ଉଗ୍ରବାଦ ଦମନରେ ମ୍ୟାନ୍‌ମାରର ସହଯୋଗ ଗୁରୁତ୍ୱପୂର୍ଣ୍ଣ: ପ୍ରଧାନମନ୍ତ୍ରୀ

ବ୍ୟାଙ୍କକ୍‌,୫ା୧୧: ଆସିଆନ ସମ୍ମିଳନୀରେ ଯୋଗଦେବା ଲାଗି ଥାଇଲାଣ୍ଡ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମ୍ୟାନ୍‌ମାର ଷ୍ଟେଟ୍‌ କାଉନସିଲର ଅଙ୍ଗ୍‌ ସାନ୍‌ ସୁ କୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧିରେ ସ୍ଥିର ଓ ଶାନ୍ତିପୂର୍ଣ୍ଣ ସୀମା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତ-ମ୍ୟାନ୍‌ମାର ସୀମାରେ ସକ୍ରିୟ ଥିବା ଉଗ୍ରବାଦୀଙ୍କୁ ଦମନ କରିବାରେ ସୁ-କୀଙ୍କ ସହଯୋଗ ଲୋଡିଛନ୍ତି ମୋଦି।
ମ୍ୟାନ୍‌ମାରର ରାଖିନେ ପ୍ରଦେଶରେ ସାମାଜିକ-ଅର୍ଥନୈତିକ ପ୍ରକଳ୍ପ କାର୍ଯ୍ୟ ଆଗେଇନେବା ଲାଗି ଭାରତ ପ୍ରସ୍ତୁତ। ସୂଚନାଯୋଗ୍ୟ ମାସକ ପୂର୍ବରୁ ନୂଆଦିଲ୍ଲୀ ସେଠାରେ ଏକ ହାଉସିଂ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଛି। ଏହା ବ୍ୟତୀତ ନୂଆଦିଲ୍ଲୀ ନିର୍ମାଣ କରୁଥିବା ସିତ୍ତ୍ୱେ ବନ୍ଦରର କାର୍ଯ୍ୟକାରିତା, କାଲାଦନ ମଲ୍ଟି ମୋଡାଲ ଟ୍ରାଞ୍ଜିଟ୍‌ ଟ୍ରାନ୍ସପୋର୍ଟ ପ୍ରୋଜେକ୍ଟ ଏବଂ ସୀମା ପୁନଃନିର୍ଦ୍ଧାରଣ ସମ୍ପର୍କରେ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଭାରତ ସହ ବନ୍ଧୁତା ଗୁରୁତ୍ୱପୂର୍ଣ୍ଣ ବୋଲି ସୁ-କୀ ଏହି ଅବସରରେ କହିଥିଲେ। ଉଗ୍ରବାଦୀମାନେ ସୀମା ଦେଇ ଯେପରି ଭାରତରେ ପ୍ରବେଶ ନ କରନ୍ତି ତାହା ସୁନିଶ୍ଚିତ କରିବା ଲାଗି ମୋଦି ମ୍ୟାନ୍‌ମାରର ସହଯୋଗ ଲୋଡିଥିଲେ। ଭାରତର ପ୍ରାଚ୍ୟକୁ ଦୃଷ୍ଟି ଏବଂ ପଡୋଶୀ ପ୍ରଥମ ନୀତିରେ ମ୍ୟାନ୍‌ମାରକୁ ଗୁରୁତ୍ୱ ଦିଆଯାଉଛି। ଏହି ରାଷ୍ଟ୍ର ଦେଇ ଦକ୍ଷିଣପୂର୍ବ ଏସିଆରେ ଯୋଗାଯୋଗର ଉନ୍ନତି ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ମ୍ୟାନ୍‌ମାର ସହ ଭାରତର ୧୬୪୦ କିଲୋମିଟର ସୀମା ରହିଛି। ସୁରକ୍ଷା ସଂସ୍ଥାର ତଥ୍ୟ ଅନୁଯାୟୀ ଗତବର୍ଷ ପର୍ଯ୍ୟନ୍ତ ଉତ୍ତରପୂର୍ବ ମ୍ୟାନ୍‌ମାରରେ ୫୦ରୁ ଊର୍ଦ୍ଧ୍ୱ ଉଗ୍ରବାଦୀ କ୍ୟାମ୍ପ ସକ୍ରିୟ ଥିଲା। ମେ ୧୬ରେ ଭାରତ ଓ ମ୍ୟାନ୍‌ମାର ସେନା ସୀମାରେ ମିଳିତ ଅଭିଯାନ ଚଳାଇଥିଲେ, ଯେଉଁଥିରେ ଅନେକ ଉଗ୍ରପନ୍ଥୀ ଶିବିର ଧ୍ୱଂସ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri