ଉତ୍କଟ ଜଳ ସଙ୍କଟରେ କନ୍ୟାବେଡାବାସୀ: ୨ ବର୍ଷ ହେଲା ପାଣି ଯୋଗାଣ ବନ୍ଦ

ବଅଁରପାଳ, ୧୫।୫ (ଡି.ଏନ୍‌.ଏ.)- ଉତ୍କଟ ପାନୀୟ ଜଳ ସମସ୍ୟାରେ ଅନୁଗୋଳ ଜିଲା ବଅଁରପାଳ ବ୍ଲକର କନ୍ୟାବେଡା ଗ୍ରାମବାସୀ। ଗ୍ରାମରେ ଥିବା ନଳକୂଅ ଲୋକଙ୍କ ଆବଶ୍ୟକତା ମେଣ୍ଟାଇପାରୁ ନ ଥିବାରୁ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ଲୋକେ। ଏପରିସ୍ଥିତିରେ ଗ୍ରାମକୁ ପାଇପ୍‌ ଯୋଗେ ଜଳଯୋଗାଣ ବନ୍ଦ ହୋଇଯିବା ସ୍ଥିତିକୁ ଆହୁରି ଗମ୍ଭୀର କରିଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ କୁହୁଳୁଛି।

ଗ୍ରାମବାସୀଙ୍କ କହିବା ମୁତାବକ, ଗ୍ରାମର ଲୋକ ସଂଖ୍ୟା ୧୫ ଶହରୁ ଊର୍ଦ୍ଧ୍ୱ। ପାନୀୟ ଆବଶ୍ୟକତା ମେଣ୍ଟାଇବା ପାଇଁ ୧୦ଟି ନଳକୂଅ ରହିଛି। ହେଲେ ଖରାଦିନେ ଜଳସ୍ତର ହ୍ରାସ ପାଇବା ଯୋଗୁ ନଳକୂଅଗୁଡ଼ିକରୁ ପାଣି ବାହାରୁ ନାହିଁ। ଯେଉଁ କେତୋଟିରୁ ପାଣି ବାହାରୁଛି ସେଥିରେ ଲୁହାଗୁଣ୍ଡ ଭର୍ତ୍ତି ହୋଇଛି। ଯାହା କି ପିଇବା ଯୋଗ୍ୟ ନୁହେଁ। ପୂର୍ବରୁ ଗ୍ରାମବାସୀଙ୍କୁ ପାଇପ ଯୋଗେ ଜଳ ଯୋଗାଣ କରାଯାଉଥିଲା। ହେଲେ ୨ ବର୍ଷ ହେଲା ତାହା ବନ୍ଦ ହୋଇଯାଇଥିବାରୁ ଲୋକେ ବାଧ୍ୟ ହୋଇ ନଳକୂଅର ଦୂଷିତ ପାଣି ଉପରେ ନିର୍ଭର କରୁଛନ୍ତି। ସେହିପରି ବହୁ ପାଣି ପଏଣ୍ଟ ଶୋଚନୀୟ ଅବସ୍ଥାରେ ରହିଥିବାବେଳେ ଆଉ କେତେକ ପୋତି ହୋଇଗଲାଣି। ନାଲ୍‌କୋ ପକ୍ଷରୁ ଉକ୍ତ ଗ୍ରାମକୁ ସ୍ବତନ୍ତ୍ର ଭାବେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ମଧ୍ୟ ବନ୍ଦ କରି ଦିଆଯାଇଛି। ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି।

ଏ ନେଇ ଗ୍ରାମର ସୁଜାତା ସାହୁ, ରଜନୀ ସାହୁ, ତ୍ରିନାଥ ସାହୁ କହିଛନ୍ତି, ୨ ବର୍ଷ ହେଲା ପାନୀୟ ଜଳ ଯୋଗାଣ ବନ୍ଦ ହୋଇଯାଇଛି। ବାଧ୍ୟ ହୋଇ ନଳକୂଅର ଲୁହାଗୁଣ୍ଡ ମିଶ୍ରିତ ପାଣି ବ୍ୟବହାର କରୁଛୁ। ଦୂଷିତ ପାଣି ପିଇ ଲୋକେ ରୋଗାକ୍ରାନ୍ତ ହେଉଛନ୍ତି। ନାଲକୋ ତରଫରୁ ଖରାଦିନେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ନାଲ୍‌କୋ ପକ୍ଷରୁ ଟ୍ୟାଙ୍କର ପାଣି ଆସୁ ନ ଥିବାରୁ ଅସୁବିଧା ଭୋଗୁଛୁ। ଏ ସମ୍ପର୍କରେ ବଅଁରପାଳ ବିଡିଓ ସ୍ବରୂପା ନନ୍ଦ ସାହୁଙ୍କୁ କହିଛନ୍ତି, ଯେଉଁ ନଳକୂଅରୁ ଲୁହାଗୁଣ୍ଡ ବାହାରୁଛି ତାହାର ମରାମତି କରାଯାଇ ପଦକ୍ଷେପ ନିଆଯିବ। ଏଥିସହ ଗ୍ରାମବାସୀଙ୍କୁ ନାଲକୋ ତରଫରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ଉଦ୍ୟମ କରାଯିବ। ନାଲ୍‌କୋ ମାନବ ସମ୍ବଳ ମହାପ୍ରବନ୍ଧକ ଏସ୍‌ଏନ୍‌ ସାହୁ କହିଛନ୍ତି, ନିର୍ବାଚନ ପାଇଁ ଆଚରଣବିଧି ଲାଗିଥିବାରୁ କୌଣସି ଗ୍ରାମକୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ମଞ୍ଜୁର ହୋଇପାରି ନ ଥିଲା। ବୁଧବାରଠାରୁ ନାଲକୋ ପକ୍ଷରୁ ଜଳକ୍ଲିଷ୍ଟ ଗ୍ରାମଗୁଡ଼ିକୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବାର୍‌ହା ଫାଶରେ ପଡ଼ି ଚାଲିଗଲା ଦନ୍ତାର ଜୀବନ: ବନ୍ଧା ହେଲେ ୩ ଶିକାରୀ

ବଇଣ୍ଡା,୨୭।୧୦: ଅନୁଗୋଳ ଜିଲା ହଣ୍ଡପା ରେଞ୍ଜ ଝିଲ୍ଲୀମୁଣ୍ଡା ଗ୍ରାମ୍ୟ ଜଙ୍ଗଲରେ ସୋମବାର ବିଳମ୍ବିତ ରାତିରେ ବାର୍‌ହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ଫାଶରେ ପଡି ଏକ ଦନ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?