Advertisement

ଉତ୍ତମ ପ୍ରଶାସନ ଯୋଗାଇବାରେ ବିଫଳ ହେଉଛି ରାଜ୍ୟ: ଗୁଡ୍‌ ଗଭର୍ନାନ୍ସରେ ଓଡ଼ିଶାର ସ୍ଥାନ ୧୪

ଭୁବନେଶ୍ୱର,୨୭ା୧୨(ବ୍ୟୁରୋ): ଉତ୍ତମ ପ୍ରଶାସନିକ ସୁବିଧା ଯୋଗାଇବା ସହ ସରକାରୀ ଯୋଜନାଗୁଡ଼ିକର ଲାଭ ଲୋକଙ୍କ ନିକଟରେ କିଭଳି ପହଞ୍ଚୁଛି ସେ ନେଇ କେନ୍ଦ୍ର ସରକାର ଉତ୍ତମ ପ୍ରଶାସନ ମାପକାଠି(ଗୁଡ୍‌ ଗଭର୍ନାନ୍ସ ଇଣ୍ଡେକ୍ସ) ରିପୋର୍ଟ ପ୍ରକାଶ କରିଛନ୍ତି। ବୃହତ୍‌ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ଏ କ୍ଷେତ୍ରରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। କେନ୍ଦ୍ର ସରକାରଙ୍କ ପ୍ରଶାସନିକ ସଂସ୍କାର ଓ ସାଧାରଣ ଅଭିଯୋଗ ବିଭାଗ ଦ୍ୱାରା ପ୍ରକାଶ କରାଯାଇଥିବା ରିପୋର୍ଟ ଅନୁଯାୟୀ ଉତ୍ତମ ପ୍ରଶାସନ ଯୋଗାଇବାରେ ବୃହତ୍‌ ରାଜ୍ୟ ମଧ୍ୟରେ ତାମିଲନାଡୁ ପ୍ରଥମ ସ୍ଥାନରେ ରହିଥିବାବେଳେ ମହାରାଷ୍ଟ୍ର, କର୍ନାଟକ, ଛତିଶଗଡ଼ ଏବଂ ଆନ୍ଧ୍ର ପ୍ରଦେଶ ଯଥାକ୍ରମେ ଦ୍ୱିତୀୟ, ତୃତୀୟ, ଚତୁର୍ଥ ଓ ପଞ୍ଚାମ ସ୍ଥାନରେ ରହିଛନ୍ତି। ୧୮ଟି ବୃହତ୍‌ ରାଜ୍ୟ ମଧ୍ୟରୁ ଏକ୍ଷେତ୍ରରେ ଓଡ଼ିଶା ୧୪ ନମ୍ବର ସ୍ଥାନରେ ରହିଛି। ଓଡ଼ିଶା ତଳକୁ ବିହାର, ଗୋଆ, ଉତ୍ତର ପ୍ରଦେଶ ଏବଂ ଝାଡ଼ଖଣ୍ଡ ରହିଛନ୍ତି।
ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ବୃହତ୍‌ ରାଜ୍ୟ, ଉତ୍ତର ପୂର୍ବ ଓ ପାର୍ବାତ୍ୟାଞ୍ଚଳ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ୩ଟି ଭାଗରେ ବିଭକ୍ତ କରାଯାଇ ଏହି ସର୍ଭେ କରାଯାଇଥିଲା। ଉତ୍ତର ପୂର୍ବ ଏବଂ ପାର୍ବାତ୍ୟଞ୍ଚଳ ରାଜ୍ୟ ମଧ୍ୟରେ ହିମାଚଳ ପ୍ରଦେଶର ସ୍ଥାନ ଉପରେ ରହିଥିବାବେଳେ ଉତ୍ତରାଖଣ୍ଡ, ତ୍ରିପୁରା, ମିଜୋରାମ ଏବଂ ସିକିମ ସ୍ଥାନ ଏହାର ପଛକୁ ପଛ ରହିଛନ୍ତି। ଜମ୍ମୁକଶ୍ମୀର, ମଣିପୁର, ମେଘାଳୟ ନାଗାଲାଣ୍ଡ ଏବଂ ଅରୁଣାଚଳ ପ୍ରଦେଶ ଖରାପ ପ୍ରଦର୍ଶନ କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ପୁଡୁଚେରୀ ଉତ୍ତମ ପ୍ରଦର୍ଶନ କରିଥିବାବେଳେ ଲାକ୍ଷାଦ୍ୱୀପ ଉତ୍ତମ ପ୍ରଶାସନିକ ବ୍ୟବସ୍ଥା ଯୋଗାଇବାରେ ଖରାପ ପ୍ରଦର୍ଶନ କରିଛି। ଲୋକଙ୍କୁ ଉତ୍ତମ ପ୍ରଶାସନିକ ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକକୁ ଅଧିକ କ୍ରିୟାଶୀଳ କରିବା ଲକ୍ଷ୍ୟରେ ଏହି ସର୍ଭେ କରାଯାଉଥିବା ବିଭାଗ ପକ୍ଷରୁ କୁହାଯାଇଛି।
ରାଜ୍ୟର ୧୦ଟି କ୍ଷେତ୍ରକୁ ଏହି ସର୍ଭେର ପରିସରଭୁକ୍ତ କରାଯାଇଥାଏ। ସେଗୁଡ଼ିକ ହେଲା କୃଷି ଓ ଆନୁଷଙ୍ଗିକ କ୍ଷେତ୍ର, ବାଣିଜ୍ୟ ଓ ଶିଳ୍ପ, ଭିତ୍ତିଭୂମି, ସ୍ବାସ୍ଥ୍ୟ, ମାନବ ସମ୍ବଳ ଆର୍ଥିକ ପରିଚାଳନା, ସାମାଜିକ କ୍ଷେତ୍ରର ବିକାଶ, ବିଚାର ବ୍ୟବସ୍ଥା ଓ ସାଧାରଣ ସୁରକ୍ଷା ଏବଂ ନାଗରିକ କୈନ୍ଦ୍ରିକ ପ୍ରଶାସନ।
ରାଜ୍ୟ ସରକାର ପ୍ରଶାସନିକ କଳକୁ ସଜାଡ଼ିବାକୁ ଯଥା ସମ୍ଭବ ଉଦ୍ୟମ କରୁଛନ୍ତି। ତଥାପି କେତେକ ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କ ପାଇଁ ଲୋକମାନଙ୍କ ନିକଟରେ ପ୍ରଶାସନିକ ସେବା ପହଞ୍ଚିବାରେ ସଫଳ ହେଉ ନାହିଁ। ରାଜ୍ୟର ଅଭିବୃଦ୍ଧି ମଧ୍ୟ ସେହି ହାରରେ ବୃଦ୍ଧି ହେଉ ନ ଥିବାରୁ କେନ୍ଦ୍ର ତାଲିକାରେ ଉତ୍ତମ ପ୍ରଶାସନ ଯୋଗାଇବାରେ ଓଡ଼ିଶା ସ୍ଥାନ ତଳକୁ ଖସି ଯାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଜତରୁ ଖସି ରହୁଥିଲେ ଜଙ୍ଗଲରେ, ଧରାପଡିଲେ ୩ ବର୍ଷ ପରେ

ସମ୍ବଲପୁର,୮ା୧୦(ବ୍ୟୁରୋ): ସମ୍ବଲପୁର ସମେତ ପଡ଼ୋଶୀ ଜିଲାରେ ପୋଲିସର ନିଦ ହଜାଇଥିବା କୁଖ୍ୟାତ ଅପରାଧୀ ଧନେଶ୍ୱର ଝାଙ୍କର ଓରଫ ଟିମାଙ୍କୁ ପୋଲିସ ଗିରଫ କରିଛି। ୩ ବର୍ଷ...

ଆଜି ହେରାପଞ୍ଚମୀ

ପୁରୀ ଅଫିସ,୧୬।୭: ଆଷାଢ଼ ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଶୁକ୍ରବାର ହେରାପଞ୍ଚମୀରେ ମା’ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ଥିବା ମହାପ୍ରଭୁଙ୍କ ନିକଟକୁ ବିଜେ କରିବେ। ତାଙ୍କୁ...

ସାରା ରାଜ୍ୟରେ ଲଗାଣ ବର୍ଷା: ୫ ଜିଲାରେ ବନ୍ୟା ପରିସ୍ଥିତି

ଭୁବନେଶ୍ୱର, ୭ା୮(ବ୍ୟୁରୋ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ବାଲେଶ୍ୱର ଉପକୂଳଠାରୁ ୭୦ କିଲୋମିଟର ଦୂର ଦକ୍ଷିଣ ପୂର୍ବ...

ଗୋପ, ନିମାପଡ଼ା ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ଗୋପ/ ନିମାପଡା, ୧୪ା୪(ଡି.ଏନ.ଏ.): ପୁରୀ ଜିଲାପାଳ ବଲଓ୍ବନ୍ତ ସିଂ ସୋମବାର ଗୋପ ଓ ନିମାପଡ଼ା ଅଞ୍ଚଳ ବୁଲି କରୋନା ସଂକ୍ରମଣ ରୋକିବାକୁ ନିଆଯାଇଥିବା ପଦକ୍ଷେପ ଅନୁଧ୍ୟାନ...

ମା’ କୋଳ ହେଲା ଶୂନ୍ୟ: କାନ୍ଥପଡ଼ି ଚାଲିଗଲା ୨ ଝିଅଙ୍କ ଜୀବନ

ବିଶୋଇ,୨୦।୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅନ୍ତର୍ଗତ ଲୁହାକାନି ପଞ୍ଚାୟତ ଅଧୀନ ଭୋଳବେଡ଼ା ଗ୍ରାମରେ ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ଯାଇଛି। ଏଥିରେ ୨ ନାବାଳିକାଙ୍କ...

ଭିଭିଏସ୍‌ ଲକ୍ଷ୍ମଣଙ୍କ ଟୁଇଟ୍‌ରେ ଭୁବନେଶ୍ୱରର କମଳଲୋଚନଙ୍କ କଥା: ଜରି ଗୋଟାଳି ସତ୍ତ୍ୱେ ବୁଲା କୁକୁରଙ୍କ ପେଟ ପୋଷୁଥିବାରୁ କଲେ ପ୍ରଶଂସା

ଭୁବନେଶ୍ୱର,୨୪।୧୦(ବ୍ୟୁରୋ): ରାଜଧାନୀରେ ବୁଲା କୁକୁରଙ୍କୁ ଖାଇବାକୁ ଦେଇ ଚର୍ଚ୍ଚାକୁ ଆସିଛନ୍ତି କମଳଲୋଚନ ବଳିୟାରସିଂ। ଭାରତର ପୂର୍ବତନ କ୍ରିକେଟର ଭିଭିଏସ୍‌ ଲକ୍ଷ୍ମଣ ଗୁରୁବାର କମଳଙ୍କୁ ନେଇ ଏକ...

ଶାରଳା ମନ୍ଦିର ପାର୍କିଂ, ଭୋଗ ଓ ଦୀପ ଦୋକାନୀଙ୍କୁ ତାଗିଦ: ୩ ଦିନରେ ଜମା କର ବକେୟା ୩୫.୩୩ ଲକ୍ଷ

ଜଗତ୍‌ସିଂହପୁର ଅଫିସ,୨୫ା୭: ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ପୀଠ ଆଜି ସଙ୍କଟରେ। ମନ୍ଦିର ଛାତଠାରୁ ଆରମ୍ଭ କରି ଚନ୍ଦନ ପୋଖରୀ ଓ ସମ୍ପୂର୍ଣ୍ଣ...

‘ଟମାଟୋ ଫ୍ଲୁ’ଏକ ଭାଇରାଲ ରୋଗ: ଜନସାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୧୯।୫(ବ୍ୟୁରୋ): ‘ଟମାଟୋ ଫ୍ଲୁ’ କୁ ନେଇ ଜନ ସାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ଗୁରୁବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏକ ଭାଇରାଲ ରୋଗ।...

Advertisement
Archives

Model This Week