ଏଠି ବୁଣିପଡ଼େ ପରମ୍ପରା ଓ ସଂସ୍କୃତିର ଭିନ୍ନ ମହକ: ବୁଢ଼ା, ଟୋକା ଓ ପିଲା ରୂପରେ ପୂଜା ପାଆନ୍ତି ବିଦ୍ୟାଦାତା

ଭଦ୍ରକ ଅଫିସ,୨୮।୮-ଐତିହ୍ୟ ଓ ଭାଇଚାରାର ସହର ଭଦ୍ରକରେ ଅଗ୍ରପୂଜ୍ୟ ବିଦ୍ୟାଦାତା ଗଣେଶଙ୍କ ପୂଜାର ସାଂସ୍କୃତିକ ମହତ୍ତ୍ୱ ନିଆରା। ଏଠି ବୁଢ଼ା ଗଣେଶ, ଟୋକା ଗଣେଶ, ପିଲା ଗଣେଶ, ପେଟୁଆ ଗଣେଶ, ଛୁଆ ଗଣେଶ, କାଞ୍ଚନ ଗଣେଶ ଆଦି ନାମରେ ବିଦ୍ୟାଦାତା ପୂଜା ପାଇଥାନ୍ତି। ଏହି ପୂଜା ପରମ୍ପରା ସହରର ଏକ ଭିନ୍ନ ସାଂସ୍କୃତିକ ଭିତ୍ତିଭୂମି ସୃଷ୍ଟି କରିଛି। ଏଥର ଗଣେଶ ପୂଜା ପାଖେଇ ଆସୁଥିବାରୁ ମଣ୍ଡପ ଓ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ପ୍ରସ୍ତୁତି କାର୍ଯ୍ୟ ଯୋଗୁ ସବୁଠି ପରିବେଶ ଚଳଚଞ୍ଚଳ ହୋଇ ଉଠିଛି। ବିଭିନ୍ନ ବିଦ୍ୟାଳୟରେ ଗଣେଶ ପୂଜାଲାଗି ମଧ୍ୟ ଅନୁରୂପ ପ୍ରସ୍ତୁତି କରାଯାଉଥିବା ସୂଚନା ମିଳିଛି।
ଉଲ୍ଲେଖନୀୟ ଯେ,ଭଦ୍ରକରେ ଦୀର୍ଘ ଏକମାସ ବ୍ୟାପୀ ବୁଢା ଗଣେଶ, ଟୋକା ଗଣେଶ, ପିଲା ଗଣେଶ, ଛୁଆ ଗଣେଶ, କୁନି ଗଣେଶଙ୍କୁ ପୂଜା କରାଯାଇଥାଏ ା ଏଥିମଧ୍ୟରେ ଭଦ୍ରକ ପୁରୁଣା ବଜାରରେ ବୁଢା ଓ ଟୋକା ଗଣେଶ ପୂଜା ପାଇଥାନ୍ତି। କୁଆଁସରେ ପିଲା ଗଣେଶ ଏବଂ ଅସ୍ଥଳରେ ପୂଜା ପାଆନ୍ତି ପେଟୁଆ ଗଣେଶ ା କୁଆଁସରେ ପିଲା ଗଣେଶ ନିର୍ମାଣ କାମ ୫୦ ପ୍ରତିଶତ ସରିଲାଣି ା କୁଆଁସ ପୋଲ ଉପରେ ରଙ୍ଗ ବେରଙ୍ଗ ପତାକା ଲଗାଯିବା ପାଇଁ ବାଉଁଶ ବନ୍ଧାସରିଲାଣି ା ମୂର୍ତ୍ତି କାମ ସରି ଆସିଲାଣି। କେବଳ ପୁଟି ମାରି ରଙ୍ଗ ଦିଆଯିବା ବାକି ଅଛି। ପୁରୁଣାବଜାର ଟୋକା ଗଣେଶ ପୂଜା ଅନ୍ୟ ପୂଜା କମିଟିଠାରୁ ଟିକେ ନିଆରା ା ଚାନ୍ଦିମେଢ ଏହି ପୂଜାର ବିଶେଷତ୍ୱ ା ଏହି ଅବସରରେ ବନ୍ଧୁମିଳନ ଉସତ୍ବ ଆୟୋଜନ ଓ ଭିନ୍ନ ଭସାଣି ପର୍ବ କରାଯିବା ଏହାକୁ ସ୍ବତନ୍ତ୍ର କରିଛି। ପୂଜା କମିଟିର କର୍ମକର୍ତ୍ତା କହନ୍ତି, ୧୯୭୦ରେ ଅଳ୍ପ କିଛି ଲୋକଙ୍କୁ ନେଇ ଏହି ପୂଜା ଆରମ୍ଭ ହୋଇଥିଲା। ବର୍ତ୍ତମାନ ପୂଜା କମିଟି କର୍ମକର୍ତ୍ତାଙ୍କ ସଂଖ୍ୟା ଶହେ ଟପିଲାଣି ା ମୂର୍ତ୍ତି କାମ ପ୍ରାୟ ୪୦ ଭାଗ ସରିଗଲାଣି। କାରିଗର ଓ କର୍ମକର୍ତ୍ତାମାନେ ଦିନରାତି ଏକ କରି କାମରେ ଲାଗି ପଡ଼ିଛନ୍ତି ା
ପୁରୁଣାବଜାରର ବହୁ ପୁରାତନ ବୁଢା ଗଣେଶଙ୍କୁ ନେଇ ଏଠାରେ ଅନେକ ଲୋକକଥା ଓ କିମ୍ବଦନ୍ତୀ ରହିଛି ା ମୋଗଲ ସମୟରୁ ବୁଢା ଗଣେଶ ପୂଜାପାଇ ଆସୁଛନ୍ତି। ବଂଶୀ ବଲ୍ଲଭ ଗୋସ୍ବାମୀଙ୍କ ମୋଗଲ ତାମ୍‌ସା ବନ୍ଦନାରେ ବୁଢା ଗଣେଶଙ୍କ ବର୍ଣ୍ଣନା ଏହାକୁ ପ୍ରମାଣତ କରୁଛି ା ଏହି ଗଣେଶପୂଜାର ବିଶେଷତ୍ୱ ଯେ ଏଠାରେ ଗଣେଶ ଚତୁର୍ଥୀଠାରୁ ମାସେ ଯାଏଁ ମୂର୍ତ୍ତି ପୂଜା ପାଇଥାନ୍ତି। ବର୍ଷର ଅନ୍ୟ ସମୟରେ ସ୍ଥାୟୀ ପୂଜା ମଣ୍ଡପରେ କେବଳ ଫଟୋ ପୂଜା କରାଯାଇଥାଏ। ା ଏହି ପୂଜା ମଣ୍ଡପଗୁଡ଼ିକରେ ସାଜସଜ୍ଜା ପ୍ରତିବର୍ଷ ଭିନ୍ନ ଭିନ୍ନ ହୋଇଥାଏ । ଗଣେଶଙ୍କ ଭିନ୍ନ ଭିନ୍ନ ବୟସକୁ ନେଇ ଏଠି ମୂର୍ତ୍ତି ତିଆରି କରି ପୂଜା କରାଯିବା ପରମ୍ପରା ନିଆରା ଆକର୍ଷଣ ହୋଇ ରହିଛି। କାରିଗରମାନେ ବୟସକୁ ଦୃଷ୍ଟିରେ ରଖି ବୁଢା ଗଣେଶ ପ୍ରତିମୂର୍ତ୍ତିକୁ ବୁଢାଭଳି ତିଆରି କରିଥାନ୍ତି। ଦୁଇପାର୍ଶ୍ୱରେ ରହିଥାନ୍ତି ଲକ୍ଷ୍ମୀ ଓ ସରସ୍ବତୀ ା ଆଶୀର୍ବାଦ ମୁଦ୍ରାରେ ମହାଦେବଙ୍କ ମୂର୍ତ୍ତିର ଦୁଇ ପାର୍ଶ୍ୱରେ ରହନ୍ତି ନନ୍ଦୀ ଭୃଙ୍ଗୀ ା ହିନ୍ଦୁ, ମୁସଲମାନ ସମେତ ସବୁ ସମ୍ପ୍ରଦାୟର ଶ୍ରଦ୍ଧାଳୁଙ୍କ ପୂର୍ଣ୍ଣ ସହଯୋଗରେ ବୁଢା ଗଣେଶଙ୍କ ପୂଜା ଧୁମ୍‌ଧାମରେ ହୋଇଥାଏ। ମାସକ ପରେ ବୁଢା, ଟୋକା ଓ ପିଲା ଗଣେଶଙ୍କ ଭସାଣି ଉତ୍ସବ ପୂର୍ବରୁ ପୃଥକ ପୃଥକ ଭାବେ ଅନୁଷ୍ଠିତ ହୋଇଆସୁଥିଲା। ଗତ ୨ ବର୍ଷ ଧରି ପ୍ରଶାସନିକ କଟକଣା କାରଣରୁ ଶୋଭାଯାତ୍ରାକୁ ବାଦ୍‌ ଦିଆଯାଇ କେବଳ ବାଦ୍ୟଯନ୍ତ୍ରରେ ଭସାଣି କରାଯାଉଛି। ଚଳିତ ବର୍ଷ ପ୍ରଶାସନ ପକ୍ଷରୁ ଏଯାଏ ଗଣେଶପୂଜା ଲାଗି ସମନ୍ବୟ କମିଟି ବୈଠକ ବସି ନାହିଁ। ଏଣୁ ଭସାଣିକୁ ନେଇ କୌଣସି ସ୍ପଷ୍ଟଚିତ୍ର ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭୟାବହ ସଡ଼କ ଦୁର୍ଘଟଣା: ଗଛକୁ ପିଟିଲା ବସ୍‌, ଆଉ ତା’ପରେ..

ଆନନ୍ଦପୁର,୪/୭(ସୁଶାନ୍ତ କୁମାର ସାହୁ): ଆନ୍ଦପୁରେ ଭୟାବହ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱରେ ଥିବା ଗଛକୁ ଧକ୍କା ଦେଲା ଯାତ୍ରୀବାହୀ ବସ। ଦୁର୍ଘଟଣାରେ ୨ ଜଣ ଗୁରୁତର…

ପରିବେଶ ସୁରକ୍ଷାରେ ଉତ୍ସର୍ଗୀକୃତ ଦମ୍ପତି ସଙ୍ଗୀତା-ସତ୍ୟଜିତ: ୩୦୦ରୁ ଅଧିକ ଘରଚଟିଆ ସଂରକ୍ଷଣ

ଅମରପାଲି,୪ା୭(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ପଞ୍ଚାୟତର ଖଜୁରିଆପାଲି ଗ୍ରାମର ସ୍ବାମୀସ୍ତ୍ରୀ ସତ୍ୟଜିତ ଗଡୁଆ ଓ ସଙ୍ଗୀତା ପାତ୍ର ପରିବେଶ ସୁରକ୍ଷା ଏବଂ ବନ୍ୟପ୍ରାଣୀ…

ଦ୍ୱିଗୁଣ ହେଲା ବୁକର୍‌ ବିଜେତାଙ୍କ ପୁରସ୍କାର ରାଶି

ଲଣ୍ଡନ, ୪ା୭:ବିଶ୍ୱ ସାହିତ୍ୟ ଜଗତର ଅନ୍ୟତମ ପ୍ରତିଷ୍ଠିତ ପୁରସ୍କାର ‘ଅନ୍ତର୍ଜାତୀୟ ବୁକର୍‌ ପୁରସ୍କାର’ ର ନାମ ପରିବର୍ତ୍ତନ କରାଯାଇଛି। ଏଣିକି ଏହା ‘ବୁଖ୍‌ମ୍ୟାନ ଅନ୍ତର୍ଜାତୀୟ ବୁକର୍‌ ପୁରସ୍କାର’…

ଆହୁରି ସକ୍ରିୟ ହେବ ଲଘୁଚାପ: ଆଜି ପ୍ରବଳ ବର୍ଷିବ, ୫ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର,୪ା୭(ବନ୍ଦନା ସେଠୀ):ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ସକ୍ରିୟ ହେବାରେ ଲାଗିଛି। ଏହାସହ ସମ୍ପୃକ୍ତ ଘୂର୍ଣ୍ଣିବଳୟ ସମୁଦ୍ର…

ବିବାଦ ପରେ ବି ନିଷ୍ପତ୍ତିରେ ଅଟଳ ସନରାଇଜର୍ସ! କାବ୍ୟା ମାରନ୍‌ଙ୍କ ଦଳରେ ଖେଳିବେ ପାକ୍ ସ୍ପିନର; ପିସିବି ଦେଲା…

ଲାହୋର,୩।୭: ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ବିଭିନ୍ନ ଦେଶରେ ଆୟୋଜିତ ହେବାକୁ ଥିବା ଟି-୨୦ ଏବଂ ସର୍ଟ-ଫର୍ମାଟ୍ ଲିଗ୍‌ରେ ଖେଳିବା ପାଇଁ ନିଜର ଅନେକ ପ୍ରମୁଖ ଖେଳାଳିଙ୍କୁ…

ଏଟିଏମ୍ କାର୍ଡ ବଦଳାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲୁଟ୍; ୯ ଥରରେ ଆକାଉଣ୍ଟରୁ କଟିଲା ଲକ୍ଷେରୁ ଅଧିକ ଟଙ୍କା, ସପିଙ୍ଗ୍ ମଧ୍ୟ…

ବୈଶିଙ୍ଗା,୩।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଏକ ଚାଞ୍ଚଲ୍ୟକର ଏଟିଏମ…

କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ କ୍ରୀଡ଼ାବିତ୍ ଆକାଶଙ୍କୁ ସମ୍ବର୍ଦ୍ଧନା; ମିଳିଲା ୫୧ ହଜାର ଟଙ୍କାର ପୁରସ୍କାର ରାଶି

ଭବାନୀପାଟଣା, ୩।୭(ଉତ୍ତମ କୁମାର ଦାଶ):  ତୁର୍କୀର ମରସିନ ଠାରେ ଅନୁଷ୍ଠିତ ହୋଇଯାଇଥିବା ସେଲିବ୍ରେଟେଡ୍ ‘ୱାର୍ଲ୍ଡ ଆବିଲିଟି ସ୍ପୋର୍ଟ ୟୁଥ୍ ଗେମ୍ସ- ୨୦୨୬’ ରେ ଚମତ୍କାର ପ୍ରଦର୍ଶନ କରି…

କେତନଙ୍କୁ ହତ୍ୟା କରିବା ପରେ ଅନୁତାପର ପ୍ରଶ୍ନ ନାହିଁ, ଗଣମାଧ୍ୟମକୁ ଅଶ୍ଳୀଳ ଇଙ୍ଗିତ କରି ଚର୍ଚ୍ଚାରେ ସିୟା…Video ଭାଇରାଲ ପରେ… 

ପୁଣେ,୩।୭: ପୁଣେର ପ୍ରସିଦ୍ଧ ବ୍ୟବସାୟୀ ବିଶାଲ ଅଗ୍ରୱାଲଙ୍କ ପୁଅ କେତନ ଅଗ୍ରୱାଲ ହତ୍ୟା ମାମଲାରେ ପ୍ରତିଦିନ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି, ଯାହା ସମାଜକୁ ସ୍ତବ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri