ଏଇ ଭାରତରେ

ପାଷାଣ ଦିଅଁ ହେଲେ ବି ହିନ୍ଦୁ ଧର୍ମରେ ସେ ଜୀବିତ। ସେ ମଣିଷ ଭଳି ନିତ୍ୟକର୍ମ ସହ ସ୍ନାନ କରନ୍ତି , ଭୋଜନ କରନ୍ତି । ତାଙ୍କ ପାଇଁ ଶୟନର ବିଧି ବି ଖଞ୍ଜାଯାଇଛି। କେଉଁଠି ତାଙ୍କୁ ଜ୍ୱର ହେଲେ ଉପଚାର କରାଯାଏ ତ କେଉଁଠି ତାଙ୍କ ପାଇଁ ରହିଛି ବିଭିନ୍ନ ଖେଳର ବ୍ୟବସ୍ଥା। ତେବେ ପ୍ରଦୂଷଣ ବଳୟରେ ଲୋକେ ଅଣନିଃଶ୍ୱାସୀ ହୋଇପଡୁଥିବାବେଳେ ତାଙ୍କ ପାଇଁ ଏହା କଷ୍ଟଦାୟକ ନ ହେବ କାହିଁକି? ଏମିତି କଷ୍ଟ ଅନୁଭବ କରୁଛନ୍ତି ବାରାଣସୀର ଏକ ମନ୍ଦିରରେ ପୂଜା ପାଉଥିତ୍ବା ଦେବଦେବୀଗଣ। ବାୟୁ ପ୍ରଦୂଷଣ କାରଣରୁ ସାରା ସହରକୁ କୁହୁଡି ଘୋଡାଇ ରଖିଛି। ଏହି କାରଣରୁ ଲୋକମାନେ ଶ୍ୱାସକ୍ରିୟାରେ ଯାହା କଷ୍ଟ ଅନୁଭବ ନ କରୁଛନ୍ତି , ତା’ଠାରୁ ବେଶି ଅସୁବିଧାରେ ପଡିଛନ୍ତି ଧର୍ମନଗରୀର ଦେବତାମାନେ। ଏଥିପାଇଁ ଭଗବାନଙ୍କୁ ପ୍ରଦୂଷିତ ବାୟୁରୁ ରକ୍ଷା ପାଇଁ ମାସ୍କ ପିନ୍ଧାଇ ଦିଆଯାଇଛି। ବାରାଣସୀର ସିଗରାସ୍ଥିତ ମନ୍ଦିରରେ ମହାଦେବଙ୍କ ସହ ସମସ୍ତ ଦେବଦେବୀ ମାସ୍କ ପିନ୍ଧିଛନ୍ତିି। ମନ୍ଦିରର ପୂଜାରୀ ହରିଶ ମିତ୍ରଙ୍କ ନେତୃତ୍ୱରେ ଏହା କରାଯାଇଛି। କେବଳ ସିଗରାରେ ଥିବା ମନ୍ଦିର ନୁହେଁ, ବାରାଣସୀର ଆଉ କେତେକ ମନ୍ଦିରରେ ବି ଦେବଦେବୀଙ୍କୁ ମାସ୍କ ପିନ୍ଧାଯାଇଛି। ବାରାଣସୀରେ ଏବେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୦୦ ପାଖାପାଖି ରହିଥିବାରୁ ପ୍ରଦୂଷଣ ବୋର୍ଡ ଏହା ଉପରେ ଗମ୍ଭୀରତା ପ୍ରକାଶ କରିଛି। ଏଣୁ ଏହାକୁ ଲକ୍ଷ୍ୟ କରି ମନ୍ଦିର କର୍ତ୍ତୃପକ୍ଷ ଏଭଳି ପଦକ୍ଷେପ ନେଇଛନ୍ତି। ଭଗବାନଙ୍କୁ ପ୍ରଦୂଷଣରୁ ବଞ୍ଚାଇବା ଲାଗି ଏଭଳି ନିଆରା ଉପାୟ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri