Posted inଖେଳ

ଏଏଆଇକୁ ବିଶ୍ୱ ତୀରନ୍ଦାଜୀର ଅନ୍ତିମ ଚେତାବନୀ

କୋଲକାତା,୧୯।୬- ଅନ୍ତର୍ଜାତୀୟ ତୀରନ୍ଦାଜୀ ସଂସ୍ଥା ଆର୍ଚେରୀ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏଏଆଇ)କୁ ସଦସ୍ୟ ତାଲିକାରୁ ବାଦ୍‌ ଦେଇଛିି। ଗୋଟିଏ ମାସ ମଧ୍ୟରେ ନିର୍ବାଚନ ପ୍ରକ୍ରିୟା କରାଯାଉ ନ ହେଲେ ବାସନ୍ଦ ହେବା ପାଇଁ ପ୍ରସ୍ତୁତ ରୁହ। ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରାଯିବ ବୋଲି ଓ୍ବାଲ୍ଡ ଆର୍ଚେରୀ (ଡବ୍ଲ୍ୟୁଏ) ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ଏଏଆଇର ବିବାଦୀୟ ନିର୍ବାଚନ ମାମଲା ସୁପ୍ରିମକୋର୍ଟରେ ଶୁଣାଣି ଅପେକ୍ଷାରେ ରହିଛି। ଡବ୍ଲ୍ୟୁଏ ସଦସ୍ୟ ତାଲିକାରୁ ବାଦ୍‌ ପଡ଼ିଥିଲେ ମଧ୍ୟ ଭାରତୀୟ ତୀରନ୍ଦାଜ ଅନ୍ତର୍ଜାତୀୟ ଇଭେଣ୍ଟରେ ଅଂଶଗ୍ରହଣ କରିପାରିବେ। ଏଏଆଇ ବିଶ୍ୱ ଆର୍ଚେରି ସମ୍ବିଧାନର ୧.୪.୨.୪. ଓ ୧.୪.୨.୫.୧. ଧାର ଭାଙ୍ଗିଥିବାର ଯଥେଷ୍ଟ ପ୍ରମାଣ ମିଳିଛି। ଏଣୁ ଡବ୍ଲ୍ୟୁଏ କାର୍ଯ୍ୟକାରୀ ବୋର୍ଡ ସଦସ୍ୟ ପଦରେ ଏଏଆଇକୁ ବାଦ୍‌ ଦେବାକୁ ନିଷ୍ପତ୍ତି ନେଇଛି ବୋଲି ଦୁଇ ଫର୍ଦ୍ଧ ବିଶିଷ୍ଟ ନିଷ୍ପତ୍ତିରେ ପ୍ରକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଂଲଣ୍ଡ ପାଇଁ ନେଟ୍ସରେ ଅର୍ଜୁନଙ୍କ ବୋଲିଂ

ଲଣ୍ଡନ,୨୫।୬(ପି.ଟି.)- ଅଷ୍ଟ୍ରେଲିଆ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ ଇଂଲଣ୍ଡ ଖେଳାଳି ଜୋରଦାର ଅଭ୍ୟାସ କରିଛନ୍ତି। ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ଅଭ୍ୟାସ ସେସନ ଅବସରରେ ନେଟ୍ସରେ...

ହାତରେ କରତ ଧରିଲେ ବିରାଟ କୋହଲି, ଜାଣନ୍ତୁ କାହିଁକି

ଚଳିତବର୍ଷ ଆଇପିଏଲ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚାମ୍ପିଅନ୍‌ କରାଇବା ପାଇଁ ଜୋରଦାର ଅଭ୍ୟାସ ଆରମ୍ଭ କରିଛନ୍ତି ଅଧିନାୟକ ବିରାଟ କୋହଲି। ଏଥର ଟିମ୍‌ ସନ୍ତୁଳିତ ଅଛି,...

ଓଡ଼ିଆ ଝିଅ ଚେଲ୍‌ସିଙ୍କୁ ପ୍ରଶଂସା କଲେ ସଚିନ ତେନ୍ଦୁଲକର, ସୋନା ମହାପାତ୍ର କହିଲେ ଏମିତି କଥା

ସୋନି ଟିଭି ପକ୍ଷରୁ ପ୍ରସାରିତ ଇଣ୍ଡିଆନ ଆଇଡଲ-୧୧ରେ ନଜର ଆସିଛନ୍ତି ପୁଣି ଜଣେ ଓଡିଆ ଝିଅ। ସେ ହେଉଛନ୍ତି ଚେଲ୍‌ସି ବେଉରା। ଇଶକ୍‌ଜାଦେ ଫିଲ୍ମର ‘ମେଁ...

ଆଇପିଏଲ୍‌ରେ ପ୍ରଥମ ଲଢ଼େଇ ପାଇଁ ସିଏସ୍‌କେ ପ୍ରସ୍ତୁତ: ଧୋନୀଙ୍କ ସ୍କ୍ବାର୍ଡରେ ରହିବେ ଏହି ଖେଳାଳି; ଜାଣନ୍ତୁ..

ନୂଆଦିଲ୍ଲୀ,୧୧।୯: ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍‌-୧୩ତମ ସଂସ୍କରଣ। ଏହାର ମ୍ୟାଚ୍‌ ଚେନ୍ନାଇ ସୁପରକିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ। ତେବେ ମୁମ୍ବାଇ...

ବାର୍ଟି-ପ୍ଲିସ୍‌କୋଭା ଫାଇନାଲ

ଲଣ୍ଡନ, ୯।୧-ଅଷ୍ଟ୍ରେଲିଆର ଆଶ୍‌ଲେ ବାର୍ଟି ଚଳିତ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଫାଇନାଲରେ ସେ ଚେକ୍‌ ରିପବ୍ଲିକର କାରୋଲିନା ପ୍ଲିସ୍‌କୋଭାଙ୍କୁ...

ଅର୍ଦ୍ଧଶତକ ହାସଲ ପରେ ସ୍ତ୍ରୀଙ୍କ ଉପହାରକୁ ଦେଖାଇଲେ ଏହି କ୍ରିକେଟର

ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତୃତୀୟ ମ୍ୟାଚ୍‌ରେ ଇଅନ ମୋର୍ଗାନଙ୍କ ନେତୃତ୍ୱାଧୀନ କୋଲକାତା ନାଇଟ ରାଇଡର୍ସ ୧୦ ରନରେ ଡେଭିଡ ଓ୍ବାର୍ନରଙ୍କ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ...

ଏହି କ୍ରିକେଟର୍‌ଙ୍କୁ ସରକାରଙ୍କଠାରୁ ମିଳିଥିଲା ହତ୍ୟା ଧମକ: ଏବେ କରୁଛନ୍ତି ଭଗବାନ ସେବା

ଜିମ୍ବାୱେର ପୂର୍ବତନ ଅଧିନାୟକ ଟାତେନ୍ଦା ତାଇବୁ ଆଜି ୩୮ ବର୍ଷରେ ପଦାର୍ପଣ କରିଛନ୍ତି। ମେ ୧୪, ୧୯୮୩ରେ ହରାରେ ଜନ୍ମଗ୍ରହଣ କରିଥିବା ତାଇବୁ ମାତ୍ର ୨୦...

ମ୍ୟାଚ୍‌ ହାରିଲେ, କିନ୍ତୁ ଜିତିଲେ ହୃଦୟ

ରାୟପୁର,୯।୩: ଚଳିତ ରୋଡ୍‌ ସେଫ୍ଟି ଓ୍ବାଲର୍‌ଡ ସିରିଜ୍‌ରେ ମଙ୍ଗଳବାର ଖେଳାଯାଇଥିବା ଇଂଲଣ୍ଡ ଲିଜେଣ୍ଡ୍ସ ବିପକ୍ଷ ମ୍ୟାଚ୍‌ରେ ଇଣ୍ଡିଆ ଲିଜେଣ୍ଡ୍ସକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। କିନ୍ତୁ...

Advertisement
Archives

Model This Week