ଇମ୍ୟୁନିଟି ବେପାର

ରୁଦ୍ର ପ୍ରସନ୍ନ ରଥ

କରୋନା କାଳରେ ଯେଉଁ କେତୋଟି ଶବ୍ଦ ବେଶ୍‌ ଜୋରରେ ଶୁଣିବାକୁ ମିଳୁଛି ତାହା ମଧ୍ୟରୁ ବୋଧହୁଏ ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଶବ୍ଦ ହେଉଛି ଇମ୍ୟୁନିଟି। କରୋନାର କରାଳ ଛାୟା ପୃଥିବୀକୁ ଯେତେ ଜୋରରେ ସଂକ୍ରମିତ କରି ଚାଲିଛି ସେତେ ଜୋରରେ ଏ ଶବ୍ଦର ଜୟଗାନ ଶୁଣିବାକୁ ମିଳୁଛି। ଇମ୍ୟୁନିଟି ନାମକ ଏହି ଇଂଲିଶ ଶବ୍ଦର ଓଡ଼ିଆ ହେଉଛି ରୋଗ ପ୍ରତିରୋଧକ ଶକ୍ତି, ଯାହାର ଚର୍ଚ୍ଚା ସବୁଆଡେ ସବୁବେଳେ ଶୁଣିବାକୁ ମିଳୁଛି। କରୋନାକୁ ମାତ୍‌ ଦେବାପାଇଁ ଇମ୍ୟୁନିଟି ବଢିବା ଦରକାର ବୋଲି ସମସ୍ତେ କହିବାର ଶୁଣିବାକୁ ମିଳୁଛି। କ’ଣ ଏହି ଇମ୍ୟୁନିଟ୍‌ , ଏହା କିପରି ବଢେ ଏହାକୁ ସହଜରେ କେହି ବୁଝାଇବାରେ ସକ୍ଷମ ହେଉ ନ ଥିଲେ ହେଁ ଏବେ ଇମ୍ୟୁନିଟି ବା ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଜଣେ ଅନ୍ୟଜଣଙ୍କୁ ଗୁରୁଜ୍ଞାନ ଦେବାକୁ ବାଧ୍ୟ। କରୋନା ବୋଧହୁଏ ଅନେକଙ୍କୁ ଅଧା ଚଉଠେ ଡାକ୍ତର କରିପକାଇଛି ଯେମିତି।
ଏହି ରୋଗପ୍ରତିରୋଧକ ଶକ୍ତି ବଢାଇବା ପାଇଁ ବିଭିନ୍ନ ଲୋକ ବିଭିନ୍ନ ସାମଗ୍ରୀର ପ୍ରଚାର ପ୍ରସାର କରିବାର ବ୍ୟସ୍ତ। କାହାକୁ ଖାଲିପେଟରେ ପିଇବ ତ ଆଉ କାହାକୁ ଶୋଇବା ପୂର୍ବରୁ ଚୋବାଇବ। ପୁଣି କାହାକୁ ବଟାଯାଇ ପିଆହେବ ତ ଆଉ କାହାକୁ ଗୋଟା ଗିଳା ହେବ। ଘରେ ଥିବା ବୁଢୀମା’ଠାରୁ ଆରମ୍ଭ କରି ଗାଁ ମୁଣ୍ଡରେ ପାନ ଦୋକାନ କରିଥିବା ଲୋକ ମଧ୍ୟ ଆପଣଙ୍କୁ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବାର ବାଟ ବତାଇ ଦେବ। ଅବଶ୍ୟ ବୁଢୀମା’ ତୁଳସୀ, ଅଦା, ଲବଙ୍ଗ, ଗୋଲମରିଚ କଥା କହିବା ବେଳକୁ ଅନ୍ୟ କେହି ଆପଣଙ୍କୁ ଦେହଲଗା ତେଲ କିମ୍ବା ଭିଟାମିନ୍‌ ବଟିକା କଥା କହିବେ। ମୋଟ ଉପରେ କହିବାକୁ ଗଲେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ହେଲେ ଆପଣଙ୍କୁ ଆପଣଙ୍କ ପକେଟକୁ ଅଳ୍ପ ବହୁତେ ଖାଲି କରିବାକୁ ପଡିବ। ଅବଶ୍ୟ ଏ ଲିଷ୍ଟ ଏତେ ଲମ୍ବା ଆଉ ଏଥିରେ ଏତେ ଭିନ୍ନତା ଅଛି ଯେ ଆପଣ ବିରକ୍ତ କିମ୍ବା ବିସ୍ମିତ ହୋଇଯିବାର ଆଶଙ୍କା ବି ଅଛି। ଆପଣ ବିଚଳିତ ହୋଇପାରନ୍ତି ଯେ ତୁଳସୀ, କାଡା, ହଳଦୀ, ମହୁ ତ ଆମେ ଆମ ଦୈନନ୍ଦିନ ଜୀବନରେ ନିୟମିତ ବ୍ୟବହାର କରି ଚାଲିଛନ୍ତି ତଥାପି କାହିଁକି ଆମେ ଆମ ରୋଗ ପ୍ରତିରୋଧକ ଶକ୍ତିକୁ ନେଇ ଏତେ ସନ୍ଦିହାନ?
କରୋନା ସମୟରେ ଏହି ରୋଗ ପ୍ରତିରୋଧକ ଶକ୍ତି ବେପାର ବଣିଜ ଖୁବ୍‌ ଜୋର ଧରିଛି। ଖବରକାଗଜରେ ପୃଷ୍ଠା ପୃଷ୍ଠା ବିଜ୍ଞାପନ, ଏଫଏମ୍‌ ରେଡିଓରେ ଜକିମାନଙ୍କର କାନ ଫଟା ଚିତ୍କାର, ଅମୁକ ଖାଆନ୍ତୁ ଦୁଇ ଦିନରେ ପରିବର୍ତ୍ତନ ଦେଖନ୍ତୁ। ଅମୁକ ପିଅନ୍ତୁ କରୋନାଠାରୁ ଦୂରରେ ରୁହନ୍ତୁ। ଇମ୍ୟୁନିଟି ବଢାଇବା ପାଇଁ ଚାଲିଥିବା ଏହି ଗଣ ଦୌଡରେ ଏଲୋପାଥିକ ଡାକ୍ତରଙ୍କଠାରୁ ଆରମ୍ଭ କରି କବିରାଜ ଏପରି କି ଆୟୁର୍ବେଦ, ହୋମିଓପାଥି ଆଉ ୟୁନାନୀ ଡାକ୍ତର ବି ଡେଇଁ ପଡିଛନ୍ତି। ସମସ୍ତଙ୍କ ପାଖରେ ଏହାକୁ ନେଇ ଗୋଟିଏ ଦି’ଟା ଓଷଧ ଆଉ ନିଜସ୍ବ ପଥି ରହିଛି। କିନ୍ତୁ ଏ ରୋଗ ପ୍ରତିରୋଧକ ଶକ୍ତି କେତେ ବଢିଲା, କେମିତି ବାଗରେ ବଢିଲା ଆଉ କେମିତି ଛିଡିଲା ତାହା ଜାଣିବାକୁ ସାଧାରଣ ଲୋକଙ୍କ ପାଖରେ ଜୁ ନାହିଁ। ଯିଏ କରୋନାରେ ପଡିଲା ତା’ର କ’ଣ ରୋଗ ପ୍ରତିରୋଧକ ଶକ୍ତି ନ ଥିଲା ନା ଯାହାର ଅଛି ସିଏ କ’ଣ ଜମାରୁ କରୋନା ସଂକ୍ରମିତ ହେବ ନାହିଁ କି ଏ ପ୍ରଶ୍ନର ଉତ୍ତର କାହା ପାଖରେ ନାହିଁ। ଆଉ ଯାହାର ଯାହା ହେଉ ବା ନ ହେଉ, କରୋନା ଭଲ ହେଉ ବା ନ ହେଉ ବେଶ୍‌ ସନ୍ତର୍ପଣରେ ଏହି ରୋଗ ପ୍ରତିରୋଧକ ଶକ୍ତି ବେପାର ଖୁବ୍‌ ଅଳ୍ପଦିନ ମଧ୍ୟରେ କେଇ ଶହ କୋଟି ପାର କରିଯାଇଛି। ଲୋକ ଖାଲି ମେଡିସିନ୍‌ ନୁହେଁ ବରଂ ଏହି ଇମ୍ୟୁନିଟି ବୁଷ୍ଟର କିଣିବା ପାଇଁ ମଧ୍ୟ ଔଷଧ ଦୋକାନ ଆଗରେ ଭିଡ ଲଗାଇଛନ୍ତି।
ବାହାରୁ ଇମ୍ୟୁନିଟି ବା ରୋଗ ପ୍ରତିରୋଧକ ଶକ୍ତି କିଣିବାକୁ ଧାଉଁଥିବା ଲୋକଟି ଭୁଲିଯାଉଛି ଯେ ସେ ନିଜ ଜୀବନକୁ ନିଜେ ବିପଦରେ ପକାଇ ସାରିଛି ବୋଲି। ବିଳମ୍ବରେ ଶୋଉଛି, ସକାଳୁ ଉଠି ପାରୁନି, ସଜ ତଟକା ଫଳ ଆଉ ପନିପରିବା ଅପେକ୍ଷା ପ୍ରକିୟାକୃତ ରଙ୍ଗ ମିଶ୍ରିତ ଖାଦ୍ୟରେ ସ୍ବାଦର ମୋକ୍ଷ ଖୋଜୁଛି। ବୁଢିମା’ର ଲେମ୍ବୁ ପାଣି ତାକୁ ଗାଉଁଲୀ ଲାଗୁଛି ଅଥଚ ସେ ଶୋଷ ମାରିବାକୁ ସହରରେ ରଙ୍ଗଯୁକ୍ତ ଲେମ୍ବୁପାଣି ପିଉଛି। ଗରମ ଖାଦ୍ୟ ଖାଇବା କିମ୍ବା ଘରେ ପ୍ରସ୍ତୁତ ଖାଦ୍ୟ ଖାଇବା ଅପେକ୍ଷା ତାକୁ ବାହାରର ଖାଦ୍ୟ ଭଲ ଲାଗୁଛି। ଏପରି ସ୍ଥିତିରେ ତା’ର ରୋଗ ପ୍ରତିରୋଧକ ଶକ୍ତି ବଢିବ କେଉଁଠୁ। ନିଜର ଲବ୍ଧ ପ୍ରତିଷ୍ଠିତ ଜ୍ଞାନକୁ ନେଇ ମଣିଷ ଏତେ ଆଶଙ୍କାରେ କାହିଁକି? ବାଡିର ଲେମ୍ବୁ, କମଳା ଆଉ ହଳଦୀକୁ ଏଡିଦେଇ ମଣିଷ ଶହ ଶହ ଟଙ୍କା ଦେଇ ବଟିକା କିମ୍ବା ତରଳ ଔଷଧ କିଣିବାକୁ ଦୌଡେ କାହିଁକି? ନିଜକୁ ବା ନିଜ ପାଖରେ ଥିବା ଜିନିଷକୁ ଘୃଣା କରିବା ବା ନିଜକୁ ଆତ୍ମବିଶ୍ୱାସହୀନ ମନେ କରିବା ବୋଧହୁଏ ଆମଭିତରୁ ଅନେକଙ୍କର ସହଜାତ ପ୍ରବୃତ୍ତି ଏବଂ ଏହାକୁ ଏହି ବିଜ୍ଞାପନର ସୌଦାଗରମାନେ ବେଶ୍‌ ସହଜରେ ଧରିପାରିଛନ୍ତି। ନିଜକୁ ସାମର୍ଥ୍ୟହୀନ ବୋଲି ଭାବିବାକୁ ବାଧ୍ୟ କରିବା ଆଉ ପରେ ଏକ ନିର୍ଦ୍ଦିଷ୍ଟ ବସ୍ତୁ ବ୍ୟବହାର କରି ନିଜକୁ ସାମଥର୍‌ୟବାନ ମନେକରାଇବାର ଏହି ପୁରୁଣା ଖେଳରେ ବିଜ୍ଞପନଦାତାମାନେ ବେଶ୍‌ ମାହିର୍‌ । ଆଉ ଏହି କାରଣରୁ ହିଁ ଏହି ଇମ୍ୟୁନିଟି ବେପାର କୋଟି କୋଟି ଟଙ୍କାର ଈପ୍‌ସିତ ଲକ୍ଷ୍ୟ ହାସଲ କରିପାରୁଛି ବେଶ୍‌ ସହଜରେ।
କରୋନା କାଳ ହୁଏତ ଆମ ସମସ୍ତଙ୍କ ପାଇଁ ଅନେକ ଖରାପ ଖବର ନେଇ ଆସିଛି। କିନ୍ତୁ ତା’ ମଧ୍ୟରେ ଏକଥା ବି ଶିଖାଇ ଦେଇଛି ଯେ, ଆମେ ଆମ ସ୍ବାସ୍ଥ୍ୟପ୍ରତି ମୂଳରୁ ଯତ୍ନବାନ ହେବାକୁ ପଡିବ। ନିଜର ଜୀବନଚର୍ଯ୍ୟାକୁ ଆଉଥରେ ନିରେଖି ଦେଖିବାକୁ ପଡିବ। ଔଷଧ ସବୁକିଛି କରିପାରିବ ନାହିଁ। ଅଥଚ ଆମେ ନିଜେ ନିଜ ଉପରେ ଭରସା କଲେ ଆଉ ଜୀବନ ଚର୍ଯ୍ୟାକୁ ଶୃଙ୍ଖିଳିତ କଲେ ଅନେକ ରୋଗରୁ ରକ୍ଷା ପାଇ ପାରିବା। ପୁଣି ହାତ ଧୋଇଲେ, ମାସ୍କ ବ୍ୟବହାର କଲେ ଏବଂ ସାମାଜିକ ଦୂରତା ବଜାୟ ରଖିଲେ ଆମେ ଆପଣାଛାଏଁ କରୋନାର କାଳଛାୟାରୁ ବର୍ତ୍ତି ଯାଇପାରିବା। ହଁ ରୋଗ ପ୍ରତିରୋଧକ ଶକ୍ତିକୁ ପାଇବା ଏକ ମରୀଚିକା ପଛରେ ଗୋଡାଇବା ପରି ନ ହେଉ। ବରଂ ଆମ ନିଜର ବ୍ୟବହାରଗତ ପରିବର୍ତ୍ତନଠାରୁ ଏହାକୁ ପାଇବା ଆରମ୍ଭ ହେଉ।
ଧବଳଗିରି, ଯାଜପୁରରୋଡ
ମୋ-୭୯୭୮୬୭୧୭୭୬


Enter your email to get our daily news in your inbox.

All Right Reserved By Dharitri.Com

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri