ଏନ୍‌କାଉଣ୍ଟର ପରେ ରବି ରାଓ ଗ୍ୟାଙ୍ଗ୍‌ ସଦସ୍ୟ ଜିଲାପାର୍‌: ଆହତ ଅବସ୍ଥାରେ ଅର୍ଜୁନଙ୍କୁ ଧରିଲା ପୋଲିସ

ଭୁବନେଶ୍ୱର,୭ା୮(ବ୍ୟୁରୋ): ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଜିଲାରେ ଆତଙ୍କ ଖେଳାଉଥିବା ୧୧ଜଣିଆ ରବି ରାଓ ଗ୍ୟାଙ୍ଗ୍‌କୁ ଧରିବାକୁ କମିଶନରେଟ ପୋଲିସ ସିରିଜ ଏନ୍‌କାଉଣ୍ଟର କରିଥିଲା। ୪ଜଣଙ୍କୁ ଏନ୍‌କାଉଣ୍ଟର କରି ଧରିବା ପରେ ସହର ଛାଡ଼ିବାକୁ ପ୍ରସ୍ତୁତ ହେଉଥିବା ମାଷ୍ଟର ମାଇଣ୍ଡ୍‌ ରବି ପଞ୍ଚମ ଏନ୍‌କାଉଣ୍ଟରେ ପୋଲିସ ଫାଶରେ ପଡ଼ିଥିଲେ। ତେବେ ସୋମବାର ରାତିରେ ଆଉଜଣଙ୍କୁ ଆହତ ଅବସ୍ଥାରେ ଗିରଫ କରିଛି ପୋଲିସ। ଅନ୍ୟ ୫ଜଣ ଜିଲାପାର୍‌ ହୋଇଥିବାବେଳେ ରାଜ୍ୟ ବାହାରକୁ ଖସି ଯାଇଥିବା କୁହାଯାଉଛି। ତେଣୁ ସେମାନଙ୍କୁ ଧରିବାକୁ କମିଶନରେଟ ପୋଲିସର ଦୁଇଟି ଟିମ୍‌ ଜିଲା ବାହାରକୁ ଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ଖବର ମିଳିଛି। ସୋମବାର ରାତିରେ କମିଶନରେଟ ପୋଲିସ ଡୁମୁଡୁମା ଅଞ୍ଚଳରେ ଚଢ଼ାଉ କରିଥିଲା। ରବି ରାଓ ଗ୍ୟାଙ୍ଗ୍‌ର ଅନ୍ୟତମ ସଦସ୍ୟ ଅର୍ଜୁନ ଦାଶ ରହୁଥିବା ଏକ ଘର ଉପରେ ଚଢ଼ାଉ କରି ତାଙ୍କୁ ଗିରଫ କରିବା ସହ ତାଙ୍କଠାରୁ ମହିମା ମୋଟର୍ସ ମାଲିକଙ୍କୁ ହାଣି ଲୁଟି ନେଇଥିବା ସୁନା ଚେନ୍‌କୁ ପୋଲିସ ଜବତ କରିଛି। ଅର୍ଜୁନଙ୍କ ନାମରେ କମିଶନରେଟ ପୋଲିସର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ଖଣ୍ଡଗିରିରେ ଏକ ହତ୍ୟା ମାମଲା, ଲକ୍ଷ୍ମୀସାଗର ଓ ଶହୀଦନଗର ଥାନାରେ ତାଙ୍କ ନାମରେ ବଳାତ୍କାର ମାମଲା ରହିଛି। ଏହାସହ ବହୁ ଡକାୟତି ଓ ରାହାଜାନୀ ଆଦି ମାମଲାରେ ତାଙ୍କର ସମ୍ପୃକ୍ତି ଥିବା ପୋଲିସ କହିଛି।
ରବିବାର ରାତିରେ ରବିଙ୍କୁ ପୋଲିସ ଏନ୍‌କାଉଣ୍ଟର କରିବା ପରେ ଅର୍ଜୁନ ସହର ଛାଡି ଖସିଯିବାକୁ ଉଦ୍ୟମ କରିଥିଲା। ହେଲେ ସେ ବାଇକରେ ଯାଉଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଆହତ ହୋଇଥିଲେ। ପୋଲିସ ଧରିଦେବା ଭୟରେ ସେ ହସ୍ପିଟାଲ ନ ଯାଇ ଡୁମୁଡୁମାରେ ଏକ ଘରେ ରହି ଚିକିତ୍ସିତ ହେଉଥିଲେ। ଏହି ଖବର ପହଞ୍ଚତ୍ବା ପରେ ପୋଲିସ ଟିମ୍‌ ସୋମବାର ବିଳମ୍ବିତ ରାତିରେ ସେଠାରେ ଚଢ଼ାଉ କରିଥିଲା। ସେ ଆହତ ଥିବାରୁ ଫେରାର ହୋଇପାରି ନ ଥିଲେ। ପଚରାଉଚରା କରିବା ପରେ ମଞ୍ଚେଶ୍ୱର ଥାନା ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅର୍ଜୁନ ଡକାୟତି କରିବା ସମୟରେ ଘରେ ଯଦି ମହିଳା ଦେଖୁଥିଲେ ତାଙ୍କୁ ବଳାତ୍କାର କରୁଥିଲେ। ଏହାକୁ କିନ୍ତୁ ଗ୍ୟାଙ୍ଗ୍‌ ଲିଡର ରବି ପସନ୍ଦ କରୁ ନ ଥିଲେ। ଯେଉଁଥିପାଇଁ ରବି ଓ ଅର୍ଜୁନଙ୍କ ମଧ୍ୟରେ ବାରମ୍ବାର ବଚସା ହୋଇଥିଲା। ଏଥିପାଇଁ ରବିଙ୍କ ସହ ତାଙ୍କର ସମ୍ପର୍କ ଭଲ ନ ଥିବା ଅର୍ଜୁନ ପୋଲିସକୁ କହିଛନ୍ତି। ଏଥିସହ ଅଜୁର୍ନକୁ ପଚରାଉଚରାବେଳେ ପୋଲିସକୁ ବହୁ ତଥ୍ୟ ମିଳିଛି। ଏହି ଆଧାରରେ ଗ୍ୟାଙ୍ଗ୍‌ର ଅନ୍ୟ ସଦସ୍ୟଙ୍କୁ ଧରିବାକୁ ଉଦ୍ୟମ ଚଳାଇଥିବା ଜଣାପଡିଛି। ରବିଙ୍କ ସହ ଅର୍ଜୁନ ଲୁଟ୍‌ ପାଇଁ ଜିଲା ବାହାରକୁ ଯାଇଛନ୍ତି। ଘଟଣା ପରେ ପୋଲିସ ନଜରରୁ ହଟିବା ପାଇଁ ଅନ୍ୟମାନଙ୍‌କ ସହ ସେ ମଧ୍ୟ କାର ଭିତରେ ଶୋଇ ପଡୁଥିଲେ। ତେବେ ରବି ଖୁସି ମିଜାଜ୍‌ର ହୋଇଥିବାରୁ ଲୁଟ୍‌ ଟଙ୍କାରେ ବିଳାସବ୍ୟସନରେ ଜୀବନ କଟାଇବାକୁ ପସନ୍ଦ କରୁଥିଲେ। ଦାମୀ ମଦ ପିଇବା ସହ ପ୍ରେମିକାକୁ ଦାମୀ ଉପହାର ଦେଉଥିବା ଜଣାପଡିଛି।
ଅନ୍ୟପକ୍ଷରେ ଧଉଳି ଥାନା ଅନ୍ତର୍ଗତ ବାପୁଜୀ ହାଇଟେକ୍‌ ଆପାର୍ଟମେଣ୍ଟର ଯେଉଁ ଘରେ ସେମାନେ ନକଲି ମଦ ତିଆରି କାରଖାନା ଚଳାଇଥିଲେ ତାହାର ମାଲିକଙ୍କୁ ପଚରାଉଚରା କରି ବହୁ ତଥ୍ୟ ପାଇଛି। ଏଥିସହ ପୋଲିସ ମଙ୍ଗଳବାର ମଧ୍ୟ ଉକ୍ତ ଘରକୁ ଯାଇ ପୁଣି ଯାଞ୍ଚ କରିବା ସହ ଉକ୍ତ ଆପାର୍ଟମେଣ୍ଟରେ ରହୁଥିବା ଅନ୍ୟମାନଙ୍କୁ ପଚରାଉଚରା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସହକାରୀ ବନ ସଂରକ୍ଷକ ସୌମ୍ୟଙ୍କ ମୃତ୍ୟୁ ମାମଲା: ଡିଏଫ୍‌ଓ ସଂଗ୍ରାମ କେଶରୀଙ୍କୁ ଜେରା

ପାରଳାଖେମୁଣ୍ଡି,୨୩ା୭(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କୁ ଶୁକ୍ରବାର ତାଙ୍କ କାର୍ଯ୍ୟାଳୟରେ ଜେରା...

କୋଭିଡ୍‌ ନିୟମ ମାନୁ ନ ଥିବା ଦୋକାନ ସିଲ୍‌ ହେବ

ଭୁବନେଶ୍ୱର,୨୪ା୧୦(ବ୍ୟୁରୋ): କରୋନା କଟକଣା ଓ ପାର୍ବଣ ସତର୍କତା ସତ୍ତ୍ୱେ ଭୁବନେଶ୍ୱର ୟୁନିଟ୍‌-୨ ମାର୍କେଟ ବିଲ୍ଡିଂରେ ଗହଳି ବଢ଼ୁଛି। ସାମାଜିକ ଦୂରତ୍ୱ ରହୁ ନ ଥିବାବେଳେ ବ୍ୟବସାୟୀ...

ଏଣିକି ସାମ୍ସରେ ଦାଖଲ ହେବନି ୟୁଜି, ପିଜି ନାମଲେଖା ଫି

ଭୁବନେଶ୍ୱର,୫।୬(ବ୍ୟୁରୋ): ସ୍ନାତକ (ୟୁଜି) ଓ ସ୍ନାତକୋତ୍ତର (ପିଜି) ନାମଲେଖାରେ ସାମ୍ସରେ ଏଣିକି ଆଉ ନାମଲେଖା ଫି ଦାଖଲ ହେବନି । ଯେଉଁ କଲେଜରେ ଛାତ୍ରଛାତ୍ରୀଙ୍କ ଚୟନ...

ଶିଳପୁଆରେ ମାଡ଼ମାରି ମା’ଙ୍କୁ ହତ୍ୟା: ଅଭିଯୁକ୍ତ ପୁଅ ଗିରଫ

ବରଗଡ଼ ଅଫିସ,୨୩।୭: ନିଜର ମା’ଙ୍କୁ ହତ୍ୟାକରି ପୁଅ ଗିରଫ ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବରଗଡ଼ ସଦର ଥାନା ଅନ୍ତର୍ଗତ ଧାଙ୍ଗେର ଗ୍ରାମରେ।...

ଘୂର୍ଣ୍ଣିବଳୟ:୨ ଦିନ ଝଡ଼ବର୍ଷା

ଭୁବନେଶ୍ୱର,୨।୬(ବ୍ୟୁରୋ): ଦକ୍ଷିଣ ବାଂଲାଦେଶ, ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଆସନ୍ତା ୨ ଦିନ ଯାଏ ଘଡ଼ଘଡ଼ି...

କାଲିଠାରୁ ୮ଟି ରୁଟରେ ଗଡିବ ମୋ’ ବସ୍‌

ଭୁବନେଶ୍ୱର,୩।୮(ବ୍ୟୁରୋ)-ଆସନ୍ତା କାଲିଠାରୁ ୮ଟି ରୁଟରେ ଗଡିବ ମୋ ବସ୍‌। ସକାଳ ୭ଟାରୁ ସା ୭ଟା ଯାଏ ନନଏସି ବସ ଚାଲିବ। ୧୧, ୧୬, ୧୮, ୨୦,...

କାଲି ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ୱର,୨୫।୩(ବ୍ୟୁରୋ): କୃଷକ ସଂଗଠନ ଗୁଡ଼ିକର ଭାରତ ବନ୍ଦ ଡାକରା ପରିପ୍ରେକ୍ଷୀରେ ଶୁକ୍ରବାର ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ରାଜ୍ୟର ସମସ୍ତ ସରକାରୀ, ଘରୋଇ ସ୍କୁଲ,...

କରୋନା ମୁକାବିଲା ଚିନ୍ତା: ଓଡ଼ିଶାରେ କେନ୍ଦ୍ରୀୟ ଟିମ୍‌; ଏସ୍‌ସିବିରେ କରୁଛନ୍ତି ପରିସ୍ଥିତି ଅନୁଧ୍ୟାନ

କଟକ ଅଫିସ,୬।୨: ସାରା ବିଶ୍ୱରେ ପ୍ରାଣଘାତକ କରୋନା ଭୂତାଣୁ ଆତଙ୍କ ଖେଳାଇଥିବା ବେଳେ ଭାରତର କେରଳରେ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛି। ଓଡ଼ିଶାରେ ମଧ୍ୟ...

Advertisement
Archives

Model This Week