ଇଷ୍ଟକୋଷ୍ଟର ଟିଟିଆଇ ପାର୍ବତୀ

କଟକ ଅଫିସ,୬।୧୨:ଟ୍ରେନ୍‌ ଟିକେଟ୍‌ ଇନ୍ସପେକ୍ଟର(ଟିଟିଆଇ) ଡ୍ୟୁଟି ଅତ୍ୟନ୍ତ କଷ୍ଟକର। ଡ୍ୟୁଟିବେଳେ ଅନେକ ସମୟରେ ପ୍ରତିକୂଳ ପରିସ୍ଥିତି ସାମ୍ନା କରିବାକୁ ପଡ଼ିଥାଏ। ଗୋଟିଏ ଜୋନ୍‌ରୁ ଅନ୍ୟ ଜୋନ୍‌କୁ ଯିବାକୁ ପଡ଼େ। ବିନା ଟିକେଟ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସହ ପାଟିତୁଣ୍ଡ ହେବାର ମଧ୍ୟ ସମ୍ଭାବନା ରହିଥାଏ। ତେଣୁ ମହିଳାଙ୍କ ଅପେକ୍ଷା ପୁରୁଷ ଏହି ଡ୍ୟୁଟିରେ ନିଯୁକ୍ତ ଥାନ୍ତି। କେତେଜଣ ମହିଳାଙ୍କୁ ଟିଟିଆଇ ଡ୍ୟୁଟି ମିଳିଥିଲେ ମଧ୍ୟ ସେମାନେ କେବଳ ରେଲ୍‌ୱେ ଷ୍ଟେଶନରେ ହିଁ ଏହି ଡ୍ୟୁଟି କରନ୍ତି। ତେବେ ଇଷ୍ଟକୋଷ୍ଟ ରେଲ୍‌ୱେରେ ଏବେ ଜଣେ ମହିଳାଙ୍କୁ ଓପନ ଡ୍ୟୁଟି କରୁଥିବା ଦେଖିବାକୁ ମିଳୁଛି। ସେ ହେଲେ ଓଡ଼ିଶାର ଅନ୍ୟତମ ଅନ୍ତର୍ଜାତୀୟ ଆଥ୍‌ଲେଟ୍‌ ପାର୍ବତୀ ସେଠୀ। ପ୍ରାୟ ୧ମାସ ହେବ ପାର୍ବତୀ ଏହି ଡ୍ୟୁଟି କରୁଥିବାବେଳେ ପ୍ରତିଦିନ କଟକ ରେଲ୍‌ୱେ ଷ୍ଟେଶନ୍‌ରୁ ବିଭିନ୍ନ ସ୍ଥାନକୁ ଯାଉଛନ୍ତି। ପାର୍ବତୀଙ୍କ ଏହି ପଦକ୍ଷେପ ପୂର୍ବତଟ ରେଲ୍‌ୱେରେ ଚର୍ଚ୍ଚାର ବିଷୟ ହୋଇଛି।
କିଛିଦିନ ତଳେ ଇଟାଲୀରୁ ଅନ୍ତର୍ଜାତୀୟ ମେଡାଲ ଧରି ପାର୍ବତୀ ଓଡ଼ିଶା ଫେରିଥିଲେ। ୧୯୯୯ରୁ ଇଷ୍ଟକୋଷ୍ଟ ରେଲ୍‌ୱେ ଚାକିରି କରିଥିବା ପାର୍ବତୀ ଇଟାଲୀରୁ ଫେରିବା ପରେ ଖୋର୍ଦ୍ଧା ଡିଭିଜନ ଡିଆର୍‌ଏମ୍‌ ଶଶିକାନ୍ତ ସିଂଙ୍କୁ ଭେଟିଥିଲେ। ଏହି ସମୟରେ ପାର୍ବତୀ ଖେଳ ଅଭ୍ୟାସ ପାଇଁ ଅଧିକ ସମୟ ଦେବାକୁ ଡିଆର୍‌ଏମ୍‌ଙ୍କୁ ନିବେଦନ କରିଥିଲେ। ଷ୍ଟେଶନରେ ରହିଲେ ତାଙ୍କୁ ପୂରା ୮ଘଣ୍ଟା ଡ୍ୟୁଟି କରିବାକୁ ପଡୁଥିବାରୁ ସେ ଓପନ ଡ୍ୟୁଟି କରିବା ପାଇଁ ଡିଆର୍‌ଏମ୍‌ଙ୍କୁ ଅନୁରୋଧ କରିଥିଲେ। ହେଲେ ଡିଆର୍‌ଏମ୍‌ ତାଙ୍କୁ ଏହି ଡ୍ୟୁଟି ନ କରିବା ପାଇଁ କହିଥିଲେ। ମାତ୍ର ନିଜେ ନିଜର ସୁରକ୍ଷା କରିପାରିବେ ଓ ଯେ କୌଣସି ଅପ୍ରୀତିକର ପରିସ୍ଥିତିକୁ ସମ୍ମୁଖୀନ ହେବାର ଦକ୍ଷତା ରଖିଛନ୍ତି ବୋଲି ସେ ତାଙ୍କୁ ଜଣାଇଥିଲେ। ଫଳରେ ଡିଆର୍‌ଏମ୍‌ ତାଙ୍କୁ ସାବାସୀ ଦେବା ସହ ଏହି ଡ୍ୟୁଟି ଦେବା ପାଇଁ ସିନିୟର ଡିସିଏମ୍‌ ପି.କେ. ସାମଲଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେବେଠାରୁ ପାର୍ବତୀ ଏହି ଡ୍ୟୁଟି କରି ଆସୁଛନ୍ତି। ତେବେ ଓପନ ଡ୍ୟୁଟିରେ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନାହିଁ। ନିର୍ଦ୍ଦିଷ୍ଟ କାମ ଶେଷ ହେବା ପରେ ଡ୍ୟୁଟି ସରିଥାଏ ବୋଲି ରେଳ ବିଭାଗର ନିୟମ ରହିଛି। ଏ ସମ୍ପର୍କରେ ପାର୍ବତୀ କହନ୍ତି, ମୁଁ ଜଣେ ଆଥ୍‌ଲେଟ୍‌, ଯେ କୌଣସି ପରିସ୍ଥିତିକୁ ସମ୍ମୁଖୀନ ହେବାକୁ ସାହସ ରଖିଛି। ଘରେ ୯ବର୍ଷର ପୁଅ ଓ ସ୍ବାମୀ ରହିଥିବାବେଳେ ସମସ୍ତଙ୍କ ଦାୟିତ୍ୱ ଠିକ୍‌ ସମୟରେ ତୁଲାଇବାରେ କୌଣସି ଅସୁବିଧା ହେଉନାହିଁି। ଅନ୍ୟ ଝିଅମାନେ ଏହି ଡ୍ୟୁଟି କରିବାରେ କୌଣସି ଅସୁବିଧା ନାହିଁ, କେବଳ ନିଜର ଇଚ୍ଛାଶକ୍ତି ଓ ସାହସ ରହିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ତର-ମନ୍ତରରେ ଆନ୍ଦୋଳନ ପଛରେ ପାକିସ୍ତାନର ଷଡ଼ଯନ୍ତ୍ର? ହେଲା ବଡ଼ ପର୍ଦ୍ଦାଫାଶ, ISI ମଡ୍ୟୁଲର ୯ ଲୋକ…

ନୂଆଦିଲ୍ଲୀ,୫।୮: ଅମୃତସର କମିଶନରେଟ ପୋଲିସ ଆଇଏସଆଇ (ISI) ସମର୍ଥିତ ଦୁଇଟି ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ କରିଛି ଏବଂ ଏହି ମାମଲାରେ ମୋଟ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ…

ଆନାଲଗ ପନିର ବ୍ୟାନ୍‌: ଜାଣନ୍ତୁ ଏହା କ’ଣ

ମୁମ୍ବାଇ,୫।୮: ଜନସ୍ବାସ୍ଥ୍ୟକୁ ପ୍ରାଥମିକତା ଦେଇ ମହାରାଷ୍ଟ୍ର ସରକାର ରାଜ୍ୟ ମଧ୍ୟରେ ଆନାଲଗ ପନିର(ନକଲି କିମ୍ବା ନନ୍‌-ଡାୟରୀ ପନିର) ଉତ୍ପାଦନ, ବିକ୍ରୟ, ରଖିବା, ପରିବହନ ଏବଂ ବଣ୍ଟନ ଉପରେ…

ଅଗରକରଙ୍କ ହେବ ଛୁଟି! ତାଙ୍କୁ ସ୍ଥାନ ନେଇପାରନ୍ତି ଏହି ମହାନ ଖେଳାଳି

ନୂଆଦିଲ୍ଲୀ,୫।୮: ଅଜିତ ଅଗରକରଙ୍କୁ ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ପଦରୁ ହଟାଯାଇପାରେ। ବିସିସିଆଇ ଏହି ଦାୟିତ୍ୱ ସେଣ୍ଟର ଅଫ ଏକ୍ସଲେନ୍ସ (ସିଓଇ)ର ମୁଖ୍ୟ ଭିଭିଏସ ଲକ୍ଷ୍ମଣଙ୍କୁ ଦେଇପାରେ।…

ମୋବାଇଲ୍‌ ନ ଦେବାକୁ ଚରମ ନିଷ୍ପତ୍ତି ନେଲେ ସପ୍ତମ ଶ୍ରେଣୀ ଛାତ୍ର: ଘରେ ଖେଳିଗଲା…

ସୁରତ,୫।୮:ଗୁଜରାଟର ସୁରତରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମୋବାଇଲ ଫୋନ ନିଶା ପିଲାମାନଙ୍କ ଜୀବନ ଉପରେ କେତେ ପ୍ରଭାବ ପକାଇପାରେ ତାହାର ଏକ ହୃଦୟ ବିଦାରକ…

ସାହାଜଲଥା ସ୍କୁଲରେ ଯୋଗଦେଲେ ନୂଆ ଶିକ୍ଷକ: ଖୁସି ବ୍ୟକ୍ତ କଲେ ଛାତ୍ରୀଛାତ୍ର, ଅଭିଭାବକ

ଅମରପାଲି,୫ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତର ଉପାନ୍ତ ତଥା ଜଙ୍ଗଲଘେରା ସାହାଜଲଥା ଗ୍ରାମ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଧରି ଲାଗି…

ଆଜିଠୁ ଚମକିବ ଏହି ୬ ରାଶିର ଭାଗ୍ୟ: ବୁଧଦେବ କର୍କଟ ରାଶିରେ ପ୍ରବେଶ….

ଆଜି ବୁଧ ମିଥୁନ ରାଶିରୁ କର୍କଟ ରାଶିକୁ ପ୍ରବେଶ କରୁଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ବୁଧକୁ ବୁଦ୍ଧି, ଯୋଗାଯୋଗ, ଶିକ୍ଷା, ବ୍ୟବସାୟ, ଧନ ଏବଂ ଚିନ୍ତା ପ୍ରକ୍ରିୟାର ମୁଖ୍ୟ…

ଲାଞ୍ଚ ନେବା ପଡିଲା ମହଙ୍ଗା: ପଞ୍ଚାୟତ ସମିତିର ବରିଷ୍ଠ ରାଜସ୍ବ ସହାୟକଙ୍କୁ ଚାକିରିରୁ ନିଲମ୍ବନ କଲେ ଜିଲାପାଳ

ଖଡ଼ିଆଳ,୫।୮(ସୁଜିତ କୁମାର ପ୍ରଧାନ ): ଦୁର୍ନୀତି ପ୍ରତି ନୂଆପଡ଼ା ଜିଲା ପ୍ରଶାସନର ଶୂନ୍ୟ ସହନଶୀଳତା ନୀତିକୁ ପୁନର୍ବାର ସ୍ପଷ୍ଟ କରି ଜିଲାପାଳ ମଧୁସୂଦନ ଦାଶ ଜଣେ ସରକାରୀ…

ଆମେରିକାରେ ହଇଚଇ: ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର! ଗଲ୍ଫ କ୍ଲବ ନିକଟରୁ ବନ୍ଧୁକଧାରୀ ସନ୍ଦିଗ୍ଧ ଗିରଫ

ଓ୍‌ବାଶିଂଟନ୍‌,୫।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାଲିଫର୍ଣ୍ଣିଆସ୍ଥିତ ଗଲ୍ଫ କ୍ଲବ ନିକଟରୁ ୩୮ ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ ପୋଲିସ ହେପାଜତକୁ ନେଇଛି। ଯାଞ୍ଚ ବେଳେ ତାଙ୍କ ନିକଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri