ନୂଆଦିଲ୍ଲୀ,୧୮।୧୨:ଏଡ଼ିସି ବ୍ୟାଙ୍କ ମାନହାନି ମାମଲାରେ କଂଗ୍ରେସ ପ୍ରବକ୍ତା ରଣଦୀପ୍ ସୁରଜଓ୍ବାଲାଙ୍କ ଜାମିନ୍ ବୁଧବାର ମଞ୍ଜୁର ହୋଇଛି। ୧୫ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ମେଟ୍ରୋପଲିଟନ୍ କୋର୍ଟ ଏହା ମଞ୍ଜୁର କରିଛନ୍ତି। ଗୁଜରାଟ କଂଗ୍ରେସ ପ୍ରବକ୍ତା ମନିଷ ଦୋଷି ତାଙ୍କର ଜମାନତ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୦ ଫେବୃୟାରୀ ୧୫ରେ ହେବ ବୋଲି କୋର୍ଟ ପକ୍ଷରୁ ସୂଚନା ଦିଆଯାଇଛି। ଦୁଇଥର କୋର୍ଟ ନୋଟିସ୍ ପରେ ରଣଦୀପ୍ ହାଜର ନ ହେବାରୁ ତାଙ୍କ ବିରୋଧରେ ୨୦୧୯ ଅକ୍ଟୋବର ୧୧ରେ ଓ୍ବାରେଣ୍ଟ୍ ଜାରି ହୋଇଥିଲା ବିମୁଦ୍ରିକରଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ସେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏଡ଼ିସି ବ୍ୟାଙ୍କ ପକ୍ଷରୁ ରଣଦୀପ୍ଙ୍କ ବିରୋଧରେ ମାନହାନି ମାମଲା ଦାଏର କରାଯାଇଥିଲା। ସୂଚନାଯୋଗ୍ୟ, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତା ଶାହ ଏଡିବି ବ୍ୟାଙ୍କର ନିର୍ଦ୍ଦେଶକ ରହିଛନ୍ତି।


