ଇସ୍କନ ରଥଯାତ୍ରା : ଲକ୍ଷାଧିକ ଭକ୍ତଙ୍କ ଗହଣରେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ରଥ

ଭୁବନେଶ୍ୱର,୫।୭(ବ୍ୟୁରୋ): ଭୁବନେଶ୍ୱରର ପ୍ରସିଦ୍ଧ ଇସ୍କନ ମନ୍ଦିର ରଥଯାତ୍ରା ଏଥର ଆନନ୍ଦ ଉଲ୍ଲାସର ସହ ଶେଷ ହୋଇଛି। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଗହଣରେ ମହାପ୍ରଭୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ।  ପୂର୍ବ ନିର୍ଦ୍ଧାରିତ ସମୟ ଅପରାହ୍ନ ୩ଟାରୁ ରଥଟଣା ହୋଇ ସିଆର୍‌ପିଏଫ୍‌ ଛକ ଓ ୟୁନିଟ୍‌-୮ ଡିଏଭି ସ୍କୁଲ୍‌ ଦେଇ ସନ୍ଧ୍ୟା ୬ଟା ୧୫ରେ ତିନି ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲା। ସବୁଠାରୁ ଆକର୍ଷଣ ସାଜିଥିଲା ବିଦେଶୀ ଭକ୍ତଙ୍କ ଜଗନ୍ନାଥ ପ୍ରେମ। ଜଗନ୍ନାଥ ଭଜନ ଜଣାଣରେ ନିଜକୁ ହଜାଇଦେଇ ରଥ ଗଡିବା ସହ ଝୁମି ଝୁମି ନାଚିଥିଲେ ହଜାର ହଜାର ବିଦେଶୀ ଭକ୍ତ। ପ୍ରତିବର୍ଷ ଭଳି ଏଥର ମଧ୍ୟ ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିଥିଲେ।

ସକାଳ ୭ଟା ୩୦ରେ ଗୁରୁପୂଜା ଏବଂ ମଙ୍ଗଳ ଆଳତି ପରେ ୮ଟା ୩୦ରେ ରଥ ପ୍ରତିଷ୍ଠା ହୋଇଥିଲା। ପୂର୍ବାହ୍ନ ୧୧ଟାରେ ତିନି ଠାକୁରଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ମଧ୍ୟାହ୍ନ ୧୨ରେ ମଧ୍ୟାହ୍ନ ଆଳତି ପରେ ୨ଟା ୧୫ରେ ଗୋପୀନାଥ ମହାରାଜଙ୍କ ଦ୍ୱାରା ଛେରାପହଁରା ନୀତି ଅନୁଷ୍ଠିତ ହୋଇ ରଥଟଣା ଆରମ୍ଭ ହୋଇଥିଲା। ଗୁଣ୍ଡିଚା ମନ୍ଦିରରେ ରଥ ପହଞ୍ଚତ୍ବା ପରେ ୭ଟାରେ ପହଣ୍ଡି ବିଜେ ଅନୁଷ୍ଠିତ ହୋଇଥିଲା। ରଥଟଣା ସମୟରେ ଭୁବନେଶ୍ୱର-କଟକ ପୋଲିସ କମିଶନର ସତ୍ୟଜିତ ମହାନ୍ତି, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଉପସ୍ଥିତ ଥିଲେ। ଏଥର ଇସ୍କନ ରଥଯାତ୍ରାରେ ପ୍ରାୟ ୨ଲକ୍ଷରୁ ଊଦ୍ଧର୍‌ବ ଭକ୍ତଙ୍କ ସମାଗମ ହୋଇଥିବା ମନ୍ଦିର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ‘୫-ଟି’ ସଚିବ:ଉତ୍ତମ ସ୍ବାସ୍ଥ୍ୟସେବା ଉପରେ ଗୁରୁତ୍ୱ

ଝାରସୁଗୁଡ଼ା ଅଫିସ/ ଲଖନପୁର,୮।୧(ଡି.ଏନ୍‌.ଏ.):‘୫-ଟି’ ସଚିବ ଭି.କେ. ପାଣ୍ଡିଆନ୍‌ ମଙ୍ଗଳବାର ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିବା ସହ ଏକ ସମୀକ୍ଷା ବୈଠକରେ ଯୋଗଦେଇ ଉତ୍ତମ...

କ୍ରୀଡ଼ାମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କଲେ ବିଧାୟକ

ଉମରକୋଟ/ରାଇଘର,୧୭ା୭(ସ୍ବ.ପ୍ର./ଡି.ଏନ୍‌.ଏ.): ରାଜ୍ୟ କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ୩ ଦିନିଆ ନବରଙ୍ଗପୁର ଜିଲା ଗସ୍ତ କରିଛନ୍ତି। ଶନିବାର ସେ ଉମରକୋଟ ଯାଇଥିଲେ। ତେବେ...

ଧରିତ୍ରୀ ଆଳାପ: ସ୍ବାସ୍ଥ୍ୟସେବାକୁ ଅଧିକ ଲୋକାଭିମୁଖୀ କରିବାକୁ ଚେଷ୍ଟା କରିବି

ଲୋକଙ୍କ ପାଖରେ ସ୍ବାସ୍ଥ୍ୟସେବା ଯେପରି ସହଜରେ ଉପଲବ୍ଧ ହୋଇପାରିବ ସେ ଦିଗରେ ଗୁରୁତ୍ୱ ଦେବି। ସେହିପରି ଡାକ୍ତରୀପିଲାଙ୍କ ପାଠପଢା କ୍ଷେତ୍ରକୁ ମଧ୍ୟ ଅଗ୍ରାଧିକାର ଦିଆଯିବ। ରାଜ୍ୟରେ...

କ୍ୱାରାଣ୍ଟାଇନ୍‌ ଥିବା ହୋଟେଲ କର୍ମଚାରୀଙ୍କୁ ଘର ମାଲିକ ହଇରାଣ କଲେ ପଦକ୍ଷେପ

ଭୁବନେଶ୍ୱର,୨୧ା୩ (ବ୍ୟୁରୋ): କରୋନା ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସହରର ୩ ହୋଟେଲକୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ପରିଣତ...

‘ପାର୍ଲାମେଣ୍ଟରେ ଓଡ଼ିଶା ଏମ୍‌ପିମାନେ ଜାତିଗତ ଜନଗଣନା ପ୍ରସଙ୍ଗ ଉଠାନ୍ତୁ’

ଭୁବନେଶ୍ୱର,୧୨।୩(ବ୍ୟୁରୋ): ସୋମବାରଠାରୁ ପାର୍ଲାମେଣ୍ଟରେ ବଜେଟ୍‌ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। ଏହି ଅବସରରେ ଜନଗଣନାରେ ପଛୁଆବର୍ଗଙ୍କୁ ସାମିଲ କରିବାକୁ ରାଜ୍ୟର ଏମ୍‌ପିମାନେ ଦୃଢଭାବେ...

ଓଡ଼ିଶାକୁ ୨୭୨୫ କୋଟି ଋଣ ଉଠାଣ ଅନୁମତି

ଭୁବନେଶ୍ୱର,୮ା୪(ବ୍ୟୁରୋ): ବିଦ୍ୟୁତ୍‌ ସଂସ୍କାର ପାଇଁ ଓଡ଼ିଶାକୁ ୨୭୨୫ କୋଟି ଟଙ୍କାର ଋଣ ଉଠାଣ ନିମନ୍ତେ ମଞ୍ଜୁରୀ ମିଳିଛି । ଓଡ଼ିଶା ସମେତ ଦେଶର ୧୦ଟି ରାଜ୍ୟକୁ...

କରୋନା ନେଲା ଆଉ ୮ ଜୀବନ

ଭୁବନେଶ୍ୱର,୨୭।୧(ବ୍ୟୁରୋ): ରାଜ୍ୟରେ ଆଉ ୮ ମୁଣ୍ଡ ନେଇଛି କରୋନା। ମୃତକଙ୍କ ମଧ୍ୟରେ ବାଲେଶ୍ୱରର ୮୦ ବର୍ଷୀୟ ବୃଦ୍ଧ ଥିବା ବେଳେ ଭୁବନେଶ୍ୱରର ୮୨ ବର୍ଷୀୟ ବୃଦ୍ଧ,...

ରାଜ୍ୟରେ ଆରୋଗ୍ୟ ହେଲେ ଆଉ ୨୭୭୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୪।୧୦(ବ୍ୟୁରୋ)-ରାଜ୍ୟରେ ବୁଧବାର ଆଉ ୨୭୭୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୦୦ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ନୂଆପଡାରୁ ୧୮୯, କଟକରୁ ୧୮୩,...

Advertisement
Archives

Model This Week