Posted inଜାତୀୟ

ଉତ୍ତର-ପଶ୍ଚିମ ଦିଲ୍ଲୀରୁ ଭାଜପା ପ୍ରାର୍ଥୀ ହେଲେ ହଂସରାଜ

ନୂଆଦିଲ୍ଲୀ,୨୪ା୪: ଭାଜପା ମଙ୍ଗଳବାର ଗାୟକ ହଂସରାଜ ହଂସଙ୍କୁ ଉତ୍ତର-ପଶ୍ଚିମ ଦିଲ୍ଲୀ ଲୋକ ସଭା ଆସନରୁ ପ୍ରାର୍ଥୀ କରିଛି। ଏଥର ଏହି ଆସନ ପାଇଁ ବର୍ତ୍ତମାନର ସାଂସଦ ଉଦିତ ରାଜଙ୍କୁ ବାଦ୍‌ ଦିଆଯାଇଛି। ହଂସରାଜ ଉକ୍ତ ଆସନର କଂଗ୍ରେସ ପ୍ରାର୍ଥୀ ରାଜେଶ ଲିଲୋଥିଆ ଏବଂ ଏଏପିର ଗୁଗନ ସିଂଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ନରେନ୍ଦ୍ର ମୋଦି ଏବଂ ଅମିତ ଶାହଙ୍କ ମାର୍ଗଦର୍ଶନରେ ସେ ସାଧୁତା ଓ ଶ୍ରଦ୍ଧାର ସହିତ ଦେଶବାସୀଙ୍କ ସେବା କରିବେ ବୋଲି ହଂସରାଜ ଟୁଇଟ୍‌ କରିଛନ୍ତି।
ଅନ୍ୟପକ୍ଷରେ ଭାରତୀୟ ରାଜସ୍ବ ସେବାର ପୂର୍ବତନ ଅଧିକାରୀ ଉଦିତ ରାଜ ନିଜ ପଦବୀରୁ ଇସ୍ତଫା ଦେଇ ୨୦୦୩ରେ ଇଣ୍ଡିଆନ ଜଷ୍ଟିସ ପାର୍ଟି ଗଠନ କରିଥିଲେ। ୨୦୧୪ରେ ସେ ଭାରତୀୟ ଜନତା ପାର୍ଟି ସହିତ ନିଜ ଦଳକୁ ମିଶାଇ ଦେଇଥିଲେ। ସେହିବର୍ଷ ଲୋକ ସଭା ନିର୍ବାଚନରେ ଭାଜପା ଟିକେଟରେ ପ୍ରାର୍ଥୀ ହୋଇ ସେ ବିଜୟୀ ହୋଇଥିଲେ। ତାଙ୍କୁ ଏଥର ଟିକେଟ ନ ମିଳିଲେ ସେ ଦଳ ଛାଡି ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଧମକ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ନଟ୍‌ ବୋଲ୍ଟରେ ତିଆରି ହୋଇଛି ଏହି ବିଶ୍ୱପ୍ରସିଦ୍ଧ ବ୍ରିଜ୍‌

ଭାରତରେ ଏମିତି ଏକ ବ୍ରିଜ୍‌ ଅଛି, ଯାହାକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ପାର୍‌ ହୁଅନ୍ତି, କିନ୍ତୁ ଏହାର ପ୍ରକୃତ କାହାଣୀ ବହୁତ କମ୍‌ ଲୋକ...

EPFO: ଏହି ଜରୁରୀ କାମ କରିନଥିଲେ ଫସିଯିବ ଆପଣଙ୍କ ଟଙ୍କା, ଜାଣିନିଅନ୍ତୁ ନିୟମ

ନୂଆଦିଲ୍ଲୀ,୩।୧: ଯଦି ଆପଣ ଜଣେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (EPF) ଆକାଉଣ୍ଟଧାରୀ ଏବଂ ଏ ପର୍ଯ୍ୟନ୍ତ ଆବଶ୍ୟକୀୟ KYC ଯାଞ୍ଚ ସମାପ୍ତ କରିନାହାଁନ୍ତି, ତେବେ ଆପଣଙ୍କ...

ସୁକମାରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ ୧୨ ମାଓବାଦୀ ନିହତ

ନୂଆଦିଲ୍ଲୀ,୩।୧: ଛତିଶଗଡ଼ର ସୁକମାରେ ନକ୍ସଲବାଦ ବିରୋଧରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ଡିଆରଜି କର୍ମଚାରୀମାନେ ଏକ ସର୍ଚ୍ଚ ଅପରେସନ୍ ସମୟରେ ୧୨ ମାଓବାଦୀଙ୍କୁ...

ଭାରତର ପଡ଼ୋଶୀ ଦେଶରେ କଣ୍ଡୋମକୁ ନେଇ ହଙ୍ଗାମା: ପାକିସ୍ତାନ, ବାଂଲାଦେଶ ପରେ ଏବେ ଚାଇନାରେ…

ନୂଆଦିଲ୍ଲୀ,୩।୧: ଆଜିକାଲି ଭାରତର ପଡ଼ୋଶୀରେ ଏକ ଅଦ୍ଭୁତ ଏବଂ ଆଶ୍ଚର୍ଯ୍ୟଜନକ ସଙ୍କଟ ଦେଖାଦେଉଛି। ଏହା କଣ୍ଡୋମ ଏବଂ ଗର୍ଭନିରୋଧକକୁ ନେଇ ଉଦ୍ଦିଷ୍ଟ। ପ୍ରଥମେ, ପାକିସ୍ତାନ ଏବଂ...

ଯୌନ ନିର୍ଯାତନା ଦେଉଥିଲେ ସାର୍‌, ସାମ୍ନାକୁ ଆସିଲା ଛାତ୍ରୀଙ୍କ ମୃତ୍ୟୁ ପୂର୍ବର ଭିଡିଓ, ପ୍ରଫେସରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ

ଧର୍ମଶାଳା,୩ା୧: ହିମାଚଳପ୍ରଦେଶର ଧର୍ମଶାଳାରେ ଥିବା ଏକ କଲେଜର ଦ୍ୱିତୀୟ ବର୍ଷର ଛାତ୍ରୀଙ୍କୁ ର଼୍ୟାଗିଂ ଏବଂ ଯୌନ ନିର୍ଯାତନା ଫଳରେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।...

ନିର୍ବନ୍ଧ -ବିବାହକୁ ନେଇ କନଫର୍ମ କଲେ ପ୍ରିୟଙ୍କା ଗାନ୍ଧୀ, ପୁଅ, ବୋହୂଙ୍କ ଫଟୋ ଶେୟାର କରି ଲେଖିଲେ…

ନୂଆଦିଲ୍ଲୀ,୩।୧: କଂଗ୍ରେସ ମହାସଚିବ ଏବଂ ୱାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଶେଷରେ ତାଙ୍କ ପୁଅ ରେହାନଙ୍କ ନିର୍ବନ୍ଧ ଏବଂ ବିବାହକୁ ନିଶ୍ଚିତ କରିଛନ୍ତି। ପ୍ରିୟଙ୍କା...

୧.୫ କୋଟି କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ବଡ଼ ଖବର, ୮ମ ବେତନ କମିଶନ ପୂର୍ବରୁ ବଦଳିଲା ନିୟମ

ନୂଆଦିଲ୍ଲୀ,୩।୧: ୭ମ କେନ୍ଦ୍ରୀୟ ବେତନ କମିଶନର ୧୦ ବର୍ଷର କାର୍ଯ୍ୟକାଳ ଆନୁଷ୍ଠାନିକ ଭାବରେ ଡିସେମ୍ବର ୩୧, ୨୦୨୫ ରେ ଶେଷ ହୋଇଥିଲା, ଯାହା ପରେ ୮ମ...

ଇନ୍ଦୋର ପାଣିରେ ବ୍ୟାକ୍ଟେରିଆ

ନୂଆଦିଲ୍ଲୀ,୩ା୧: ମଧ୍ୟପ୍ରଦେଶର ଇନ୍ଦୋର ଅନ୍ତର୍ଗତ ଭଗୀରଥପୁରା ଅଞ୍ଚଳରେ ଦୂଷିତ ପାଣିରୁ ଡାଇରିଆ ବ୍ୟାପି ୧୦ ଜଣଙ୍କ ମୃତ୍ୟୁ ଘଟିବା ସହ ୧,୪୦୦ରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri