ଇରାନ ତେଲ କଟକଣା;ଅର୍ଥନୀତି ଉପରେ ପଡ଼ିବ ପ୍ରତିକୂଳ ପ୍ରଭାବ

ନୂଆଦିଲ୍ଲୀ,୨୪-୪: ଇରାନଠାରୁ ତେଲ ଆମଦାନି ବନ୍ଦ କରିବାକୁ ଭାରତ ସମେତ ୮ ଦେଶକୁ ଆମେରିକା ନିର୍ଦ୍ଦେଶ ଦେବା ପରେ ଏହାର ପ୍ରଭାବ ଅନ୍ତର୍ଜାତୀୟ ବଜାର ଉପରେ ପଡିଛି। ମଙ୍ଗଳବାର ଅଶୋଧିତ ତେଲ ପାଞ୍ଚ ମାସର ସର୍ବୋଚ୍ଚ ସ୍ତର ଛୁଇଁଛି। ଆମେରିକାର ଏଭଳି ନିଷ୍ପତ୍ତି ଭାରତୀୟ ଅର୍ଥ ବ୍ୟବସ୍ଥା ଏବଂ ବିତ୍ତୀୟ ଶୃଙ୍ଖଳା ଉପରେ ପ୍ରତିକୂଳ ପ୍ରଭାବ ପକାଇବ ବୋଲି ବଜାର ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରିଛନ୍ତି। ଜୁନ୍‌ ମାସର ଡେଲିଭରି ଲାଗି ଥିବା ବ୍ରେଣ୍ଟ ଫ୍ୟୁଚର ଅଶୋଧିତ ତୈଳ ଦର ୦.୬% ବୃଦ୍ଧି ଘଟି ବ୍ୟାରେଲ ପିଛା ୭୪.୫୧ ଡଲାର ଛୁଇଁଛି। ୩୧ ଡିସେମ୍ବରରେ ଏହା ବ୍ୟାରେଲ ପିଛା ୫୪.୫୭ ଡଲାର ଥିଲା। ଏହାବାଦ ବ୍ରେଣ୍ଟ ନର୍ଥ ଅଶୋଧିତ ତୈଳ ମଙ୍ଗଳବାର ବ୍ୟାରେଲ ପିଛା ୭୪.୭୦ ଡଲାର ରହିଛି। ଏହା ନଭେମ୍ବର ପରଠାରୁ ସର୍ବୋଚ୍ଚ ସ୍ତର। ଅପରପକ୍ଷରେ ଡବ୍ଲ୍ୟୁଟିଆଇ ମଧ୍ୟ ୬ ମାସର ସର୍ବୋଚ୍ଚ ସ୍ତର ୬୬.୧୯ ଡଲାର ଛୁଇଁଥିବା ଜଣାଯାଇଛି। ଏହାର ପ୍ରଭାବ ଭାରତ ବଜାରର ଅନ୍ୟ କ୍ଷେତ୍ର ଉପରେ ମଧ୍ୟ ଦେଖିବାକୁ ମିଳିଛି।

ଶେୟାର ବଜାର

ସୋମବାର ଆମେରିକାର ଏଭଳି ନିଷ୍ପତ୍ତି ଶେୟାର ବଜାର ଉପରେ ତତ୍କାଳ ପ୍ରଭାବ ପକାଇଛି। ଚଳିତ ବର୍ଷ ଦେଶର ପୁଞ୍ଜିବଜାରରେ ବିଦେଶୀ ନିବେଶକମାନେ ମୋଟ ୬୩,୦୦୦ କୋଟି ଟଙ୍କାର ନିବେଶ କରିଛନ୍ତି। ଅଶୋଧିତ ତୈଳ ଲଗାତର ବୃଦ୍ଧି ଘଟିଲେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ପ୍ରଭାବିତ ହେବ। ଏହା ଦ୍ୱାରା ବିଦେଶୀ ନିବେଶ ଉପରେ ପ୍ରତିକୂଳ ପ୍ରଭାବ ପଡିବ ବୋଲି ଆଶଙ୍କା କରାଯାଉଛି।

ବିଦେଶୀ ନିବେଶ

ଭାରତ ଏହାର ବ୍ୟବହାର ଲାଗି ୮୦% ତୈଳ ଆମଦାନୀ  କରିଥାଏ। ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁ ଡଲାର ଚାହିଦା ବୃଦ୍ଧି ଘଟିବ। ଟଙ୍କାର ମୂଲ୍ୟ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିବ। ଟଙ୍କା ଦୁର୍ବଳ ହେବା ଯୋଗୁ ବିଦେଶୀ ନିବେଶକଙ୍କୁ ଡଲାରର ରିଟର୍ନ କମିବ। ଏହା ଯୋଗୁ ନିବେଶ କ୍ଷେତ୍ରରେ ଭାରତ ଏକ ଆକର୍ଷଣୀୟ ବଜାର ହୋଇ ରହିବ ନାହିଁ।

ଚଳନ୍ତି ଖାତା ନିଅଣ୍ଟ

ଆକଳନ ମୁତାବକ ଅଶୋଧିତ ତୈଳ ବ୍ୟାରେଲ ପିଛା ୧୦ ଡଲାର ବଢିଲେ ଏହା ଦେଶର ଚଳନ୍ତି ଖାତା ନିଅଣ୍ଟ(ସିଏଡି) ଉପରେ ପ୍ରତିକୂଳ ସ୍ଥିତି ଉପୁଯାଇବ। ଏହାଯୋଗୁ ସିଏଡି ଦେଶର ଜିଡିପି ତୁଳନାରେ ୦.୪% ବୃଦ୍ଧି ଘଟିପାରେ। ଏହା ଦରଦାମ ଉପରେ ମଧ୍ୟ ୦.୨୦% ପ୍ରଭାବ ପକାଇବ ବୋଲି ଆକଳନ କରାଯାଇଛି।

ରିଜର୍ଭ ବ୍ୟାଙ୍କ ସୁଧହାର

ସିଏଡି ଏବଂ ଦରଦାମ ପ୍ରଭାବିତ ହେଲେ ଏହା ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ଉପରେ ପ୍ରଭାବ ପକାଇପାରେ। ଏଭଳି ସ୍ଥିତିକୁ ଦେଖି ରିଜର୍ଭ ବ୍ୟାଙ୍କ ସୁଧହାର ବଢାଇପାରେ। ଫଳରେ ଘରୋଇ ବଜାରର ଅସୁବିଧା ଆହୁରି ବଢିପାରେ। ଜୁନରେ ସୁଧହାର ହ୍ରାସ ହେବା ନେଇ ବଜାର ଆଶା ରଖିଥିବା ବେଳେ ଏହା ଉପରେ ବର୍ତ୍ତମାନର ସ୍ଥିତି କ’ଣ ପ୍ରଭାବ ପକାଉଛି ତାହା ଦେଖିବାକୁ ବାକି ରହିଲା।

ଶିଳ୍ପଗୁଡିକର ଖର୍ଚ୍ଚ

ଆମେରିକାର ନିଷ୍ପତ୍ତି ଦ୍ୱାରା ରସାୟନ, ଅଟୋମୋବାଇଲ, କଞ୍ଜ୍ୟୁମର ଷ୍ଟେପଲ୍ସ, ପେଣ୍ଟ ଏବଂ ଲୁବ୍ରିକାଣ୍ଟ ଭଳି ଶିଳ୍ପର ପରିଚାଳନା ପୁଞ୍ଜି, କଞ୍ଚାମାଲ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚ ବଢିବ। ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୮୦ରୁ ୮୫ ଡଲାର ଛୁଇଁପାରେ। ଏହା ହେଲେ ଶିଳ୍ପଗୁଡିକ କେତେକ ତ୍ୱରିତ ସମସ୍ୟା ସାମ୍ନା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

ସେପ୍ଟେମ୍ବରରୁ ବଦଳିଯିବ ନିୟମ! ଅଗଷ୍ଟ ଶେଷ ପୂର୍ବରୁ କରିନିଅନ୍ତୁ ଏହି ୪ କାମ…

ନୂଆଦିଲ୍ଲୀ,୨୧ା୮: ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି। ଏହା ସହ କିଛି ଜରୁରୀ ଆର୍ଥିକ କାମର ସମୟସୀମା ମଧ୍ୟ ଶେଷ ହେଉଛି। ଯଦି ଆପଣ ଏହି କାମଗୁଡ଼ିକ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

SBI ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌, ଅକ୍ଟୋବର ୧ରୁ କ୍ୟାଶ୍‌ ଉଠାଇଲେ ଲାଗିବ ଏକ୍ସଟ୍ରା ଚାର୍ଜ

ନୂଆଦିଲ୍ଲୀ,୨୧ା୮: ଯଦି ଆପଣଙ୍କର ଆକାଉଣ୍ଟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ଅଛି ଏବଂ ଆପଣ ମାସକୁ ଅନେକ ଥର ବ୍ୟାଙ୍କ ଶାଖା (ବ୍ରାଞ୍ଚ) କୁ…

ଆଉ ଶସ୍ତା ନୁହେଁ, ମହଙ୍ଗା ହୋଇପାରେ ପେଟ୍ରୋଲ-ଡିଜେଲ! ଜାଣନ୍ତୁ ଦାମ୍‌ ବଢ଼ିବାର ବଡ଼ କାରଣ

ନୂଆଦିଲ୍ଲୀ,୨୧। ୮: ପେଟ୍ରୋଲ-ଡିଜେଲ ଦାମକୁ ନେଇ ପୁଣି ବଢ଼ିପାରେ ସାଧାରଣ ଲୋକଙ୍କ ଚିନ୍ତା। ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲ ମୂଲ୍ୟରେ ହଠାତ୍‌ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri