ଇତିହାସକୁ ସାହିତ୍ୟ ମାଧ୍ୟମରେ ଲୋକପ୍ରିୟ କରିବାକୁ ଚେଷ୍ଟା କରେ

ପ୍ରଫେସର ନୀହାର ରଞ୍ଜନ ପଟ୍ଟନାୟକ। ୧୯୫୭ ଫେବୃୟାରୀ ୭ରେ ଜନ୍ମଗ୍ରହଣ କରିଥିବା ପ୍ରଫେସର ପଟ୍ଟନାୟକ କିସ୍‌ ଡିମ୍‌ଡ ବିଶ୍ୱବିଦ୍ୟାଳୟର ପ୍ରୋ-ଭାଇସ୍‌ ଚାନ୍ସଲର ଭାବେ କାର୍ଯ୍ୟରତ। ଉତ୍କଳ ବିଶ୍ୱବିଦ୍ୟାଳୟରୁ ଇତିହାସରେ ଏମ୍‌ଏ, ଏମ୍‌ଫିଲ୍‌, ପିଏଚ୍‌ଡି, ଡିଲିଟ୍‌ ସାରିବା ପରେ ଗଜପତି ଜିଲା ପାରଳାଖେମୁଣ୍ଡିରେ ଅଧ୍ୟାପକ ଭାବେ ଯୋଗଦେଇଥିଲେ। ଏହାପରେ ରେଭେନ୍‌ଶା କଲେଜରେ ୧୯୯୩ରେ ଜଣେ ଯୁବ ପ୍ରାଧ୍ୟାପକ ଭାବେ ଯୋଗଦେଇ ଦାୟିତ୍ୱ ନିର୍ବାହ କରିଥିଲେ। ପରେ ପରେ ଗଣଶିକ୍ଷା ବିଭାଗର ସିଏଚ୍‌ସିଇର ଅଧ୍ୟକ୍ଷ, ଟିଚର ଏଜୁକେଶନ ଆଣ୍ଡ୍‌ ଏସ୍‌ସିଆର୍‌ଟିର ନିର୍ଦ୍ଦେଶକ, ଷ୍ଟେଟ୍‌ ସିଲେକ୍ସନ ବୋର୍ଡର ସଭାପତି ରହିଥିଲେ। ଶେଷରେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ଚାକିରିରୁ ଅବସର ନେଇଥିଲେ। ଲେଖାଲେଖିରେ ମଧ୍ୟ ତାଙ୍କର ରୁଚି ରହିଛି। ଏ ପର୍ଯ୍ୟନ୍ତ ପ୍ରଫେସର ପଟ୍ଟନାୟକଙ୍କର ୪୬ଟି ପୁସ୍ତକ ପ୍ରକାଶ ପାଇଛି। ତାଙ୍କର କିଛି ଅଜଣା କଥା ସମ୍ପର୍କରେ ଏଥର ‘ନିଜ କଥା’ରେ ଆସନ୍ତୁ ଜାଣିବା।

ଲେଖିବାର ସ୍ପୃହା କେଉଁଠୁ ଆସିଥିଲା?
ମୋର ବାପା ପ୍ରଫେସର ଜଗନ୍ନାଥ ପଟ୍ଟନାୟକ ଜଣେ ଐତିହାସିକ ଓ ସାହିତି୍ୟକ। ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସେହି ବ୍ୟକ୍ତିତ୍ୱଙ୍କ ଦ୍ୱାରା ମୁଁ ଅନୁପ୍ରାଣିତ ହୋଇଛି। ସେ ମୋ ପ୍ରେରଣା ବୋଲି ମନେ କରେ।
ଆପଣ ଲେଖା ମାଧ୍ୟମରେ କ’ଣ ବାର୍ତ୍ତା ଦେବାକୁ ଚାହାନ୍ତି?
ଯେଉଁମାନେ ପାଠ ପଢ଼ୁଛନ୍ତି ସେମାନେ କେବଳ ଇତିହାସ ପଢ଼ିବା ଉଚିତ ଓ ଇତିହାସ କେବଳ ପାଠ୍ୟ ପୁସ୍ତକରେ ଥାଏ ବୋଲି ଅନେକେ ମନେ କରନ୍ତି। କିନ୍ତୁ ଇତିହାସରୁ ଅନେକ କିଛି ଶିଖିବାର ଅଛି। ତେଣୁ ଇତିହାସକୁ କିଭଳି ଲୋକପ୍ରିୟ କରାଯାଇପାରିବ ମୁଁ ପ୍ରବନ୍ଧ ଲେଖିବା ଆରମ୍ଭ କଲି। ଇତିହାସକୁ ସାହିତ୍ୟ ମାଧ୍ୟମରେ ଲୋକଲୋଚନକୁ ଆଣିବାକୁ ଚେଷ୍ଟା କରିଛି।
କ’ଣ ଖାଇବାକୁ ପସନ୍ଦ କରନ୍ତି?
ଦେଶୀ ମାଛ ମୋର ପ୍ରିୟ ଖାଦ୍ୟ
ପତ୍ନୀଙ୍କ ହାତ ତିଆରି କେଉଁ ଖାଦ୍ୟ ବେଶି ପସନ୍ଦ?
ସବୁ ପ୍ରକାର ରୋଷେଇ ଭଲ କରନ୍ତି। ତେବେ ମଟନ ବିରିୟାନୀ ଅଧିକ ଭଲଲାଗେ।
ବାହାରକୁ ଯିବାକୁ ପସନ୍ଦ କରନ୍ତି?
ହଁ। ଦେଶର ବିଭିନ୍ନ ସ୍ଥାନ ବୁଲିବା ସହିତ ପ୍ରାୟ ୧୫ଟି ଦେଶ ପରିଭ୍ରମଣ କରିଛି। ଯେଉଁ ସ୍ଥାନକୁ ବି ଯାଇଛି, ସେଠାରେ ଓଡ଼ିଶା ସଂସ୍କୃତିକୁ କିପରି ବ୍ୟବହାର କରୁଛନ୍ତି ତା’ ଉପରେ ଗବେଷଣା କରିଛି।
ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି?
ହଁ। ପୁରୁଣା ଫିଲ୍ମ ଦେଖିବାକୁ ଭଲଲାଗେ। କାରଣ ବର୍ତ୍ତମାନ ଫିଲ୍ମରେ କାହାଣୀ କମ୍‌, ଏଣ୍ଟରଟେନ୍‌ମେଣ୍ଟ ଅଧିକ। ସେତେବେଳର ଫିଲ୍ମ ମାଧ୍ୟମରେ ସାମାଜିକ ବାର୍ତ୍ତା ଦିଆଯାଉଥିଲା। ଶରତ ପୂଜାରୀ ଓ ଝରଣା ଦାସ ମୋର ପ୍ରିୟ କଳାକାର।
ସମୟ ମିଳିଲେ କ’ଣ କରନ୍ତି?
ଲେଖାଲେଖି କରିଥାଏ।
ସ୍ମରଣୀୟ ମୁହୂର୍ତ୍ତ ସମ୍ପର୍କରେ ?
ବାପାଙ୍କ ଦେହାନ୍ତ। କୋମାରେ ପଡ଼ିଥିଲେ। କିନ୍ତୁ ତାଙ୍କର କଣ ରୋଗ ହୋଇଛି ଶେଷ ପର୍ଯ୍ୟନ୍ତ କୌଣସି ଡାକ୍ତର ନିରୂପଣ କରିପାରିଲେ ନାହିଁ। ତାଙ୍କୁ ଦିଲ୍ଳୀ ଏମ୍ସରେ ଚିକିତ୍ସା କରିବାକୁ ନେବା ପାଇଁ ଚାହିଁଥିଲୁ। କିନ୍ତୁ ତାଙ୍କର ସ୍ବାସ୍ଥ୍ୟବସ୍ଥାକୁ ଦେଖି ପାଇଲଟ୍‌ ଛାଡ଼ିନଥିଲେ। ଶେଷରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ମୋ ପାଇଁ ସବୁବେଳେ ଦୁଃଖଦାୟକ ସ୍ମୃତି ହୋଇ ରହିବ। ତାଙ୍କ ପାଇଁ କିଛି କରିପାରିଲୁନି ବୋଲି ସବୁବେଳେ ଭାବେ।
ଖବରକାଗଜରେ କେଉଁ ଅଂଶକୁ ପଢ଼ିବାକୁ ପସନ୍ଦ କରନ୍ତି ?
ମୁଁ ‘ଧରିତ୍ରୀ’ ଖବରକାଗଜ ପଢ଼ିବାକୁ ପସନ୍ଦ କରେ। କାରଣ ଏହା ଏକମାତ୍ର ଖବରକାଗଜ ଯାହା ନିରପେକ୍ଷ ଖବର ପ୍ରକାଶ କରିଥାଏ। ଏହାର ସମ୍ପାଦକୀୟ ଓ ଫିଚର ଷ୍ଟୋରି ପଢ଼ିବାକୁ ଭଲଲାଗେ।


Enter your email to get our daily news in your inbox.

All Right Reserved By Dharitri.Com

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri