Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ଫାଙ୍କା ଷ୍ଟାଡିୟମରେ ଏଟିକେ- ଚେନ୍ନାଇନ୍‌ ଫାଇନାଲ ଆଜି

ମାରଗାଓ, ୧୪।୩(ପି.ଟି.)- ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭାରତର ଏହି ସର୍ବବୃହତ୍‌ ଫୁଟବଲ ଲିଗ୍‌ ଷଷ୍ଠ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଶନିବାର ଏଟିକେ ଓ ଚେନ୍ନାଇନ୍‌ ଏଫ୍‌ସି ମୁହଁମୁହିଁ ହେବେ। ଏହି ଟାଇଟଲ ମୁକାବିଲା ଦର୍ଶକଙ୍କ ଅନୁପସ୍ଥିତିରେ ଫାଙ୍କା ଷ୍ଟାଡିୟମରେ ଖେଳାଯିବ। ବିଶ୍ୱବ୍ୟାପୀ ଦେଖାଦେଇଥିବା କରୋନା ଭାଇରସ ଆତଙ୍କ କାରଣରୁ ରୁଦ୍ଧଦ୍ୱାରରେ ଏହି ମ୍ୟାଚ୍‌ ଖେଳାଯିବାକୁ ନିଷ୍ପତ୍ତି ନିଆଯାଇଛି। ଭିନ୍ନ କାରଣ ପାଇଁ ଆଉ ଏକ ଆଇଏସ୍‌ଏଲ ମ୍ୟାଚ୍‌ ଫାଙ୍କା ଷ୍ଟାଡିୟମ୍‌ରେ ଖେଳାଯିବ। ଏହାପୂର୍ବରୁ ଆସାମରେ ଦେଖାଦେଇଥିବା ନାଗରିକତା ସଂଶୋଧନ ବିଲ (ସିଏଏ) ବିରୋଧରେ ବିକ୍ଷୋଭ କାରଣରୁ ଗୁଆହାଟୀରେ ଅନୁଷ୍ଠିତ ନର୍ଥଇଷ୍ଟ ୟୁନାଇଟେଡ ଏଫ୍‌ସି ଓ ବେଙ୍ଗାଲୁରୁ ଏଫ୍‌ସି ମ୍ୟାଚ୍‌ ଦର୍ଶକଙ୍କ ଅନୁପସ୍ଥିତିରେ ଫାଙ୍କା ଷ୍ଟାଡିୟମରେ ଖେଳାଯାଇଥିଲା।
ବିଭିନ୍ନ ଦୃଷ୍ଟିକୋଣରୁ ଏଥରର ଟୁର୍ନାମେଣ୍ଟ ଗୁରୁତ୍ୱବହନ କରୁଛି। ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଆଇଏସ୍‌ଏଲକୁ ଏକ ଟପ୍‌ ଟାୟର ପ୍ରତିଯୋଗିତାରେ ମର୍ଯ୍ୟାଦା ପ୍ରଦାନ କରିବା ଏକ ଉଲ୍ଲେଖନୀୟ ଘଟଣା ସାବ୍ୟସ୍ତ ହୋଇଛି। ଲିଗ୍‌ ପର୍ଯ୍ୟାୟ ଚାମ୍ପିୟନ ଏଫ୍‌ସି ଗୋଆ ପ୍ରଥମ ଭାରତୀୟ ଦଳ ଭାବେ ଏସିଆର ଶ୍ରେଷ୍ଠ କ୍ଲବ ଲିଗ୍‌ ଏଫ୍‌ସି ଚାମ୍ପିୟନ୍ସ ଲିଗ୍‌ ଗ୍ରୁପ ପର୍ଯ୍ୟାୟରେ ସିଧାସଳଖ ଖେଳିବାର ସୁଯୋଗ ପାଇଛି।
ପୂର୍ବରୁ ଏଟିକେ ୨୦୧୪ ଓ ୨୦୧୬ରେ ଏବଂ ଚେନ୍ନାଇନ ୨୦୧୫ ଓ ୨୦୧୭- ୧୮ରେ ଦୁଇଥର ଲେଖାଏ ଆଇଏସ୍‌ଏଲ୍‌ ଟାଇଟଲ ହାସଲ କରିଥିଲେ। ଯେଉଁ ଦଳ ବି ଚାମ୍ପିୟନ ହେବ ତୃତୀୟ ଥର ପାଇଁ ବାଜି ମାରିବ। ପ୍ଲେ ଅଫ୍‌ରେ ଏହି ଦୁଇ ଦଳ ଦମ୍‌ଦାର ପ୍ରଦର୍ଶନ କରିଥିଲେ। ଏଫ୍‌ସି ଗୋଆକୁ ଦୁଇ ଲେଗ୍‌ ବିଶିଷ୍ଟ ସେମିଫାଇନାଲରେ ୬-୫ ଗୋଲରେ ହରାଇ ଚେନ୍ନାଇନ୍‌ ଫାଇନାଲରେ ପ୍ରବେଶ କରିଥିଲା। ସେହିପରି ବେଙ୍ଗାଲୁରୁ ଏଫ୍‌ସିକୁ ୩-୨ରେ ହରାଇ ଏଟିକେ ଫାଇନାଲ ଟିକେଟ ହାସଲ କରିଥିଲା। ଲିଗ୍‌ ପର୍ଯ୍ୟାୟରେ ଏଟିକେ ୧୮ ମ୍ୟାଚ୍‌ ଖେଳି ୧୦ ବିଜୟ, ୪ ଡ୍ର ଓ ୪ ପରାଜୟ ସହ ୩୪ ପଏଣ୍ଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଥିଲା। ସେହିପରି ଚେନ୍ନାଇନ୧୮ ମ୍ୟାଚ୍‌ ଖେଳି ୮ ବିଜୟ, ୫ ଡ୍ର ଓ ୫ ପରାଜୟ ସହ ୨୯ ପଏଣ୍ଟ ପାଇ ତାଲିକାରେ ଚତୁର୍ଥ ସ୍ଥାନରେ ରହିଥିଲା। ଶୀର୍ଷରେ ଥିବା ଗୋଆ ଫାଇନାଲରେ ପ୍ରବେଶ କରିବାରେ ବିଫଳ ହୋଇଥିଲା। ସାରା ସେସନରେ ଏଟିକେ ସ୍ଥିର ପ୍ରଦର୍ଶନ କରିଥିଲା। ତେବେ ଫାଇନାଲରେ ପହଞ୍ଚିବା ପାଇଁ ଚେନ୍ନାଇନକୁ ଭାଗ୍ୟଦେବୀ ସାମାନ୍ୟ ସହାୟ ହୋଇଥିଲେ।
ଫାଇନାଲରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଚେନ୍ନାଇନ ଏଫ୍‌ସି ଓଓ୍ବେନ କୋଏଲ ଆଶା ପ୍ରକାଶ କରିଛନ୍ତି। ଚେନ୍ନାଇନ୍‌ ଫରଓ୍ବାର୍ଡ ନେରିଜୁସ ଭାଲସ୍କିଜ ଏପର୍ଯ୍ୟନ୍ତ ୧୪ଟି ଗୋଲ ସ୍କୋର କରି ଟପ୍‌ ସ୍କୋରର ଦୌଡ଼ରେ ରହିଛନ୍ତି। ମିଡ୍‌ଫିଲ୍ଡର ରାଫାଏଲ କ୍ରିଭେଲାରୋ ଦଳ ପାଇଁ ସୁଯୋଗ ସୃଷ୍ଟି କରିବାରେ ସିଦ୍ଧ ହସ୍ତ। କୋଏଲଙ୍କ ତତ୍ତ୍ୱାବଧାନରେ ଏହି ଦୁଇ ଖେଳାଳି ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ସେହିପରି ଓ୍ବିଙ୍ଗର ଲାଲିଆଞ୍ଜୁଆଲା ଚାଙ୍ଗଟେ ମଧ୍ୟ ଉଚ୍ଚକୋଟୀର ପ୍ରଦର୍ଶନ କରିଛନ୍ତି। ସେ ପ୍ରଥମ ଭାରତୀୟ ଫୁଟବଲର ଭାବେ ପ୍ଲେ ଅଫ୍‌ର ଦୁଇଟି ଲେଗ୍‌ରେ ଗୋଲ ସ୍କୋର କରିଛନ୍ତି। ଏଟିକେ ଏକ ବଡ଼ ଦଳ ଓ ଏହା ପ୍ରତି ଆମର ସମ୍ମାନ ଅଛି। ନିଜ ଷ୍ଟାଇଲରେ ଆମେ ଖେଳିବୁ। ଦଳ ସାମାନ୍ୟ ଚାପରେ ରହିଛି ବୋଲି କୋଏଲ ସ୍ବୀକାର କରିଛନ୍ତି।
ଅପରପକ୍ଷରେ ଏଟିକେ ରଏ କ୍ରିଷ୍ଣା ଓ ଡେଭିଡ ଓ୍ବିଲିୟମ୍ସଙ୍କ ଉପରେ ଆଟାକ ଦୃଷ୍ଟିକୋଣରୁ ଅଧିକ ନିର୍ଭରଶୀଳ ହୋଇପଡିଛି। ଏପର୍ଯ୍ୟନ୍ତ ୧୫ଟି ଗୋଲ ସ୍କୋର କରି କ୍ରିଷ୍ଣା ଗୋଲ୍‌ଡେନ ବୁଟ୍‌ ଦୌଡ଼ରେ ସାମିଲ ହୋଇଛନ୍ତି। ସେହିପରି ଓ୍ବିଲିୟମ୍ସ, ଏଡୁ ଗାର୍ସିଆ ଓ ଜାଭିଏର ହର୍ନାଣ୍ଡିଜ୍‌, ଉଙ୍ଗ୍‌ ବ୍ୟାକ ପ୍ରବୀର ଦାସ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ଆମେ ଫାଇନାଲ ମ୍ୟାଚ୍‌କୁ ଉପଭୋଗ କରିବୁ ଓ ବିଜୟୀ ହୋଇ ଟାଇଟଲ ଜିତିବାକୁ ଚେଷ୍ଟା କରିବୁ ବୋଲି ଏଟିକେ କୋଚ୍‌ ଆଣ୍ଟୋନିଓ ହାବାସ କହିଛନ୍ତି। ୨୦୧୪ରେ ସେ ଏଟିକେର ନେତୃତ୍ୱ ନେଇ ଦଳକୁ ଚାମ୍ପିୟନ କରାଇଥିଲେ।
ମ୍ୟାଚ୍‌ ଆରମ୍ଭ: ସନ୍ଧ୍ୟା ୭.୩୦
ସ୍ଥାନ: ମାରଗୋଆ (ଫାର୍ଟୋଡା ଷ୍ଟାଡିୟମ)
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ ନେଟଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri