Posted inଜାତୀୟ

ଏନ୍‌ଆଇଏକୁ ମିଳିବ ଅଧିକ କ୍ଷମତା

ନୂଆଦିଲ୍ଲୀ,୧୬ା୭(ପି.ଟି.): ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)କୁ ଅଧିକ କ୍ଷମତା ଦେବା ଲାଗି ସଂଶୋଧିତ ବିଲ୍‌ ଲୋକ ସଭାରେ ସୋମବାର ଗୃହୀତ ହୋଇଛି। ଏନ୍‌ଆଇଏ ସଂଶୋଧନ ବିଲ୍‌ ଆଇନରେ ପରିଣତ ହେଲେ ଉକ୍ତ ତଦନ୍ତକାରୀ ସଂସ୍ଥା ଭାରତୀୟ ଏବଂ ବିଦେଶରେ ଥିବା ଭାରତୀୟ ସ୍ବାର୍ଥ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପର ସମେତ ସାଇବର ଅପରାଧ ଏବଂ ମାନବ ଚାଲାଣ ମାମଲାଗୁଡିକର ମଧ୍ୟ ତଦନ୍ତ କରିବ।
୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ୧୬୬ ଜଣଙ୍କ ମୃତ୍ୟୁ ଘଟଣା ପରେ ୨୦୦୯ରେ ଏନ୍‌ଆଇଏ ଗଠନ ହୋଇଥିଲା। ବର୍ତ୍ତମାନର ଚ୍ୟାଲେଞ୍ଜକୁ ସମ୍ମୁଖୀନ ହେବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏନ୍‌ଆଇଏକୁ ଅଧିକ କ୍ଷମତା ପ୍ରଦାନ କରିବା ଲାଗି ୨୦୧୭ରୁ ଊଦ୍ୟମ କରିଆସୁଛି। ଏନ୍‌ଆଇଏ ଆଇନର ଦୁରୁପଯୋଗ ହେବା ସହ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ କରାଯିବ ବୋଲି ବିରୋଧୀ ଦଳ ଅଭିଯୋଗ କରିଥିବାବେଳେ ସରକାର ଏହାକୁ ଖଣ୍ଡନ କରିଛନ୍ତି।
ଏନ୍‌ଆଇଏ (ସଂଶୋଧନ) ବିଲ୍‌, ୨୦୧୯ ଆଲୋଚନାରେ ଅଂଶଗ୍ରହଣ କରି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ କହିଥିଲେ, ଆତଙ୍କବାଦ ଓ ସାରା ବିଶ୍ୱକୁ ବାର୍ତ୍ତା ଦେବା ପାଇଁ ଏନ୍‌ଆଇଏକୁ ଅଧିକ କ୍ଷମତା ଦେବା ପ୍ରସ୍ତାବକୁ ପାର୍ଲାମେଣ୍ଟରେ ସମସ୍ତେ ଏକସ୍ବରରେ ସମର୍ଥନ ଦେବା ଉଚିତ। ଆତଙ୍କବାଦର ମୂଳୋତ୍ପାଟନ ଲକ୍ଷ୍ୟରେ ଏହି ବିଲ୍‌ ଅଣାଯାଇଛି। କୌଣସି ସମ୍ପ୍ରଦାୟକୁ ଟାର୍ଗେଟ କରିବା ନରେନ୍ଦ୍ର ମୋଦି ସରକାରଙ୍କ ଉଦ୍ଦେଶ୍ୟ ନୁହେଁ ବୋଲି ଶାହ ସ୍ପଷ୍ଟ କରିଥିଲେ। କାର୍ଯ୍ୟାନୁଷ୍ଠାନ ବେଳେ ଅଭିଯୁକ୍ତଙ୍କ ଧର୍ମକୁ ଦେଖାଯିବନାହିଁ ବୋଲି ସେ କହିଥିଲେ।
ଆଲୋଚନାର ଉତ୍ତର ଦେଇ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଜି. କିଶନ ରେଡ୍ଡୀ କହିଥିଲେ, ଦେଶକୁ ଆତଙ୍କବାଦରୁ ରକ୍ଷା କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଏହା ଚୌକିଦାରଙ୍କ ଦ୍ୱାରା ପରିଚାଳିତ ସରକାର ହୋଇଥିବାରୁ ଦେଶର ସୁରକ୍ଷାକୁ ସର୍ବାଗ୍ରେ ରଖାଯିବ। ଆତଙ୍କବାଦର କୌଣସି ଧର୍ମ, ଜାତି କିମ୍ବା ଅଞ୍ଚଳ ନାହିଁ ବୋଲି ରେଡ୍ଡୀ କହିଥିଲେ। ତଦନ୍ତ କରିବା ପୂର୍ବରୁ ଏନ୍‌ଆଇଏକୁ ସମ୍ପୃକ୍ତ ରାଜ୍ୟର ମୁଖ୍ୟ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ଲେଖି ଜଣାଇବାକୁ ପଡୁଥିଲା। ତେବେ ସର୍ଜିକାଲ ଷ୍ଟ୍ରାଇକ୍‌ ଓ ଏୟାରଷ୍ଟ୍ରାଇକ୍‌ରୁ ଜଣାପଡିଲା ପାକିସ୍ତାନ ସମ୍ପୃକ୍ତ ଥିବା ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କର ବିକଳ୍ପ ମାଧ୍ୟମ ରହିଛି। ଏନ୍‌ଆଇଏ ଏବେ ୨୭୨ଟି ମାମଲାର ତଦନ୍ତ କରୁଥିବାବେଳେ ୧୯୯ଟିରେ ଚାର୍ଜଶିଟ୍‌ ଦାଖଲ କରିଛି। ୫୧ଟି ମାମଲାରେ ଅଦାଲତ ରାୟ ଦେଇସାରିଥିବାବେଳେ ୪୬ଟି ମାମଲାରେ ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରାଯାଇଛି ବୋଲି ମନ୍ତ୍ରୀ ଗୃହକୁ ସୂଚନା ଦେଇଥିଲେ। ଆତଙ୍କବାଦ କବଳରୁ ଦେଶର ସୁରକ୍ଷା ପାଇଁ ଦେଶବାସୀ ଜନାଦେଶ ଦେଇଛନ୍ତି। ତେଣୁ ଏନ୍‌ଆଇଏକୁ ସୁଦୃଢ଼ କରିବାକୁ ହେବ ବୋଲି ରେଡ୍ଡୀ କହିଥିଲେ। ବିଲ୍‌ ଉପରେ ଡିଭିଜନ ଆଣିବାକୁ ଏଆଇଏମ୍‌ଆଇଏମ୍‌ ନେତା ଆସାଦୁଦ୍ଦିନ ଓଓ୍ବାଇସି ଦାବି କରିଥିବା ବେଳେ କେଉଁମାନେ ଆତଙ୍କବାଦ ସପକ୍ଷରେ ଓ ବିରୋଧରେ ତାହା ଦେଖାଯାଉ ବୋଲି ଅମିତ୍‌ ଶାହ କହିଥିଲେ। ୨୭୬ ଜଣ ଏନ୍‌ଆଇଏର ସୁଦୃଢ଼ୀକରଣକୁ ସମର୍ଥନ କରିଥିବାବେଳେ ୬ ଜଣ ବିରୋଧ କରିଥିଲେ। ପରେ ବାଚନିକ ଭୋଟରେ ବିଲ୍‌ ଗୃହୀତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri