ଏପ୍ରିଲରୁ ଧାନ ବିକି ଟଙ୍କା ପାଇ ନ ଥିବା ଚାଷୀଙ୍କ ଧାରଣା

ଭଣ୍ଡାରିପୋଖରୀ, ୧୦ା୧୨(ଡି.ଏନ୍‌.ଏ.)- ଗତ ଏପ୍ରିଲ ମାସରେ ଧାନ ବିକ୍ରି କରି ପାଉଣା ପାଇ ନ ଥିବାରୁ ଏହାର ପ୍ରତିବାଦରେ ଚାଷୀମାନେ ମଙ୍ଗଳବାର ଭଣ୍ଡାରିପୋଖରୀ ବ୍ଲକ ନଗୁଁଆ ସେବା ସମବାୟ ସମିତିରେ ତାଲା ପକାଇ ଧାରଣା ଦେଇଥିଲେ। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କୌଣସି ବିଭାଗୀୟ ଅଧିକାରୀ ଘଟଣାସ୍ଥଳକୁ ଆସି ନଥିବାରୁ ଚାଷୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଧାରଣା ଦେଇଥିବା ଦର୍ଶାଇଛନ୍ତି ଯେ, ଏଠାକାର ୨୭ ଜଣ ଚାଷୀ ୬୯୯ କୁଇଣ୍ଟାଲ ଧାନ ଗି ଏପ୍ରିଲ ମାସରେ ବିକ୍ରି କରିଥିଲେ। ନଗୁଁଆ ସେବା ସମବାୟ ସମିତି ପକ୍ଷରୁ ସେମାନଙ୍କୁ ରସିଦ୍‌ ଦିଆଯାଇଥିଲା। ଏହାମଧ୍ୟରେ ୭ ମାସ ବିତି ଯାଇଥିଲେ ବି ସେମାନଙ୍କୁ ଧାନବିକ୍ରି ବାବଦ ଟଙ୍କା ମିଳି ନାହିଁ । ଅଫ୍‌ଲାଇନରେ ଏହି ଧାନ କିଣାଯାଇଥିଲା। ସମିତିର ସଭାପତି ରମେଶ ଭାରତୀଙ୍କ ସହ ସମ୍ପାଦକ ସଞ୍ଜୟ ମଲିକ ଗତମାସ ୨୮ତାରିଖରେ ସମ୍ପୃକ୍ତ ମିଲ୍‌ ମାଲିକଙ୍କ ସହ ଯୋଗାଯୋଗ କରିଥିଲେ। ସେ ଧାନର ମୂଲ୍ୟ କମ୍‌ କରି ଦେବାକୁ କହିବାରୁ ଚାଷୀମାନେ ରାଜି ନ ହୋଇ ସମିତିରେ ଅଫିସରେ ତାଲା ପକାଇ ଧାରଣା ଦେଇଥିବା କହିଛନ୍ତି। ଏନେଇ ସେମାନେ ଭଦ୍ରକ ଜିଲାପାଳଙ୍କୁ ଏକ ଅଭିଯୋଗପତ୍ର ଦେଇଛନ୍ତି। ଆଗାମୀ ୩ ଦିନ ଭିତରେ ସମସ୍ୟାର ସମାଧାନ ନ ହେଲେ ଏହି ୨୭ ଜଣ ଚାଷୀଙ୍କ ସପରିବାର ଯୋଗାଣ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ଚାଷୀ ମନୋରମା ନାୟକ, ନନ୍ଦକିଶୋର ସାହୁ, ସନ୍ତୋଷ ରାଉତ, ରମାକାନ୍ତ ବାରିକ, ଅଶୋକ ତ୍ରିପାଠୀ, ଅନୀଲ ଲେଙ୍କା ପ୍ରମୁଖ ଏହି ଧାରଣାରେ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ: ମା’ ଆଣିଲେ ସାଂଘାତିକ ଅଭିଯୋଗ

ଅମରପାଲି,୩।୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ହରିହର ଯୋର(ଠେଙ୍ଗୋ ଡ୍ୟାମ)ଫାଣ୍ଡି ଅଞ୍ଚଳରେ ଜଣେ ହାଇସ୍କୁଲ ପଢୁଆ ନାବାଳିକାଙ୍କୁ ଅପହରଣ ହୋଇଥିବା ଅଭିଯୋଗ ହୋଇଛି। ନାବାଳିକା…

ଭାଜପା ନେତାଙ୍କ ଘର ଉପରକୁ ଆକ୍ରମଣ, ଘର ଭଙ୍ଗାରୁଜା କରି…

ମୋହନା,୩।୨( ମନ୍ମଥ ମିଶ୍ର ): ଗଜପତି ଜିଲା ଭାଜପା ନେତାଙ୍କ ବାସଭବନକୁ ସଂଘବଦ୍ଧ ଆକ୍ରମଣ । ପୂର୍ବତନ ଭାଜପା ଗଜପତି ଜିଲା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ…

୯୮ ଥର ରକ୍ତଦାନକରି ଚର୍ଚ୍ଚାରେ କିଶୋର: ଅନେକ ଲୋକଙ୍କ ଜୀବନ…

ନୂଆପଡ଼ା,୩ା୨ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ କୁଲିଆବନ୍ଧା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ କିଶୋର କୁମାର ପରିଡ଼ା ୯୮ ଥର ରକ୍ତଦାନକରି ଚର୍ଚ୍ଚାରେ ଅଛନ୍ତି। ସ୍ବେଚ୍ଛାକୃତ ରକ୍ତଦାନ…

୪ ପ୍ରସ୍ତାବରେ ସରକାର ରାଜି ହେଲେ ଆତ୍ମସମର୍ପଣ କରିବୁ: ସର୍ତ୍ତ ରଖିଲେ ମାଓବାଦୀ ନେତା ନିଖିଳ

ରାୟଗଡ଼ା,୩ା୨(ଆଶିଷ ରଞ୍ଜନ ପଣ୍ଡା):କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ ମାର୍ଚ୍ଚ ୩୧ ଡେଡ୍‌ଲାଇନ ଦେବା ସହିତ ଭାରତୀୟ ଗଣତନ୍ତ୍ରରେ ସାମିଲ ହେବା ଲାଗି ଚେତାବନୀ…

ଲିଙ୍ଗ ପରିବର୍ତ୍ତନ କରି ପୁଅରୁ ଝିଅ ହେଲେ, ସମୀର ନାୟକରୁ ଏବେ ସମୀରା ମାଡାମ

ଖଲ୍ଲିକୋଟ,୩।୨ (ପ୍ରଶାନ୍ତ କୁମାର ମିଶ୍ର): ପୁଅ ଥିଲେ ଝିଅ ହୋଇଗଲେ। ସମୀର ନାୟକରୁ ବନିଗଲେ ସମୀରା ମାଡାମ । ଓଡିଶାର ପ୍ରଥମ ଟ୍ରାନ୍ସ ଓମେନ ଆର୍ଟିଷ୍ଟ ହେଲେ…

ତେଲ ଟ୍ୟାଙ୍କର ନେଲା ମହିଳାଙ୍କ ଜୀବନ: ରାସ୍ତାରୋକ, ସ୍କର୍ପିଓ ଭଙ୍ଗାରୁଜା

ବରଗଡ଼,୩।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ -ଭଟଲି ରାସ୍ତାର ବରଡୋଲ ନିକଟରେ ସୋମବାର ସନ୍ଧ୍ୟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ତେଲ ବୋଝେଇ ଟ୍ୟାଙ୍କର ବିପରୀତ ଦିଗରୁ ଆସୁଥିବା…

ବାଇକ ଚୋରି କରି କମ୍‌ ଦାମ୍‌ରେ ବିକୁଥିଲେ ଅଭିଯୁକ୍ତ, ଧରିଲା ପୋଲିସ

ବଲାଙ୍ଗିର,୨।୨ (ସୁନିଲ କୁମାର ମହାନ୍ତି) : ବଲାଙ୍ଗୀର ଜିଲା ପୁଇଁତଳା ଥାନା ପୋଲିସ ହାତରେ ଧରାପଡିଛନ୍ତି ବାଇକ ଚୋର । ଜଣେ ବାଇକ ଚୋର ସହିତ ଚୋର…

ଗଣିତ ନୋଟ୍‌ ବୁକ୍‌ ନେଇ ନଥିଲେ ବୋଲି ୩ୟ ଶ୍ରେଣୀ ଛାତ୍ରଙ୍କୁ ଲହୁଲୁହାଣ କଲେ ଶିକ୍ଷୟିତ୍ରୀ, ଡାକ୍ତରଖାନାରେ ହେଲେ ଭର୍ତ୍ତି

ଦାରିଙ୍ଗବାଡି, ୨ ।୨ (ଅରୁଣ ସାହୁ ): ଦଣ୍ଡମୁକ୍ତ ଅଞ୍ଚଳରେ ପ୍ରଚଣ୍ଡ ଦଣ୍ଡ ବ୍ୟବସ୍ଥା। ସାଧାରଣ ଗଣିତ ନୋଟ୍‌ ବୁକ୍‌ ଭୁଲିଯିବା ଓ ବିନା ନୋଟ୍‌ ବୁକ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri