ଋଣ ଅଭିବୃଦ୍ଧି ଉପରେ ଫୋକସ କରିବେ ବ୍ୟାଙ୍କ

ଭୁବନେଶ୍ୱର, ୨୩-୮(ବ୍ୟୁରୋ): ଆଗାମୀ ୫ ବର୍ଷରେ ଦେଶର ଅର୍ଥନୀତିକୁ ୫ ଟ୍ରିଲିୟନ ଡଲାରରେ ପହଞ୍ଚାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏ ଦିଗରେ ବ୍ୟାଙ୍କଗୁଡିକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଥିବା ବେଳେ ଅର୍ଥନୀତିକୁ ଆଗେଇ ନେବା ଲାଗି ବିଭିନ୍ନ ପଦକ୍ଷେପ ଉପରେ ଶାଖା ସ୍ତରରୁ ମାନସମନ୍ଥନ ଆରମ୍ଭ ହୋଇଛି। ଚଳିତ ମାସ ୧୭ ଏବଂ ୧୮ରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ଶାଖାସ୍ତରୀୟ ପରାମର୍ଶ ଗ୍ରହଣ କରିବା ପରେ ଏବେ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି(ଏସ୍‌ଏଲ୍‌ବିସି)ରେ ଏହି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଗୁରୁବାର ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ବୈଠକରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ,ଶିଳ୍ପ ପ୍ରତିନିଧି, ସରକାରଙ୍କ ଉଚ୍ଚାଧିକାରୀ ଯୋଗ ଦେଇ ସରକାରଙ୍କ ପ୍ରମୁଖ ଏଜେଣ୍ଡା ଉପରେ ଆଲୋଚନା କରିଛନ୍ତି। ଅଭିବୃଦ୍ଧି ତ୍ୱରାନ୍ବିତ କରିବା ଲାଗି ଋଣ ପ୍ରଦାନ ଧାରାକୁ ପ୍ରୋତ୍ସାହିତ କରାଯିବ। ୧୨% ଋଣ ଅଭିବୃଦ୍ଧି ଲକ୍ଷ୍ୟ ନେଇ ବ୍ୟାଙ୍କଗୁଡିକୁ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ଏହାକୁ ପୂରଣ ଦିଗରେ ବିଭିନ୍ନ ବ୍ୟାଙ୍କଗୁଡିକ କାର୍ଯ୍ୟ କରିବେ ବୋଲି ଏହି ଅବସରରେ ୟୁକୋ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଓଡ଼ିଶା ଏସ୍‌ଏଲ୍‌ବିସି ଅଧ୍ୟକ୍ଷ ଅଜୟ ବ୍ୟାସ୍‌ କହିଛନ୍ତି।
ଏଠାରେ ଆୟୋଜିତ ବୈଠକରେ ଯୋଗ ଦେଇ ସେ କହିଛନ୍ତି ଯେ, ବ୍ୟାଙ୍କଗୁଡିକର କାର୍ଯ୍ୟଶୈଳୀରେ ଦକ୍ଷତା ବୃଦ୍ଧି, ବ୍ୟାଙ୍କିଙ୍ଗ ଧାରା, ଟେକ୍ନୋଲୋଜି ଗ୍ରହଣ, ଗ୍ରାହକଙ୍କ ଚାହିଦା ଉପରେ ପ୍ରାଥମିକତା ଦିଆଯାଉଛି। ଭଲ ପ୍ରଦର୍ଶନ କରୁଥିବା ଶାଖାକୁ ଉତ୍ସାହିତ ଏବଂ ଖରାପ ସ୍ଥିତିରେ ଥିବା ଶାଖାଗୁଡିକର କାର୍ଯ୍ୟଧାରାରେ ଉନ୍ନତି ଆଣିବାକୁ ପରାମର୍ଶ ଗ୍ରହଣ କରାଯାଇଛି। ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଯିବା ପରେ ଏହାକୁ ବ୍ୟାଙ୍କଗୁଡିକ ନିଜର ମୁଖ୍ୟ କାର୍ଯ୍ୟାଳୟକୁ ଜଣାଇ ଦେବେ। ଏହାପରେ ମୁଖ୍ୟ କାର୍ଯ୍ୟାଳୟରୁ ପରାମର୍ଶ ସରକାରଙ୍କୁ ପ୍ରଦାନ କରାଯିବ।
ସେ କହିଛନ୍ତି ଯେ, ଜନଧନ, ଆଧାର ସଂଯୋଗ ଏବଂ ମୋବାଇଲ ବ୍ୟବହାର ଦ୍ୱାରା ଅର୍ଥନୀତି ବିକାଶ ଦିଗରେ ଏକ ପ୍ରମୁଖ ଅଂଶୀଦାର ହେବ। ବ୍ୟାଙ୍କଗୁଡିକ ଡିଜିଟାଲ ପ୍ଲାଟଫର୍ମ ବ୍ୟବହାର ଦ୍ୱାରା ଏହି କ୍ଷେତ୍ରରେ ନିଜର ଯୋଗଦାନ ରଖିପାରିବେ। ବର୍ତ୍ତମାନ ଜନଧନ ଯୋଜନାରେ ୩୫ କୋଟି ଆକାଉଣ୍ଟ ଖୋଲାଯାଇଥିବା ବେଳେ ୯୫% ଲୋକଙ୍କ ନିକଟରେ ଆଧାର ନମ୍ବର ରହିଛି। ଏହାକୁ ବ୍ୟବହାର କରିବା ନେଇ ସେ ବ୍ୟାଙ୍କଗୁଡିକୁ ଆହ୍ବାନ ଦେଇଛନ୍ତି। ଏହାବାଦ ଏମ୍‌ଏସ୍‌ଏମ୍‌ଇକୁ ଋଣ ଯୋଗାଣ, କୃଷି କ୍ଷେତ୍ରକୁ ସହାୟତା, ରପ୍ତାନି କ୍ଷେତ୍ରକୁ ପ୍ରୋତ୍ସାହନ, କର୍ପୋରେଟ ଗଭର୍ନାନ୍ସରେ ଉନ୍ନତି, ମାନ୍ଦାବସ୍ଥା ଦେଇ ଗତି କରୁଥିବା ଅର୍ଥନୀତିରେ ବିକାଶଧାରା ବୃଦ୍ଧି ପାଇଁ ନିବେଶ ପ୍ରୋତ୍ସାହନ ଉପରେ ବ୍ୟାଙ୍କଗୁଡିକ ଗୁରୁତ୍ୱ ଦେବାକୁ ମତାମତ ଗ୍ରହଣ କରାଯାଉଛି। ମୁଦ୍ରା ଯୋଜନାରେ ବ୍ୟାଙ୍କଗୁଡିକ ଭଲ ପରଫରମାନ୍ସ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛିି। ସେହିଭଳି ଇଜ ଅଫ୍‌ ଡୁଇଙ୍ଗ ବିଜନେସ, ନୂତନ ବ୍ୟାଙ୍କିଙ୍ଗ ପରିଭାଷା ଉପରେ ପ୍ରାଥମିକତା ଦିଆଯାଉଛି ବୋଲି ସେ ସ୍ପଷ୍ଟ କରିଛନ୍ତି।
ଶୀଘ୍ର ଅଧିକାଂଶ ବ୍ୟାଙ୍କ ରେପୋ ରେଟ୍‌ ହ୍ରାସକୁ ସେମାନଙ୍କ ବ୍ୟବସ୍ଥା ସହ ଯୋଡିବେ ବୋଲି ଏଠାରେ ସୂଚନା ଦିଆଯାଇଛି। ଫଳରେ ରିଜର୍ଭ ବ୍ୟାଙ୍କ ସୁଧହାର ହ୍ରାସ ହେଲେ ତ୍ୱରିତ ଭିତ୍ତିରେ ଗ୍ରାହକ ଏହାର ଲାଭ ପାଇବେ। କାର୍ଯ୍ୟକ୍ରମରେ ଅର୍ଥ ବିଭାଗ ପ୍ରମୁଖ ସଚିବ ଏ.କେ.ମୀନା, ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ, ଇନଷ୍ଟିଚ୍ୟୁଶନାଲ ଫାଇନାନ୍ସର ସ୍ବତନ୍ତ୍ର ସଚିବ ଏବଂ ନିର୍ଦ୍ଦେଶକ ପି.କେ. ବିଶ୍ୱାଳ, ଏସ୍‌ବିଆଇ ସିଜିଏମ୍‌ ପ୍ରବୀଣା କାଲା, ଏସ୍‌ଏଲ୍‌ବିସି ଆବାହକ ଟି.ଆର୍‌. ଚୋକଲିଙ୍ଗମ୍‌, ଆର୍‌ବିଆଇ ଉପମହାପ୍ରବନ୍ଧକ ବିଶ୍ୱ ରଞ୍ଜନ ପାତ୍ର, ଏସ୍‌ଏଲ୍‌ବିସି ଓଡ଼ିଶା ଇନଚାର୍ଜ ପି.କେ.ସି ଦାଶ ଏବଂ ଓସ୍‌ମେ ମହାସଚିବ ସାତ୍ତ୍ୱିକ ସ୍ବାଇଁ ପ୍ରମୁଖ ଏଠାରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?