ଉଦ୍ୟୋଗପତି ବି.ଏମ୍‌.ଖୈତାନଙ୍କ ପରଲୋକ

କୋଲକାତା,୨-୬: ବିଶିଷ୍ଟ ଉଦ୍ୟୋଗପତି ତଥା ଡ୍ରାଇସେଲ୍‌ ବ୍ୟାଟେରି ନିର୍ମାତା ଏଭରେଡି ଇଣ୍ଡଷ୍ଟ୍ରିଜ ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ବ୍ରିଜ ମୋହନ ଖୈତାନଙ୍କ ଶନିବାର ୯୨ ବର୍ଷରେ ପରଲୋକ ହୋଇଯାଇଛି। ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥାଇ ସେ ଶନିବାର ନିଜ ବାସଭବନରେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ। କୋଲକାତା ନିବାସୀ ଖୈତାନ ଚଳିତ ବର୍ଷ ଏପ୍ରିଲ ୨୫ରେ ଓ୍ବିଲିୟାମଶନ୍‌ ମେଗର ଗ୍ରୁପ୍‌ର କମ୍ପାନୀ ଏଭରେଡି ଏବଂ ମ୍ୟାକଲଏଡ ରସେଲର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ତେବେ ଉଭୟ କମ୍ପାନୀ ତାଙ୍କର ଯୋଗଦାନକୁ ଦୃଷ୍ଟିରେ ରଖି ତାଙ୍କୁ ଚେୟାରମ୍ୟାନ ଏମିରେଟସ୍‌ ଭାବେ ନିଯୁକ୍ତ କରିଥିଲା। ଦୀର୍ଘ ୪ ଦଶନ୍ଧି ଧରି ଚା’ ଉଦ୍ୟୋଗରେ ଖୈତାନଙ୍କର ଅଭିଜ୍ଞତା ଥିଲା। ସେ ବିଶ୍ୱନାଥ ଚା’ କମ୍ପାନୀର ଏମ୍‌ଡି ରହିଥିଲେ। ଏହାବ୍ୟତୀତ ସେ ୧୯୭୩ରେ ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କମର୍ସର ଅଧ୍ୟକ୍ଷ ମଧ୍ୟ ଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟୁଇଟ୍‌ କରି ଖୈତାନଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି। ବଙ୍ଗଳା ବ୍ୟବସାୟୀଙ୍କ ମଧ୍ୟରେ ସେ ବରିଷ୍ଠତମ ଥିଲେ ବୋଲି ଉଲ୍ଲେଖ କରି ମମତା କହିଛନ୍ତି ଯେ, ତାଙ୍କର ମୃତ୍ୟୁରେ ସେ ଅତ୍ୟନ୍ତ ଦୁଃଖୀ।


Enter your email to get our daily news in your inbox.

All Right Reserved By Dharitri.Com

ହାଇବ୍ରିଡ୍‌ ଶିକ୍ଷା ମଡେଲ୍‌ର ଲାଭ ଉଠାନ୍ତୁ ଛାତ୍ରୀଛାତ୍ର

ଅନ୍‌ଲାଇନ୍‌ ଶିକ୍ଷା ଦ୍ୱାରା ପିଲାମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ମାତ୍ର ଅନ୍‌ଲାଇନ୍‌ ଶିକ୍ଷା ପ୍ରଚଳିତ ହେବା ପରଠାରୁ ଛାତ୍ରୀଛାତ୍ର ହାଇବ୍ରିଡ୍‌ ଶିକ୍ଷା ମଡେଲ୍‌ (ଅଫ୍‌ଲାଇନ୍‌...

କ୍ରିପ୍ଟୋ କରେନ୍ସି ଟ୍ରେଡିଂ କଟକଣା ହଟିଲା

ନୂଆଦିଲ୍ଲୀ,୫-୩: ବିବାଦୀୟ କ୍ରିପ୍ଟୋକରେନ୍ସି କାରବାର ଉପରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ୨ ବର୍ଷ ପୂର୍ବେ ପ୍ରତିବନ୍ଧକ ଲଗାଇଥିଲା। ଦେଶ ମଧ୍ୟରେ ଏହାର କାରବାର ନ...

୩ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ନୂଆ ସିଇଓ

ନୂଆଦିଲ୍ଲୀ,୨୧-୧: ସରକାର ୩ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ନୂଆ ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ନିଯୁକ୍ତ ହୋଇଛନ୍ତି। ଏହି ବ୍ୟାଙ୍କଗୁଡିକ ମଧ୍ୟରେ ବ୍ୟାଙ୍କ...

ପହିଲାରୁ ବଦଳିବାକୁ ଯାଉଛି ବ୍ୟାଙ୍କିଂ ସହ ଜଡ଼ିତ ଏସବୁ ନିୟମ: ଜାଣନ୍ତୁ ଆପଣଙ୍କ ଉପରେ ପଡ଼ିବ କି ପ୍ରଭାବ

ନୂଆଦିଲ୍ଲୀ,୨୦।୧୨: ଶେଷ ହେବାକୁ ଯାଉଛି ବର୍ଷ ୨୦୨୦। ନୂଆ ବର୍ଷ ଆରମ୍ଭର ପ୍ରଥମ ଦିନରୁ ବ୍ୟାଙ୍କିଂ ସହ ଜଡ଼ିତ କାମରେ ପରିବର୍ତ୍ତନ ହେବାକୁ ଯାଉଛି। ଏହା...

ସୁପ୍ରିମକୋର୍ଟ ଗଲା ମିସ୍ତ୍ରି-ଟାଟାସନ୍ସ ମାମଲା

ନୂଆଦିଲ୍ଲୀ,୩-୧: ଟାଟାସନ୍ସର ଅଧ୍ୟକ୍ଷ ଭାବେ ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରିଙ୍କୁ ଅବସ୍ଥାପିତ କରାଇବା ଲାଗି ନ୍ୟାଶନାଲ କମ୍ପାନୀ ଲ ଆପିଲେଟ ଟ୍ରିବ୍ୟୁନାଲ(ଏନସିଏଲ୍‌ଏଟି) ରାୟ ଦେଇଥିଲେ। ଏହି...

ଇସ୍ପାତ ପ୍ରକଳ୍ପ ଲାଗି ଜମି ଯୋଗାଣ;ସେଲ୍‌କୁ ରାଜ୍ୟ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୧୦-୬: ରାଷ୍ଟ୍ରାୟତ୍ତ ଷ୍ଟିଲ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ସେଲ୍‌) ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ନୂଆ ୟୁନିଟ୍‌ ସ୍ଥାପନା ନେଇ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିବାବେଳେ...

ଚିନ୍ତା ବଢାଇବ ଏନ୍‌ପିଏ ସମସ୍ୟା

ମୁମ୍ବାଇ,୮।୬: କରୋନା ପାଇଁ ଦେଶର ଅର୍ଥବ୍ୟବସ୍ଥା ଚାପରେ ରହିଛି। ଚଳିତ ଆର୍ଥତ୍କ ବର୍ଷରେ ବ୍ୟାଙ୍କଗୁଡିକର ମୋଟ ଅନାଦାୟ ଋଣ (ଏନ୍‌ପିଏ) ସମସ୍ୟା ଚିନ୍ତାକୁ ବଢାଇବ ବୋଲି...

ଜି’ରେ ୭.୮% ଅଂଶଧନ ବିକ୍ରି କରିବ ଇନ୍‌ଭେସ୍କୋ

ନୂଆଦିଲ୍ଲୀ, ୭ା୪: ଜି’ ଏଣ୍ଟର୍‌ଟେନ୍‌ମେଣ୍ଟ ଏଣ୍ଟରପ୍ରାଇଜେସ୍‌ର ବଡ଼ ଅଂଶଧାରକ ଇନ୍‌ଭେସ୍କୋ ଡେଭେଲପ୍‌ମେଣ୍ଟ ମାର୍କେଟ୍‌ସ ଗୁରୁବାର ଦିନ ବ୍ଲକ୍‌ ଡିଲ୍‌ ଜରିଆରେ ଜି’କୁ ୭.୮% ଅର୍ଥାତ୍‌ ୨,୨୦୦...

Advertisement
Archives

Model This Week