Posted inଜାତୀୟ

ଏଜେଏଲ୍‌ ଜମି ଆବଣ୍ଟନ ମାମଲା: ଭୋରା, ହୁଡ଼ାଙ୍କୁ ଜାମିନ

ଚଣ୍ଡିଗଡ଼,୭ା୧୧(ପି.ଟି.): ଆସୋସିଏଟେଡ୍‌ ଜର୍ନାଲ୍‌ସ ଲିମିଟେଡ୍‌ (ଏଜେଏଲ୍‌)କୁ ଜମି ଆବଣ୍ଟନ ମାମଲାରେ ପଞ୍ଚକୁଲାର ସ୍ବତନ୍ତ୍ର ଇଡି କୋର୍ଟ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡା ଏବଂ ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ଭୋରାଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୦କୁ ଧାର୍ଯ୍ୟ କରାଯାଇଛି। ବୁଧବାର ଶୁଣାଣି ବେଳେ କୋର୍ଟରେ ଦୁଇ କଂଗ୍ରେସ ନେତା ଉପସ୍ଥିତ ଥିଲେ। ଗତ ୩୦ରେ ସ୍ବତନ୍ତ୍ର ଅଦାଲତ ଦୁଇ ନେତାଙ୍କୁ ନଭେମ୍ବର ୬ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ଏଜେଆଇକୁ ଜମି ଆବଣ୍ଟନରେ ଅନିୟମିତତା ନେଇ ଗତ ଅଗଷ୍ଟ ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଭୋରା ଓ ହୁଡାଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରିଥିଲା। ୨୦୦୫ରୁ ୨୦୧୪ ହୁଡା ମୁଖ୍ୟମନ୍ତ୍ରୀ ଥିଲାବେଳେ ଏଜେଏଲ୍‌କୁ ବେଆଇନ ଭାବେ ପଞ୍ଚକୁଲାରେ ମୂଲ୍ୟବାନ ଜମି ପ୍ରଦାନ କରାଯାଇଥିଲା। ଏହି ଦୁର୍ନୀତିରେ ହୁଡା ଓ ଭୋରା ସିଧାସଳଖ ସମ୍ପୃକ୍ତ ଥିବା ଇଡି ଚାର୍ଜଶିଟ୍‌ରେ ଉଲ୍ଲେଖ କରିଥିଲା। ମନିଲଣ୍ଡରିଂ ପ୍ରତିକାର ଆଇନର ବ୍ୟବସ୍ଥା ଅନୁଯାୟୀ ଇଡି ୬୪.୯୩ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲେବାନନ୍‌ରୁ ଇସ୍ରାଏଲ୍‌ ଓହରିବା ଆବଶ୍ୟକ: ଇରାନ

ଦୁବାଇ,୧୭ା୬: ପଶ୍ଚିମ ଏସିଆରେ ଯୁଦ୍ଧ ବନ୍ଦ ଲାଗି ଆମେରିକା ଓ ଇରାନ ସହମତିରେ ପହଞ୍ଚତ୍ଥିବା ଏବଂ ଆସନ୍ତା ୧୯ର ଉଭୟ ପକ୍ଷ ଆନୁଷ୍ଠାନିକ ଭାବେ ଚୁକ୍ତିନାମା ସ୍ବାକ୍ଷର…

ଟ୍ରମ୍ପ୍‌ଙ୍କୁ ଭେଟିଲେ ମୋଦି, ଆଜି ଦ୍ବିପାକ୍ଷିକ ଆଲୋଚନା

ଏଭିଆନ୍‌-ଲେସ୍‌-ବାଏନ୍ସ,୧୭ା୬: ଫ୍ରାନ୍ସର ଏଭିଆନ୍‌-ଲେସ୍‌-ବାଏନ୍ସରେ ଜି-୭ ଶିଖର ସମ୍ମିଳନୀ ପାଇଁ ବିଶ୍ୱନେତା ଏକାଠି ହୋଇଥିବାବେଳେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଭେଟି କରମର୍ଦ୍ଦନ…

ଶୁଭାରମ୍ଭ ବେଳେ ଫୁଲତୋଡ଼ା, ନିଲମ୍ବନ ପରେ ଏତଲା: ଫିଟୁଛି ବକ୍ସ କଣ୍ଡୁଇଟ୍‌ ନିର୍ମାଣ ଅନିୟମିତତା ଗୁମର

ବରଗଡ଼,୧୭।୬(ପ୍ରେମାନନ୍ଦ ଖମାରୀ):ବରଗଡ଼-ଭେଡ଼େନ କେନାଲରେ ବକ୍ସ କଣ୍ଡୁଇଟ୍‌ ନିର୍ମାଣରେ ହୋଇଥିବା ଅନିୟମିତତାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ। ଏହି ଅନିୟମିତତା ଧରାପଡ଼ିବା ପରେ ଗତ ୮ତାରିଖ…

ପ୍ରବଳ ଝଡ଼ବର୍ଷା ସମ୍ଭାବନା: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ

ଭୁବନେଶ୍ୱର, ୧୭ା୬(ବନ୍ଦନା ସେଠୀ):ଓଡ଼ିଶାରେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି। ମଙ୍ଗଳବାର ଆଉ କିଛି ଅଞ୍ଚଳକୁ ପ୍ରବେଶ କରିଛି। ମୌସୁମୀ ବାୟୁର ଉତ୍ତର ସୀମା ଏବେ…

ଆଜି ସୃଷ୍ଟି ହେବ ଧ୍ରୁବ ଯୋଗ, ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ସଫଳତା

ଆଜି ଜୁନ୍ ୧୭ ତାରିଖରେ, ଚନ୍ଦ୍ର କର୍କଟ ରାଶିରେ ଅଛନ୍ତି, ଏବଂ ଚନ୍ଦ୍ର, ବୃହସ୍ପତି ଏବଂ ଶନିଙ୍କ ପ୍ରଭାବ ପ୍ରଭାବଶାଳୀ ହେବ। ପୁନର୍ବାସୁ ନକ୍ଷତ୍ରର ଉପସ୍ଥିତି ‘ଧ୍ରୁବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri