ଇତିହାସକୁ ସାହିତ୍ୟ ମାଧ୍ୟମରେ ଲୋକପ୍ରିୟ କରିବାକୁ ଚେଷ୍ଟା କରେ

ପ୍ରଫେସର ନୀହାର ରଞ୍ଜନ ପଟ୍ଟନାୟକ। ୧୯୫୭ ଫେବୃୟାରୀ ୭ରେ ଜନ୍ମଗ୍ରହଣ କରିଥିବା ପ୍ରଫେସର ପଟ୍ଟନାୟକ କିସ୍‌ ଡିମ୍‌ଡ ବିଶ୍ୱବିଦ୍ୟାଳୟର ପ୍ରୋ-ଭାଇସ୍‌ ଚାନ୍ସଲର ଭାବେ କାର୍ଯ୍ୟରତ। ଉତ୍କଳ ବିଶ୍ୱବିଦ୍ୟାଳୟରୁ ଇତିହାସରେ ଏମ୍‌ଏ, ଏମ୍‌ଫିଲ୍‌, ପିଏଚ୍‌ଡି, ଡିଲିଟ୍‌ ସାରିବା ପରେ ଗଜପତି ଜିଲା ପାରଳାଖେମୁଣ୍ଡିରେ ଅଧ୍ୟାପକ ଭାବେ ଯୋଗଦେଇଥିଲେ। ଏହାପରେ ରେଭେନ୍‌ଶା କଲେଜରେ ୧୯୯୩ରେ ଜଣେ ଯୁବ ପ୍ରାଧ୍ୟାପକ ଭାବେ ଯୋଗଦେଇ ଦାୟିତ୍ୱ ନିର୍ବାହ କରିଥିଲେ। ପରେ ପରେ ଗଣଶିକ୍ଷା ବିଭାଗର ସିଏଚ୍‌ସିଇର ଅଧ୍ୟକ୍ଷ, ଟିଚର ଏଜୁକେଶନ ଆଣ୍ଡ୍‌ ଏସ୍‌ସିଆର୍‌ଟିର ନିର୍ଦ୍ଦେଶକ, ଷ୍ଟେଟ୍‌ ସିଲେକ୍ସନ ବୋର୍ଡର ସଭାପତି ରହିଥିଲେ। ଶେଷରେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ଚାକିରିରୁ ଅବସର ନେଇଥିଲେ। ଲେଖାଲେଖିରେ ମଧ୍ୟ ତାଙ୍କର ରୁଚି ରହିଛି। ଏ ପର୍ଯ୍ୟନ୍ତ ପ୍ରଫେସର ପଟ୍ଟନାୟକଙ୍କର ୪୬ଟି ପୁସ୍ତକ ପ୍ରକାଶ ପାଇଛି। ତାଙ୍କର କିଛି ଅଜଣା କଥା ସମ୍ପର୍କରେ ଏଥର ‘ନିଜ କଥା’ରେ ଆସନ୍ତୁ ଜାଣିବା।

ଲେଖିବାର ସ୍ପୃହା କେଉଁଠୁ ଆସିଥିଲା?
ମୋର ବାପା ପ୍ରଫେସର ଜଗନ୍ନାଥ ପଟ୍ଟନାୟକ ଜଣେ ଐତିହାସିକ ଓ ସାହିତି୍ୟକ। ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସେହି ବ୍ୟକ୍ତିତ୍ୱଙ୍କ ଦ୍ୱାରା ମୁଁ ଅନୁପ୍ରାଣିତ ହୋଇଛି। ସେ ମୋ ପ୍ରେରଣା ବୋଲି ମନେ କରେ।
ଆପଣ ଲେଖା ମାଧ୍ୟମରେ କ’ଣ ବାର୍ତ୍ତା ଦେବାକୁ ଚାହାନ୍ତି?
ଯେଉଁମାନେ ପାଠ ପଢ଼ୁଛନ୍ତି ସେମାନେ କେବଳ ଇତିହାସ ପଢ଼ିବା ଉଚିତ ଓ ଇତିହାସ କେବଳ ପାଠ୍ୟ ପୁସ୍ତକରେ ଥାଏ ବୋଲି ଅନେକେ ମନେ କରନ୍ତି। କିନ୍ତୁ ଇତିହାସରୁ ଅନେକ କିଛି ଶିଖିବାର ଅଛି। ତେଣୁ ଇତିହାସକୁ କିଭଳି ଲୋକପ୍ରିୟ କରାଯାଇପାରିବ ମୁଁ ପ୍ରବନ୍ଧ ଲେଖିବା ଆରମ୍ଭ କଲି। ଇତିହାସକୁ ସାହିତ୍ୟ ମାଧ୍ୟମରେ ଲୋକଲୋଚନକୁ ଆଣିବାକୁ ଚେଷ୍ଟା କରିଛି।
କ’ଣ ଖାଇବାକୁ ପସନ୍ଦ କରନ୍ତି?
ଦେଶୀ ମାଛ ମୋର ପ୍ରିୟ ଖାଦ୍ୟ
ପତ୍ନୀଙ୍କ ହାତ ତିଆରି କେଉଁ ଖାଦ୍ୟ ବେଶି ପସନ୍ଦ?
ସବୁ ପ୍ରକାର ରୋଷେଇ ଭଲ କରନ୍ତି। ତେବେ ମଟନ ବିରିୟାନୀ ଅଧିକ ଭଲଲାଗେ।
ବାହାରକୁ ଯିବାକୁ ପସନ୍ଦ କରନ୍ତି?
ହଁ। ଦେଶର ବିଭିନ୍ନ ସ୍ଥାନ ବୁଲିବା ସହିତ ପ୍ରାୟ ୧୫ଟି ଦେଶ ପରିଭ୍ରମଣ କରିଛି। ଯେଉଁ ସ୍ଥାନକୁ ବି ଯାଇଛି, ସେଠାରେ ଓଡ଼ିଶା ସଂସ୍କୃତିକୁ କିପରି ବ୍ୟବହାର କରୁଛନ୍ତି ତା’ ଉପରେ ଗବେଷଣା କରିଛି।
ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି?
ହଁ। ପୁରୁଣା ଫିଲ୍ମ ଦେଖିବାକୁ ଭଲଲାଗେ। କାରଣ ବର୍ତ୍ତମାନ ଫିଲ୍ମରେ କାହାଣୀ କମ୍‌, ଏଣ୍ଟରଟେନ୍‌ମେଣ୍ଟ ଅଧିକ। ସେତେବେଳର ଫିଲ୍ମ ମାଧ୍ୟମରେ ସାମାଜିକ ବାର୍ତ୍ତା ଦିଆଯାଉଥିଲା। ଶରତ ପୂଜାରୀ ଓ ଝରଣା ଦାସ ମୋର ପ୍ରିୟ କଳାକାର।
ସମୟ ମିଳିଲେ କ’ଣ କରନ୍ତି?
ଲେଖାଲେଖି କରିଥାଏ।
ସ୍ମରଣୀୟ ମୁହୂର୍ତ୍ତ ସମ୍ପର୍କରେ ?
ବାପାଙ୍କ ଦେହାନ୍ତ। କୋମାରେ ପଡ଼ିଥିଲେ। କିନ୍ତୁ ତାଙ୍କର କଣ ରୋଗ ହୋଇଛି ଶେଷ ପର୍ଯ୍ୟନ୍ତ କୌଣସି ଡାକ୍ତର ନିରୂପଣ କରିପାରିଲେ ନାହିଁ। ତାଙ୍କୁ ଦିଲ୍ଳୀ ଏମ୍ସରେ ଚିକିତ୍ସା କରିବାକୁ ନେବା ପାଇଁ ଚାହିଁଥିଲୁ। କିନ୍ତୁ ତାଙ୍କର ସ୍ବାସ୍ଥ୍ୟବସ୍ଥାକୁ ଦେଖି ପାଇଲଟ୍‌ ଛାଡ଼ିନଥିଲେ। ଶେଷରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ମୋ ପାଇଁ ସବୁବେଳେ ଦୁଃଖଦାୟକ ସ୍ମୃତି ହୋଇ ରହିବ। ତାଙ୍କ ପାଇଁ କିଛି କରିପାରିଲୁନି ବୋଲି ସବୁବେଳେ ଭାବେ।
ଖବରକାଗଜରେ କେଉଁ ଅଂଶକୁ ପଢ଼ିବାକୁ ପସନ୍ଦ କରନ୍ତି ?
ମୁଁ ‘ଧରିତ୍ରୀ’ ଖବରକାଗଜ ପଢ଼ିବାକୁ ପସନ୍ଦ କରେ। କାରଣ ଏହା ଏକମାତ୍ର ଖବରକାଗଜ ଯାହା ନିରପେକ୍ଷ ଖବର ପ୍ରକାଶ କରିଥାଏ। ଏହାର ସମ୍ପାଦକୀୟ ଓ ଫିଚର ଷ୍ଟୋରି ପଢ଼ିବାକୁ ଭଲଲାଗେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri