ଉପକୂଳରେ ସବୁଜିମା ସୃଷ୍ଟିକୁ ଗୁରୁତ୍ୱ

ଭୁବନେଶ୍ୱର, ୨ା୧୧(ବ୍ୟୁରୋ): ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ୱ ପାଇଁ ବଡ ସମସ୍ୟା ଭାବେ ଦେଖାଦେଲାଣି। ତାପମାତ୍ରା ବୃଦ୍ଧି ଯୋଗୁ ସମୁଦ୍ର ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି। ଆସନ୍ତା ୨୦୫୦ ସୁଦ୍ଧା ଅଧିକାଂଶ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ ହୋଇଯିବ। ଭାରତର ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଓଡ଼ିଶା, ଗୁଜରାଟ ଭଳି ରାଜ୍ୟ ଏହା ଦ୍ୱାରା ଗୁରୁତର ପ୍ରଭାବିତ ହେବେ ବୋଲି ନିକଟରେ କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ।
ଜଳବାୟୁ ପରିବର୍ତ୍ତନ ଓଡିଶା ପାଇଁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି। ଇଣ୍ଡିଆନ ନ୍ୟାଶନାଲ ସେଣ୍ଟର ଫର ଓସନ ଇନ୍‌ଫରମେଶନ ସର୍ଭିସେସ(ଆଇଏନ୍‌ସିଓଆଇଏସ) ଦ୍ୱାରା ଓଡିଶାର କୋଷ୍ଟାଲ ଭଲ୍‌ନେରେବିଲିଟି ଇଣ୍ଡେକ୍ସ (ସିଭିଆଇ) ପ୍ରସ୍ତୁୂତ କରାଯାଇଛି। ସମୁଦ୍ର ନିକଟରୁ ୧ କିଲୋମିଟର ବ୍ୟାପୀ ଅଞ୍ଚଳକୁ ନେଇ ପ୍ରସ୍ତୁତ ସିଭିଆଇ ନିମ୍ନ, ମଧ୍ୟମ ଓ ଅତି ଉଚ୍ଚ କ୍ଷତିଗ୍ରସ୍ତ ଅଞ୍ଚଳ ୩ଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି। ସେହି ଅନୁଯାୟୀ ଓଡିଶା ଉପକୂଳର ୬ ଜିଲା ଗଞ୍ଜାମ, କେନ୍ଦ୍ରାପଡା, ପୁରୀ, ଜଗତ୍‌ସିଂହପୁର, ଭଦ୍ରକ ଏବଂ ବାଲେଶ୍ୱରକୁ ଅତ୍ୟନ୍ତ ବିପଦପୂର୍ଣ୍ଣ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି । ସମୁଦ୍ର ଉପକୂଳକୁ ଲାଗି ରହିଥିବା ଗଞ୍ଜାମ ଜିଲାର କିଛି ଅଞ୍ଚଳ, ଚିଲିକା, ପୁରୀର ଦକ୍ଷିଣ ଭାଗ ଏବଂ କେନ୍ଦ୍ରାପଡା ଜିଲାର ୭୬ କିଲୋମିଟର ଅଞ୍ଚଳକୁ କମ୍‌, ସେହି ଜିଲାଗୁଡିକର ୨୦୯ କିଲୋମିଟର ବ୍ୟାପ୍ତ ଅଞ୍ଚଳକୁ ମଧ୍ୟମ ଓ ୧୦୭ କିଲୋମିଟର ଅଞ୍ଚଳକୁ ଅତ୍ୟନ୍ତ ବିପଦପୂର୍ଣ୍ଣ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ପୁରୀ ଜିଲାର ଉତ୍ତର ଭାଗ, ଜଗତ୍‌ସିଂହପୁର ଜିଲାର କେତେକ ଅଞ୍ଚଳ, କେନ୍ଦ୍ରାପଡା, ଭଦ୍ରକ ଜିଲାର ଉତ୍ତର ଓ ଦକ୍ଷିଣ ଭାଗ ଏବଂ ଦକ୍ଷିଣ ବାଲେଶ୍ୱର ଅତ୍ୟନ୍ତ ବିପଦପୂର୍ଣ୍ଣ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି। ତେବେ ସଦ୍ୟତମ ଅଧ୍ୟୟନ ଅନୁଯାୟୀ ଉପକୂଳବର୍ତ୍ତୀ ସମସ୍ତ ଜିଲା ଜଳବାୟୁ ପରିବର୍ତ୍ତନର କରାଳ ମୁହଁରେ ପଡି ଭୟଙ୍କର କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି। ଦେଶର ତଟୀୟ ଅଞ୍ଚଳଗୁଡିକ ପ୍ରତି ବିପଦ ମାଡି ଆସୁଥିବାରୁ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଉପକୂଳବର୍ତ୍ତୀ ରାଜ୍ୟଗୁଡିକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ନ୍ୟାଶନାଲ ଡିରମାଇନ କଣ୍ଟ୍ରିବ୍ୟୁଶନ(ଏନଡିସି) ଯୋଜନାରେ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ଏଥିପାଇଁ ସ୍ବତନ୍ତ୍ର ବ୍ୟୟବରାଦ କରିବା ସହ ଏକ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରିବାକୁ ପରାମର୍ଶ ଦିଆଯାଇଛି। ଜଳବାୟୁ ପରିବର୍ତ୍ତନର ମହାବିପଦରୁ ଉପକୂଳବର୍ତ୍ତୀ ଅଞ୍ଚଳଗୁଡିକୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ଖୁବ୍‌ଶୀଘ୍ର ଏକ ସଂଶୋଧିତ ଜଳବାୟୁ ପରିବର୍ତ୍ତନ ଆକ୍ସନ ପ୍ଲାନ ପ୍ରସ୍ତୁୂତ କରିବାକୁ ଅଣ୍ଟା ଭିଡିଛନ୍ତି। ଏଥିରେ ୧୦ଟି ବିଭାଗକୁ ସାମିଲ କରାଯିବ। ସେହି ବିଭାଗଗୁଡିକ ହେଲା ଜଙ୍ଗଲ ଓ ପରିବେଶ, କୃଷି, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଜଳସମ୍ପଦ, ଶକ୍ତି, ମତ୍ସ୍ୟ ଓ ପଶୁ ସମ୍ପଦ, ଶିଳ୍ପ, ଖଣି ଓ ଇସ୍ପାତ, ବାଣିଜ୍ୟ ଓ ପରିବହନ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ସାମିଲ କରାଯିବ। ବିଭାଗଗୁଡିକ ଜଳବାୟୁ ପରିବର୍ତ୍ତନକୁ ଦେଖି ଯୋଜନା ପ୍ରସ୍ତୁତ କରିବେ। ଉପକୂଳ ଅଞ୍ଚଳଗୁଡିକରେ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ବାଷ୍ପର ହାର କମାଇବା ପାଇଁ ବ୍ୟାପକ ବୃକ୍ଷରୋପଣ କରାଯିବ। ଏଥିସହିତ ସମୁଦ୍ରର ଗତିବିଧି ଉପରେ ବରାବର ଅଧ୍ୟୟନ କରାଯିବ। ଉପକୂଳ ଅଞ୍ଚଳରେ ଜୈବ ବିବିଧତା ବଜାୟ ରଖିବାକୁ ଆବଶ୍ୟକ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦିଆଯିବ। ସଂଶୋଧିତ ଆକ୍ସନ ପ୍ଲାନ ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ ବୋଲି ପରିବେଶ ନିର୍ଦ୍ଦେଶକ କେ. ମୁରୁଗେସେନ କହିଛନ୍ତି। ଓଡିଶା ପ୍ରଥମ ରାଜ୍ୟ ଭାବେ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ୨୦୧୮ରୁ ୨୦୨୩ ପର୍ଯ୍ୟନ୍ତ ଏକ ୫ବର୍ଷିଆ ରାଜ୍ୟ ଜଳବାୟୁ ପରିବର୍ତ୍ତନ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଥିଲା। ତେବେ ଏଥିରେ ଆବଶ୍ୟକ ପରିବର୍ତ୍ତନ କରିବା ଲାଗି ଏକ ନୂତନ ସଂଶୋଧିତ ଆକ୍ସନ ପ୍ଲାନ-୨୦୧୯ ପ୍ରସ୍ତୁତ କରାଯିବ । ଏଥିପାଇଁ ପ୍ରତ୍ୟେକ ବର୍ଷ ସ୍ବତନ୍ତ୍ର ବଜେଟ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ବଳାତ୍କାର, ହତ୍ୟା ଅଭିଯୋଗରେ ଜଣଙ୍କୁ ପିଟି ମାରିଦେଲେ

ବାରୁଇପୁର(ପଶ୍ଚିମବଙ୍ଗ),୭।୭: ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲା ଅନ୍ତର୍ଗତ ବାରୁଇପୁର ଅଞ୍ଚଳରେ ଜଣେ ୧୧ ବର୍ଷୀୟା ବାଳିକାଙ୍କ ମୃତଦେହ ରବିବାର ମିଳିବା ପରେ ତାଙ୍କୁ ବଳାତ୍କାର ପରେ…

ଟ୍ରମ୍ପ-ମେଲୋନିଙ୍କ ଫଟୋ ଦେଖି ରାଗିଗଲା ଇଟାଲୀ! ‘ଲୋକ ଆସନ୍ତି ଆଉ …’

ରୋମ,୭।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇଟାଲୀ ଟ୍ରମ୍ପଙ୍କ ଏକ ନୂତନ ଆକ୍ରମଣର ଜବାବ…

ରୋନାଲ୍ଡୋଙ୍କ ବିଶ୍ୱକପ୍‌ ସ୍ବପ୍ନ ଶେଷ: ବିଶ୍ୱକପ୍‌ରୁ ବିଦା ହେଲା ପର୍ତ୍ତୁଗାଲ

ଆର୍ଲିଂଟନ,୭ା୭:ଇଞ୍ଜୁରି ଟାଇମ୍‌ରେ ମିକେଲ ମେରିନୋଙ୍କ ଗୋଲ ବଳରେ ସୋମବାର ରାତିରେ ଅନୁଷ୍ଠିତ ଚଳିତ ବିଶ୍ୱକପ୍‌ର ଏକ ପ୍ରି-କ୍ୱାର୍ଟର ଫାଇନାଲରେ ସ୍ପେନ ୧-୦ ଗୋଲରେ ପର୍ତ୍ତୁଗାଲକୁ ପରାସ୍ତ କରି…

‘ଏଲ୍‌ ନିନୋ’ ପ୍ରଭାବ: ଭାରତରେ ସୃଷ୍ଟି ହୋଇପାରେ ବଡ଼ ବିଦ୍ୟୁତ୍‌ ସଙ୍କଟ

ନୂଆଦିଲ୍ଲୀ,୭ା୭(ପି.ଟି.):ଚଳିତ ବର୍ଷ ବିଶ୍ୱ ପାଣିପାଗରେ ଦେଖାଦେଇଥିବା ‘ଏଲ୍‌ ନିନୋ’ର ସବୁଠାରୁ ମାରାତ୍ମକ ପ୍ରଭାବ ଭାରତର ଶକ୍ତି ବ୍ୟବସ୍ଥା ଉପରେ ପଡ଼ିବାକୁ ଯାଉଛି। ଅନ୍ତର୍ଜାତୀୟ ଗବେଷଣା ସଂସ୍ଥା ‘ସେଣ୍ଟର…

ପ୍ରବଳ ବର୍ଷାରେ ମୁମ୍ବାଇ ବେହାଲ;ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ, ୧୩ ମୃତ

ମୁମ୍ବାଇ,୭।୭: ମୁମ୍ବାଇ ଓ ଆଖପାଖ ଜିଲାରେ ୩/୪ ଦିନ ହେଲା ପ୍ରବଳ ବର୍ଷା ଲାଗିରହିଥିବାବେଳେ ଦେଶର ଆର୍ଥିକ ରାଜଧାନୀ ଏକପ୍ରକାର ଅଚଳ ହୋଇଯାଇଛି। ବର୍ଷାଜନିତ ଘଟଣାରେ ୧୩ଜଣଙ୍କ…

ଝାଡ଼ଖଣ୍ଡ ଉପରେ ଅବପାତ ସକ୍ରିୟ: ଆଜିଠୁ କମିବ ବର୍ଷା

ଭୁବନେଶ୍ୱର,୭।୭(ବନ୍ଦନା ସେଠୀ):ଦକ୍ଷିଣ ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଘଣ୍ଟାପ୍ରତି ପ୍ରାୟ ୨୫କି.ମି. ବେଗରେ ଗତି କରି…

ମସ୍ତିଷ୍କର ଭିନ୍ନ ଅଂଶରୁ ସୃଷ୍ଟି ହୁଏ ସ୍ବତଃସ୍ଫୂର୍ତ୍ତ, ଇଚ୍ଛାକୃତ ହସ

ନୂଆଦିଲ୍ଲୀ,୭।୭(ପି.ଟି.): ମଣିଷର ହସ ପଛରେ ଥିବା ରହସ୍ୟକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଆମର ସ୍ବତଃସ୍ଫୂର୍ତ୍ତ (ଆବେଗିକ) ଏବଂ ଇଚ୍ଛାକୃତ ହସ ପାଇଁ ମସ୍ତିଷ୍କର…

ଜେଲରେ ୨ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨୫ ମୃତ

କଲମ୍ବୋ,୬ା୭(ପି.ଟି.):ଶ୍ରୀଲଙ୍କାର ପଶ୍ଚିମ ଉପକୂଳ ସହର ନେଗୋମ୍ବୋରସ୍ଥିତ ଏକ ଜେଲରେ ସଂଘର୍ଷ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିଥିବା କର୍ତ୍ତୃପକ୍ଷ ସୋମବାର କହିଛନ୍ତି। ସାମର୍ଥ୍ୟଠାରୁ ଅଧିକ ବନ୍ଦୀ ରହିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri