ଏକୁଟିଆ ଯାତ୍ରା କରୁଥିଲେ…

ନିର୍ଦ୍ଧାରିତ ସମୟ ପୂର୍ବରୁ ରିଜର୍ଭେଶନ କରନ୍ତୁ। ଏକୁଟିଆ କିମ୍ବା ପିଲାକୁ ସାଙ୍ଗରେ ନିଜ ଗାଡ଼ିରେ ନେଇଯାଉଥିଲେ ଦିନରେ ହିଁ ଯାତ୍ରା କରନ୍ତୁ।
ଯାତ୍ରା ସମୟରେ ଯେତେ କମ୍‌ ସାମଗ୍ରୀ ନିଅନ୍ତୁ। ଏକ ଭାରି ସୁଟ୍‌କେସ୍‌ ବଦଳରେ ଦୁଇଟି ହାଲ୍‌କା ବ୍ୟାଗ୍‌ ନିଅନ୍ତୁ।
ବ୍ୟାଗ୍‌, ସୁଟ୍‌କେସ୍‌ ପାଇଁ ତାଲା ଏବଂ ହ୍ୟାଣ୍ଡେଲ ଆଦି ସଜାଡ଼ି ନିଅନ୍ତୁ। ଟ୍ରେନ୍‌ରେ ଯିବା ସମୟରେ ସେଫ୍ଟି ଚେନ୍‌ ରଖନ୍ତୁ। ଆପଣଙ୍କର ଜିନିଷପତ୍ର ଭଲଭାବେ ଲକ୍‌ କରି ରଖନ୍ତୁ।
ଯାତ୍ରା କରିବା ସମୟରେ ଟର୍ଚ୍ଚ, କ୍ୟାଣ୍ଡେଲ, ମ୍ୟାଚିସ୍‌, ମଶା ଦାଉରୁ ରକ୍ଷା ପାଇବା ପାଇଁ କ୍ରିମ୍‌ ବା ମଶାଧୂପ, ତାଲା, ଚାବି ଆଦି ନିଶ୍ଚୟ ନିଅନ୍ତୁ।
ହୋଟେଲ ବାଛିବା ସମୟରେ ବଜେଟ ସହ ଆଖପାଖ ବାତାବରଣ ପ୍ରତି ଧ୍ୟାନରଖନ୍ତୁ। ହୋଟେଲର ଯେଉଁ ରୁମ୍‌ରେ ରହୁଛନ୍ତି ଭିତରୁ ସେଫ୍ଟି ଲକ୍‌ କରନ୍ତୁ। ବାହାରକୁ ଯିବା ସମୟରେ ନିଜ ଲଗେଜକୁ ଲକ୍‌ କରି ଯାଆନ୍ତୁ। କେହି ବାହାରୁ ଡାକୁଥିଲେ ନ ପଚାରି ଡୋର୍‌ ଖୋଲନ୍ତୁ ନାହିଁ।
ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଏଣେତେଣେ ବୁଲନ୍ତୁ ନାହିଁ। କାରଣ ଉକ୍ତ ସ୍ଥାନ ବିଷୟରେ ଆପଣଙ୍କ ପାଖରେ ବେଶି ଧାରଣା ନାହିଁ।
ସାଙ୍ଗରେ ଅଧିକ କ୍ୟାଶ୍‌ ନେଇ ଯାଆନ୍ତୁ ନାହିଁ। ଟ୍ରାଭେଲ୍ସ ଚେକ୍‌, କ୍ରେଡିଟ୍‌ କାର୍ଡ କିମ୍ବା ଡେବିଟ୍‌ କାର୍ଡ ରଖନ୍ତୁ। ସୁନାଗହଣା ଯେତେ ସମ୍ଭବ କମ୍‌ ପିନ୍ଧନ୍ତୁ।
ଆଖପାଖରେ ଯଦି ଆପଣଙ୍କର କେହି ବନ୍ଧୁବାନ୍ଧବ ରହୁଛନ୍ତି ତେବେ ତାଙ୍କ ଫୋନ୍‌ ନମ୍ବର ତଥା ଘର ଠିକଣା ପାଖରେ ନିଶ୍ଚୟ ରଖନ୍ତୁ। ଅତି ଆବଶ୍ୟକ ପଡ଼ିଲେ ଆପଣ ତାଙ୍କ ସାହାଯ୍ୟ ବି ନେଇପାରିବେ।
ସାଙ୍ଗରେ ପିଲାକୁ ନେଇଥିଲେ ପାଖରେ କିଛି ସ୍ନାକ୍ସ, ପାଣି, ଫାଷ୍ଟ୍‌ ଏଡ୍‌ ନେବାକୁ ଭୁଲନ୍ତୁ ନାହିଁ। ବୁଲିବା ସମୟରେ ପିଲା ଉପରେ ନଜର ରଖନ୍ତୁ। ଏକୁଟିଆ ଏଣେତେଣେ ଯିବାକୁ ଦିଅନ୍ତୁ ନାହିଁ।
ପିଲାକୁ ହୋଟେଲର ନାମ, ଠିକଣା ବିଷୟରେ କହିବା ସହ ସାଙ୍ଗରେ କିଛି ଟଙ୍କା ଦେଇଥାନ୍ତୁ। ଯଦି କୌଣସି କାରଣରୁ ପିଲା ଏବଂ ଆପଣ ଅଲଗା ଅଲଗା ହୋଇଗଲେ ତେବେ ସେ ଠିକ୍‌ ସ୍ଥାନରେ ପହଞ୍ଚିପାରିବ।
ଅଜଣା ବ୍ୟକ୍ତି ବା ନୂଆ ନୂଆ ଚିହ୍ନା ହୋଇଥିବା ବ୍ୟକ୍ତିଙ୍କ ସହ ପିଲାକୁ କୌଣସି ସ୍ଥାନକୁ ଛାଡ଼ନ୍ତୁ ନାହିଁ।
ଅଜଣା ବ୍ୟକ୍ତିଙ୍କୁ ଲିଫ୍ଟ ମାଗନ୍ତୁ ନାହିଁ। ଆବଶ୍ୟକ ପଡ଼ିଲେ ଟ୍ୟାକ୍ସି କିମ୍ବା ବସ୍‌, ମେଟ୍ରୋ ଟ୍ରେନ୍‌ ଆଦିରେ ଯାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ: ଆକ୍ରମଣ କଲେ ବାଲି ମାଫିଆ

ଜୟପୁର,୧୧।୪(ପବନ ପାଣିଗ୍ରାହୀ ): ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ। ଆକ୍ରମଣ କଲେ ବାଲି ମାଫିଆ। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲା ସଦର ଥାନା…

ରାହୁଲଙ୍କୁ ଦେଖି ଅଟକି ଗଲେ ମୋଦି, ଆଉ ତା’ପରେ ଘଟିଲା…ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାତ୍ମା ଜ୍ୟୋତିବା ଫୁଲେଙ୍କ ୨୦୦ତମ ଜନ୍ମବାର୍ଷିକୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପାଇଁ ସଂସଦ ପରିସରରେ ପ୍ରେରଣା ସ୍ଥଳକୁ ଯାଇଥିଲେ। ସେଠାରେ…

ବିପଦ ସାଜିଲା ଓଭରଟେକ୍‌, ବିଲକୁ ପଶିଗଲା ୨ ବସ୍‌, ଆଉ ତା’ ପରେ…

ସାଲେପୁର,୧୧ା୪(ଅରବିନ୍ଦ ଭୂୟାଁ): ସାଲେପୁର ଥାନା ଅଧୀନ କଟକ ସାଲେପୁର ରାସ୍ତାର ଭାତପଡ଼ା ଛକ ନିକଟରେ ଶନିବାର ସକାଳେ ଦୁଇଟି ଘରୋଇ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ…

ବିମାନରେ ଏକାଠି ବସିଲେ ନବୀନ-ପୀତାମ୍ବର: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନରେ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି। ତାଙ୍କ ବଡ଼ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ଗତ ୨ ଦିନ…

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ରେ ପିଟିହେଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଢେଙ୍କାନାଳ,୧୧ା୪(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳଠାରେ ଶନିବାର ସକାଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା…

ଗୁଳି ଖାଇବୁ ପଛେ ଜମି ଦେବୁନାହିଁ: ରୋକଠୋକ୍‌ ଶୁଣାଇ ଦେଲେ ଅଞ୍ଚଳବାସୀ

ରାୟଗଡ଼ା/କଲ୍ୟାଣସିଂହପୁର,୧୧।୪(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା):ରାୟଗଡ଼ା ଜିଲା କାଶୀପୁର ବ୍ଲକ ସିଜିମାଳି ବକ୍ସାଇଟି ଖଣିକୁ ବେଦାନ୍ତ ପକ୍ଷରୁ ଗତ ମଙ୍ଗଳବାର ରାସ୍ତା ନିର୍ମାଣ ଉଦ୍ୟମ ଆରମ୍ଭ ହୋଇଥିଲା।…

ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ମରାମତି ଦାବି: ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକ ଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି…

ମାମୁଘର ଗାଁକୁ ଯାତ୍ରା ଦେଖିବାକୁ ଆସିଥିଲେ ଭଣଜା: ମିଳିଲା ଗୋଡ଼ହାତ ଅଲଗା ହୋଇଥିବା ମୃତଦେହ

ନନ୍ଦପୁର,୧୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା ବିଶାଖାପାଟଣା-କିରାଣ୍ଡୁଳ ସଂଯୋଗୀ କେକେ ରେଳପଥରେ ମାଳି ବେଲଗାଁ ପଞ୍ଚାୟତ ଖୁଜେଲ ଗ୍ରାମ ନିକଟ ରେଳଧାରଣାରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri