ଏନ୍‌କାଉଣ୍ଟରରେ ଆହତ ଅଷ୍ଟମଙ୍କୁ ୭ ବର୍ଷ ଜେଲ

ବ୍ରହ୍ମପୁର ଅଫିସ,୨୫ା୫- ପୋଲିସ ଏନ୍‌କାଉଣ୍ଟର ବେଳେ ଅପରାଧୀଙ୍କ ଗୁଳିରେ ପୋଲିସ ଆହତ ହୋଇଥିବା ମାମଲାର ଶୁଣାଣି କରି ଅତିରିକ୍ତ ବିଚାର ବିଭାଗ ମାଜିଷ୍ଟ୍ରେଟ (ଏସିଜେଏମ) ସରୋଜ କୁମାର ଦାସ ପଶ୍ଚିମବଙ୍ଗ ମୁର୍ଶିିଦାବାଦର ଅଷ୍ଟମ ମଣ୍ଡଳଙ୍କୁ ୭ ବର୍ଷ ସଶ୍ରମ ଦାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ଜରିମାନା ଅନାଦାୟ ଅଧିକ ୧୮ ମାସ ଜେଲ ଦଣ୍ଡରେ ଦଣ୍ଡିତ ହେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିବା କୋର୍ଟ ସୂତ୍ରରୁ ପ୍ରକାଶ।
ଯେ, ୨୦୧୬ ଅଗଷ୍ଟ ୩୦ରେ କେତେକ ଦୁର୍ବୃତ୍ତ ମାରଣାସ୍ତ୍ର ଧରି ରହିଥିବା ଗୋପାଳପୁର ପୋଲିସ ଖବର ପାଇ ପଥରା ନିକଟ କଳିଙ୍ଗ ବିହାରରେ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ସେଠାରେ ବସିଥିବା ଦୁଇଜଣ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ହେଲେ ପୋଲିସ ହାବୁଡ଼ରେ ଧରା ପଡ଼ିଯିବା ଭୟରେ ଅଷ୍ଟମ ମଣ୍ଡଳ ଗୁଳି ଚଳାଇଥିଲେ। ଏଥିରେ ତତ୍କାଳୀନ ଗୋପାଳପୁର ଥାନାଧିକାରୀ ପ୍ରଜ୍ଞା ପରମିତା ଜେନା ଆହତ ହୋଇଥିଲେ। ପୋଲିସ ଏହାର ଜବାବରେ ଅପରାଧୀଙ୍କୁ ଗୁଳିମାଡ଼ କରିଥିଲା। ଏଥିରେ ଅଷ୍ଟମ ଗୁରୁତର ହୋଇ ଗାଡ଼ିରୁ ଖସି ପଡ଼ିଥିଲେ। ପୋଲିସ ଅଷ୍ଟମଙ୍କୁ କାବୁ କରିବା ସହ ତାଙ୍କୁ ଏମକେସିଜିରେ ଭର୍ତ୍ତି କରିଥିଲା। ଅନ୍ୟପଟେ ଅଷ୍ଟମଙ୍କ ସହିତ ଥିବା ଜଣେ ନାବାଳକଙ୍କୁ ପୋଲିସ ଧରି ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ପଠାଇଥିଲା। ସୁସ୍ଥ ହେବା ପରେ ଅଷ୍ଟମଙ୍କୁ ମାମଲା ନଂ ୮୪/୧୬ରେ ଗିରଫ କରି ୨୦୧୬ ସେପ୍ଟେମ୍ବର ୨୨ରେ କୋର୍ଟଚାଲାଣ କରିଥିଲା। ଅଷ୍ଟମ ଓ ତାଙ୍କର କେତେକ ସହଯୋଗୀ ଗୋଳନ୍ଥରା ନିକଟ ଏକ ଘରୋଇ ଶିକ୍ଷାନୁଷ୍ଠାନର ସେଣ୍ଟ୍ରି କାମ ପାଇଁ ମୁର୍ଶିିଦାବାଦରୁ ବ୍ରହ୍ମପୁର ଆସିଥିଲେ ବୋଲି ସୂଚନା ଦେଇଥିଲା। ଘଟଣା ପରଠାରୁ ଅଭିଯୁକ୍ତ ଅଷ୍ଟମ ବ୍ରହ୍ମପୁର ମଣ୍ଡଳ କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ରହିଛନ୍ତି। ଶୁକ୍ରବାର ଏହି ମାମଲାର ବିଚାର ବେଳେ ୧୯ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଏସିଜେଏମ ଦାସ ଅଭିଯୁକ୍ତଙ୍କୁ ଉପରୋକ୍ତ ଦଣ୍ଡାଦେଶର ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ଭି. ପ୍ରସନ୍ନ କୁମାର ପାତ୍ର ମକଦ୍ଦମା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ଆଗକୁ ବାର୍ଷିକ ପରୀକ୍ଷା: ଭଞ୍ଜନଗରରେ ବଢୁଛି ଶବ୍ଦ ପ୍ରଦୂଷଣ, ରୋକିବା ପାଇଁ…

ଭଞ୍ଜନଗର,୧୬ା୨(ବାବୁଲା ପ୍ରଧାନ): ଆସନ୍ତା ୧୮ରୁ ରାଜ୍ୟରେ ଯୁକ୍ତ ୨ ବାର୍ଷିକ ପରୀକ୍ଷା ହେବ। ତାହା ମାର୍ଚ୍ଚ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ଏଥିସହ ମାଟ୍ରିକ୍‌ ପରୀକ୍ଷା…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri