍ୟାମ୍ପରେ ଖେଳ କୌଶଳ ଏବଂ ମ୍ୟାଚପରେ କିପରି ଶରୀର ଶୀଘ୍ର ରିକୋଭରି କରିବ ତା ଉପରେ ଫୋକସ କରାଯାଉଛି। ”ପ୍ରୋ ଲିଗ୍‌ରେ ଆମକୁ ଲଗାତର ମ୍ୟାଚ ଖେଳିବାକୁ ପଡ଼ିବ। ରିକୋଭରି ପାଇଁ ୨୪ ଘଣ୍ଟାରୁ କମ୍‌ ସମୟ ମିଳିବ। ତେଣୁ ଟ୍ରେନିଂ ସେସନରେ ଏହାକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତ କରାଯାଉଛି। ଗୋଟିଏ ସେସନରେ କଠିନ ପରିଶ୍ରମ କରୁଥିବାବେଳେ ଅନ୍ୟ ସେସନରେ ବିଶ୍ରାମ ନେଉଛୁ କିମ୍ବା ହାଲ୍‌କା ଅଭ୍ୟାସ କରୁଛୁ“ ବୋଲି ଭାରତୀୟ ଦଳର ତାରକା ଫରଓ୍ବାର୍ଡ ମନଦୀପ ସିଂ ପ୍ରକାଶ କରିଛନ୍ତି।
ପୂର୍ବ ଟ୍ରେନିଂ କ୍ୟାମ୍ପରେ ଜିମ୍‌ ସହିତ ହେଭି ଓ୍ବାର୍କଲୋଡ୍‌ ସହ ଷ୍ଟ୍ରେନ୍ଥ ଟ୍ରେନିଂ ଉପରେ ଫୋକସ କରାଯାଉଥିଲା। ରବିନ ଆର୍କେଲ(ବୈଜ୍ଞାନିକ ପରାମର୍ଶଦାତା) ଅତ୍ୟଧିକ କଷ୍ଟସାଧ୍ୟ ଜିମ୍‌ ସେସନ ଉପରେ ଗୁରୁତ୍ୱ ଦେଉଥିଲେ। ଆମ ଦଳର ସମସ୍ତ ଖେଳାଳି ଫିଟ୍‌ ଥିଲେ ହେଁ ଅଧିକ ଶକ୍ତିଶାଳୀ ହେବା ଉପରେ ଗୁରୁତ୍ୱ ଦିଆଯାଉଥିଲା। ଫଳରେ ଏଥର ଖେଳାଳିଙ୍କ ୟୋ-ୟୋ ଟେଷ୍ଟ ପୂର୍ବାପେକ୍ଷା ଯଥେଷ୍ଟ ଭଲ ରହିଥିଲା। ଆଗାମୀ ୭-୮ ମାସ ମଧ୍ୟରେ ସ୍ପିଡ୍‌ ଏବଂ ଫିଟ୍‌ନେସ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ କ୍ଳାନ୍ତ ନ ହୋଇ ଖେଳିବା ଉପରେ ଆମେ ଧ୍ୟାନ ଦେଉଛୁ ବୋଲି ସେ କହିଛନ୍ତି। ଭାରତ-ନେଦରଲାଣ୍ଡ୍ସ ମ୍ୟାଚଗୁଡ଼ିକ ସାଧାରଣତଃ ସଂଘର୍ଷପୂର୍ଣ୍ଣ ହୋଇଥାଏ। ଏଥର ମଧ୍ୟ ବିଲି ବାକରଙ୍କ ଦଳକୁ ଭାରତ କଡ଼ା ଚ୍ୟାଲେଞ୍ଜ ଦେବ ବୋଲି ଆଶା ରଖିଛନ୍ତି ମନଦୀପ। ”ଆମେ ନେଦରଲାଣ୍ଡ୍ସ ବିପକ୍ଷରେ ଗତବର୍ଷ ଖେଳିନାହୁଁ। ଦଳଗତଭାବେ ଆମେ ପୂର୍ବାପେକ୍ଷା ଉନ୍ନତି କରିଛୁ। ଏହା ବ୍ୟତୀତ ଘରୋଇ ପରିବେଶରେ ଆମେ ଖେଳିବାକୁ ଯାଉଛୁ। ତେଣୁ କେବେହେଲେ ଦର୍ଶକଙ୍କୁ ନିରାଶ ହେବାକୁ ଦେବାକୁ ଚାହିଁବୁନି। ବିଜୟ ସହ ବର୍ଷ ଆରମ୍ଭ କରିବା ଆମର ଲକ୍ଷ୍ୟ“ ବୋଲି ଗତବର୍ଷ ଅଧିକ ଗୋଲ ସ୍କୋର କରିଥିବା ମନଦୀପ ପ୍ରକାଶ କରିଛନ୍ତି।
ଫରଓ୍ବାର୍ଡ ଲାଇନ୍‌ ସହ ଉତ୍ତମ ଯୋଗାଯୋଗ ରହିଲେ ଯାଇ ଅଧିକରୁ ଅଧିକ ଗୋଲ ସ୍କୋର ହୋଇପାରିବ ବୋଲି ତାଙ୍କ ମତ। ”ସାଥୀ ଖେଳାଳିଙ୍କ ସହଯୋଗ ରହିଲେ ଯାଇ ଫରଓ୍ବାର୍ଡ ଖେଳାଳିମାନେ ଅଧିକ ଗୋଲ ଦେଇ ପାରିବେ। ଆମେ ସାଥୀହୋଇ ଅଭ୍ୟାସ କରୁଥିବାରୁ ଏସ.ଭି. ସୁନୀଲ, ରମଣଦୀପ ସିଂ ଓ ଆକାଶଦୀପ ସିଂଙ୍କ ସହ ମୋର ବୁଝାମଣା ଭଲ ରହିଛି। ଆମେ କିଭଳି ଏବଂ କେଉଁ ପରିସ୍ଥିତିରେ ଗ୍ୟାପ୍‌ ବାହାର କରିପାରିବୁ ଏବଂ ସୁଯୋଗ ସୃଷ୍ଟି କରିବୁ ତାହାକୁ ନେଇ ଆମେ ପଡ଼ିଆ ବାହାରେ ମଧ୍ୟ ଆଲୋଚନା କରୁଛୁ। ଜଣେ ଷ୍ଟ୍ରାଇକରଭାବେ ଏହା ମୋତେ ବ୍ୟକ୍ତିଗତଭାବେ ବହୁତ ସହାୟକ ହୋଇଛି“ ବୋଲି ମନଦୀପ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri