Posted inଖେଳ

ଉନାଡ୍‌କଟଙ୍କ ଦମ୍‌ରେ ସୌରାଷ୍ଟ୍ର ଜିତିଲା ପ୍ରଥମ ରଣଜୀ ଟାଇଟଲ

ରାଜକୋଟ,୧୩।୩(ପି.ଟି.)- ଅଧିନାୟକ ଉନାଡ୍‌କଟଙ୍କ ଦମଦାର ସ୍ପେଲ ବଳରେ ସୌରାଷ୍ଟ୍ର ଦଳ ପ୍ରଥମ ଥର ପାଇଁ ରଣଜୀ ଟାଇଟଲ ହାସଲ କରିଛି। ଗତବର୍ଷ ରନର୍ସଅପ୍‌ରେ ସନ୍ତୁଷ୍ଟ ରହିଥିବା ସୌରାଷ୍ଟ୍ର ବେଙ୍ଗଲ ବିପକ୍ଷ ଫାଇନାଲ ମ୍ୟାଚ୍‌କୁ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଜିତିନେଇଛି। ଶୁକ୍ରବାର ମ୍ୟାଚ୍‌ର ଅନ୍ତିମ ଦିନ ଇନିଂସ ଅଗ୍ରଣୀ ପାଇଁ ବେଙ୍ଗଲକୁ ୪ ଉଇକେଟରେ ୭୨ ରନ୍‌ ଦରକାର ଥିଲା। ପୂର୍ବଦିନ ଅପରାଜିତ ଥିବା ବ୍ୟାଟ୍ସମ୍ୟାନ ଅନୁସ୍ତୂପ ମଜୁମଦାର (୫୮) ଓ ଅର୍ନବ ନନ୍ଦୀ (୨୮) ବ୍ୟାଟିଂ ଆରମ୍ଭ କରିଥିଲେ। ବେଙ୍ଗଲ ଜିତିବାର ସର୍ବାଧିକ ସମ୍ଭାବନା ଥିଲା। କିନ୍ତୁ ଗୁଜରାଟ ବିପକ୍ଷ ସେମିଫାଇନାଲର ଅନ୍ତିମ ଦିନ ୭ ଉଇକେଟ ଅକ୍ତିଆର କରି ସୌରାଷ୍ଟ୍ର ଦଳକୁ ଫାଇନାଲରେ ପ୍ରବେଶ କରାଇଥିବା ଅଧିନାୟକ ଉନାଡ୍‌କଟ ପୁଣି ଥରେ ମ୍ୟାଚ୍‌ର ମୋଡ଼ ବଦଳାଇଥିଲେ। ବାମହାତୀ ପେସର ଇନ ଫର୍ମ ମଜୁମଦାରଙ୍କୁ ଏଲବିଡବ୍ଲ୍ୟୁ ଆଉଟ୍‌ କରିଥିଲେ। ମାତ୍ର ୨ ବଲ ବ୍ୟବଧାନରେ ଆକାଶ ଦୀପ ରନ୍‌ଆଉଟ୍‌ ହୋଇଥିଲେ। ଏଥିସହ ମ୍ୟାଚ୍‌ ପୁରା ଓଲଟି ପଡ଼ିଥିଲା। ଶୁକ୍ରବାର ଏକ ଘଣ୍ଟା ୧୦ ମିନିଟ୍‌ ମଧ୍ୟରେ ମାତ୍ର ୨୭ ରନ୍‌ରେ ବେଙ୍ଗଲ ତା’ର ସମସ୍ତ ଉଇକେଟ ହରାଇ ୩୮୧ ରନ୍‌ରେ ସୀମିତ ରହିଥିଲା। ଫଳରେ ପ୍ରଥମ ଇନିଂସରେ ୪୨୫ ରନ୍‌ କରିଥିବା ସୌରାଷ୍ଟ୍ର ୪୪ ରନ୍‌ର ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟ ଇନିଂସରେ ଦୁଇ ଅଧିନାୟକ ମ୍ୟାଚ୍‌ ଡ୍ର’ ଘୋଷଣା କରିବା ପୂର୍ବରୁ ସୌରାଷ୍ଟ୍ର ଦଳକୁ ଚା’ ପାନ ବିରତି ପର୍ଯ୍ୟନ୍ତ ବ୍ୟାଟିଂ କରିବାକୁ ପଡ଼ିଥିଲା। ଘରୋଇ ଦଳ ୩୪ ଓଭରରେ ୪ ଉଇକେଟ ୧୦୫ ରନ୍‌ କରିଥିଲା। ଏହି ବିଜୟ ସହ ସୌରାଷ୍ଟ୍ର ତା’ର ରଣଜୀ ଟାଇଟଲ ଆଶା ପୂରଣ କରିଛି। ଅନ୍ୟପକ୍ଷରେ ୧୯୮୯-୯୦ଠାରୁ ଚାଲିଥିବା ରଣଜୀ ଟାଇଟଲ ହାତେଇବା ଆଶା ଜାରି ରଖିଛି ବେଙ୍ଗଲ। ଚାମ୍ପିୟନ ଦଳର ଅଧିନାୟକ ଉନାଡ୍‌କଟ ଚଳିତ ସିଜନରେ ସର୍ବାଧିକ ୬୭ ଉଇକେଟ ନେଇଛନ୍ତି। ମ୍ୟାଚ୍‌ରେ ଏକମାତ୍ର ଶତକ ହାସଲ କରିଥିବା ଚାମ୍ପିୟନ ଦଳର ଅର୍ପିତ ବାସାଭାଡାଙ୍କୁ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମବାସୀଙ୍କୁ ଜଙ୍ଗଲ ମନା, ରାତି ଉଜାଗର ରହି ହାତୀ ଜଗିଲେ ବନକର୍ମଚାରୀ

ଭଞ୍ଜନଗର,୧ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଗୁରୁବାର ସନ୍ଧ୍ୟା ସୁଦ୍ଧା ୭୦ ହାତୀ ଅଛନ୍ତି। ହାତୀମାନେ ସନ୍ଧ୍ୟା ହେଲେ ଜଙ୍ଗଲରୁ ବାହାରି...

ଭାରତ-ପାକିସ୍ତାନ ପରସ୍ପରକୁ ଦେଲେ ପରମାଣୁ ଘାଟିର ଠିକଣା, କାହିଁକି ନୂଆବର୍ଷରେ ଏମିତି କଲେ ଦୁଇ ଦେଶ? ଜାଣନ୍ତୁ…

ନୂଆଦିଲ୍ଲୀ/ଇସଲାମାବାଦ,୧।୧: ଭାରତ ଏବଂ ପାକିସ୍ତାନ ଗୁରୁବାର (ଡିସେମ୍ବର ୧, ୨୦୨୫) କୂଟନୈତିକ ଚ୍ୟାନେଲ ମାଧ୍ୟମରେ ପରମାଣୁ ପ୍ରତିଷ୍ଠାନ ଏବଂ ସୁବିଧାଗୁଡ଼ିକର ତାଲିକା ଆଦାନପ୍ରଦାନ କରିଥିଲେ। ଭାରତୀୟ...

ମା’ ରାମଚଣ୍ଡୀଙ୍କୁ ଦର୍ଶନ କଲେ ରାଜ୍ୟସଭା ସାଂସଦ, ୪ ଲକ୍ଷ ଅନୁଦାନ ଦେଲେ

ଗଞ୍ଜାମ,୧।୧(ଦିଲ୍ଲୀପ ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଳକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ଋଷିକୂଲ୍ୟା ତଟର ନୀଳାଦ୍ରିପୁର ଶିଖରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ମନ୍ଦିର ।...

ଅବସର ନେବେ ଉସମାନ ଖ୍ବାଜା? ପଞ୍ଚମ ଟେଷ୍ଟ ପୂର୍ବରୁ କରିବେ ପ୍ରେସ କନଫରେନ୍ସ

ସିଡ଼ନୀ,୧।୧: ତାଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ, ଅଷ୍ଟ୍ରେଲିୟ ଓପନର ଉସମାନ ଖ୍ବାଜା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ଆଶେସ ଟେଷ୍ଟ ପୂର୍ବରୁ ଏକ...

ଏହିଦିନ ଫେରିବେ Shubman Gill, T-20 ବିଶ୍ୱକପରୁ ବାହାର ହେବା ପରେ ଏହି ଦଳ ବିପକ୍ଷରେ ଖେଳିବେ…

ନୂଆଦିଲ୍ଲୀ,୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନିକଟରେ ଘୋଷଣା କରାଯାଇଥିଲା। ଖରାପ ଫର୍ମ ଏବଂ ଆଘାତ ସହିତ ସଂଘର୍ଷ କରୁଥିବା ଶୁବମନ ଗିଲଙ୍କୁ...

ଭିନ୍ନ ଢଙ୍ଗରେ ନୂଆବର୍ଷକୁ ସ୍ବାଗତ କଲେ ବିରାଟ-ଅନୁଷ୍କା, ଫଟୋ ଶେୟାର କରି କହିଲେ ମୋ’ ଜୀବନର…

ମୁମ୍ବାଇ: କ୍ରିକେଟର ବିରାଟ କୋହଲି ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହ ୨୦୨୫କୁ ବିଦାୟ ଦେବା ସମୟରେ ଏକ ବିଶେଷ ମୁହୂର୍ତ୍ତକୁ ଶେୟାର କରି ଏକ...

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା ଘଟଣା, ନିଆଁ ଲଗାଇଦେଲେ ଉତ୍ତ୍ୟକ୍ତ ଲୋକେ

ଢାକା,୧।୧: ବାଂଲାଦେଶରେ ଅଶାନ୍ତି ଜାରି ରହିଛି। ବୁଧବାର, ଏକ ଜନଗହଳି ଆଉ ଜଣେ ହିନ୍ଦୁ ବ୍ୟକ୍ତି ଖୋକନ ଦାସଙ୍କୁ ଆକ୍ରମଣ କରି ଆହତ କରିଥିଲା ଏବଂ...

ଜିରୋ ନାଇଟ୍ ପାର୍ଟିରେ ବିରିୟାନି ଖାଇବା ହେଲା କାଳ, ଜଣେ ମୃତ ୧୫ ଅସୁସ୍ଥ

ନୂଆଦିଲ୍ଲୀ,୧।୧: ନୂଆବର୍ଷରେ ମଉଜ କରୁକରୁ ଚାଲିଗଲା ଜୀବନ । ଜାନୁଆରୀ ୧ ତାରିଖରେ ହାଇଦ୍ରାବାଦରେ ନୂତନ ବର୍ଷର ଉତ୍ସବ ଦୁଃଖଦ ହୋଇଗଲା । ବିରିୟାନି ପାର୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri