Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ବିଜୟଧାରା ବଜାୟ ଲକ୍ଷ୍ୟରେ ଓଡ଼ିଶା ଏଫ୍‌ସି

ବେଙ୍ଗାଲୁରୁ,୨୨।୧(ପି.ଟି.)- ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ବୁଧବାର ଓଡ଼ିଶା ଏଫସି ଓ ବେଙ୍ଗାଲୁରୁ ଏଫ୍‌ସି ପରସ୍ପରକୁ ଭେଟିବେ। ଗତ ମ୍ୟାଚ୍‌ରେ ମୁମ୍ବାଇ ସିଟି ଏଫ୍‌ସିଠାରୁ ବେଙ୍ଗାଲୁରୁ ପରାସ୍ତ ହୋଇଥିଲା। ସ୍ଥାନୀୟ ଶ୍ରୀ କାନ୍ତରଭା ଷ୍ଟାଡିୟମରେ ଖେଳାଯିବକୁ ଥିବା ଏହି ମ୍ୟାଚ୍‌ରେ ବିଜୟୀ ହୋଇ ବେଙ୍ଗାଲୁରୁ ବିଜୟଧାରାକୁ ଫେରିବା ଲକ୍ଷ୍ୟରେ ରହିଛି। ଅନ୍ୟପଟେ ଓଡ଼ିଶା କ୍ରମାଗତ ୪ଟି ମ୍ୟାଚ୍‌ରେ ବିଜୟୀ ହୋଇ ପଏଣ୍ଟ ତାଲିକାର ଶ୍ରେଷ୍ଠ ୪’ରେ ସ୍ଥାନ ହାସଲ କରି ନିଜର ଆତ୍ମବିଶ୍ୱାସ ବେଶ୍‌ ଦୃଢ କରିଛି ଓ ମୁମେଣ୍ଟମ ବଜାୟ ଲକ୍ଷ୍ୟରେ ରହିଛି।
ବେଙ୍ଗାଲୁରୁ ୧୩ଟି ମ୍ୟାଚ୍‌ ଖେଳି ୬ ବିଜୟ, ୩ ପରାଜୟ ଓ ୪ଟି ଡ୍ର ସହ ୨୨ ପଏଣ୍ଟ ହାସଲ କରି ତୃତୀୟ ସ୍ଥାନରେ ରହିଛି। ଅନ୍ୟପଟେ ଓଡ଼ିଶା ସମାନ ୧୩ଟି ମ୍ୟାଚ୍‌ ଖେଳି ୬ ବିଜୟ, ୪ ପରାଜୟ ଓ ୩ଟି ଡ୍ର ସହ ୨୧ ପଏଣ୍ଟ ପାଇଁ ଚତୁର୍ଥ ସ୍ଥାନରେ ରହିଛି। ଫଳରେ ବିଜୟୀ ହେଲେ ବେଙ୍ଗାଲୁରୁ ୨୫ ପଏଣ୍ଟ ପାଇ ଏଫ୍‌ସି ଗୋଆ ଓ ଏଟିକେକୁ (ଉଭୟ ୨୪ ପଏଣ୍ଟ) ପଛରେ ପକାଇ ଶୀର୍ଷ ସ୍ଥାନ ଅଧିକାର କରିବ। ପୁଣି ଯଦି ଓଡ଼ିଶା ଜିତେ ତାହେଲେ ୨୪ ପଏଣ୍ଟ ପାଇ ଗୋଆ ଓ ଏଟିକେ ସ ସମାନ ହେବ।
ଗତ ୪ଟି ମ୍ୟାଚ୍‌ ଜିତିଥିବାର ଖେଳାଳିଙ୍କ ଆତ୍ମବିଶ୍ୱାସ ଆକାଶଛୁଆଁ ରହିଛି ବୋଲି ଓଡ଼ିଶା କୋଚ୍‌ ଜୋସେଫ୍‌ ଗୋମ୍ବାଉ କହିଛନ୍ତି। ବିଜୟୀ ହେଲେ ଆମେ ବେଙ୍ଗାଲୁରୁକୁ ପଛରେ ପକାଇବୁ। ଏହି ମ୍ୟାଚ୍‌ ନିଶ୍ଚିତ ଭାବେ ଆମ ପାଇଁ କଷ୍ଟକର ହେବ। ତେବେ ଆମେ ଜିତିବାକୁ ପ୍ରୟାସ କରିବୁ ବୋଲି ସେ କହିଛନ୍ତି। ଅନ୍ୟପଟେ ଡିଫେନ୍ସରେ ଦଳର ତ୍ରୁଟି ନେଇ ବେଙ୍ଗାଲୁରୁ କୋଚ୍‌ କାର୍ଲସ୍‌ କୁଆଡ୍ରାଟ୍‌ ଚିନ୍ତିତ ଥିବା କଥା କହିଛନ୍ତି। ଗତ ମ୍ୟାଚ୍‌ରେ ଆଶାନୁରୂପ ପ୍ରଦର୍ଶନ କରି ନ ଥିଲୁ । କିନ୍ତୁ ଏଥର ତ୍ରୁଟି ସୁଧାରି ଓଡ଼ିଶାକୁ ପରାସ୍ତ କରିବୁ ବୋଲି ସେ କହିଛନ୍ତି। ସୁନୀଲ ଛେତ୍ରୀ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ୮ଟି ଗୋଲ ସ୍କୋର କରିଛନ୍ତି। ତେବେ ଅନ୍ୟ କୌଣସି ଷ୍ଟ୍ରାଇକର ଏପର୍ଯ୍ୟନ୍ତ ଦମ୍‌ ଦେଖାଇପାରି ନାହାନ୍ତି।
ଅନ୍ୟପଟେ ଯଦି ଓଡ଼ିଶା ବିଜୟୀ ହୁଏ ତେବେ କ୍ରମାଗତ ୫ଟି ମ୍ୟାଚ୍‌ ଜିତିବାରେ ଗୋଆକୁ ପଛରେ ପକାଇ ରେକର୍ଡ କରିବ। ବିନିତ ରାୟ ସସ୍‌ପେଣ୍ଡ ହୋଇଥିବାରୁ ଓ ନନ୍ଦକୁମାର ଶେଖର ଆହତ ହୋଇଥିବାରୁ ଓଡ଼ିଶା ଚିନ୍ତାରେ ଅଛି। ତେବେ ଏହା ସତ୍ତ୍ୱେ ଓଡ଼ିଶା ତା’ର ଫର୍ମ ବଜାୟ ରଖି ବିଜୟଧାରା ଅବ୍ୟାହତ ରଖିବ ବୋଲି କୋଚ୍‌ ଗୋମ୍ବାଉ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri