ଏଜୁକେଶନ ଟୁରିଜମ୍‌ ନୂଆ ସୁଯୋଗ

ଭାରତରେ ଏବେ ୧୦,୩୦୦ରୁ ଊର୍ଦ୍ଧ୍ୱ ଶିକ୍ଷାନୁଷ୍ଠାନ ରହିଥିବା ବେଳେ ଏହି ଶିକ୍ଷାନୁଷ୍ଠାନଗୁଡ଼ିକରେ ୩୮ ଲକ୍ଷରୁ ଅଧିକ ସିଟ୍‌ ରହିଛି। ଇଞ୍ଜିିନିୟରିଂ, ଆର୍କିଟେକ୍ଚର, ମ୍ୟାନେଜମେଣ୍ଟ, ଫାର୍ମାସୀ, ଆର୍ଟ ଆଣ୍ଡ୍‌ କ୍ରାଫ୍ଟ ପରି ବିଷୟରେ ଅତି ବେଶିରେ ୨୦ ଲକ୍ଷ ସିଟ୍‌ରେ ନାମଲେଖା ହେଉଛି। ଆହୁରି ୧୮ ଲକ୍ଷ ସିଟ୍‌ ଖାଲିପଡ଼ୁଛି। ଏଭଳିସ୍ଥଳେ ବିକଶିତ ରାଷ୍ଟ୍ର ଭଳି ଏଜୁକେଶନ ଟୁରିଜମ୍‌ ମାଧ୍ୟମରେ ବିଦେଶୀ ଛାତ୍ରୀଛାତ୍ରଙ୍କୁ ଭାରତ ପ୍ରତି ଆକୃଷ୍ଟ କରିବାର ପ୍ରୟାସ କରାଯାଉଛି। ଏବେ ବିଦେଶରୁ ମାତ୍ର ୩୦ରୁ ୩୫ ହଜାର ଛାତ୍ରୀଛାତ୍ର ଭାରତକୁ ପଢ଼ିବାକୁ ଆସୁଛନ୍ତି। ଅନ୍ୟପକ୍ଷରେ ଭାରତରୁ ଲକ୍ଷାଧିକ ଛାତ୍ରୀଛାତ୍ର ବିଦେଶକୁ ଶିକ୍ଷାଲାଭ ପାଇଁ ଯାଉଛନ୍ତି। ଆଉ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ଦେଶରେ ଏଜୁକେଶନ ଟୁରିଜମ୍‌ର ବ୍ୟାପକତା ଉପରେ ଗୁରୁତ୍ୱ ଦେଉଛନ୍ତିି। ଭାରତଠାରୁ ଅର୍ଥନୈତିକ ଓ ଶିକ୍ଷା କ୍ଷେତ୍ରରେ ଦୁର୍ବଳ ଥିବା ଦେଶରେ ରୋଡ୍‌ ଶୋ’ କରାଯାଇ ଭାରତରେ ଶିକ୍ଷା କ୍ଷେତ୍ରରେ ଥିବା ସୁଯୋଗ ସମ୍ପର୍କରେ ଅବଗତ କରାଯିବା ସହ ଏହାର ଭିତ୍ତିଭୂମି ସମ୍ପର୍କରେ ବିଦେଶର ଶିକ୍ଷାନୁଷ୍ଠାନଗୁଡ଼ିକୁ ସୂଚନା ଦିଆଯାଉଛି। ବିଶେଷକରି ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, ଫାର୍ମାସୀ ଓ ଆର୍ଟ ଆଣ୍ଡ୍‌ କ୍ରାଫ୍ଟ ଭଳି ପାଠ୍ୟକ୍ରମ ଅଧିକ ଫୋକସ୍‌ରେ ରହିଛି। ଗତ କିଛିବର୍ଷ ମଧ୍ୟରେ ଭାରତରେ ମେଡିକାଲ ଟୁରିଜମ୍‌ ଯେପରି ଲୋକପ୍ରିୟତା ହାସଲ କରିଛି ଠିକ୍‌ ସେଭଳି ଏଜୁକେଶନ ଟୁରିଜମ୍‌ ବା ଶିକ୍ଷା ପର୍ଯ୍ୟଟନ ବିକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ଭାରତ ଆସୁଥିବା ୩୦ ହଜାର ଛାତ୍ରୀଛାତ୍ର ଆଗାମୀ ୫ ବର୍ଷ ମଧ୍ୟରେ କିଭଳି ୫ ଲକ୍ଷ ଟପିବ ତାହା ଉପରେ ଜୋର୍‌ ଦିଆଯାଉଛି।
କେବଳ ଶିକ୍ଷା କ୍ଷେତ୍ରରେ ନୁହେଁ, ଏହାଦ୍ୱାରା ଦେଶ ଓ ରାଜ୍ୟର ସଷ୍ଟେନେବଲ୍‌ ଟୁରିଜମ୍‌ ବା ଦୀର୍ଘସ୍ଥାୟୀ ପର୍ଯ୍ୟଟନର ବିକାଶ ଘଟିବ। ଏଜୁକେଶନ ଟୁରିଜମ୍‌ ବ୍ୟାପକ ହେବାପରେ ଓଡ଼ିଶା ମଧ୍ୟ ବିଶେଷଭାବେ ଉପକୃତ ହେବ। ଭୁବନେଶ୍ୱର ପୂର୍ବ ଭାରତର ଶିକ୍ଷା ହବ୍‌ ଭାବେ ଲୋକପ୍ରିୟତା ଅର୍ଜନ କରିଛି। ଶତାଧିକ ଇଞ୍ଜିନିୟରିଂ କଲେଜ ସହ ସରକାରୀ ଓ ବେସରକାରୀ ମେଡିକାଲ କଲେଜ, ମ୍ୟାନେଜମେଣ୍ଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌, ଏମ୍‌ସ, ଆଇଆଇଟି, ନାଇଜର୍‌, ଏନ୍‌ଆଇଟି, ଆଇଆଇଏମ୍‌ସି ଭଳି ବହୁ ଜାତୀୟସ୍ତରୀୟ ଶିକ୍ଷାନୁଷ୍ଠାନ ଓଡ଼ିଶାରେ ରହିଛି। ସେହିଭଳି ଓଡ଼ିଶାରେ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଏବେ ମାତ୍ର ୩୦ ପ୍ରତିଶତ ସିଟ୍‌ ପୂରଣ ହେଉଥିବା ବେଳେ ୭୦ ପ୍ରତିଶତ ସିଟ୍‌ ଖାଲିପଡ଼ୁଛି। ଏଭଳିସ୍ଥଳେ ରାଜ୍ୟ ସରକାର ଯଦି ଶିକ୍ଷା ପର୍ଯ୍ୟଟନକୁ ଗୁରୁତ୍ୱ ଦିଅନ୍ତି ତା’ହେଲେ ଖାଲି ପଡ଼ିଥିବା ସିଟ୍‌ ପୂରଣ ହେବା ସହ ରାଜ୍ୟରେ ଦୀର୍ଘସ୍ଥାୟୀ ପର୍ଯ୍ୟଟନର ବିକାଶ ହୋଇପାରିବ।

ବେଦ, ଆୟୁର୍ବେଦ, ସଂସ୍କୃତ ଶିକ୍ଷା ଆମର ସ୍ବତନ୍ତ୍ରତା
ଭୁବନେଶ୍ୱରକୁ ପୂର୍ବ ଭାରତର ଏଜୁକେଶନ ହବ୍‌ ବୋଲି କୁହାଯାଏ। ତେଣୁ ଏଜୁକେଶନ ଟୁରିଜିମ୍‌ ପାଇଁ ଆମ ପାଖରେ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଏଠାରେ ଥିବା ଶତାଧିକ ଘରୋଇ ଏବଂ ଜାତୀୟସ୍ତରୀୟ ଶିକ୍ଷାନୁଷ୍ଠାନରେ ରାଜ୍ୟ ଏବଂ ଦେଶ ବାହାରୁ ଆସି ଛାତ୍ରୀଛାତ୍ରମାନେ ଶିକ୍ଷାଗ୍ରହଣ କରୁଛନ୍ତି। ବିଶେଷକରି ୬ ମାସିଆ ଓ ବର୍ଷିକିଆ ପାଠ୍ୟକ୍ରମରେ ଅଧିକାଂଶ ବାହାର ଶିକ୍ଷାର୍ଥୀମାନଙ୍କୁ ଦେଖିବାକୁ ମିଳୁଛି। ଏହାବ୍ୟତୀତ ବେଦ, ଆୟୁର୍ବେଦ ଓ ସଂସ୍କୃତ ଶିକ୍ଷା କରିବାକୁ ଭାରତକୁ ପ୍ରତିବର୍ଷ ବହୁ ସଂଖ୍ୟାରେ ବିଦେଶୀ ଆସିଥାନ୍ତି। ଏହା ଆମର ସ୍ବତନ୍ତ୍ରତା ଏବଂ ଏହା ମାଧ୍ୟମରେ ଆବେ ବିଦେଶୀଙ୍କୁ ଏଠାକୁ ଆକୃଷ୍ଟ କରିପାରିବା। ଯଦି ଶିକ୍ଷାକ୍ଷେତ୍ରରେ ଆମ ଦେଶରେ ଥିବା ସୁବିଧା ସୁଯୋଗ ସମ୍ପର୍କରେ ବାହାରେ ରୋଡ୍‌ ଶୋ’ କରାଯାଇ ପ୍ରଚାର ପ୍ରସାର କରାଯାଆନ୍ତା ତାହେଲେ ଏଜୁକେଶନ ଟୁରିଜିମ୍‌ ପାଇଁ ଅଧିକ ସୁଯୋଗ ସୃଷ୍ଟି ହୋଇପାରନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

୩ ଆଇପିଏସ୍‌ ଅଫିସରଙ୍କୁ ଡେପୁଟେଶନ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧୩।୧୨(ପି.ଟି.): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ କାର୍‌ ଉପରେ ଆକ୍ରମଣ ବେଳେ ସୁରକ୍ଷାରେ ତ୍ରୁଟି ପାଇଁ ଦାୟୀ ପଶ୍ଚିମବଙ୍ଗର ୩ ଜଣ ଆଇପିଏସ୍‌...

ଉଚ୍ଚ ଅଟ୍ଟାଳିକାରେ ଲାଗିଛି ୮୦୦ ଗଛ, ୧୪ ହଜାର ଚାରା

ଆଧୁନିକ ଯୁଗରେ ମନୁଷ୍ୟର ସବୁଠାରୁ ବଡ଼ ଆବଶ୍ୟକତା ହେଉଛି ଗଛ। ଏବେ ବିକାଶ ହେତୁ ଗଛଗୁଡ଼ିକୁ ନଷ୍ଟ କରି ଦିଆଯାଉଛି। କିଛି ଲୋକଙ୍କ ମନରେ ଉତ୍ତମ...

୭ ମହାପଞ୍ଚାୟତରେ ଯୋଗଦେବେ ରାକେଶ ଟିକାଏତ୍‌

ଗାଜିଆବାଦ୍‌, ୧୨।୨: ଭାରତୀୟ କିଷାନ ୟୁନିୟନ ନେତା ରାକେଶ ଟିକାଏତ୍‌ ହରିୟାଣା, ମହାରାଷ୍ଟ୍ର ଓ ରାଜସ୍ଥାନରେ ଚାଲିଥିବା ୭ଟି କୃଷକଙ୍କ ବୈଠକରେ ଯୋଗଦେବେ।  ଏହି ମହାପଞ୍ଚାୟତ...

ମୁଖ୍ୟମନ୍ତ୍ରୀ ଝାଡୁରେ କଲେ ରାସ୍ତା ସଫା

ଭୋପାଳ,୮।୩: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ମହିଳା ସଫେଇ କର୍ମଚାରୀଙ୍କ ସହିତ ମିଶି ରାସ୍ତାରେ ଝାଡୁ ମାରିଛନ୍ତି। ସେ...

ଅନେକ ଥର ପ୍ରେମରେ ପଡ଼ିଥିଲେ ବିଜୟ ମାଲ୍ୟା , ୩ ଜଣଙ୍କୁ କରିଛନ୍ତି ବିବାହ

ବିଜୟ ମାଲ୍ୟାଙ୍କୁ କିଏ ବା ନ ଜାଣେ। ଏକଦା ସମୟ ଥିଲା ସେ ଭାରତର ସବୁଠୁ ସଫଳ ଉଦ୍ୟୋଗୋପତି ଭାବରେ ଜଣାଶୁଣା ଥିଲେ। କିନ୍ତୁ ତାଙ୍କ...

୧୩ କିନ୍ନରଙ୍କୁ ପୋଲିସ ବାହିନୀରେ ନିଯୁକ୍ତି

ରାୟପୁର,୧୩।୩: ଛତିଶଗଡ଼ରେ ୧୩ ଜଣ କିନ୍ନରଙ୍କୁ ପୋଲିସ ବାହିନୀରେ ନିଯୁକ୍ତି ମିଳିଛି। ସେମାନେ କନଷ୍ଟେବଳ ଭାବେ କାର୍ଯ୍ୟ କରିବେ। ଏନେଇ ସମ୍ପୃକ୍ତ କିନ୍ନରମାନେ ରାଜ୍ୟ ପୋଲିସ...

ଆସନ୍ତାକାଲିଠାରୁ ବିଦେଶ ଗସ୍ତରେ ଯିବେ ମୋଦି

ନୂଆଦିଲ୍ଲୀ,୨୫ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅର୍ଥାତ୍‌ ରବିବାରଠାରୁ ତିନିଦିନିଆ ବିଦେଶ ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀ ଜି-୭ ଶିଖର ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ୨୬...

ନୀତୀଶଙ୍କୁ ତେଜସ୍ୱୀଙ୍କ ଖୋଲା ଚ୍ୟାଲେଞ୍ଜ: ଶକ୍ତି ଅଛିି ତ ଗିରଫ କର

ପାଟନା,୬ ।୧୨: ବିହାର ବିରୋଧି ଦଳ ତଥା ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ନେତା ତେଜସ୍ୱୀ ଯାଦବ ନୀତୀଶ କୁମାର ସରକାରଙ୍କ ଉପରେ ବର୍ଷିଛନ୍ତି ।...

Advertisement
Archives

Model This Week