Posted inଜାତୀୟ

ଉନ୍ନାଓ ମାମଲାର ଭିନ୍ନ ମୋଡ଼: ୟୁପି ନୁହେଁ, ଦିଲ୍ଲୀରେ ହେବ ଶୁଣାଣି

ନୂଆଦିଲ୍ଲୀ, ୨।୮(ପି.ଟି./ଆଇଏଏନ୍‌ଏସ୍‌):ଉତ୍ତରପ୍ରଦେଶ (ୟୁପି)ର ବହୁଚର୍ଚ୍ଚିତ ଉନ୍ନାଓ ମାମଲାରେ ଗୁରୁବାର ନୂଆମୋଡ଼ ଆସିଛି। ସୁପ୍ରିମକୋର୍ଟ ଉନ୍ନାଓ ବଳାତ୍କାର ପୀଡ଼ିତାଙ୍କ ସମ୍ପର୍କିତ ସମସ୍ତ ୫ ମାମଲା ୟୁପିର ଏକ କୋର୍ଟରୁ ଦିଲ୍ଲୀକୁ ସ୍ଥାନାନ୍ତର କରିଛନ୍ତି। ଉକ୍ତ ମାମଲାଗୁଡ଼ିକର ଦୈନନ୍ଦିନ ଶୁଣାଣି ପାଇଁ ଜଣେ ସ୍ବତନ୍ତ୍ର ବିଚାରପତିଙ୍କୁ ଦାୟିତ୍ୱ ଦେଇଛନ୍ତି। ସମ୍ପୃକ୍ତ ବିଚାରପତି ୪୫ ଦିନ ମଧ୍ୟରେ ବିଚାର ଶେଷ କରିବେ। ଏହାସହ ବଳାତ୍କାର ପୀଡ଼ିତାଙ୍କୁ ୨୫ ଲକ୍ଷ ଟଙ୍କା ଅନ୍ତରୀଣ କ୍ଷତିପୂରଣ ଦେବା ପାଇଁ ୟୁପି ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସଡ଼କ ଦୁର୍ଘଟଣା ମାମଲାର ତଦନ୍ତ ୭ ଦିନ ମଧ୍ୟରେ ଶେଷ କରିବା ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ମଧ୍ୟ ଶୀର୍ଷ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ଉନ୍ନାଓ ପୀଡ଼ିତା, ତାଙ୍କ ଓକିଲ ମହେନ୍ଦ୍ର ସିଂ ଓ ଦୁଇଜଣ ସମ୍ପର୍କୀୟ ଗତ ରବିବାର ଏକ କାର୍‌ରେ ରାଏବରେଲି ଯାଉଥିବାବେଳେ ଏକ ବାଲି ବୋଝେଇ ଦ୍ରୁତଗାମୀ ଟ୍ରକ୍‌ ଧକ୍କା ଦେଇଥିଲା। ଏଥିରେ ଦୁଇ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଥିବାବେଳେ ପୀଡ଼ିତା ଓ ଓକିଲ ଗୁରୁତର ହୋଇ ଲକ୍ଷ୍ନୌସ୍ଥିତ ଏକ ହସ୍ପିଟାଲର ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା ପୂର୍ବରୁ ପୀଡ଼ିତା ଓ ତାଙ୍କ ପରିବାର ବର୍ଗ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇଙ୍କ ନିକଟକୁ ଏକ ପତ୍ର ଲେଖି ବଳାତ୍କାର ଅଭିଯୁକ୍ତ ଭାଜପା ବିଧାୟକ କୁଲଦୀପ ସିଂ ସେନ୍‌ଗରଙ୍କ ସମର୍ଥକଙ୍କ ପଟୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇଥିଲେ। ହେଲେ ଉକ୍ତ ଚିଠି ସିଜେଆଇଙ୍କ ନିକଟରେ ପହଞ୍ଚତ୍ ନ ଥିଲା। ସିଜେଆଇ ଗୋଗୋଇ ଏହି ବିଷୟ ଗଣମାଧ୍ୟମରୁ ଜାଣିବା ପରେ ଚିଠି ପହଞ୍ଚତ୍ବାରେ ବିଳମ୍ବ ହେବାର କାରଣ ନେଇ ସୁପ୍ରିମକୋର୍ଟ ସେକ୍ରେଟାରି ଜେନେରାଲଙ୍କଠାରୁ ରିପୋର୍ଟ ମାଗିଥିଲେ। ସିଜେଆଇ ଗୋଗୋଇଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ଦୀପକ ଗୁପ୍ତା ଓ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୁରୁବାର ଉନ୍ନାଓ ମାମଲାର ତ୍ୱରିତ ଶୁଣାଣି କରି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଉକ୍ତ ରାୟକୁ ବାତିଲ କରିବା କିମ୍ବା ଏଥିରେ ପରିବର୍ତ୍ତନ ପାଇଁ କୌଣସି ଆବେଦନ ଗ୍ରହଣ କରାଯିବ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି।
ଅଭିଯୁକ୍ତ ସେନ୍‌ଗରଙ୍କ ଅନୁପସ୍ଥିତିରେ ରାୟ ଶୁଣାଇ ଖଣ୍ଡପୀଠ କହିଛନ୍ତି, ମୂଳ (ବଳାତ୍କାର) ମାମଲାର ଶୁଣାଣି ଆରମ୍ଭ ହେବାର ୪୫ ଦିନ ମଧ୍ୟରେ ଶେଷ କରାଯିବ। କେଉଁ ବିଚାରପତି ଏହି ମାମଲାର ଶୁଣାଣି କରିବେ ତାହା ଚାମ୍ବରରେ ବିଚାରବିମର୍ଶ ପରେ ସ୍ଥିର କରାଯିବ। ପୀଡ଼ିତା, ତାଙ୍କ ମା’ ଓ ପରିବାରର ଅନ୍ୟ ସଦସ୍ୟମାନଙ୍କୁ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍‌ପିଏଫ୍‌) ସୁରକ୍ଷା ଯୋଗାଇଦେବ। ଜଣେ କମାଣ୍ଡାଣ୍ଟ ସ୍ତରୀୟ ଅଧିକାରୀ ସେମାନଙ୍କ ନିରାପତ୍ତା ସମ୍ପର୍କିତ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିବେ। ସେହିପରି ପୀଡ଼ିତା ଓ ତାଙ୍କ ଓକିଲ ଚିକିତ୍ସାଧୀନ ଥିବା ଲକ୍ଷ୍ନୌସ୍ଥିତ କିଙ୍ଗ୍‌ ଜର୍ଜ ମେଡିକାଲ୍‌ କଲେଜ ହସ୍ପିଟାଲର ଡାକ୍ତରମାନେ ସିବିଆଇକୁ ଦେଇଥିବା ରିପୋର୍ଟକୁ ଅନୁଧ୍ୟାନ କରି ଆବଶ୍ୟକ ହେଲେ ଉଭୟଙ୍କୁ ବିମାନରେ ନୂଆଦିଲ୍ଲୀସ୍ଥିତ ଏମ୍ସକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ପୀଡ଼ିତାଙ୍କ ପରିବାର ଲୋକେ ଏପରି ଚାହୁଁଥିଲେ ଯାଇ ଦିଲ୍ଲୀକୁ ସେମାନଙ୍କୁ ନିଆଯିବ ବୋଲି ଖଣ୍ଡପୀଠ କହିଛନ୍ତି। ଶୀର୍ଷ ଅଦାଲତ ଶୁକ୍ରବାର ପୁନର୍ବାର ଏହି ମାମଲାର ଶୁଣାଣି କରିବେ। ରାଏବରେଲି ଜେଲ୍‌ରେ ପୀଡ଼ିତାଙ୍କ ଦାଦା ମହେଶ ସିଂଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ଦିଲ୍ଲୀର ତିହାର ଜେଲକୁ ସ୍ଥାନାନ୍ତର କରାଯିବ କି ନାହିଁ ସେନେଇ ଖଣ୍ଡପୀଠ ନିଷ୍ପତ୍ତି ଶୁଣାଇବେ। ଦୁର୍ଘଟଣାର ଦୁଇ ମୃତକଙ୍କ ମଧ୍ୟରୁ ମହେଶଙ୍କ ସ୍ତ୍ରୀ ଅନ୍ୟତମ। ଆଲ୍ଲାହାବାଦ ହାଇକୋର୍ଟ ମହେଶଙ୍କୁ ବୁଧବାର ପାରୋଲ ଦେବା ପରେ ସେ ସ୍ତ୍ରୀଙ୍କ ଶେଷକୃତ୍ୟ କରାଇଥିଲେ। ଏହାକୁ ତାଙ୍କ ପରିବାର ଲୋକେ ଦୁର୍ଘଟଣା ନୁହେଁ, ବରଂ ଏକ ସୁନିୟୋଜିତ ହତ୍ୟା ବୋଲି ଅଭିଯୋଗ ଆଣି ଧାରଣାରେ ବସିଥିଲେ। ଚାରିଆଡ଼ୁ ଚାପ ପଡ଼ିବା ପରେ ଦୁଇଦିନ ତଳେ ଯୋଗୀ ଆଦିତ୍ୟନାଥ ସରକାର ଏହି ମାମଲାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ। ସିବିଆଇ ଏନେଇ ବିଧାୟକ ସେନ୍‌ଗରଙ୍କ ସମେତ ୧୦ ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି। ୨୦୧୭ରେ ପୀଡ଼ିତା ନାବାଳିକା ଥିବାବେଳେ ସେନ୍‌ଗର ତାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ୧୪ ମାସ ହେଲା ଜେଲ୍‌ରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri