Posted inଖେଳ

ଆସନ୍ତାବର୍ଷ ଟିମ୍‌ ଇଣ୍ଡିଆ ନ୍ୟୁଜିଲାଣ୍ଡ ଗସ୍ତ କରିବ

ଓ୍ବେଲିଂଟନ,୮।୬(ପି.ଟି.)- ଆସନ୍ତାବର୍ଷ ପ୍ରାରମ୍ଭରେ ଭାରତୀୟ କ୍ରିକେଟ ଦଳ ନ୍ୟୁଜିଲାଣ୍ଡ ଗସ୍ତ କରିବ। ଏହି ଗସ୍ତରେ ଭାରତ ପ୍ରଥମେ ଏକ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଖେଳିବ ଓ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳି ଗସ୍ତ ଶେଷ କରିବ। ଟି୨୦ ସିରିଜ ଜାନୁୟାରୀ ୨୪ରୁ ଆରମ୍ଭ ହେବ। ଟି୨୦ ସିରିଜ ପରେ ଭାରତ ଓ ନ୍ୟୁଜିଲାଣ୍ଡ ଏକ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଖେଳିବେ। ସେହିପରି ଫେବୃୟାରୀ ୨୧ରୁ ୨୫ ତାରିଖରେ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଓ୍ବେଲିଂଟନରେ ଖେଳାଯିବ। ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଖ୍ରୀଷ୍ଟଚର୍ଚ୍ଚରେ ଫେବୃୟାରୀ ୨୯ରୁ ମାର୍ଚ୍ଚ ୪ ତାରିଖ ମଧ୍ୟରେ ଖେଳାଯିବ। ଭାରତର ଏହି ଗସ୍ତ ପୂର୍ବରୁ ନ୍ୟୁଜିଲାଣ୍ଡ ଇଂଲଣ୍ଡ ବିପକ୍ଷରେ ୫ଟି ଟି୨୦ ଓ ଦୁଇଟି ଟେଷ୍ଟ ମ୍ୟାଚ୍‌ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ନ୍ୟୁଜିଲାଣ୍ଡ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ଡିସେମ୍ବର ୧୨ରୁ ଜାନୁୟାରୀ ୭ ତାରିଖ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ପୁଣି ଭାରତ ସିରିଜ ପରେ ନ୍ୟୁଜିଲାଣ୍ଡ ପୁଣି ଅଷ୍ଟ୍ରେଲିଆ ଗସ୍ତ କରି ମାର୍ଚ୍ଚ ୧୩ରୁ ୨୦ ତାରିଖ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ। ଏହାପରେ ମାର୍ଚ୍ଚ ୨୪ରୁ ୨୯ ତାରିଖ ମଧ୍ୟରେ ନ୍ୟୁଜିଲାଣ୍ଡ ଆଉ ଏକ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ସନ୍ଦେହ କରିବାର କିଛି ନାହିଁ’

ମେଲବୋର୍ନ,୬।୧୦: ଷ୍ଟାର ଅଷ୍ଟ୍ରେଲିଆନ ବ୍ୟାଟ୍ସମ୍ୟାନ ଡେଭିଡ ଓ୍ବାର୍ନର ଏବେ ଖରାପ ଫର୍ମ କାରଣରୁ ଆଇପିଏଲରେ ଖେଳିବାକୁ ସୁଯୋଗ ପାଉନାହାନ୍ତି। ବର୍ଷେରୁ ଅଧିକ ସମୟ ହେଲା ଅନ୍ତର୍ଜାତୀୟ...

ସିରିଜ୍‌ ଜିତିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବେ ଦୁଇ ଦଳ

ବେଙ୍ଗାଲୁରୁ,୧୯।୬: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜର ଶେଷ ମ୍ୟାଚ ଆଜି ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ଉଭୟ...

ଣ୍ଡିଆନ ସୁପର ଲିଗ୍‌: ଓଡ଼ିଶା ଆଶା ଉଜ୍ଜୀବିତ

ଭୁବନେଶ୍ୱର,୧୫।୨(ସ୍ପୋଟର୍‌ସ ବ୍ୟୁରୋ)- ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶୁକ୍ରବାର ଅନୁଷ୍ଠିତ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଓଡ଼ିଶା ଏଫ୍‌ସି ଭ୍ରମଣକାରୀ ନର୍ଥ ଇଷ୍ଟ ୟୁନାଇଟେଡକୁ ପରାସ୍ତ...

ଦୁବାଇରେ କ୍ୟାରିୟରର ଅନ୍ତିମ ଟୁର୍ନାମେଣ୍ଟ ଖେଳିବେ ସାନିଆ

ନୂଆଦିଲ୍ଲୀ,୭।୧: ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ସନ୍ନ୍ୟାସ ନେଇ ଘୋଷଣା କରିଛନ୍ତି। ଆସନ୍ତା ଫେବୃୟାରୀ ୧୯ରେ ଖେଳାଯିବାକୁ ଥିବା ଦୁବାଇ ଟେନିସ ଚାମ୍ପିୟନଶିପ୍‌ ତାଙ୍କ...

ଆଇପିଏଲ୍‌ ଛାଡ଼, ଦେଶର ସମର୍ଥନରେ ଛିଡ଼ା ହୁଅ: ରଣତୁଙ୍ଗା

କଲମ୍ବୋ,୧୨।୪: ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ଶ୍ରୀଲଙ୍କା ନିଜକୁ ଦେବାଳିଆ ଘୋଷଣା କରିଛି। ସ୍ଥିତି ଦିନକୁ ଦିନ ବିଗିଡ଼ୁଥିବାରୁ ଏସବୁର ପ୍ରଭାବ ଏବେ...

ବିସିସିଆଇକୁ କମ୍ପ୍ଲେନ କରିଥିଲେ ସିନିୟର ଖେଳାଳି

ମୁମ୍ବାଇ,୨୮।୯: ଭାରତୀୟ ଅଧିନାୟକ ବିରାଟ କୋହଲି ନିକଟରେ ଟି୨୦ ଦଳର ନେତୃତ୍ୱ ଛାଡ଼ିବା ନେଇ ଘୋଷଣା କରିଥିଲେ। ତେବେ ଏହା ପଛରେ ଏକ ବଡ଼ କାରଣ...

ପ୍ରଥମେ ବ୍ୟାଟିଂ କରିବ ଭାରତ

ଓ୍ବେଲିଂଟନ,୩୧।୧- ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବ। ଘରୋଇ ଦଳ ଅଧିନାୟକ ଟିମ୍‌ ସୌଦି ଟସ୍‌ ଜିତି ଟିମ୍‌...

ଓଡ଼ିଶା ଟେନିସ ପ୍ରିମିୟର ଲିଗ୍‌ ଆରମ୍ଭ

ଭୁବନେଶ୍ୱର, ୫।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ଟେନିସ ପ୍ରିମିୟର ଲିଗ୍‌(ଓଟିପିଏଲ)ର ତୃତୀୟ ସଂସ୍କରଣ ବୁଧବାର କିଟ୍‌ ପରିସରରେ ଆରମ୍ଭ ହୋଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ...

Advertisement
Archives

Model This Week