ଆର୍‌ବିଆଇ ହ୍ରାସ କଲା ରିସ୍କ ଓ୍ବେଟ୍‌;ଶସ୍ତା ହେବ କଞ୍ଜ୍ୟୁମର, ପର୍ସନାଲ ଲୋନ

ଓ୍ବାଶିଂଟନ,୧୪-୯: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପାର୍ବଣ ଋତୁରେ ଖର୍ଚ୍ଚ ବଢ଼ାଇବା ଲାଗି ପଦକ୍ଷେପ ନେଇଛନ୍ତି। କଞ୍ଜ୍ୟୁମର ଲୋନ୍‌ ପାଇଁ ଆବଶ୍ୟକ ହେଉଥିବା ରିସ୍କ ଓ୍ବେଟ୍‌କୁ ୧୨୫ରୁ ୧୦୦ ପ୍ରତିଶତକୁ ହ୍ରାସ କରିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ନିଷ୍ପତ୍ତି ନେଇଛନ୍ତି। ଫଳରେ ପର୍ସନାଲ, କଞ୍ଜ୍ୟୁମର ଲୋନ୍‌ ଉପରେ ବ୍ୟାଙ୍କଗୁଡ଼ିକର ଖର୍ଚ୍ଚ କମିଯିବ। ସେମାନେ ଏହି ସବୁ ଋଣ ସୁଧ ହାର ହ୍ରାସ କରିବାକୁ ସୁଯୋଗ ପାଇବେ। ତେବେ କ୍ରେଡିଟ କାର୍ଡ ମାମଲାରେ ଏହି ଛାଡ଼ ସୁବିଧା ମିଳିବନି। ସୂଚନାଥାଉ କି, ଋଣ ଫେରସ୍ତ ନ ହେବା କ୍ଷେତ୍ରରେ ଏହାର ଭରଣା ପାଇଁ ବ୍ୟାଙ୍କଗୁଡ଼ିକ ସ୍ବତନ୍ତ୍ର ଭାବେ ପୁଞ୍ଜି ଜମା ରଖିଥାନ୍ତି। ଏହାକୁ ରିସ୍କ ଓ୍ବେଟ୍‌ କୁହାଯାଇଥାଏ। କ୍ରେଡିଟ କାର୍ଡ ଭଳି ଅଣସୁରକ୍ଷିତ ମନେ କରାଯାଉଥିବା ଋଣ ପାଇଁ ଅଦ୍ୟାବଧି ଅତିକମ୍‌ରେ ୧୨୫ ପ୍ରତିଶତର ରିସ୍କ ଓ୍ବେଟ୍‌ ରଖାଯିବାର ବ୍ୟବସ୍ଥା ରହିଛି। ତେବେ ଶିକ୍ଷା ଋଣକୁ ଏଥିରୁ ବାଦ୍‌ ଦିଆଯାଇଛି। କେରଳରେ ଓଣମ ପର୍ବ ପାଳନରୁ ଦେଶରେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଆର୍‌ବିଆଇର ଉକ୍ତ ପଦକ୍ଷେପ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ। ଆସନ୍ତା ମାସରେ ଉତ୍ତର ଭାରତ ଓ ପୂର୍ବ ଭାରତରେ ଦଶହରା ଓ ଦୀପାବଳୀ ପାଳନ କରାଯିବ। ଏପରିସ୍ଥିତିରେ ଗ୍ରାହକଙ୍କୁ ଶସ୍ତାରେ ଋଣ ଉପଲବ୍ଧ ହୋଇପାରିବ। ତେବେ ଏକ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ଏହାର ଫାଇଦା ପହଞ୍ଚାଇବା ଆବଶ୍ୟକ ରହିଛି। କ୍ରେଡିଟ କାର୍ଡରେ ଏହି ସୁବିଧାର ଲାଭ ମିଳୁ ନ ଥିଲେ ସୁଦ୍ଧା ବ୍ୟାଙ୍କ ଏବଂ ଆର୍ଥିକ ସଂସ୍ଥାଗୁଡ଼ିକ କଞ୍ଜ୍ୟୁମର ଡ୍ୟୁରେବଲ୍ସ କ୍ରୟ ଲାଗି ଋଣ ଦେଉଛନ୍ତି। ଏଥିରେ ଫାଇଦା ମିଳିବ। ଅର୍ଥାତ୍‌ ଟିଭି, ଫ୍ରିଜ୍‌, ଓ୍ବାଟର ପ୍ୟୁରିଫାୟର ଭଳି ଉତ୍ପାଦ କିଣୁଥିବା ଗ୍ରାହକଙ୍କୁ ପାର୍ବଣ ଋତୁରେ ଲାଭ ମିଳିବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ପୁଣି ୧୦ ପଇସା ବଢ଼ିଲା

ଭୁବନେଶ୍ୱର,୨୮।୮: ଚଳିତ ମାସରେ ପେଟ୍ରୋଲ ଦର ବୃଦ୍ଧିରେ ବିରତି ଲାଗି ପାରୁନାହିଁ। ଚଳିତ ସପ୍ତାହ ବୁଧବାର ଦର ବୃଦ୍ଧି ହୋଇ ନ ଥିବା ବେଳେ ଗୁରୁବାର...

ଜିଓ ଦ୍ୱିତୀୟ ସର୍ବବୃହତ ଟେଲିକମ୍‌ କମ୍ପାନୀ

ନୂଆଦିଲ୍ଲୀ,୨୬-୪: ମୁକେଶ ଅମ୍ବାନୀଙ୍କ ମାଲିକାନାରେ ଥିବା ରିଲାଏନ୍ସ ଜିଓ ଆରମ୍ଭ ହେବାର ମାତ୍ର ଅଢ଼େଇ ବର୍ଷ ମଧ୍ୟରେ ଆଉ ଏକ ସଫଳତା ହାସଲ କରିଛି। ଗ୍ରାହକ...

ଏକା ସମୟରେ କାମ ଆରମ୍ଭ କରିବେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ

ନୂଆଦିଲ୍ଲୀ,୧୧-୮: ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଆଗାମୀ ଦିନରେ ସମାନ ସମୟରେ କାମ ଆରମ୍ଭ କରିବେ। କେନ୍ଦ୍ର ସରକାରଙ୍କ ସଂସ୍କାରମୂଳକ କାର୍ଯ୍ୟକ୍ରମ ଅଧୀନରେ ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି।...

ଶୁଦ୍ଧତାକୁ ସୁନିଶ୍ଚିତ କରେ ହଲ୍‌ମାର୍କ: ସୌରଭ ରାୟ

କଟକ ସହରରେ ୧୨ ଦଶନ୍ଧି ଧରି ସୁନା ଗହଣା ବ୍ୟବସାୟରେ ବେଶ୍‌ ସୁନାମ ଅର୍ଜିଛି ରାଧାଗୋବିନ୍ଦ ରାୟ ଆଣ୍ଡ୍‌ କୋ ଜୁଏଲର୍ସ (ଆର୍‌ଜିଆର୍‌)। ଏହାକୁ ସୁନା...

ସେଲ୍ସ ଏକ୍‌ଜିକ୍ୟୁଟିଭ ଭାବେ କାମ କରୁଥିଲେ ରାଧିକା: ଏବେ ହେବେ ଅମ୍ବାନୀ ପରିବାରର ସାନ ବୋହୂ

ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ, ନୀତା ଅମ୍ବାନୀ ଏବଂ ମୁକେଶ ଅମ୍ବାନୀଙ୍କ ଭାବି ସାନ ବୋହୂ ରାଧିକା ମର୍ଚେଣ୍ଟ ଏକଦା ଇସପ୍ରାଭ୍‌ରେ ସେଲ୍ସ ଏକ୍‌ଜିକ୍ୟୁଟିଭ...

୨.୨ ବିଲିୟନ ସହାୟତା ଦେବ ଏଡିବି

ନୂଆଦିଲ୍ଲୀ,୧୧।୪: ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ(ଏଡିବି) ଭାରତକୁ ୨.୨ (ପ୍ରାୟ ୧୬ ହଜାର କୋଟି) ବିଲିୟନ ଡଲାରର ଋଣ ସହାୟତା ପ୍ରଦାନ କରିବ। କୋଭିଡ୍‌-୧୯ ବିରୋଧୀ ଲଢ଼େଇ...

ଘରର ଜଗୁଆଳିଙ୍କୁ କ୍ଷମା ମାଗିଥିଲେ ଅମ୍ବାନୀ ପରିବାରର ବଡ଼ ପୁଅ ଆକାଶ, ଜାଣନ୍ତୁ କାହିଁକି…

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଚେୟାରମ୍ୟାନ୍‌ ତଥା ମ୍ୟାନେଜିଂ ଡାଇରେକ୍ଟର ମୁକେଶ ଅମ୍ବାନୀ ଏବଂ ତାଙ୍କ ସ୍ତ୍ରୀ ନୀତା ଅମ୍ବାନୀ ନିଜ ପିଲାମାନଙ୍କୁ ସବୁବେଳେ ଉଚିତ୍‌ ଶିକ୍ଷା ଦେଇଥାନ୍ତି।...

ବିଶ୍ୱ ଅର୍ଥନୀତି ଅସ୍ଥିରତା ଆଡ଼କୁ ଗତି କରୁଛି: ଶକ୍ତିକାନ୍ତ

ନୂଆଦିଲ୍ଲୀ,୨୮-୭: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ବିଶ୍ୱ ଅର୍ଥନୀତିକୁ ନେଇ ନିଜର ମତପୋଷଣ କରିଛନ୍ତି। ଭି.ଶ୍ରୀନିବାସଙ୍କ ଦ୍ୱାରା ଲିଖିତ ‘ଇଣ୍ଡିଆଜ ରିଲେଶନ୍ସ ଓ୍ବିଥ୍‌...

Advertisement
Archives

Model This Week